କଳାକୃତି ଗ୍ରାମକୁ ଅଧିକ ଆକର୍ଷଣୀୟ କର

ଢେଙ୍କାନାଳ ଅଫିସ,୧୩ା୧୨: କେନ୍ଦ୍ରୀୟ ପ୍ରଭାରୀ ଅଧିକାରୀ ତଥା ସଂସ୍କୃତି ମନ୍ତ୍ରାଳୟର ସଚିବ ରଞ୍ଜନା ଚୋପ୍ରା ନୀତି ଆୟୋଗ ଦ୍ୱାରା ୨୦୧୮ ମସିହାରୁ କାର୍ଯ୍ୟକାରୀ ହେଉଥିବା ଆକାଂକ୍ଷା ଜିଲା ଢେଙ୍କାନାଳକୁ ସୋମବାର ଗସ୍ତରେ ଆସି ବିଭିନ୍ନ କାର୍ଯ୍ୟକ୍ରମର ସମୀକ୍ଷା କରିଥିଲେ। ମଧ୍ୟାହ୍ନରେ ଜିଲା ପରିଷଦ ସମ୍ମିଳନୀ କକ୍ଷଠାରେ ଅନୁଷ୍ଠିତ ସମୀକ୍ଷା ବୈଠକରେ ସେ ଆକାଂକ୍ଷା ଜିଲା ଅନ୍ତର୍ଗତ କାର୍ଯ୍ୟକ୍ରମର ମମତା ଯୋଜନାରେ ଗର୍ଭବତୀ ମହିଳା ଓ ଶିଶୁମାନଙ୍କ ସ୍ବାସ୍ଥ୍ୟ ପରୀକ୍ଷା, ପୁଷ୍ଟି ସାଧନ, ଯକ୍ଷ୍ମା ନିରାକରଣ, ପଶୁପାଳନ ଓ ସେମାନଙ୍କ ଆବଶ୍ୟକ ଚିକିତ୍ସା ବ୍ୟବସ୍ଥା, ବିଦ୍ୟାଳୟଗୁଡ଼ିକରେ ଶୌଚାଳୟ, ପାନୀୟଜଳ ଓ ବିଦ୍ୟୁତ୍‌ ଯୋଗାଣ ବ୍ୟବସ୍ଥା, କ୍ଷୁଦ୍ର ଜଳସେଚନ, ମୃତ୍ତିକା ପରୀକ୍ଷା ଓ ସଂରକ୍ଷଣ, ଫଳ ଓ ପନିପରିବା ଚାଷ, ପ୍ରଧାନମନ୍ତ୍ରୀ ଫସଲବୀମା ଯୋଜନାର କାର୍ଯ୍ୟକାରିତା, ଗ୍ରାମ ପଞ୍ଚାୟତରେ ଇଣ୍ଟରନେଟ ବ୍ୟବସ୍ଥା ଏବଂ ସ୍ଥାୟୀ ରାସ୍ତା ନିର୍ମାଣ ଆଦିର ସମୀକ୍ଷା କରିଥିଲେ। ରାଜ୍ୟର ୧୦ଟି ଆକାଂକ୍ଷା ଜିଲା ମଧ୍ୟରୁ ଢେଙ୍କାନାଳ ତୃତୀୟ ସ୍ଥାନ ଅଧିକାର କରିଥିବା କେନ୍ଦ୍ରୀୟ ପ୍ରଭାରୀ କହିଥିଲେ। ଏହି ବୈଠକରେ ଅଧ୍ୟକ୍ଷତା କରି ଜିଲାପାଳ ସରୋଜ କୁମାର ସେଠୀ, ଜିଲାରେ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ଉନ୍ନୟନମୂଳକ ଯୋଜନା, ଅପହଞ୍ଚ ଅଞ୍ଚଳକୁ ଯୋଗାଯୋଗ ନିମନ୍ତେ ସୁଗମ କାର୍ଯ୍ୟକ୍ରମ, ଜନସାଧାରଣଙ୍କ ସମସ୍ୟା ଦୂର ନିମନ୍ତେ ସମାଧାନ କାର୍ଯ୍ୟକ୍ରମ, ସାକ୍ଷରତା ବୃଦ୍ଧି ପାଇଁ ଇଚ୍‌ ୱାନ୍‌ ଟିଚ୍‌ ୱାନ୍‌ କାର୍ଯ୍ୟକ୍ରମ, ବିଭିନ୍ନ ଭତ୍ତା ପ୍ରଦାନ ନିମନ୍ତେ ଭରସା ଯୋଜନା, ବାଲ୍ୟ ବିବାହ ରୋକିବା, ଶିଶୁ ଶ୍ରମିକ ଉଚ୍ଛେଦ, ପ୍ରତି ପଞ୍ଚାୟତରେ ତିଆରି ହେଉଥିବା ପ୍ରଶସ୍ତ ମାଟିରାସ୍ତା, ମଡେଲ ପୋଖରୀ, ରୁରାଲ ପାର୍କ, ଖେଳ ପଡିଆ ଆଦି ସମ୍ପର୍କରେ କେନ୍ଦ୍ରୀୟ ପ୍ରଭାରୀଙ୍କୁ ଅବଗତ କରାଇଥିଲେ। କେନ୍ଦ୍ରୀୟ ପ୍ରଭାରୀ ସଦର ବ୍ଲକ ସପ୍ତଶଯ୍ୟା ପଞ୍ଚାୟତର ସଦେଇବେରେଣୀ ନବଜୀବନପୁର କଳାକୃତି ଗ୍ରାମ ପରିଦର୍ଶନ କରି ଏହାକୁ ଯଥାଶୀଘ୍ର କାର୍ଯ୍ୟକାରୀ କରି ପର୍ଯ୍ୟଟକମାନଙ୍କୁ ଆକୃଷ୍ଟ କରିବା ପାଇଁ ପରାମର୍ଶ ଦେଇଥିଲେ। ଏଥିପୂର୍ବରୁ ପୂର୍ବାହ୍ନରେ କେନ୍ଦ୍ରୀୟ ପ୍ରଭାରୀ ଢେଙ୍କାନାଳ ସହରସ୍ଥିତ ବ୍ରଜନାଥ ବଡଜେନା ଶତାୟୁ ଶିକ୍ଷାନୁଷ୍ଠାନ ପରିଦର୍ଶନ କରି ସ୍ମାର୍ଟକ୍ଲାସ ଏବଂ ବନ ବିଦ୍ୟାଳୟରେ ହେଉଥିବା ପାଠପଢା ଦେଖି ସନ୍ତୋଷବ୍ୟକ୍ତ କରିଥିଲେ। ଶିକ୍ଷା ବିଭାଗର ବିଭିନ୍ନ କାର୍ଯ୍ୟକ୍ରମ ସମ୍ପର୍କରେ ଜିଲା ଶିକ୍ଷା ଅଧିକାରୀ ନିବେଦିତା ପାଣି, ପ୍ରଧାନ ଶିକ୍ଷୟିତ୍ରୀ ବ୍ରହ୍ମୋତ୍ରୀ ବିଶ୍ୱାଳ ଏବଂ ପିଲାମାନଙ୍କ ସହିତ ଆଲୋଚନା କରିଥିଲେ। ପରେ ପୌରାଞ୍ଚଳର କାଠଗଡା ଆନନ୍ଦନଗରଠାରେ ସ୍ବାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ର ବୁଲି ଦେଖିବା ସହିତ ଜିଲା ମୁଖ୍ୟ ଚିକିତ୍ସାଧିକାରୀ ଡା. ଅଶୋକ କୁମାର ଦାଶ, ସ୍ବାସ୍ଥ୍ୟ ମିଶନ ପରିଚାଳିକା ସୋନାଲି ପ୍ରିୟଦର୍ଶିନୀଙ୍କ ସହିତ ସ୍ବାସ୍ଥ୍ୟକେନ୍ଦ୍ରର କାର୍ଯ୍ୟକାରିତା ସମ୍ପର୍କରେ ଆଲୋଚନା କରିଥିଲେ। କେନ୍ଦ୍ରୀୟ ପ୍ରଭାରୀଙ୍କ ଏହି ପରିଦର୍ଶନ ସମୟରେ ଜିଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ତନ୍ମୟ କୁମାର ଦରୱାନ, ଯୋଜନା ଓ ପରିସଂଖ୍ୟାନ ବିଭାଗ ଉପନିର୍ଦ୍ଦେଶକ ସରୋଜ କୁମାର ସେଠୀ ଓ ବିଭାଗୀୟ ଅଧିକାରୀମାନେ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଶୈଳଶ୍ରୀକ୍ଷେତ୍ର ବାହୁଡ଼ିଲେ ମହାବାହୁ: ଆଜି ରଥ ଉପରେ ସୁନାବେଶ

ଅନୁଗୋଳ ଅଫିସ, ୧୩।୭ – ଶ୍ରୀଗୁଣ୍ଡିଚା ମନ୍ଦିର ଆଡ଼ପ ମଣ୍ଡପରେ ୯ ଦିନର ଲୀଳାଖେଳ ଶେଷ କରି ଶୈଳଶ୍ରୀକ୍ଷେତ୍ର ବାହୁଡ଼ି ଆସିଛନ୍ତି ମହାବାହୁ। ନିର୍ଦ୍ଧାରିତ ସମୟ...

ରାତିଅଧରେ ଟ୍ରକ୍‌ରୁ ନେଇଗଲେ ଡିଜେଲ

ଗଞ୍ଜାମ,୧୫।୧(ଡି.ଏନ୍‌.ଏ.): ଗଞ୍ଜାମ ଥାନା ୧୬ ନଂ ଜାତୀୟ ରାଜପଥ ପୁଇଁତୋଳା ଛକରୁ ଦୁଇଟି ଟ୍ରକରୁ କେହି ଦୁର୍ବୃତ୍ତ ପ୍ରାୟ ୭୦୦ ଲିଟରରୁ ଊର୍ଦ୍ଧ୍ୱ ଡିଜେଲ ଲୁଟି...

‘ପଲ୍ଲିଶ୍ରୀ ମେଳା ଓ ଏକ୍ସପୋ ଓଡ଼ିଶା’ ଉଦ୍‌ଘାଟିତ

ବାଲେଶ୍ୱର ଅଫିସ, ୨୫।୧୨-ବାଲେଶ୍ୱର ଆଇଟିଆଇ ପଡ଼ିଆରେ ଜାତୀୟସ୍ତରୀୟ ଶିଳ୍ପ ଏବଂ ବାଣିଜ୍ୟ ମେଳା ‘ପଲ୍ଲିଶ୍ରୀ ମେଳା ଓ ଏକ୍ସପୋ ଓଡ଼ିଶା’ ମଙ୍ଗଳବାର ସନ୍ଧ୍ୟାରେ କେନ୍ଦ୍ର ଅଣୁ,...

ଏମାର ମଠ ଟ୍ରଷ୍ଟ ବୋର୍ଡକୁ ଅନୁମୋଦନ

ପୁରୀ ଅଫିସ, ୧୧।୧୧ : ବହୁଚର୍ଚ୍ଚିତ ଏମାର ମଠ ପାଇଁ ଗଠନ ହୋଇଛି ଟ୍ରଷ୍ଟ ବୋର୍ଡ। ୫ ଜଣ ସଦସ୍ୟ ଥିବା ଏହି ବୋର୍ଡର ଟ୍ରଷ୍ଟି...

ବ୍ୟାଙ୍କ ଭିତରେ ସାମାଜିକ ଦୂରତା ପାଳନ, ବାହାରେ ଉଲ୍ଲଂଘନ

ବଲାଙ୍ଗୀର ଅଫିସ, ୧୯ା୪- କରୋନା ଲକ୍‌ଡାଉନ୍‌ ସମୟରେ ବ୍ୟାଙ୍କ କାର୍ଯ୍ୟକୁ ନେଇ ଲୋକେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ା ସାମାଜିକ ଦୂରତ୍ୱ ନିୟମକୁ କଡାକଡି ପାଳନ...

ନାବାଳିକା ବଳାତ୍କାର ମାମଲା: ଜଣେ କୋର୍ଟ ଚାଲାଣ

କେନ୍ଦୁଝର,୧୧ା୫(ସ୍ବ.ପ୍ର.): ଜଣେ ୧୪ ବର୍ଷର ଜଣେ ନାବାଳିକାକୁ ବଳାତ୍କାର ଅଭିଯୋଗରେ କାଞ୍ଜିପାଣି ଥାନା ପୋଲିସ ବୁଧବାର ୨୨ ବର୍ଷୀୟ ଜଣେ ଯୁବକଙ୍କୁ ଗିରଫ କରି କୋର୍ଟ...

ଶାଗୁଆନ ପଟା ସହ ଅଟୋ ଜବତ, ଚାଳକ ଫେରାର

ଦାରିଙ୍ଗବାଡ଼ି/ବ୍ରାହ୍ମଣୀଗଁ। ,୪।୭(ଡି.ଏନ.ଏ.)-ଦାରିଙ୍ଗବାଡ଼ି ବ୍ଲକ ବ୍ରାହ୍ମଣୀଗାଁ ଅଞ୍ଚଳରେ ମଙ୍ଗଳବାର ବିଳମ୍ବିତ ରାତିରେ ଏକ ଶାଗୁଆନ କାଠପଟା ବୋଝେଇ ଅଟୋକୁ ବନ ବିଭାଗ ଜବତ କରିଛି । ଘଟଣାସ୍ଥଳରୁ...

ଭିସୁଟ୍‌ ପୁରାତନ ଛାତ୍ରୀଙ୍କ ମୃତଦେହ ମିଳିଲା

ସମ୍ବଲପୁର,୨ା୩(ବ୍ୟୁରୋ): ସମ୍ବଲପୁର ଜିଲା ବୁର୍ଲା ଥାନା ପିସି ବ୍ରିଜ୍‌ ଉପରୁ ଡେଇଁ ନିଖୋଜ ଥିବା ଭିସୁଟ୍‌ ଆଇଟି ବିଭାଗ ପୁରାତନ ଛାତ୍ରୀ ଚିନ୍ମୟୀ ପ୍ରିୟଦର୍ଶିନୀ ସାହୁଙ୍କ...

Advertisement
Archives

Model This Week