୩ ମାସ ମିଳିନି କଳାକାର ଭତ୍ତା

ଭଞ୍ଜନଗର,୯।୧୦(ଡି.ଏନ.ଏ):ଗଞ୍ଜାମ ଜିଲାର ପ୍ରାୟ ୧୮ଶହ କଳାକାରଙ୍କୁ ୩ ମାସ ହେଲା କଳାକାର ଭତ୍ତା ମିଳିନାହିଁ। ମୁଖ୍ୟମନ୍ତ୍ରୀ କଳାକାର ସହାୟତା ଯୋଜନାରେ ଭତ୍ତା ପାଉଥିବା ଏହି କଳାକାରମାନଙ୍କ ପରିବାର ଏବେ ଚିନ୍ତାରେ ଅଛନ୍ତି।
ଗତ ଜୁଲାଇରେ ରାଜ୍ୟ ସରକାରଙ୍କ ସଂସ୍କୃତି ବିଭାଗ ପକ୍ଷରୁ କଳାକାରମାନଙ୍କୁ ଲାଇଫ୍‌ ସାର୍ଟିଫିକେଟ ସମେତ ଅନ୍ୟାନ୍ୟ କିଛି ପ୍ରମାଣପତ୍ର ମଗାଯାଇଥିଲା। ପ୍ରମାଣପତ୍ର ସଂଗ୍ରହ ପ୍ରକ୍ରିୟା ସରିବା ପରେ ରାଜ୍ୟ ସରକାର ସିଧା କଳାକାରମାନଙ୍କ ଆକାଉଣ୍ଟରେ ଟଙ୍କା ଜମା କରିଥାନ୍ତେ। ପ୍ରମାଣପତ୍ର ଶତପ୍ରତିଶତ ସଂଗ୍ରହ ହୋଇପାରୁନାହିଁ। ତେଣୁ ଭତ୍ତା ବଣ୍ଟନ ପ୍ରକ୍ରିୟା ବିଳମ୍ବ ହେଉଥିବା ଅନୁମାନ କରାଯାଉଛି। ଗଞ୍ଜାମ ଜିଲାରେ ୧୮ଶହ ହିତାଧିକାରୀଙ୍କ ମଧ୍ୟରୁ ବର୍ତ୍ତମାନ ସୁଦ୍ଧା ପ୍ରାୟ ୧୭ଶହ ଲାଇଫ୍‌ ସାର୍ଟିଫିକେଟ ଦାଖଲ କରିଥିବା ଜଣାପଡ଼ିଛି। ୨୦୧୮ରେ ଜିଲାର ପ୍ରାୟ ୪ ହଜାର କଳାକାରଙ୍କୁ ମୁଖ୍ୟମନ୍ତ୍ରୀ କଳାକାର ସହାୟତା ଯୋଜନାରେ ଭତ୍ତା ଦେବାପାଇଁ ନିଷ୍ପତ୍ତିି ନିଆଯାଇଥିଲା। କିନ୍ତୁ ସେ ସମୟରେ ରାଜସ୍ବ ନିରୀକ୍ଷକମାନେ ଆନ୍ଦୋଳନ କରୁଥିବା ଯୋଗୁ ଅନେକ କଳାକାର ବାର୍ଷିକ ଆୟ ପ୍ରମାଣପତ୍ର ଯୋଗାଡ଼ କରିପାରି ନ ଥିଲେ। ତେଣୁ ପ୍ରାୟ୨୧ଶହ ଆବେଦନ ପଡ଼ିଥିଲା। ସେଥିମଧ୍ୟରୁ କେତେକ ଆବେଦନରେ ତ୍ରୁଟି ଓ ଅନ୍ୟାନ୍ୟ କାରଣ ଯୋଗୁ ନାକଚ ହୋଇଯାଇଥିଲା। ଶେଷରେ ୧୮ଶହରୁ ଉର୍ଦ୍ଧ୍ୱ କଳାକାରଙ୍କୁ ଭତ୍ତା ପ୍ରଦାନ କରାଯାଇଥିଲା। ବଳକା ୨୨ଶହ କଳାକାରଙ୍କୁ ନୂଆ ଭତ୍ତା ଦେବାପାଇଁ ଯୋଜନା ଚାଲିଛି। ଏ ନେଇ ଆବେଦନ ପ୍ରକ୍ରିୟା ମଧ୍ୟ ସରିଛି। ଜିଲାରେ ପ୍ରାୟ ୭ ହଜାରରୁ ଉର୍ଦ୍ଧ୍ୱ କଳାକାର ଭତ୍ତା ପାଇଁ ଆବେଦନ କରିଛନ୍ତି। ଅନ୍ୟପଟେ ଜିଲାରେ ଦୁଃସ୍ଥ କଳାକାର ଭତ୍ତା ମଧ୍ୟ ଶତାଧିକ ଲୋକ ପାଉଛନ୍ତି। ସେମାନଙ୍କ ଭତ୍ତା ଟଙ୍କା ଇତିମଧ୍ୟରେ ଆସିଥିବା ଜଣାପଡ଼ିଛି। ଭଞ୍ଜନଗର ବ୍ଲକ ଲମ୍ଭେଇର ବରିଷ୍ଠ କଳାକାର ସୁବାସ ଚନ୍ଦ୍ର ବେହେରା କହିଛନ୍ତିି, ଭତ୍ତା ଆସି ନ ଥିବାରୁ ଚଳିବାରେ ଅସୁବିଧା ହେଉଛି। ସରକାର ତୁରନ୍ତ ଟଙ୍କା ପ୍ରଦାନ କଲେ ଭଲ ହୁଅନ୍ତା। ଏନେଇ ଜିଲା କଳାକାର ସଂଘ ଉପସଭାପତି ସନ୍ତୋଷ ପାଢ଼ୀ କହିଛନ୍ତି, ଆସନ୍ତା ସପ୍ତାହରେ ପୁରୁଣା ସମସ୍ତ ପ୍ରାୟ ୧୮ଶହ କଳାକାରଙ୍କୁ ଭତ୍ତା ପ୍ରଦାନ କରିବା ପାଇଁ ଆବଶ୍ୟକ କାଗଜପତ୍ର ପ୍ରସ୍ତୁତି ଚାଲିଛି। ଚଳିତଥର ଜିଲା କାର୍ଯ୍ୟାଳୟ ପକ୍ଷରୁ ଭତ୍ତା ଦିଆଯିବ। ଏପଟେ ଅନେକ ସମୟରେ ଯୋଗ୍ୟ କଳାକାର ଭତ୍ତା ପାଇବାରୁ ବଞ୍ଚିତ ହେଉଥିବା ଅଭିଯୋଗ ହେଉଛି। ତେଣୁ ଭତ୍ତା ପାଇଁ ନୂଆ କଳାକାର ଚିହ୍ନଟ ସମୟରେ କଳାକାରଙ୍କ ବୟସକୁ ଦେଖି ଦକ୍ଷତା ମପାଯିବା ଯୋଜନା ଅଛି। ଏଥିପାଇଁ ବିଭିନ୍ନ ସ୍ଥାନରେ ସ୍ବତନ୍ତ୍ର ଚୟନ ଶିବିର ହେବ ବୋଲି ପାଢ଼ୀ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କୋସଲୀ ସାଂସ୍କୃତିକ ମହୋତ୍ସବ ଆରମ୍ଭ

ନୂଆପଡ଼ା,୨୦ା୧୨ (ମକାରୁ ବେମାଲ): ନୂଆପଡ଼ା ପୋଲିସ ପଡ଼ିଆ ରଙ୍ଗମଞ୍ଚଠାରେ କୋସଲୀ ସାଂସ୍କୃତିକ ମହୋତ୍ସବ ଉଦ୍‌ଘାଟିତ ହୋଇଯାଇଛି। ଅନୁଷ୍ଠାନର ସଭାପତି ସୁରଜିତସିଂ ମହାରଥାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉଦ୍‌ଘାଟନୀ...

ଶୀତରେ ଥରୁଛି କଳାହାଣ୍ଡି

ଭବାନୀପାଟଣା,୨୦ା୧୨(ଉତ୍ତମ କୁମାର ଦାଶ)- ସାରା ରାଜ୍ୟରେ ଶୀତର ପ୍ରକୋପ ଜାରି ରହିଛି। ଆହୁରି ସପ୍ତାହେ ଧରି ଏଭଳି ସ୍ଥିତି ଜାରି ରହିବ ବୋଲି ପାଣିପାଗ ବିଭାଗ...

ଆଶେସ ବିଜୟ ଲକ୍ଷ୍ୟରେ ଅଷ୍ଟ୍ରେଲିଆ

ଆଡିଲେଡ୍‌,୨୦ା୧୨: ଇଂଲଣ୍ଡର ଦ୍ୱିତୀୟ ଇନିଂସରେ ବିପର୍ଯ୍ୟୟ ପରେ ଅଷ୍ଟ୍ରେଲିଆ ଆଶେସ ସିରିଜ ବିଜୟ ପଥରେ ଅଗ୍ରସର ହେଉଛି। ନାଥାନ ଲିଅନ ଇଂଲଣ୍ଡର ୩ଟି ଉଇକେଟର ପତନ...

