କୃତ୍ରିମ ରକ୍ତ

୧୬୧୬ ମସିହାରେ ୱିଲିୟମ ହାର୍ଭିଙ୍କ ଦ୍ୱାରା ରକ୍ତ ସଞ୍ଚାଳନ ପଥ ଆବିଷ୍କାର ହେବା ପରେ ଅନେକ ଗବେଷକ ଏବଂ ଡାକ୍ତର-ବୈଜ୍ଞiନିକମାନେ ବିଭିନ୍ନ ତରଳ ପଦାର୍ଥ ଯଥା ବିୟର, ପରିସ୍ରା, କ୍ଷୀର, ପଶୁ ରକ୍ତ ଏବଂ ଅଫିମ ଦ୍ୱାରା ରକ୍ତ ବଦଳାଇବାକୁ ଚିନ୍ତା କରିବା ଆରମ୍ଭ କଲେ। ପୂର୍ବରୁ ପର୍‌ଫ୍ଲୋରୋକାର୍ବନ ନାମକ ଏକ ପଦାର୍ଥ ଯାହାକି ରେଫ୍ରିଜରେଣ୍ଟ ଏବଂ ଅଗ୍ନି ନିର୍ବାପକ ଯନ୍ତ୍ରରେ ବ୍ୟବହୃତ ହୁଏ, କୃତ୍ରିମ ରକ୍ତ ହିସାବରେ ବ୍ୟବହାର କରିବାକୁ ଚେଷ୍ଟା କରାଯାଇଥିଲା। ସର୍ଜିକାଲ ବ୍ୟବହାର ପାଇଁ ୧୯୮୯ରେ ଆମେରିକାର ଖାଦ୍ୟ ଏବଂ ଔଷଧ ପ୍ରଶାସନ (ଏଫ୍‌ଡିଏ) ଦ୍ୱାରା ଏହିପରି ଏକ ବିକଳ୍ପ ଅନୁମୋଦିତ ହୋଇଥିଲା। ହେଲେ ଏହାର ଉତ୍ପାଦନରେ ଜଡ଼ିତ ଜଟିଳତା ଏବଂ ବିଭିନ୍ନ ପାର୍ଶ୍ୱ ପ୍ରତିକ୍ରିୟା ଯୋଗୁ ଏହାର ପ୍ରତ୍ୟାହାର କରାଯାଇଥିଲା। ରକ୍ତ ଅନୁକରଣ କରିବା ଏକ ଚ୍ୟାଲେଞ୍ଜ, କାରଣ ଏହା ମୁକ୍ତ ଅଣୁ ଏବଂ କୋଷଗୁଡ଼ିକର ଏକ ଜଟିଳ ମିଶ୍ରଣ।
ଅଧାରୁ ଅଧିକ ରକ୍ତ ପ୍ଲାଜମା, ପ୍ରୋଟିନ, ଜଳ ଏବଂ ରାସାୟନିକ ଲବଣକୁ ନେଇ ଏକ ହଳଦିଆ ରଙ୍ଗର ତରଳ ତତ୍ତ୍ୱ ଗଠିତ। ଅବଶିଷ୍ଟ ଅଂଶରେ ସେଲ୍ୟୁଲାର୍‌ ଉପାଦାନଗୁଡ଼ିକ ରହିଥାଏ ଯଥା, ପ୍ଲେଟ୍‌ଲେଟ୍‌, ଧଳା ରକ୍ତକଣିକା ଏବଂ ଲାଲ ରକ୍ତକଣିକା। ପ୍ଲେଟ୍‌ଲେଟ୍‌ କ୍ଷତଗୁଡ଼ିକ ଜମାଟ ବାନ୍ଧିବା ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଧଳା ରକ୍ତକଣିକା ସଂକ୍ରମଣ ସହିତ ଲଢ଼େଇ କରିବାରେ ସାହାଯ୍ୟ କରେ ଏବଂ ହିମୋଗ୍ଲୋବିନ ଧାରଣ କରିଥିବା ଲାଲ୍‌ ରକ୍ତକଣିକା ରକ୍ତକୁ ଏହାର ଲାଲ୍‌ ରଙ୍ଗ ଦେଇଥାଏ ଏବଂ ଅମ୍ଳଜାନ ପରିବହନ କରିଥାଏ। ଏକ ଲାଲ୍‌ ରକ୍ତକଣିକା ଭିତରେ ପ୍ରାୟ ୨୬୦ ନିୟୁତ ହିମୋଗ୍ଲୋବିନ ଅଣୁ ଅଛି। ହିମୋଗ୍ଲୋବିନ ହେଉଛି ଏକ ଗ୍ଲୋବୁଲାର ପ୍ରୋଟିନ୍‌। ଏହା ଏକ ଜଟିଳ ଅଣୁ, ଯାହା ଟିସୁ ଏବଂ ରକ୍ତବାହୀ ପାଇଁ ବିଷାକ୍ତ ହୋଇପାରେ, କାରଣ ଏହା ଅମ୍ଳଜାନ ବହନ କରିଥାଏ, ଯାହା ନିଜେ ଏକ ଅକ୍ସିଡାଇଜ ଏଜେଣ୍ଟ ଅଟେ ଏବଂ ଠିକ୍‌ ଭାବରେ ପରିଚାଳିତ ନ ହେଲେ କ୍ଷତି ଘଟାଇପାରେ (ବାୟୁ ସଂସ୍ପର୍ଶରେ ଆସିବା ସମୟରେ କଟା ଆପଲ ଖଣ୍ଡ ବାଦାମୀ ହୋଇଯାଏ)। ତେଣୁ କୃତ୍ରିମ ରକ୍ତ ବଦଳାଇବାରେ ପ୍ରାଥମିକ ଆହ୍ବାନ ହେଉଛି ହିମୋଗ୍ଲୋବିନର ଅମ୍ଳଜାନ ବହନ କ୍ଷମତାକୁ ନକଲ କରିବା। ବୈଜ୍ଞାନିକମାନେ ଏହି ଅନୁକରଣ କରୁଥିବା ଅଣୁଗୁଡ଼ିକୁ ହିମୋଗ୍ଲୋବିନ ଆଧାରିତ ଅମ୍ଳଜାନ ବାହକ (ଏଚ୍‌ବିଓସି) ଭାବରେ ସୂଚିତ କରନ୍ତି। ଏହାକୁ ଫଳପ୍ରଦ ଭାବରେ ଅନୁକରଣ କରିବା ପାଇଁ ଏହି ଅଣୁଗୁଡ଼ିକ ଏକ ବାହ୍ୟ ଖୋଳ ଆବଶ୍ୟକ କରନ୍ତି, ଯାହା ରକ୍ତବାହୀ ଏବଂ ଟିସୁକୁ ସୁରକ୍ଷା ଦେଇଥାଏ।
ଆଜି ପର୍ଯ୍ୟନ୍ତ ସବୁଠାରୁ ସଫଳ ଖୋଳବିହୀନ ଏଚ୍‌ବିଓସି ହେଉଛି ହେମୋପିଓର୍‌, ଯାହାକି ୧୯୯୦ ଦଶକରେ ବିକଶିତ ହୋଇଥିଲା। ଏହା ଗାଈର ଲାଲ୍‌ ରକ୍ତକଣିକାରୁ ଉତ୍ପନ୍ନ। ଏଥିପାଇଁ ଗାଈର ଲାଲ୍‌ ରକ୍ତକଣିକାରୁ ହିମୋଗ୍ଲୋବିନ ବାହାର କରାଯାଏ, ପାଥୋଜେନ ଅପସାରଣ ପାଇଁ ଶୁଦ୍ଧ କରାଯାଏ ଏବଂ ଟେଟ୍ରାମର୍‌ ରାସାୟନିକ ଭାବରେ ବନ୍ଧା ହୁଏ। ୨୦୦୧ ମସିହାରୁ ଆଫ୍ରିକାରେ ମାନବ ବ୍ୟବହାର ପାଇଁ ହେମୋପିଓର୍‌କୁ ଅନୁମୋଦନ କରାଯାଇଛି, ବିଶେଷତଃ ଯେଉଁଠାରେ ଏଚ୍‌ଆଇଭି / ଏଡ୍‌ସ ପରି ଅବସ୍ଥା ହେତୁ ପାରମ୍ପରିକ ରକ୍ତଦାନ ଅଧିକ ବିପଦ ସୃଷ୍ଟି କରିଥାଏ। ଧାର୍ମିକ କାରଣରୁ ରକ୍ତଦାନକୁ ମନା କରୁଥିବା କିମ୍ବା ବାରମ୍ବାର ଟ୍ରାନ୍ସଫ୍ୟୁଜନରେ ପ୍ରତିକ୍ରିୟା କରୁଥିବା ରୋଗୀମାନଙ୍କ ପାଇଁ ଏହା ଏକ ଗୁରୁତ୍ୱପୂର୍ଣ୍ଣ ବିକଳ୍ପ ହୋଇଛି। (କ୍ରମଶଃ…)

