Posted inଜାତୀୟ

ଜମ୍ମୁ-କଶ୍ମୀରରେ ଲାଗୁ ହୋଇପାରେ ଅନୁଚ୍ଛେଦ ୩୭୧ ! …

ନୂଆଦିଲ୍ଲୀ,୨୭।୬: ଜମ୍ମୁ-କଶ୍ମୀରରୁ ଅନୁଚ୍ଛେଦ ୩୭୦ ଉଚ୍ଛେଦ ହେବା ପରେ ସ୍ଥାନୀୟ ରାଜନୈତିକ ଦଳ ମଧ୍ୟରେ ଅସନ୍ତୋଷ ବଢ଼ିଚାଲିଛି। ଇତିମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅନୁଚ୍ଛେଦ ୩୭୦ ଉଚ୍ଛେଦ ହେବାର ବର୍ଷେ ୧୦ ମାସ ପରେ ଜୁନ୍‌ ୨୪ରେ ଜମ୍ମୁ-କଶ୍ମୀର ୮ଟି ରାଜନୈତିକ ଦଳର ୧୪ ନେତାଙ୍କ ସହିତ ଆଲୋଚନା କରିଥିଲେ। ଆଲୋଚନା ସମୟରେ ଅନୁଚ୍ଛେଦ ୩୭୦ ପୁଣି ଲାଗୁ କରିବା ଉପରେ ଦାବି ହୋଇଛି। ମେହବୁବା ମୁଫ୍‌ତି, ଓମାର ଅବଦୁଲ୍ଲା ପ୍ରମୁଖ ନେତା ଜମ୍ମୁ-କଶ୍ମୀରକୁ ସମ୍ପୂର୍ଣ୍ଣ ରାଜ୍ୟ ମାନ୍ୟତା ସହିତ ଅନୁଚ୍ଛେଦ ୩୭୦ ପୁଣି ଲାଗୁ କରିବାକୁ ଅଡ଼ି ବସିଛନ୍ତି। ଏପରିସ୍ଥଳେ ବୃଦ୍ଧି ପାଉଥିବା ଅସନ୍ତୋଷକୁ ଦୃଷ୍ଟିରେ ରଖି ଜମ୍ମୁ-କଶ୍ମୀରରେ ଅନୁଚ୍ଛେଦ ୩୭୧ ଲାଗୁ କରାଯିବାର ସମ୍ଭାବନା ରହିଥିବା ନେଇ କଳ୍ପନା ଜଳ୍ପନା ପ୍ରକାଶ ପାଉଛି। ଅନୁଚ୍ଛେଦ ୩୭୦ ଲାଗୁ ହେବା ଦାବିକୁ ଦୁର୍ବଳ କରିବା ଲାଗି ଜମ୍ମୁ-କଶ୍ମୀରର କେତେକ ଅଞ୍ଚଳରେ ଅନୁଚ୍ଛେଦ ୩୭୧ ପ୍ରଣୟନ କରାଯାଇପାରେ।

ଅନୁଚ୍ଛେଦ ୩୭୧ ହିମାଚଳ ପ୍ରଦେଶ, ଗୁଜରାଟ, ଉତ୍ତରାଖଣ୍ଡ ସମେତ ଦେଶର ୧୧ ରାଜ୍ୟରେ ପ୍ରଣୟନ କରାଯାଇଛି। ଭାରତୀୟ ସମ୍ବିଧାନ ଅନୁସାରେ ଅନୁଚ୍ଛେଦ ୩୭୧ ସୀମିତ ସାୟତ୍ତତା ପ୍ରଦାନ କରିଥାଏ। ନାଗାଲାଣ୍ଡ, ଆସାମ, ମଣିପୁର, ସିକିମ୍‌, ମିଜୋରାମ୍‌, ଅରୁଣାଚଳପ୍ରଦେଶ ଆଦି ରାଜ୍ୟରେ ସ୍ବତନ୍ତ୍ର ଅନୁଚ୍ଛେଦ ୩୭୧(ଏରୁ ଜେ) ଲାଗୁ କରାଯାଇଛି। ଏହା ସ୍ଥାନୀୟ ଅଞ୍ଚଳର ଜନଜାତି ସଂସ୍କୃୃତିକୁ ସୁରକ୍ଷା ପ୍ରଦାନ କରିଥାଏ। ମହାରାଷ୍ଟ୍ର, ଗୋଆ, ଆନ୍ଧ୍ରପ୍ରଦେଶରେ ମଧ୍ୟ କେତେକ କ୍ଷେତ୍ରରେ ଅନୁଚ୍ଛେଦ ୩୭୧ ଲାଗୁ କରାଯାଇଛି। ସେହିପରି ଅନ୍ୟ କେତେକ ରାଜ୍ୟରେ ନିର୍ଦ୍ଦିଷ୍ଟ ସମୟ ପରେ ଏହାର ଉଚ୍ଛେଦ କରାଯାଇଛି।

ଅନୁଚ୍ଛେଦ ୩୭୧ ଅନ୍ତର୍ଗତ ହିମାଚଳପ୍ରଦେଶରେ କୌଣସି ବାହାର ବ୍ୟକ୍ତି ଚାଷ ଜମି କିଣିପାରିବେ ନାହିଁ। ସେହିପରି ନାଗାଲାଣ୍ଡରେ ଏହା ଅର୍ନ୍ତଗତ ୩ଟି ଅଧିକାର ଲାଗୁ ହୋଇଛି। ସ୍ଥାନୀୟ ବାସିନ୍ଦାଙ୍କ ସାଂସ୍କୃତିକ ଏବଂ ଧାର୍ମିକ ପ୍ରସଙ୍ଗରେ ଆଇନଗତ ହସ୍ତକ୍ଷେପ କରାଯାଇ ପାରିବ ନାହିଁ। ନାଗା ସମ୍ପ୍ରଦାୟଙ୍କ ପ୍ରଥାଗତ ଆଇନ ଓ ପରମ୍ପରାରେ ହସ୍ତକ୍ଷେପ କରାଯିବ ନାହିଁ। କୌଣସି ଅଣ ନାଗା ବ୍ୟକ୍ତିଙ୍କୁ ଜମି ସ୍ଥାନାନ୍ତରଣ କରାଯାଇ ପାରିବ ନାହିଁ।

ଅନୁଚ୍ଛେଦ ୩୭୧ ଅନୁସାରେ ମିଜୋରାମ୍‌ରେ ମଧ୍ୟ କୌଣସି ବାହାର ବ୍ୟକ୍ତି ଜମି କିଣି ପାରିବେ ନାହିଁ। ମଣିପୁରରେ ଅନୁଚ୍ଛେଦ ୩୭୧ର ବିଶେଷ ପ୍ରାବଧାନ ଅନ୍ତର୍ଗତ ପାହାଡ଼ିଆ ଅଞ୍ଚଳର କେତେକ ସଦସ୍ୟ ବିଧାନସଭାକୁ ଆସିଥାନ୍ତିି। ଏହା ରାଜ୍ୟପାଳଙ୍କ ଅନୁସାରେ ସମ୍ପନ୍ନ କରାଯାଇଥାଏ।

ଆନ୍ଧ୍ରପ୍ରଦେଶ ଏବଂ ତେଲଙ୍ଗାନାରେ ଅନୁଚ୍ଛେଦ ୩୭୧ ଅନ୍ତର୍ଗତ ରାଜ୍ୟର ସମସ୍ତ ଅଞ୍ଚଳରେ ସମାନ ରୋଜଗାର ଓ ଶିକ୍ଷା ବ୍ୟବସ୍ଥା ଉପଲବ୍ଧ କରାଯିବା ସହିତ ଏକ୍ଷେତ୍ରରେ ଆବଶ୍ୟକ ସ୍ଥଳେ ରାଷ୍ଟ୍ରପତିଙ୍କ ପରାମର୍ଶ ଗ୍ରହଣ କରିବାର ଅଧିକାର ରହିଛି। କେନ୍ଦ୍ର ସରକାର ଜମ୍ମୁ-କଶ୍ମୀରରେ ମଧ୍ୟ ଅନୁଚ୍ଛେଦ ୩୭୧ ଲାଗୁ କରିବା ଉପରେ ଚିନ୍ତା କରୁଥିବା ନେଇ ଚର୍ଚ୍ଚା ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ରାଷ୍ଟ୍ର ନିର୍ମାଣର ବୋଝ ଥିବା କାନ୍ଧ ଉପରେ ଡ୍ରଗ୍ସ୍‌ ଆତଙ୍କ…

ନୂଆଦିଲ୍ଲୀ,୯।୧୦: ଦେଶର ଯୁବପିଢ଼ିଙ୍କୁ ଡ୍ରଗ୍ସ୍‌ ପ୍ରଭାବିତ କରୁଛି। ଏହା ଦେଶର ଭବିଷ୍ୟତ ପାଇଁ ବିପଦ। ଯୁବପିଢ଼ିଙ୍କ କାନ୍ଧରେ ରାଷ୍ଟ୍ର ନିର୍ମାଣ ବୋଝ ରହିଛି। ମାତ୍ର ସେମାନେ...

ଏବେଠୁ ଭୟ: ଗୋଆରେ ସବୁ ପ୍ରାର୍ଥୀଙ୍କୁ ରିସୋର୍ଟକୁ ନେଲା କଂଗ୍ରେସ

ପଣଜୀ,୯।୩: ଗୋଆରେ ନିର୍ବାଚନ ଫଳାଫଳ ଆସିବାର ଅବ୍ୟବହିତ ପୂର୍ବରୁ ସରକାର ଗଠନକୁ ନେଇ ଅଣ୍ଟା ଭିଡିଛି କଂଗ୍ରେସ। ବିଶେଷକରି ୨୦୧୭ ବିଧାନସଭା ନିର୍ବାଚନରେ କଂଗ୍ରେସ ଏକକ...

ଝାଡ଼ଖଣ୍ଡ ଖଣି ସଚିବ ପୂଜା ସିଂଘଲ ନିଲମ୍ବିତ

ନୂଆଦିଲ୍ଲୀ,୧୨।୫: ମନି ଲଣ୍ଡରିଂ ମାମଲାରେ ଗିରଫ ହେବାର ଦିନକ ପରେ ଝାଡ଼ଖଣ୍ଡ ଖଣି ସଚିବ ପୂଜା ସିଂଘଲଙ୍କୁ ଭାରତୀୟ ପ୍ରଶାସନିକ ସେବାରୁ ନିଲମ୍ବନ କରାଯାଇଛି। କାର୍ମିକ...

ମେଣ୍ଟର ଶେଷ ଉଦ୍ୟମ ବିଫଳ

ବେଙ୍ଗାଲୁରୁ/ନୂଆଦିଲ୍ଲୀ,୨୨ା୭: କର୍ନାଟକ ରାଜନୀତିରେ ଘଡ଼ିକେ ଘୋଡ଼ା ଛୁଟୁଛି। ବିଧାନସଭାରେ ସୋମବାର ଆସ୍ଥାଭୋଟ ହେବାକୁ ଥିବାବେଳେ ଧର୍ମନିରପେକ୍ଷ ଜନତା ଦଳ (ଜେଡିଏସ୍‌)-କଂଗ୍ରେସ ମେଣ୍ଟ ସରକାର ବଞ୍ଚାଇବା ପାଇଁ...

ପୁଣି ବଢ଼ିଲା କରୋନା ସଂକ୍ରମଣ, ୫ ରାଜ୍ୟକୁ କେନ୍ଦ୍ର ସରକାରଙ୍କ ଆଲର୍ଟ ଜାରି…

ନୂଆଦିଲ୍ଲୀ, ୯।୪ : ଦେଶରେ ପୁଣି କରୋନା ସଂକ୍ରମଣ ବଢ଼ିବାରେ ଲାଗିଛି। ଏହାକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାରଙ୍କ ପକ୍ଷରୁ ୫ ରାଜ୍ୟକୁ ଆଲର୍ଟ ଜାରି...

ୟୁପିରେ ସ୍ଥଗିତ ହେବ ୩୫ ଶ୍ରମ ଆଇନ

ନୂଆଦିଲ୍ଲୀ,୧୦।୫: କୋଭିଡ୍‌-୧୯ ମହାମାରୀ ଯୋଗୁ ସାରା ବିଶ୍ୱର ଅର୍ଥନୀତି ଗୁରୁତର ପ୍ରଭାବିତ ହୋଇଛି। ଏପରିସ୍ଥଳେ ଉତ୍ତରପ୍ରଦେଶ ସରକାର ରାଜ୍ୟର ଅର୍ଥନୀତିକୁ ସଜାଡିବା ଲାଗି ଜରୁରୀ ପୁଞ୍ଜି...

ବିଳମ୍ବ ହେଲା ତେଜସ୍‌ ଏକ୍ସପ୍ରେସ୍‌: ପରିଚାରିକା ଦେଲେ ଯାତ୍ରୀଙ୍କୁ ଉପହାର

ଲକ୍ଷ୍ନୌ,୨୦।୧୦: ଲକ୍ଷ୍ନୌରୁ ଦିଲ୍ଲୀ ଆସୁଥିବା ତେଜସ୍‌ ଏକ୍ସପ୍ରେସ୍‌ ବିଳମ୍ବରେ ଷ୍ଟେଶନ୍‌ରେ ପହଞ୍ଚିଛି। ଯାତ୍ରୀଙ୍କ ଅସୁବିଧା ପାଇଁ ଟ୍ରେନ୍‌ ପରିଚାରିକା ବିଳମ୍ବ ପାଇଁ ଦୁଃଖିତ ଲେଖାଥିବା ବିସ୍କୁଟ...

ମାର୍ଚ୍ଚ ପାଇଁ ଗାଇଡ୍‌ଲାଇନ

ନୂଆଦିଲ୍ଲୀ,୨୬।୨: କୋଭିଡ୍‌-୧୯ର ନୂତନ ଷ୍ଟ୍ରେନ ବୃଦ୍ଧିକୁ ଦୃଷ୍ଟିରେ ରଖି ଶୁକ୍ରବାର ଗୃହ ମନ୍ତ୍ରାଳୟ ପକ୍ଷରୁ ମାର୍ଚ୍ଚ ପାଇଁ ନୂତନ ଗାଇଡ୍‌ଲାଇନ ଜାରି କରାଯାଇଛି। ଏଥିରେ ରାଜ୍ୟ...

Advertisement
Archives

Model This Week