ପ୍ରସ୍ଫୁଟିତ ହେଉନି ଚିତ୍ରକଳା ପ୍ରତିଭା

ଆଠମଲ୍ଲିକ,୪ା୧୧ (ଉଦୀପ୍ତ ପୁରୋହିତ): ଚିତ୍ରକଳାରେ ଚମତ୍କାରିତା ପାଇଁ ଅନ୍ତର୍ଜାତୀୟ ସ୍ତରରେ ପରିଚିତ ସହ ଆଠମଲ୍ଲିକକୁ ଗୌରବାନ୍ବିତ କରିଛନ୍ତି ସୁନାମଧନ୍ୟ ଚିତ୍ରଶିଳ୍ପୀ ପି.କେ. ମହାନନ୍ଦିଆ। ହେଲେ ସେହି ଆଠମଲ୍ଲିକ ମାଟିରେ ଆଉ ଚିତ୍ରକଳାକୁ ମିଳୁନି ଉପଯୁକ୍ତ ପ୍ରୋତ୍ସାହନ। ପ୍ରସ୍ଫୁଟିତ ହେଉନି ପିଲାଙ୍କ ମଧ୍ୟରେ ଥିବା ଏହି ପ୍ରତିଭା। କାରଣ ଦୀର୍ଘବର୍ଷ ହେଲା ଅନୁଗୋଳ ଜିଲା ଆଠମଲ୍ଲିକ ବ୍ଲକର କୌଣସି ସ୍କୁଲରେ ନାହାନ୍ତି ଡ୍ରଇଂ ଶିକ୍ଷକ। ଉଚ୍ଚପ୍ରାଥମିକ ଓ ହାଇସ୍କୁଲଗୁଡ଼ିକରେ ଛାତ୍ରୀଛାତ୍ରଙ୍କ ନିମନ୍ତେ ଡ୍ରଇଂ କ୍ଲାସ ରଖାଯାଉଥିଲେ ମଧ୍ୟ ଏହି ଶିକ୍ଷା ଦେବାକୁ ନାହାନ୍ତି ଶିକ୍ଷକ। ଏ ନେଇ ଅଭିଭାବକ ଓ ଶିକ୍ଷାବିତ୍‌ମାନଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ସୃଷ୍ଟି ହୋଇଛି।
ଅନୁଗୋଳ ଜିଲା ଆଠମଲ୍ଲିକ ବ୍ଲକରେ ରହିଛି ମୋଟ୍‌ ୨୧୫ ସ୍କୁଲ। ସେଥିରୁ ୧୧ଟି ସରକାରୀ ଓ ୧୫ଟି ବ୍ଲକ ଗ୍ରାଣ୍ଟ ଉଚ୍ଚ ବିଦ୍ୟାଳୟ। ସେହିପରି ୮୦ଟି ଉଚ୍ଚ ପ୍ରାଥମିକ ସହ ୧୦୯ ପ୍ରାଥମିକ ସ୍କୁଲ ଅଛି। ଏଥିରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ୧୪ ହଜାର ୬୩୪ ଛାତ୍ରୀଛାତ୍ର ଓ ନବମରୁ ଦଶମ ଶ୍ରେଣୀରେ ୩୯୬୯ ଛାତ୍ରୀଛାତ୍ର ଅଧ୍ୟୟନ କରୁଛନ୍ତି। ସରକାରୀ ବ୍ୟବସ୍ଥା ଅନୁଯାୟୀ ହାଇସ୍କୁଲ ଓ ଉଚ୍ଚ ପ୍ରାଥମିକ ସ୍କୁଲଗୁଡ଼ିକରେ ଡ୍ରଇଂ ଶିକ୍ଷକ ନିଯୁକ୍ତି ଦିଆଯିବା କଥା। ମାତ୍ର ବ୍ଲକର କୌଣସି ଗୋଟିଏ ହେଲେ ବି ସ୍କୁଲରେ ଏହି ଶିକ୍ଷା ଦେବାକୁ ଶିକ୍ଷକ ନାହାନ୍ତି। କେବଳ ଠାକୁରଗଡ ଉଚ୍ଚ ପ୍ରାଥମିକ ସ୍କୁଲରେ ଜଣେ ପାର୍ଟ ଟାଇମ୍‌ ଇନ୍‌ଷ୍ଟ୍ରକ୍ଟର ଅଛନ୍ତି। ଏ ନେଇ ବାରମ୍ବାର ଅଭିଭାବକ ମହଲରେ ଦାବି ହେଉଥିଲେ ମଧ୍ୟ ସରକାର ଯେପରି ଡ୍ରଇଂ ଶିକ୍ଷକ ନିଯୁକ୍ତି ବ୍ୟବସ୍ଥାକୁ ପାସୋରି ଦେଇଛନ୍ତି। ଅଭିଭାବକ ଓ ଶିକ୍ଷାବିତ୍‌ମାନେ କହିଛନ୍ତି, ସ୍କୁଲରେ ଚିତ୍ରକଳା ଶିକ୍ଷା ଦେବା ନେଇ ସରକାରଙ୍କ ପକ୍ଷରୁ କୌଣସି ଯୋଜନା ଥିବା ଭଳି ଆଉ ମନେହେଉନାହିଁ। ଦୀର୍ଘବର୍ଷ ହେଲା ଏ ଦିଗରେ ନା’ ତତ୍ପରତା ଅଛି ନା’ କିଛି ପଦକ୍ଷେପ ନିଆଯାଉଛି। ସ୍କୁଲରେ ପିଲାଙ୍କ ପାଇଁ ଡ୍ରଇଂ କ୍ଲାସ ରଖାଯାଉଥିବା ବେଳେ ଶିକ୍ଷକ ନିଯୁକ୍ତ କରା ନ ଯିବା ଅତ୍ୟନ୍ତ ଆଶ୍ଚର୍ଯ୍ୟଜନକ। ବିନା ଶିକ୍ଷକରେ ଏହି ଶିକ୍ଷା କିପରି ପିଲା ପାଇବେ ତାହା ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରୁଛି। ଯେଉଁ ଛାତ୍ରୀଛାତ୍ରଙ୍କ ଭିତରେ ଏହି ପ୍ରତିଭା ରହିଛି, ତାହାର ପରିପ୍ରକାଶ ନିମନ୍ତେ ସରକାରଙ୍କ ପକ୍ଷରୁ ବ୍ୟବସ୍ଥା କରାଯାଉ ନାହିଁ। ଫଳରେ ସ୍କୁଲଗୁଡ଼ିକରେ ଡ୍ରଇଂ କ୍ଲାସ ପ୍ରାୟତଃ ବନ୍ଦ ହେବା ଉପରେ। ଶିକ୍ଷାନୁଷ୍ଠାନରେ ଚିତ୍ରକଳା ଶିକ୍ଷା ପ୍ରତି ସରକାର ଏପରି ବିମୁଖ ଭାବ ଦେଖାଉଥିବାବେଳେ ଶିଶୁ ମହୋତ୍ସବ ’ସୁରଭି’ କାର୍ଯ୍ୟକ୍ରମରେ ଚିତ୍ରକଳା ପ୍ରତିଯୋଗିତା ଓ ପୁରସ୍କାର ବ୍ୟବସ୍ଥା ରଖାଯିବା ସହ ବଡ଼ ବଡ଼ ଭାଷଣ ଦିଆଯାଉଛି। ଓଡ଼ିଶାର କଳା, ଭାସ୍କର୍ଯ୍ୟ ଓ ପରମ୍ପରାକୁ ଉଚ୍ଚ ପ୍ରଶଂସା କରାଯିବା ସହ ଏହାକୁ ଆଗାମୀ ଦିନରେ ଅକ୍ଷୁଣ୍ଣ ରଖିବାକୁ ଛାତ୍ରୀଛାତ୍ରଙ୍କୁ ପରାମର୍ଶ ଦିଆଯାଉଛି। ହେଲେ ବିନା ଗୁରୁ ଓ ପ୍ରୋତ୍ସାହନରେ ଏହି ଶିକ୍ଷା କିପରି ଛାତ୍ରୀଛାତ୍ରମାନେ ପାଇପାରିବେ ତାହା ଚକିତ କରୁଛି। ତୁରନ୍ତ ରାଜ୍ୟ ସରକାର ଆଠମଲ୍ଲିକର ସମସ୍ତ ଶିକ୍ଷାନୁଷ୍ଠାନରେ ଡ୍ରଇଂ ଶିକ୍ଷକ ନିଯୁକ୍ତ କରିବାକୁ ସାଧାରଣରେ ଦାବି ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?