ଡ. ସ୍ନିଗ୍ଧା ପଣ୍ଡା
-କଲ୍ୟାଣୀ, ନଦିଆ, ପଶ୍ଚିମବଙ୍ଗ
ମୋ: ୮୨୪୦୫୦୬୬୦୫


Enter your email to get our daily news in your inbox.

All Right Reserved By Dharitri.Com

ଭାଜପା ନେତାଙ୍କୁ ଛୁରି ଭୁସି ହତ୍ୟା, ରକ୍ତ ଜୁଡୁବୁଡୁ ଅବସ୍ଥାରେ…

ଭବାନୀପାଟଣା,୫।୮(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଏମ. ରାମପୁର ଥାନା ଡମକର୍ଲାଖୁଣ୍ଟାର ସରପଞ୍ଚ ସ୍ନିଗ୍ଧା ରଣାଙ୍କ ସ୍ୱାମୀ ତଥା ଭାଜପା ନେତା ଫକୀର ରଣାଙ୍କୁ ବୁଧବାର ସନ୍ଧ୍ୟାରେ…

ଉଠୁନି ଚାଉଳ.. ଏବେଠୁ ଧାନ ବିକ୍ରି ଚିନ୍ତା, ଲୋକ ସଭାରେ ପ୍ରଶ୍ନ ଉଠାଇଲେ ବରଗଡ଼ ଏମପି

ବରଗଡ଼,୫।୮(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ଖରିଫ୍‌ ଚାଷ କାର୍ଯ ଜାରି ରହିଛି । ଆଉ ଅଢ଼େଇ ମାସରୁ ୩ମାସ ମଧ୍ୟରେ ଧାନ ଅମଳ ହେବ ଏବଂ ଏହାପରେ…

ବିନା ଲାଇସେନ୍ସରେ ବିକ୍ରି ହେଉଥିଲା ବିଦେଶୀ ମଦ, ଫାଷ୍ଟଫୁଡ୍ ଦୋକାନରେ ଚଢ଼ାଉ କରି ଧରିଲା ପୋଲିସ

ଦିଗପହଣ୍ଡି,୫।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଖଲିଙ୍ଗି ଗ୍ରାମ ଛକରେ ଥିବା ସମୀର ରାଉତଙ୍କ ଫାଷ୍ଟଫୁଡ୍ ଦୋକାନରୁ ୫୮ ବୋତଲ ବିଦେଶୀ ମଦ ଜବତ…

ଜଗପାଡୁ ବଡବନ୍ଧର ପୁନରୁଦ୍ଧାର ପାଇଁ ଅଣ୍ଟା ଭିଡିଲେ ବିଧାୟକ ରୂପେଶ, ସ୍ଥିତି ସମୀକ୍ଷା ପରେ….

ପାରଳାଖେମୁଣ୍ଡି,୫।୮(ଗିରିଧାରୀ ପରିଚ୍ଛା): ଗଜପତି ଜିଲାର ଗୁମ୍ମା ବ୍ଲକ ଅନ୍ତର୍ଗତ ଜଗପାଡୁ ଗ୍ରାମର ବହୁ ପୁରୁଣା ବଡବନ୍ଧ (ପୋଖରୀ)ର ସ୍ଥିତି ସମୀକ୍ଷା କରିଛନ୍ତି ସ୍ଥାନୀୟ ବିଧାୟକ ରୂପେଶ ପାଣିଗ୍ରାହୀ।…

୪୦ ହେକ୍ଟର ଜମିରେ ଲାଗିବ ଅଏଲ ପାମ୍‌ ବୃକ୍ଷ, କନ୍ଧମାଳରେ ୨ ବର୍ଷ ହେଲା…

ଦାରିଙ୍ଗବାଡ଼ି,୫ା୮(ଅରୁଣ ସାହୁ): ଦେଶରେ ଖାଇବା ତେଲର ଚାହିଦା ରହିଛି। ତେବେ ଖାଇବା ତେଲକୁ ଅନେକ ସମୟରେ ବାହାର ଦେଶରୁ ଆମଦାନୀ କରାଯାଉଛି। ଦେଶରେ ଚାହିଦା ରହିଥିଲେ ମଧ୍ୟ…

‘ଶିକ୍ଷାକ୍ଷେତ୍ରରେ ST-SC ଶିକ୍ଷକ ସଂଘର ସଭାପତି ବିଶ୍ୱନାଥଙ୍କ ଅବଦାନ ଅତୁଳନୀୟ’

କଲ୍ୟାଣସିଂହପୁର,୫ା୮(ଦୀପକ କୁମାର ପରିଡ଼ା): ରାୟଗଡ଼ା ଜିଲା କଲ୍ୟାଣସିଂହପୁର ବ୍ଲକ ST, SC ଶିକ୍ଷକ ସଂଘର ସଭାପତି ସ୍ବର୍ଗତ ବିଶ୍ୱନାଥ କାଡ୍ରାକାଙ୍କ ଦ୍ୱାଦଶାହ କାର୍ଯ୍ୟକ୍ରମ ଶିରିପୁରସ୍ଥିତ ତାଙ୍କ ବାସଭବନରେ…

୨୨ ବର୍ଷ ପରେ ଜେଲ୍‌ରୁ ମୁକୁଳିଲେ ଆଜୀବନ କଏଦୀ ଅର୍ଜୁନ ଜାନି

କୋରାପୁଟ,୫ା୮(ଅମିତାଭ ବେହେରା): ସର୍ବୋଚ୍ଚ ନ୍ୟାୟାଳୟଙ୍କ ନିଷ୍ପତ୍ତି କ୍ରମେ ୨୦୦୪ରେ ଏକ ହତ୍ୟା ମାମଲାରେ ଦୋଷୀ ସାବ୍ୟସ୍ତ ହୋଇ ଦୀର୍ଘ ୨୨ ବର୍ଷର କାରାଦଣ୍ଡ ଭୋଗିବା ପରେ ନବରଙ୍ଗପୁର…

ଭାଜପା ଏମପିଙ୍କୁ ବଡ଼ ପରାମର୍ଶ ଦେଲେ ମୋଦି, ବର୍ତ୍ତମାନ ଉପରେ ଫୋକସ୍…

ନୂଆଦିଲ୍ଲୀ,୫।୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବୁଧବାର ରାଜ୍ୟ ସଭାକୁ ନିର୍ବାଚିତ ହୋଇଥିବା ଭାରତୀୟ ଜନତା ପାର୍ଟି (ଭାଜପା)ର ୩୭ ଜଣ ନୂଆ ଏମପିଙ୍କ ବୈଠକ କରିଥିଲେ ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri