ବ୍ଲକ ପ୍ରଶାସନ ଉପରେ ବର୍ଷିଲା କଳାକାର ସଂଘ: ଦେଲା ଏମିତି ଚେତାବନୀ, କଳାକାର ଭତ୍ତା ବନ୍ଦ ହେଲେ…

ଲୋଇସିଂହା, ୧୦।୧ (ସୁଶାନ୍ତ ବାରିକ): ବଲାଙ୍ଗୀର ଜିଲା ଲୋଇସିଂହା ବ୍ଲକସ୍ତରୀୟ ଲୋକ ଉତ୍ସବ ସ୍ଥାନୀୟ ସାପ୍ତାହିକ ବଜାର ପଡିଆରେ ବୁଧବାର ଅନୁଷ୍ଠିତ ହୋଇଥିଲା। ଏଥିରେ କିଛି କଳାକାର ସାମିଲ ହୋଇଥିବାବେଳେ ବ୍ଲକ କଳାକାର ସଂଘର ବହୁ ସଦସ୍ୟ ଆସି ନ ଥିବା ଜଣାପଡିଥିଲା। ବ୍ଲକ କଳାକାର ସଂଘର ନେତୃତ୍ୱ ନେଉଥିବା ବ୍ୟକ୍ତିବିଶେଷଙ୍କ ପ୍ରରୋଚନାରେ ବ୍ଲକ ଅଞ୍ଚଳର କଳାକାର ସାମିଲ ହୋଇ ନ ଥିବା ଆଲୋଚନା ହୋଇଥିଲା। ଏନେଇ ଶୁକ୍ରବାର ସ୍ଥାନୀୟ ଷ୍ଟାଡିୟମ ପରିସରେ ବ୍ଲକ କଳାକାର ସଂଘ ପକ୍ଷରୁ ଆୟୋଜିତ ଖବରଦାତା ସମ୍ମିଳନୀରେ ସ୍ପଷ୍ଟୀକରଣ ଦିଆଯାଇଛି। ବ୍ଲକ ପ୍ରଶାସନର ଟାଳଟୁଳ ନୀତିକୁ ଦାୟୀ କରିବା ସହିତ କଳାକାର ଭତ୍ତା ବନ୍ଦ ଧମକକୁ ନେଇ ସଂଘ ବର୍ଷିଛି। ୧୯୫ ହିତାଧିକାରୀଙ୍କ ମଧ୍ୟରୁ କାହାର ବି କଳାକାର ଭତ୍ତା ବନ୍ଦ ହେଲେ ସଂଘ ରାଜରାସ୍ତାକୁ ଓହ୍ଲାଇବ। ସେତେବେଳେ ଯାହା ପରିସ୍ଥିତି ସୃଷ୍ଟି ହେବ ସେଥିପାଇଁ ବ୍ଲକ ପ୍ରଶାସନ ଦାୟୀ ରହିବ ବୋଲି ସଂଘ ପକ୍ଷରୁ ଚେତାବନୀ ଦିଆଯାଇଛି। ସଂଘ ସଭାପତି ସରୋଜ ବିଶାଳ କହିଛନ୍ତି, ପଞ୍ଚାୟତର ସରପଞ୍ଚଙ୍କ ଦ୍ବାରା ମନୋନୀତ କଳାକାରଙ୍କୁ ଚଳିତ ବ୍ଲକସ୍ତରୀୟ ଲୋକ ଉତ୍ସବରେ କଳା ପରିବେଷଣ ପାଇଁ ଅନୁମତି ଦିଆଯିବ। ଗୋଟିଏ ପଞ୍ଚାୟତରୁ ଦଳୀୟ ବିଭାଗରେ ଗୋଟିଏ ଏବଂ ଏକକ ବିଭାଗରେ ୨ଜଣ ଲେଖାଏ କଳାକାରଙ୍କୁ ପଠାଇବାକୁ ସରପଞ୍ଚମାନଙ୍କୁ ବିଡିଓ ଚିଠି କରିଥିଲେ। ଏହାଛଡା ଦଳଗତ ବିଭାଗରେ ଭାଗ ନେଉଥିବା ସମସ୍ତଙ୍କ କଳାକାରଙ୍କୁ ପ୍ରମାଣପତ୍ର ନ ଦେଇ କେବଳ ଗୋଟିଏ ଦିଆଯିବ ବୋଲି ପୂର୍ବରୁ ଅନୁଷ୍ଠିତ ପ୍ରସ୍ତୁତି ବୈଠକରେ ବିଡିଓ କହିଥିଲେ। କଳାକାରଙ୍କୁ ସରପଞ୍ଚମାନେ ସୂଚନା ଦେଇ ନ ଥିବା ଏବଂ ବ୍ଲକ ପ୍ରଶାସନର କଟକଣା ନୀତି ଯୋଗୁ ଅପଦସ୍ଥ ହେବା ଆଶଙ୍କା କରି କଳାକାରମାନେ ଉତ୍ସବରେ ଅଂଶଗ୍ରହଣ କରି ନ ଥିଲେ। ସଂଘ ପକ୍ଷରୁ କାହାରିକୁ ମନା କରାଯାଇନାହିଁ। ବ୍ଲକରେ ଅନୁଷ୍ଠିତ ପ୍ରସ୍ତୁତି ବୈଠକବେଳେ ଏହା ଏକ ଅବାନ୍ତର କଥା ଏବଂ ଏସବୁ ପ୍ରସ୍ତାବକୁ ସଂଘ ସଭାପତି ଭାବେ ବିରୋଧ କରିଥିବା ସେ କହିଛନ୍ତି। ଏହାବାଦ ଗତବର୍ଷ ଉପଖଣ୍ଡସ୍ତରୀୟ କାର୍ଯ୍ୟକ୍ରମକୁ ମନୋନୀତ କଳାକାରଙ୍କୁ ୧୦୦ ଟଙ୍କା ଗସ୍ତ ଖର୍ଚ୍ଚ ଦେବାକୁ ବିଡିଓ ଘୋଷଣା କରିଥିଲେ। ହେଲେ ଅଦ୍ୟାବଧୂ ଉକ୍ତ ଟଙ୍କା ଦିଆଯାଇନାହିଁ। ଚଳିତବର୍ଷ ଲୋକ ଉତ୍ସବରେ ସାମିଲ ନ ହେଲେ
କଳାକାର ଭତ୍ତା ପ୍ରଦାନ ନ କରାଯିବା ସହ ସରକାରୀ ଜନ ସଚେତନତା କାର୍ଯ୍ୟକ୍ରମ ଦିଆଯିବ ନାହିଁ ବୋଲି ଭାଲୁପାଲି ଗ୍ରାମର କଳାକାର ସାଧୁଚରଣ ବିଶି ଏବଂ ବାନିପାଲି ଗ୍ରାମର କଳାକାର ଅଳ୍ପେଶ୍ବର ପଧାନଙ୍କୁ ଧମକ ଦିଆଯାଇଥିବା ଅଭିଯୋଗ ହୋଇଛି। ଏହାକୁ ସଂଘ ନାପସନ୍ଦ କରିଛି। ଲୋକ ଉତ୍ସବରେ ସଂକୀର୍ତ୍ତନ ପରିବେଷଣ ପାଇଁ ବାରଣ କରାଯାଇଥିଲା। ହେଲେ ଉତ୍ସବରେ ସଂକୀର୍ତ୍ତନ ପରିବେଷଣ କରାଯାଇଥିଲା। ଯାହାକି ବ୍ଲକ ପ୍ରଶାସନର ଦୋମୁହାଁନୀତି ପଦାରେ ପଡିଥିବା ସଂଘ ପକ୍ଷରୁ କୁହାଯାଇଛି। ଗତ ବର୍ଷଗୁଡ଼ିକରେ ଡାକବାଜି ଯନ୍ତ୍ରରେ ଉତ୍ସବ ପାଇଁ ପ୍ରଚାର ପ୍ରସାର କରାଯାଇଥିବାବେଳେ ଚଳିତବର୍ଷ ତାହା ହୋଇ ନ ଥିଲା । ଏହି ଖବରଦାତା ସମ୍ମିଳନୀରେ ୩୦ରୁ ଉର୍ଦ୍ଧ୍ୱ କଳାକାର ଉପସ୍ଥିତ ଥିଲେ। ଏ ସମ୍ପର୍କରେ ବିଡିଓ ଅକ୍ଷୟ ପାଣି ଉର୍ଦୁଙ୍କୁ ପଚାରିବାରୁ ସେ ଉପରୋକ୍ତ ଅଭିଯୋଗକୁ ଖଣ୍ଡନ କରିବା ସହ କୌଣସି କଳାକାରଙ୍କ ସହିତ କଥା ହୋଇନାହିଁ ବୋଲି କହିଥିଲେ।

Dharitri – The Largest & Most Trusted Odia Daily

Enter your email to get our daily news in your inbox.

All Right Reserved By Dharitri.Com

ହତ୍ୟା ଉଦ୍ୟମ ଘଟଣା: ବର୍ଷେ ପରେ ୨ ନାବାଳକ ଜେଜେବିରେ ହାଜର

ଦିଗପହଣ୍ଡି, ୭।୯ (ଅଶେଷ ନାଥ ମିଶ୍ର):ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଅନ୍ତର୍ଗତ ବିଜୟ ଲକ୍ଷ୍ମୀନାରାୟଣପୁର ଗ୍ରାମର ବେନୁ ସାହୁଙ୍କୁ ହତ୍ୟା ଉଦ୍ୟମ ଘଟଣାରେ ପ୍ରାୟ ଏକ ବର୍ଷ…

ଗଛରେ ପିଟିହେଲା ବାଇକ: ଚାଲିଗଲା ୨ ଜୀବନ

ଅତାବିରା, ୭।୯(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ତଥା ଗୋଡ଼ଭଗା ଫାଣ୍ଡି ଅଧିନସ୍ଥ କାଦୋବାହାଲରେ ସୋମବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏଥିରେ ୨ବାଇକ…

ମୋବାଇଲ ଦେଖୁଥିଲେ ରାଜକୁମାର, ହଠାତ୍‌ ଘରେ ପଶିଲେ ଚୋର: ଆଉ ତା’ପରେ ଘଟିଲା…

ମାର୍ଶାଘାଇ,୭।୯(ଶୁଭେନ୍ଦୁ ପ୍ରସାଦ ଚୌଧୁରୀ):କେନ୍ଦ୍ରାପଡ଼ା ଜିଲା ମାର୍ଶାଘାଇ ଥାନା ଅନ୍ତର୍ଗତ ଗରଜଙ୍ଗା ଗ୍ରାମରେ ଏକ ବଡ଼ଧରଣର ଲୁଟ ଘଟଣା ଘଟିଛି। ଚାରିଜଣ ମୁଖାପିନ୍ଧା ଦୁର୍ବୃତ୍ତ ଘରେ ପଶି ଦମ୍ପତିଙ୍କ…

କୈଶବ ବିହାରୀଙ୍କୁ ମିଳିଲା ବଡ଼ ଦାୟିତ୍ୱ: କଳାହାଣ୍ଡିରେ ଖୁସିର ଲହରୀ

ଭବାନୀପାଟଣା,୭।୯(ଉତ୍ତମ କୁମାର ଦାଶ):ଭାରତ ସରକାରଙ୍କ ସାମାଜିକ ନ୍ୟାୟ ଏବଂ ସଶକ୍ତିକରଣ ବିଭାଗ ପକ୍ଷରୁ ରବିବାର ରାଷ୍ଟ୍ରୀୟ ସଫେଇ କର୍ମଚାରୀ ଆୟୋଗ (ଏନସିଏସକେ)ର ଅଧ୍ୟକ୍ଷ, ଉପାଧ୍ୟକ୍ଷ ଏବଂ ସଦସ୍ୟମାନଙ୍କୁ…

ଦାଦାବଟି ପାଇଁ ହତ୍ୟା ଉଦ୍ୟମ ମାମଲା: ୨ ଅଭିଯୁକ୍ତଙ୍କୁ ବାନ୍ଧିଲା ପୋଲିସ

ଦିଗପହଣ୍ଡି,୭।୯ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ପାଟପୁର ଥାନା ପୋଲିସ ଦାଦାବଟି ମାଗି ଜଣେ ବ୍ୟକ୍ତିଙ୍କୁ ମାଡ଼ ମାରି ହତ୍ୟା ଉଦ୍ୟମ ଓ ଟଙ୍କା ଛଡ଼ାଇ…

ରାଜ୍ୟ କ୍ୟାବିନେଟ୍‌ରେ ବଡ଼ ଘୋଷଣା: ପେନସନ୍‌ ବିଳମ୍ବ ହେଲେ ମିଳିବ ସୁଧ

ଭୁବନେଶ୍ୱର, ୭।୯: ୧୮ ପ୍ରସ୍ତାବକୁ ମିଳିଲା ରାଜ୍ୟ କ୍ୟାବିନେଟ୍‌ର ଅନୁମୋଦନ। ୧୨ ଟି ବିଭାଗର ୧୮ଟି ପ୍ରସ୍ତାବକୁ ସୋମବାର ଅନୁମୋଦନ ମିଳିଛି। ଏଥିରେ ଓଡ଼ିଶା ଜନ ବିଶ୍ୱାସ…

୨୦ ବର୍ଷ ସଶ୍ରମ କାରାଦଣ୍ଡ ଭୋଗୁଥିବା କଏଦୀ ଫେରାର୍‌: ସୁରକ୍ଷାକର୍ମୀଙ୍କୁ ଚକ୍‌ମା ଦେଖାଇ…

ନୂଆପଡ଼ା,୭ା୯ (ମକାରୁ ବେମାଲ):ନୂଆପଡ଼ା ଉପକାରାଗାରରୁ ସୋମବାର ଜଣେ କଏଦୀ ଫେରାର ହୋଇଯାଇଛନ୍ତି। ସେ ହେଲେ ସିନାପାଲି ଥାନା କେନ୍ଦୁମୁଣ୍ଡା ପଞ୍ଚାୟତ କାନ୍ଦୁଲକୋନା ଗଁାର ବିଶ୍ୱବିହାରୀ ମାଝି (୩୦)।…

ଆରଆଇ କାର୍ଯ୍ୟାଳୟରେ ତାଲା: ପଲିଥିନ୍‌ରୁ ବଞ୍ଚିତ ବନ୍ୟା ପ୍ରଭାବିତ

ହାଟଡିହୀ/ଛେନାପଦୀ, ୭।୯ (ଶୁଭକାନ୍ତ ନାୟକ/ନିରାକାର ପରିଡ଼ା):କେନ୍ଦୁଝର ଜିଲା ହାଟଡିହୀ ତହସିଲ ଅଧୀନ ସମଣା ରାଜସ୍ବ ନିରୀକ୍ଷକ (ଆରଆଇ) କାର୍ଯ୍ୟାଳୟରେ ଦୀର୍ଘଦିନ ଧରି ତାଲା ଝୁଲୁଥିବା ଅଭିଯୋଗ ହୋଇଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri