ଜୀବିକା ହରାଇ ଦୁର୍ଦ୍ଦିନରେ କଳାକାର

କଟକ ଅଫିସ, ୨୭ା୬- କରୋନା ମହାମାରୀ ପ୍ରଭାବରେ ସମାଜର ସବୁ ବର୍ଗର ଲୋକେ ପ୍ରଭାବିତ ହୋଇଛନ୍ତି। ଏଥିରୁ ବାଦ୍‌ ପଡ଼ିନାହାନ୍ତି କଳାକାର। କଳାକାରଟିଏ ଯେତେ ଦୁଃଖକଷ୍ଟରେ ଥିଲେ ମଧ୍ୟ ନିଜର କଳା ମାଧ୍ୟମରେ ସବୁବେଳେ ଦର୍ଶକଙ୍କ ମୁହଁରେ ହସ ଫୁଟାଇବାକୁ ଚେଷ୍ଟା କରିଥାଏ। ହେଲେ ଏବେ କରୋନା ଏହି ହସ ଛଡାଇ ନେଇଛି। କରୋନା ସଂକ୍ରମଣ ବୃଦ୍ଧିକୁ ଦୃଷ୍ଟିରେ ରଖି ସରକାର ଚଳଚ୍ଚିତ୍ର ଓ ଧାରାବାହିକ ଶୁଟିଂ ବନ୍ଦ ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଏବେ ଷ୍ଟୁଡିଓ ବନ୍ଦ ରହିଥିବାବେଳେ ଶୁଟିଂସେଟ୍‌ ଶୂନଶାନ୍‌ ରହିଛି। ଫଳରେ କଳାଜଗତ ସହ ସଂଶ୍ଳିଷ୍ଟ ଥିବା ଅଭିନେତାଙ୍କଠାରୁ ଆରମ୍ଭ କରି ଟେକ୍ନିସିଆନ, ଗୀତିକାର, ସଙ୍ଗୀତ ଓ ଚଳଚ୍ଚିତ୍ର ନିର୍ଦ୍ଦେଶକ, କଣ୍ଠଶିଳ୍ପୀ, ପ୍ରଯୋଜକମାନେ ହାତବାନ୍ଧି ବସିଛନ୍ତି। କିଛି କଳାକାର ପୂର୍ବରୁ ଯାହା ସଞ୍ଚିତ କରି ରଖିଥିଲେ ସେଥିରେ ସେମାନଙ୍କ ସଂସାର ଚଳୁଛି। ହେଲେ ଅନ୍ୟମାନଙ୍କ ନିକଟରେ ପରିବାର ପ୍ରତିପୋଷଣ ପାଇଁ ଅର୍ଥ ନ ଥିବାରୁ ଦୁର୍ଦ୍ଦିନରେ ଦିନ କାଟିବାକୁ ପଡୁଛି। ଏପରି କେତେଜଣ କଳାକାର ଅଛନ୍ତି ଯେଉଁମାନେ ନିଜର ବାଦ୍ୟଯନ୍ତ୍ର ବିକ୍ରି କରି ପରିବାର ପ୍ରତିପୋଷଣ କରିବାକୁ ବାଧ୍ୟ ହୋଇଛନ୍ତି। ଏ ପର୍ଯ୍ୟନ୍ତ ସରକାରଙ୍କ ପକ୍ଷରୁ କିଛି ସାହାଯ୍ୟ ମିଳିନାହିଁ। ତୁରନ୍ତ ସରକାର ଏ ଦିଗରେ କିଛି ପଦକ୍ଷେପ ନେଇ ସହାୟତା ଯୋଗାଇ ଦେବାକୁ କଳାକାରମାନେ ଦାବି କରିଛନ୍ତି।

ଏମାନେ କ’ଣ କୁହନ୍ତି…

ସମସ୍ତ ସଂଘ ସରକାରଙ୍କୁ ଦୁଃଖ ଜଣାଉ
ସରକାର ଯଦି କୋଭିଡ୍‌ ନିୟମ ମାନି ଶୁଟିଂ ପାଇଁ ଅନୁମତି ପ୍ରଦାନ କରନ୍ତି, ଆମେ ନିଶ୍ଚିତ ଭାବରେ ତାହା ପାଳନ କରିବୁ। ତେବେ ଚଳଚ୍ଚିତ୍ର ଜଗତରେ ବିଭିନ୍ନ ବର୍ଗଙ୍କର ସଂଘ ରହିଛି। ସମସ୍ତ ସଂଘ ଯଦି ମିଳିତ ଭାବରେ ଦୁଃଖ ସରକାରଙ୍କୁ ଜଣାନ୍ତି, ତା’ହେଲେ ସରକାର ନିଶ୍ଚିତ ଭାବେ ପଦକ୍ଷେପ ଗ୍ରହଣ କରିବେ ବୋଲି ମୋର ଦୃଢ଼ ବିଶ୍ୱାସ।
-କୁନା ତ୍ରିପାଠୀ, ଅଧ୍ୟକ୍ଷ, ଓଡ଼ିଶା ଚଳଚ୍ଚିତ୍ର ଉନ୍ନୟନ ନିଗମ

ଅଧାରେ ରହିଛି ଚଳଚ୍ଚିତ୍ର ପ୍ରସ୍ତୁତି
ପ୍ରଯୋଜନା ସଂସ୍ଥାଗୁଡ଼ିକ ଟଙ୍କା ଖର୍ଚ୍ଚ କରି ସେଟ୍‌ ନିର୍ମାଣ କରିଛନ୍ତି। କରୋନା ମହାମାରୀ ଯୋଗୁ ଶୁଟିଂ ବନ୍ଦ ରହିଥିବାରୁ ୨ ମାସ ହେବ ଘରେ ବସିଛୁ। ଫଳରେ ଅନେକ ଚଳଚ୍ଚିତ୍ର ପ୍ରସ୍ତୁତି ଅଧାରେ ରହିଛି।
-ପ୍ରଦ୍ୟୁମ୍ନ ଲେଙ୍କା, ଅଭିନେତା ତଥା ଚଳଚ୍ଚିତ୍ର ପ୍ରଯୋଜକ

କଳାକାରଙ୍କୁ ସାହାଯ୍ୟ କରିବ ଓମାୱା
କଳାକାରମାନେ ବିଭିନ୍ନ ଉପାୟରେ ସରକାରଙ୍କୁ ଦୁଃଖ ଜଣାଇଛନ୍ତି। ହେଲେ ସରକାର ସେମାନଙ୍କ କଥା ଶୁଣିନାହାନ୍ତି। ସେଥିପାଇଁ ସେମାନେ ମିଶି ଓଡ଼ିଶା ମ୍ୟୁଜିକ୍‌ ଆର୍ଟିଷ୍ଟ ଆଣ୍ଡ ଓ୍ବେଲ୍‌ଫେୟାର ଆସୋସିଏଶନ(ଓମାୱା) ନାମରେ ଏକ ଅନୁଷ୍ଠାନ କରିଛନ୍ତି। ଓଡ଼ିଶାରେ ଯେଉଁ କଳାକାର ଅସୁବିଧାରେ ପଡିବେ ଏହି ଅନୁଷ୍ଠାନ ମାଧ୍ୟମରେ ଚାନ୍ଦା ଆଦାୟ କରାଯାଇ ତାଙ୍କୁ ସାହାଯ୍ୟ କରାଯିବ।
– ଅଭିଜିତ୍‌ ମଜୁମ୍‌ଦାର, ସଙ୍ଗୀତ ନିର୍ଦ୍ଦେଶକ

ଅସୁବିଧାର ସମ୍ମୁଖୀନ ହେଉଛନ୍ତି କଳାକାର
ଶୁଟିଂସେଟ୍‌ରେ କରୋନାର ପ୍ରଭାବ ବିଶେଷ ନ ଥିଲା। ସମସ୍ତେ ସରକାରଙ୍କ ଗାଇଡ୍‌ଲାଇନ ମାନି କାମ କରୁଥିଲେ। ପରବର୍ତ୍ତୀ ସମୟରେ ସରକାରଙ୍କ ନିର୍ଦ୍ଦେଶରେ ଶୁଟିଂ ସମ୍ପୂର୍ଣ୍ଣ ବନ୍ଦ ହେବା ଦ୍ୱାରା ଜୁନିୟର କଳାକାର, କ୍ୟାମେରାମ୍ୟାନ, ଲାଇଟ୍‌ମ୍ୟାନ ଓ ଟେକ୍ନିସିଆନମାନେ ବହୁତ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ସରକାର ଏଥିପ୍ରତି ଦୃଷ୍ଟି ଦେବା ଦରକାର।
-ଶ୍ରୀତମ ଦାସ, ଅଭିନେତା

ସରକାର ଦୃଷ୍ଟି ଦିଅନ୍ତୁ
କଳାକାର ହେଉଛି ସାଧାରଣ ମଣିଷ। ସେ କଳାକୁ ନିଜର ବୃତ୍ତି କରି ଗୁଜୁରାଣ ମେଣ୍ଟାଇଥାଏ। ସାଧାରଣ ଲୋକଙ୍କ ପ୍ରତି ସରକାର ଯେଉଁଭଳି ଭାବେ ଦୃଷ୍ଟି ଦେଉଛନ୍ତି, କଳାକାରମାନଙ୍କ ପ୍ରତି ମଧ୍ୟ ସମାନ ଦୃଷ୍ଟି ଦେଇ ସହାୟତା ଯୋଗାଇ ଦିଅନ୍ତୁ, ଯାହାଦ୍ୱାରା ସେମାନେ ଉପକୃତ ହୋଇପାରିବେ।
– ଇରା ମହାନ୍ତି, କଣ୍ଠଶିଳ୍ପୀ

ସ୍ବତନ୍ତ୍ର କଳାକାର ଯୋଜନା କରାଯାଉ
କଳାକାରମାନେ ସର୍ବଦା ଲୋକଙ୍କ ମନୋରଞ୍ଜନ କରିଥାନ୍ତି। ସରକାର ସେମାନଙ୍କ ପ୍ରତି ଉଦାସୀନ ମନୋଭାବ ରଖିବା ଉଚିତ ନୁହେଁ। ତୁରନ୍ତ ସେମାନଙ୍କ ପାଇଁ ସ୍ବତନ୍ତ୍ର କଳାକାର ଯୋଜନା କରିବା ଦରକାର।
-ବାପୁ ଗୋସ୍ବାମୀ, ଗୀତିକାର

ଧୈର୍ଯ୍ୟ ସହ ଅପେକ୍ଷା କରିବାକୁ ପଡ଼ିବ
ସରକାରଙ୍କ ନିଷ୍ପତ୍ତିକୁ ମୁଁ ସ୍ବାଗତ କରୁଛି। ଏହି ସମୟରେ ଶୁଟିଂ କରାଗଲେ ସଂକ୍ରମଣ ହାର ବଢିବା ଆଶଙ୍କା ରହିଛି। କରୋନାର ପ୍ରକୋପ କମିଲେ ସିନେମା କାମ ହୋଇପାରିବ। ସେଥିପାଇଁ ଧୈର୍ଯ୍ୟର ସହ ଅପେକ୍ଷା କରିବାକୁ ପଡିବ। ତେଣୁ ସରକାରଙ୍କ ଏହି ଲକ୍‌ଡାଉନ, ଶଟ୍‌ଡାଉନ ନିଷ୍ପତ୍ତି ସହିତ ମୁଁ ଏକମତ।
-ସୁଧାଂଶୁ ସାହୁ, ଚଳଚ୍ଚିତ୍ର ନିର୍ଦ୍ଦେଶକ

କଳାକାରଙ୍କୁ ଆର୍ଥିକ ସହାୟତା ଦିଆଯାଉ
କରୋନାରେ କଳାକାରମାନେ ଜୀବିକା ହରାଇଛନ୍ତି। ଏପରି କି କେତେଜଣ କଳାକାରଙ୍କ ମଧ୍ୟ ମୃତ୍ୟୁ ଘଟିଛି। କଳାକାର ଜଣେ ଦିନମଜୁରିଆ ପରି। ପ୍ରତିଦିନ କାମ କଲେ ପରିବାର ପ୍ରତିପୋଷଣ ହୋଇଥାଏ। ଏବେ କରୋନା ମହାମାରୀ ଯୋଗୁ ସେମାନେ ହାତବାନ୍ଧି ବସିଛନ୍ତି। ଏଭଳି ପରିସ୍ଥିତିରେ ସରକାର କଳାକାରଙ୍କୁ ଆର୍ଥିକ ସହାୟତା ଯୋଗାଇ ଦିଅନ୍ତୁ।
– ନିର୍ମଳ ନାୟକ, ଗୀତିକାର


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?