୩ ଜିଲାକୁ ଘନ କୁହୁଡ଼ି ଓ୍ବାର୍ନିଂ: ୭ଦିନ ଯାଏଁ…ଜି. ଉଦୟଗିରିରେ…

ଭୁବନେଶ୍ୱର, ୨୦ା୧୨(ବନ୍ଦନା ସେଠୀ) – ସାରା ରାଜ୍ୟରେ ଶୀତ ଲହରି ଜନଜୀବନକୁ ପ୍ରଭାବିତ କରୁଛି। ପାରଦ ତଳମୁହଁା ରହିଥିବାବେଳେ କେତେକ ଜିଲାରେ ଘନ କୁହୁଡ଼ି ଦେଖିବାକୁ...

ନୋରା ଫତେହିଙ୍କ କାର ଦୁର୍ଘଟଣା: ମଦ୍ୟପ ଚାଳକଙ୍କ ଧକ୍କାରେ…

ମୁମ୍ବାଇ,୨୦।୧୨: ଲୋକପ୍ରିୟ ବଲିଉଡ ଅଭିନେତ୍ରୀ ତଥା ନୃତ୍ୟଶିଳ୍ପୀ ନୋରା ଫତେହି ଶନିବାର ମୁମ୍ବାଇରେ ଏକ ସଡ଼କ ଦୁର୍ଘଟଣାର ସମ୍ମୁଖୀନ ହୋଇଛନ୍ତି। ବିଶ୍ୱପ୍ରସିଦ୍ଧ ମ୍ୟୁଜିକ୍ ପ୍ରୋଗ୍ରାମ ‘ସୁନବର୍ଣ୍ଣ...

ଇସ୍ରୋର ବଡ଼ ପଦକ୍ଷେପ: ଗଗନୟାନ ମିଶନ ପାଇଁ ସଫଳ ହେଲା ପାରାଚ୍ୟୁଟ୍‌ ପରୀକ୍ଷା

ନୂଆଦିଲ୍ଲୀ,୨୦ା୧୨: ମହାକାଶକୁ ଭାରତର ପ୍ରଥମ ମାନବ ପ୍ରେରଣ ଦିଗରେ ଶନିବାର ଆଉ ଏକ ବଡ଼ ପଦକ୍ଷେପ ସଫଳ ହୋଇଛି। ଭାରତୀୟ ମହାକାଶ ଗବେଷଣା ସଂଗଠନ (ଇସ୍ରୋ)...

ଟ୍ୟୁଶନରୁ ଫେରୁଥିବା ବେଳେ ନାବାଳିକାଙ୍କୁ ଟେକିନେଇ ବଳାତ୍କାର ପରେ ଫିଙ୍ଗି ଚାଲିଯାଇଥିଲେ, ଅଭିଯୁକ୍ତଙ୍କୁ ୨୦ ବର୍ଷ…

ଗଜପତି,୨୦।୧୨(ଗିରିଧାରୀ ପରିଚ୍ଛା)- ଏକ ଅପହରଣ ଓ ବଳାତ୍କାର ମାମଲାର ବିଚାର କରି ଅତିରିକ୍ତ ଜିଲ୍ଲା ସେସନ ଜର୍ଜ ବିଭୁ ପ୍ରସାଦ ପଣ୍ଡା ପୋକ୍ସୋ ଆକ୍ଟର ଧାରା...

ଅଣ୍ଡା ଖାଇଲେ ହେବେ କି କ୍ୟାନ୍ସର ? ସ୍ପଷ୍ଟୀକରଣ ଦେଲା FSSAI

ନୂଆଦିଲ୍ଲୀ,୨୦।୧୨: ଦେଶରେ ବିକ୍ରି ହେଉଥିବା ଅଣ୍ଡା ସମ୍ପୂର୍ଣ୍ଣ ସୁରକ୍ଷିତ। ଏଥିରେ କ୍ୟାନ୍ସର ସୃଷ୍ଟିକାରୀ ଉପାଦାନ ଥିବା ନେଇ ଚର୍ଚ୍ଚା ହେଉଥିବା ଖବରକୁ ଭାରତୀୟ ଖାଦ୍ୟ ସୁରକ୍ଷା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri