Posted inଜାତୀୟ

ଜମ୍ମୁ-କଶ୍ମୀରରେ ଲାଗୁ ହୋଇପାରେ ଅନୁଚ୍ଛେଦ ୩୭୧ ! …

ନୂଆଦିଲ୍ଲୀ,୨୭।୬: ଜମ୍ମୁ-କଶ୍ମୀରରୁ ଅନୁଚ୍ଛେଦ ୩୭୦ ଉଚ୍ଛେଦ ହେବା ପରେ ସ୍ଥାନୀୟ ରାଜନୈତିକ ଦଳ ମଧ୍ୟରେ ଅସନ୍ତୋଷ ବଢ଼ିଚାଲିଛି। ଇତିମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅନୁଚ୍ଛେଦ ୩୭୦ ଉଚ୍ଛେଦ ହେବାର ବର୍ଷେ ୧୦ ମାସ ପରେ ଜୁନ୍‌ ୨୪ରେ ଜମ୍ମୁ-କଶ୍ମୀର ୮ଟି ରାଜନୈତିକ ଦଳର ୧୪ ନେତାଙ୍କ ସହିତ ଆଲୋଚନା କରିଥିଲେ। ଆଲୋଚନା ସମୟରେ ଅନୁଚ୍ଛେଦ ୩୭୦ ପୁଣି ଲାଗୁ କରିବା ଉପରେ ଦାବି ହୋଇଛି। ମେହବୁବା ମୁଫ୍‌ତି, ଓମାର ଅବଦୁଲ୍ଲା ପ୍ରମୁଖ ନେତା ଜମ୍ମୁ-କଶ୍ମୀରକୁ ସମ୍ପୂର୍ଣ୍ଣ ରାଜ୍ୟ ମାନ୍ୟତା ସହିତ ଅନୁଚ୍ଛେଦ ୩୭୦ ପୁଣି ଲାଗୁ କରିବାକୁ ଅଡ଼ି ବସିଛନ୍ତି। ଏପରିସ୍ଥଳେ ବୃଦ୍ଧି ପାଉଥିବା ଅସନ୍ତୋଷକୁ ଦୃଷ୍ଟିରେ ରଖି ଜମ୍ମୁ-କଶ୍ମୀରରେ ଅନୁଚ୍ଛେଦ ୩୭୧ ଲାଗୁ କରାଯିବାର ସମ୍ଭାବନା ରହିଥିବା ନେଇ କଳ୍ପନା ଜଳ୍ପନା ପ୍ରକାଶ ପାଉଛି। ଅନୁଚ୍ଛେଦ ୩୭୦ ଲାଗୁ ହେବା ଦାବିକୁ ଦୁର୍ବଳ କରିବା ଲାଗି ଜମ୍ମୁ-କଶ୍ମୀରର କେତେକ ଅଞ୍ଚଳରେ ଅନୁଚ୍ଛେଦ ୩୭୧ ପ୍ରଣୟନ କରାଯାଇପାରେ।

ଅନୁଚ୍ଛେଦ ୩୭୧ ହିମାଚଳ ପ୍ରଦେଶ, ଗୁଜରାଟ, ଉତ୍ତରାଖଣ୍ଡ ସମେତ ଦେଶର ୧୧ ରାଜ୍ୟରେ ପ୍ରଣୟନ କରାଯାଇଛି। ଭାରତୀୟ ସମ୍ବିଧାନ ଅନୁସାରେ ଅନୁଚ୍ଛେଦ ୩୭୧ ସୀମିତ ସାୟତ୍ତତା ପ୍ରଦାନ କରିଥାଏ। ନାଗାଲାଣ୍ଡ, ଆସାମ, ମଣିପୁର, ସିକିମ୍‌, ମିଜୋରାମ୍‌, ଅରୁଣାଚଳପ୍ରଦେଶ ଆଦି ରାଜ୍ୟରେ ସ୍ବତନ୍ତ୍ର ଅନୁଚ୍ଛେଦ ୩୭୧(ଏରୁ ଜେ) ଲାଗୁ କରାଯାଇଛି। ଏହା ସ୍ଥାନୀୟ ଅଞ୍ଚଳର ଜନଜାତି ସଂସ୍କୃୃତିକୁ ସୁରକ୍ଷା ପ୍ରଦାନ କରିଥାଏ। ମହାରାଷ୍ଟ୍ର, ଗୋଆ, ଆନ୍ଧ୍ରପ୍ରଦେଶରେ ମଧ୍ୟ କେତେକ କ୍ଷେତ୍ରରେ ଅନୁଚ୍ଛେଦ ୩୭୧ ଲାଗୁ କରାଯାଇଛି। ସେହିପରି ଅନ୍ୟ କେତେକ ରାଜ୍ୟରେ ନିର୍ଦ୍ଦିଷ୍ଟ ସମୟ ପରେ ଏହାର ଉଚ୍ଛେଦ କରାଯାଇଛି।

ଅନୁଚ୍ଛେଦ ୩୭୧ ଅନ୍ତର୍ଗତ ହିମାଚଳପ୍ରଦେଶରେ କୌଣସି ବାହାର ବ୍ୟକ୍ତି ଚାଷ ଜମି କିଣିପାରିବେ ନାହିଁ। ସେହିପରି ନାଗାଲାଣ୍ଡରେ ଏହା ଅର୍ନ୍ତଗତ ୩ଟି ଅଧିକାର ଲାଗୁ ହୋଇଛି। ସ୍ଥାନୀୟ ବାସିନ୍ଦାଙ୍କ ସାଂସ୍କୃତିକ ଏବଂ ଧାର୍ମିକ ପ୍ରସଙ୍ଗରେ ଆଇନଗତ ହସ୍ତକ୍ଷେପ କରାଯାଇ ପାରିବ ନାହିଁ। ନାଗା ସମ୍ପ୍ରଦାୟଙ୍କ ପ୍ରଥାଗତ ଆଇନ ଓ ପରମ୍ପରାରେ ହସ୍ତକ୍ଷେପ କରାଯିବ ନାହିଁ। କୌଣସି ଅଣ ନାଗା ବ୍ୟକ୍ତିଙ୍କୁ ଜମି ସ୍ଥାନାନ୍ତରଣ କରାଯାଇ ପାରିବ ନାହିଁ।

ଅନୁଚ୍ଛେଦ ୩୭୧ ଅନୁସାରେ ମିଜୋରାମ୍‌ରେ ମଧ୍ୟ କୌଣସି ବାହାର ବ୍ୟକ୍ତି ଜମି କିଣି ପାରିବେ ନାହିଁ। ମଣିପୁରରେ ଅନୁଚ୍ଛେଦ ୩୭୧ର ବିଶେଷ ପ୍ରାବଧାନ ଅନ୍ତର୍ଗତ ପାହାଡ଼ିଆ ଅଞ୍ଚଳର କେତେକ ସଦସ୍ୟ ବିଧାନସଭାକୁ ଆସିଥାନ୍ତିି। ଏହା ରାଜ୍ୟପାଳଙ୍କ ଅନୁସାରେ ସମ୍ପନ୍ନ କରାଯାଇଥାଏ।

ଆନ୍ଧ୍ରପ୍ରଦେଶ ଏବଂ ତେଲଙ୍ଗାନାରେ ଅନୁଚ୍ଛେଦ ୩୭୧ ଅନ୍ତର୍ଗତ ରାଜ୍ୟର ସମସ୍ତ ଅଞ୍ଚଳରେ ସମାନ ରୋଜଗାର ଓ ଶିକ୍ଷା ବ୍ୟବସ୍ଥା ଉପଲବ୍ଧ କରାଯିବା ସହିତ ଏକ୍ଷେତ୍ରରେ ଆବଶ୍ୟକ ସ୍ଥଳେ ରାଷ୍ଟ୍ରପତିଙ୍କ ପରାମର୍ଶ ଗ୍ରହଣ କରିବାର ଅଧିକାର ରହିଛି। କେନ୍ଦ୍ର ସରକାର ଜମ୍ମୁ-କଶ୍ମୀରରେ ମଧ୍ୟ ଅନୁଚ୍ଛେଦ ୩୭୧ ଲାଗୁ କରିବା ଉପରେ ଚିନ୍ତା କରୁଥିବା ନେଇ ଚର୍ଚ୍ଚା ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରଶାସନିକ ଉଦାସୀନତା: ରାସ୍ତାରେ ଆଣ୍ଠୁଏ କାଦୁଅ, ଯାତାୟାତରେ ସମସ୍ୟା ନେଇ…

ଜମନକିରା,୨୧ା୮(ରବୀନ୍ଦ୍ର ପ୍ରସାଦ ଦାନୀ): ଗ୍ରାମାଞ୍ଚଳରେ ଯାତାୟାତ ସୁବିଧା ପାଇଁ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିବା ବେଳେ ପ୍ରଶାସନିକ ଉଦାସୀନତା ଓ ଦୂରଦୃଷ୍ଟିହୀନ କାର୍ଯ୍ୟ ଯୋଗୁ…

ବରିଷ୍ଠ IPS ସ୍ତରରେ ଅଦଳବଦଳ: ଜାଣନ୍ତୁ କାହାକୁ କେଉଁ ଦାୟିତ୍ୱ

ଭୁବନେଶ୍ୱର,୨୧।୮: ରାଜ୍ୟ ସରକାର ବରିଷ୍ଠ IPS ସ୍ତରରେ ଅଦଳବଦଳ କରିଛନ୍ତି। ପୋଲିସ ପ୍ରଶାସନକୁ ଅଧିକ ସୁଦୃଢ଼ ଓ ସକ୍ରିୟ କରିବା ଲକ୍ଷ୍ୟରେ ବରିଷ୍ଠ IPS ଅଧିକାରୀମାନଙ୍କୁ ବିଭିନ୍ନ…

ମେଗା ଷ୍ଟିଲ୍‌ ପ୍ଲାଣ୍ଟ ପାଇଁ ଗ୍ରାମସଭା, ପ୍ରଭାବିତ ଗ୍ରାମ୍ୟ କମିଟି ତରଫରୁ ଗାଁରେ ବିରୋଧ କରାଯିବାରୁ…

ପାଟଣା,୨୧ା୮(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ତହସିଲ ଅନ୍ତର୍ଗତ ଚେମେଣା ଓ ଯମୁନା ପୋଷି ପଞ୍ଚାୟତ ୧୨ଟି ମୌଜାକୁ ନେଇ ପ୍ରସ୍ତାବିତ ମେଗା ଷ୍ଟିଲ ପ୍ଲାଣ୍ଟ ପାଇଁ…

ଚାଷୀ ପଞ୍ଜୀକରଣ ସରଳୀକରଣ ଓ ସମୟସୀମା ଅବଧି ବୃଦ୍ଧି ନେଇ ଆନ୍ଦୋଳନ

ଗଞ୍ଜାମ,୨୧ା୮(ବିଦ୍ୟାଧର ସାହୁ): ଅଖିଳ ଭାରତ କୃଷକ ସଭା ଅନୁବନ୍ଧିତ ଓଡ଼ିଶା କୃଷକ ସଭା ଗଞ୍ଜାମ ଜିଲା କମିଟି ପକ୍ଷରୁ ଚାଷୀଙ୍କ ବିଭିନ୍ନ ସମସ୍ୟା ନେଇ ବିକ୍ଷୋଭ ପ୍ରଦର୍ଶନ…

SBI ଗ୍ରାହକଙ୍କ ପାଇଁ ବଡ଼ ଅପଡେଟ୍‌, ଅକ୍ଟୋବର ୧ରୁ କ୍ୟାଶ୍‌ ଉଠାଇଲେ ଲାଗିବ ଏକ୍ସଟ୍ରା ଚାର୍ଜ

ନୂଆଦିଲ୍ଲୀ,୨୧ା୮: ଯଦି ଆପଣଙ୍କର ଆକାଉଣ୍ଟ ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ (SBI) ରେ ଅଛି ଏବଂ ଆପଣ ମାସକୁ ଅନେକ ଥର ବ୍ୟାଙ୍କ ଶାଖା (ବ୍ରାଞ୍ଚ) କୁ…

୨୭ ନା ୨୮ କେବେ ମିଳିବ ସୁଭଦ୍ରା ଟଙ୍କା? ଜାଣନ୍ତୁ କ’ଣ କହିଲେ ପ୍ରଭାତୀ ପରିଡ଼ା

ଭୁବନେଶ୍ୱର,୨୧ା୮: ଚଳିତ ବର୍ଷ ରକ୍ଷାବନ୍ଧନ ପର୍ବକୁ ନେଇଥିବା ଦ୍ୱନ୍ଦ୍ୱ ଦୂର ହୋଇଛି। ୨୭ରେ ରକ୍ଷାବନ୍ଧନ ପର୍ବ ପାଳନ କରାଯିବାକୁ ଥିବାବେଳେ ରାଖୀପୂର୍ଣ୍ଣିମା ୨୮ରେ। ତେଣୁ ଏହି ଦିନ…

ଜଣେ ଯୁବତୀଙ୍କୁ ପ୍ରେମ କରି ବସିଲେ ୨ ଘନିଷ୍ଠ ବନ୍ଧୁ: ଶେଷରେ ଘଟିଲା…

ନାଗପୁର,୨୧।୮: ରଣବୀର ସିଂହ ଓ ଅର୍ଜୁନ କପୁରଙ୍କ ଅଭିନୀତ ଫିଲ୍ମ ‘ଗୁଣ୍ଡେ’ ଦେଖିଛନ୍ତି? ଫିଲ୍ମରେ ଦୁଇ ଘନିଷ୍ଠ ବନ୍ଧୁ ଗୋଟିଏ ଯୁବତୀଙ୍କୁ ଭଲ ପାଇବା ପରେ ପରସ୍ପରଙ୍କ…

ଜଙ୍ଗଲକୁ କାଠ ସଂଗ୍ରହ କରିବାକୁ ଯାଇ ଆଉ ଫେରି ନ ଥିଲେ ପୂର୍ଣ୍ଣବାସୀ: ମାଟିତଳୁ ମିଳିଲା…

ସୋରଡା,୨୧।୮(ରଜନି ମହାପାତ୍ର):ଗଞ୍ଜାମ ସୋରଡା ଥାନା ସାପଡିହ ଗାଁରେ ଅଭାବନୀୟ ଘଟଣା । ଜଙ୍ଗଲରୁ ମିଳିଲା ମହିଳାଙ୍କ ମୃତଦେହ। ମାଟିତଳୁ ଉଦ୍ଧାର ହେଲା ମୃତଦେହ। ମୃତକ ହେଲେ ସାପଡିହ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri