ଭଞ୍ଜନଗର,୯।୧୦(ଡି.ଏନ.ଏ):ଗଞ୍ଜାମ ଜିଲାର ପ୍ରାୟ ୧୮ଶହ କଳାକାରଙ୍କୁ ୩ ମାସ ହେଲା କଳାକାର ଭତ୍ତା ମିଳିନାହିଁ। ମୁଖ୍ୟମନ୍ତ୍ରୀ କଳାକାର ସହାୟତା ଯୋଜନାରେ ଭତ୍ତା ପାଉଥିବା ଏହି କଳାକାରମାନଙ୍କ ପରିବାର ଏବେ ଚିନ୍ତାରେ ଅଛନ୍ତି।
ଗତ ଜୁଲାଇରେ ରାଜ୍ୟ ସରକାରଙ୍କ ସଂସ୍କୃତି ବିଭାଗ ପକ୍ଷରୁ କଳାକାରମାନଙ୍କୁ ଲାଇଫ୍ ସାର୍ଟିଫିକେଟ ସମେତ ଅନ୍ୟାନ୍ୟ କିଛି ପ୍ରମାଣପତ୍ର ମଗାଯାଇଥିଲା। ପ୍ରମାଣପତ୍ର ସଂଗ୍ରହ ପ୍ରକ୍ରିୟା ସରିବା ପରେ ରାଜ୍ୟ ସରକାର ସିଧା କଳାକାରମାନଙ୍କ ଆକାଉଣ୍ଟରେ ଟଙ୍କା ଜମା କରିଥାନ୍ତେ। ପ୍ରମାଣପତ୍ର ଶତପ୍ରତିଶତ ସଂଗ୍ରହ ହୋଇପାରୁନାହିଁ। ତେଣୁ ଭତ୍ତା ବଣ୍ଟନ ପ୍ରକ୍ରିୟା ବିଳମ୍ବ ହେଉଥିବା ଅନୁମାନ କରାଯାଉଛି। ଗଞ୍ଜାମ ଜିଲାରେ ୧୮ଶହ ହିତାଧିକାରୀଙ୍କ ମଧ୍ୟରୁ ବର୍ତ୍ତମାନ ସୁଦ୍ଧା ପ୍ରାୟ ୧୭ଶହ ଲାଇଫ୍ ସାର୍ଟିଫିକେଟ ଦାଖଲ କରିଥିବା ଜଣାପଡ଼ିଛି। ୨୦୧୮ରେ ଜିଲାର ପ୍ରାୟ ୪ ହଜାର କଳାକାରଙ୍କୁ ମୁଖ୍ୟମନ୍ତ୍ରୀ କଳାକାର ସହାୟତା ଯୋଜନାରେ ଭତ୍ତା ଦେବାପାଇଁ ନିଷ୍ପତ୍ତିି ନିଆଯାଇଥିଲା। କିନ୍ତୁ ସେ ସମୟରେ ରାଜସ୍ବ ନିରୀକ୍ଷକମାନେ ଆନ୍ଦୋଳନ କରୁଥିବା ଯୋଗୁ ଅନେକ କଳାକାର ବାର୍ଷିକ ଆୟ ପ୍ରମାଣପତ୍ର ଯୋଗାଡ଼ କରିପାରି ନ ଥିଲେ। ତେଣୁ ପ୍ରାୟ୨୧ଶହ ଆବେଦନ ପଡ଼ିଥିଲା। ସେଥିମଧ୍ୟରୁ କେତେକ ଆବେଦନରେ ତ୍ରୁଟି ଓ ଅନ୍ୟାନ୍ୟ କାରଣ ଯୋଗୁ ନାକଚ ହୋଇଯାଇଥିଲା। ଶେଷରେ ୧୮ଶହରୁ ଉର୍ଦ୍ଧ୍ୱ କଳାକାରଙ୍କୁ ଭତ୍ତା ପ୍ରଦାନ କରାଯାଇଥିଲା। ବଳକା ୨୨ଶହ କଳାକାରଙ୍କୁ ନୂଆ ଭତ୍ତା ଦେବାପାଇଁ ଯୋଜନା ଚାଲିଛି। ଏ ନେଇ ଆବେଦନ ପ୍ରକ୍ରିୟା ମଧ୍ୟ ସରିଛି। ଜିଲାରେ ପ୍ରାୟ ୭ ହଜାରରୁ ଉର୍ଦ୍ଧ୍ୱ କଳାକାର ଭତ୍ତା ପାଇଁ ଆବେଦନ କରିଛନ୍ତି। ଅନ୍ୟପଟେ ଜିଲାରେ ଦୁଃସ୍ଥ କଳାକାର ଭତ୍ତା ମଧ୍ୟ ଶତାଧିକ ଲୋକ ପାଉଛନ୍ତି। ସେମାନଙ୍କ ଭତ୍ତା ଟଙ୍କା ଇତିମଧ୍ୟରେ ଆସିଥିବା ଜଣାପଡ଼ିଛି। ଭଞ୍ଜନଗର ବ୍ଲକ ଲମ୍ଭେଇର ବରିଷ୍ଠ କଳାକାର ସୁବାସ ଚନ୍ଦ୍ର ବେହେରା କହିଛନ୍ତିି, ଭତ୍ତା ଆସି ନ ଥିବାରୁ ଚଳିବାରେ ଅସୁବିଧା ହେଉଛି। ସରକାର ତୁରନ୍ତ ଟଙ୍କା ପ୍ରଦାନ କଲେ ଭଲ ହୁଅନ୍ତା। ଏନେଇ ଜିଲା କଳାକାର ସଂଘ ଉପସଭାପତି ସନ୍ତୋଷ ପାଢ଼ୀ କହିଛନ୍ତି, ଆସନ୍ତା ସପ୍ତାହରେ ପୁରୁଣା ସମସ୍ତ ପ୍ରାୟ ୧୮ଶହ କଳାକାରଙ୍କୁ ଭତ୍ତା ପ୍ରଦାନ କରିବା ପାଇଁ ଆବଶ୍ୟକ କାଗଜପତ୍ର ପ୍ରସ୍ତୁତି ଚାଲିଛି। ଚଳିତଥର ଜିଲା କାର୍ଯ୍ୟାଳୟ ପକ୍ଷରୁ ଭତ୍ତା ଦିଆଯିବ। ଏପଟେ ଅନେକ ସମୟରେ ଯୋଗ୍ୟ କଳାକାର ଭତ୍ତା ପାଇବାରୁ ବଞ୍ଚିତ ହେଉଥିବା ଅଭିଯୋଗ ହେଉଛି। ତେଣୁ ଭତ୍ତା ପାଇଁ ନୂଆ କଳାକାର ଚିହ୍ନଟ ସମୟରେ କଳାକାରଙ୍କ ବୟସକୁ ଦେଖି ଦକ୍ଷତା ମପାଯିବା ଯୋଜନା ଅଛି। ଏଥିପାଇଁ ବିଭିନ୍ନ ସ୍ଥାନରେ ସ୍ବତନ୍ତ୍ର ଚୟନ ଶିବିର ହେବ ବୋଲି ପାଢ଼ୀ ସୂଚନା ଦେଇଛନ୍ତି।
Posted inHome Left, ଆମ ଜିଲା ଖବର, ଗଞ୍ଜାମ View All
ରେଳ ଲାଇନ୍ ପାରି ହେଉଥିଲେ, ଧକ୍କା ଦେଲା ବାଙ୍ଗିରିପୋଷି-ରୁପ୍ସା ଟ୍ରେନ: ମୁଣ୍ଡରୁ ଗଣ୍ଡି ଅଲଗା…
ବୈଶିଙ୍ଗା, ୧।୪ (ରତନ ଦାଶ): ମୟୂରଭଞ୍ଜ ଜିଲା ବୈଶିଙ୍ଗା ଥାନା ଅନ୍ତର୍ଗତ ମଛପଦା ନିକଟରେ ବୁଧବାର ରାତିରେ ଏକ ମର୍ମନ୍ତୁଦ ରେଳ ଦୁର୍ଘଟଣା ଘଟିଯାଇଛି। ବାଙ୍ଗିରିପୋଷି-ରୁପ୍ସା ଡିଏମୟୁ…
ଗଜପତି ପୋଲିସର ବଡ଼ ସଫଳତା: ୧ କୋଟି ୮୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ୩ ମାଫିଆ…
ମୋହନା, ୧।୪(ମନ୍ମଥ ମିଶ୍ର): ରାଜ୍ୟ ସରକାରଙ୍କ ଗଞ୍ଜେଇ ମୁକ୍ତ ଓଡ଼ିଶା ଅଭିଯାନ ମଧ୍ୟରେ ଗଜପତି ପୋଲିସକୁ ଏକ ବଡ଼ ସଫଳତା ମିଳିଛି। ଜିଲାର ଆର୍. ଉଦୟଗିରି ଥାନା…
IPL ୨୦୨୬: ଲକ୍ଷ୍ନୌକୁ ଲଗାତାର ୫ମ ଥର ପାଇଁ ହରାଇଲା ଦିଲ୍ଲୀ କ୍ୟାପିଟାଲ୍ସ; ଦଳକୁ ଦମ୍ଦାର ବିଜୟ ଦେଲେ ସମୀର ରିଜଭୀ…
ଲକ୍ଷ୍ନୌ, ୧ା୪: ଆଇପିଏଲ ୨୦୨୬ରେ ଦିଲ୍ଲୀ କ୍ୟାପିଟାଲ୍ସ ବିଜୟ ଅଭିଯାନ ଆରମ୍ଭ କରିଛି। ଲକ୍ଷ୍ନୌ ସୁପର ଜାଏଣ୍ଟସ (LSG) ବିପକ୍ଷ ମ୍ୟାଚରେ ଦିଲ୍ଲୀ ୧୪୨ ରନର ଲକ୍ଷ୍ୟକୁ…
ରାସାୟନିକ ଦୁର୍ଘଟଣା ରୋକିବାରେ ‘ଗ୍ରାସିମ୍’ ତୁଲାଉଛି ଗୁରୁଦାୟିତ୍ୱ, ଜନସାଧାରଣଙ୍କ ମଧ୍ୟରେ…
ଗଞ୍ଜାମ,୧ା୪(ଅନାଥ ତରାଇ/ବିଦ୍ୟାଧର ସାହୁ)- ପରିବେଶ ସୁରକ୍ଷା ଏବଂ ଜନସାଧାରଣଙ୍କ ନିରାପତ୍ତା ପ୍ରତି ନିଜର ପ୍ରତିବଦ୍ଧତା ପ୍ରଦର୍ଶନ କରି ପୁଣିଥରେ ଚର୍ଚ୍ଚାରେ ଗ୍ରାସିମ୍ ଇଣ୍ଡଷ୍ଟ୍ରିଜ୍। ମଙ୍ଗଳବାର ଅପରାହ୍ନ ପ୍ରାୟ…
ଥୁଆମୂଳ ରାମପୁରରେ ମା’ ଠାକୁରାଣୀଙ୍କ ଚୈତ୍ର ଘଣ୍ଟଯାତ୍ରା ସମ୍ପନ୍ନ: ଭକ୍ତିମୟ ପରିବେଶରେ ନିଜ ଆସ୍ଥାନକୁ ଫେରିଲେ ମା’
ଥୁଆମୂଳ ରାମପୁର,୧।୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ମୁଖ୍ୟାଳୟରେ ଅତି ଆଡ଼ମ୍ବର ସହକାରେ ଅନୁଷ୍ଠିତ ହେଉଥିବା ମା’ ଠାକୁରାଣୀଙ୍କ ପବିତ୍ର ଚୈତ୍ର ଘଣ୍ଟଯାତ୍ରା…
ବଲାଙ୍ଗୀରରେ ଓଡ଼ିଶା ଦିବସ ପାଳନକୁ ବିରୋଧ: ସଂସ୍କୃତି ଭବନରେ କୋଶଲ ସମର୍ଥକଙ୍କ ହଙ୍ଗାମା, ୮ ଅଟକ
ବଲାଙ୍ଗୀର,୧।୪(ସୁନିଲ କୁମାର ମହାନ୍ତି): ଆଜି ସମଗ୍ର ରାଜ୍ୟରେ ଓଡ଼ିଶା ଦିବସ ବା ଉତ୍କଳ ଦିବସ ପାଳିତ ହେଉଥିବା ବେଳେ ବଲାଙ୍ଗୀରରେ ଏହାକୁ ନେଇ ଅଭାବନୀୟ ପରିସ୍ଥିତି ସୃଷ୍ଟି…
ଲଜ୍ଜା: ୧୩ ବର୍ଷର ନାବାଳିକାଙ୍କୁ ଗର୍ଭବତୀ କଲେ ଦୁଇ ସନ୍ତାନର ବାପା, ଅଭିଯୁକ୍ତଙ୍କୁ ପୋଲିସ ବାନ୍ଧି…
ପାତ୍ରପୁର, ୧।୪ (ଉମା ଚରଣ ନେପାକ): ବ୍ରହ୍ମପୁର ପୋଲିସ ଜିଲା ଅନ୍ତର୍ଗତ ଜରଡ଼ା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଆଙ୍କୁଲି ପଞ୍ଚାୟତର ଜଣେ ୧୩…
ମହିଳା ଚଲାଉଥିଲେ ନିଶା କାରବାର: ମାଡ଼ି ବସିଲା ପୋଲିସ, ୬ ଲକ୍ଷରୁ ଅଧିକ ଟଙ୍କା ସହ…
ବରଗଡ଼,୧।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ବଢ଼ୁଥିବା ନିଶା କାରବାରକୁ ରୋକିବା ପାଇଁ ପୋଲିସ ନିଜର ଅଭିଯାନକୁ ଜୋରଦାର କରିଛି। ଏହି କ୍ରମରେ ଭଟଲି ଥାନା ପୋଲିସ ବୁଧବାର…
Archives

