ପର୍ଯ୍ୟଟନ ବିଭାଗ ଦୃଷ୍ଟି ଆଢୁଆଳରେ ଆର୍ତ୍ତେଶ୍ୱର ପୀଠ

ଡେରାବିଶ,୫ା୯(ବେବର୍ତ୍ତା ଅଜୟ ଦାସ): କେନ୍ଦ୍ରାପଡ଼ା ଜିଲାର ଅନ୍ୟତମ ପ୍ରସିଦ୍ଧ ଶୈବପୀଠ ଅର୍ତ୍ତେଶ୍ୱରଙ୍କ ମନ୍ଦିର ପର୍ଯ୍ୟଟନ ବିଭାଗର ଦୃଷ୍ଟି ଆଡୁଆଳରେ ରହିଛି। କେନ୍ଦ୍ରାପଡ଼ା ଜିଲା ଅନ୍ତର୍ଗତ ଡେରାବିଶ ବ୍ଲକ ମହଙ୍ଗ ପଞ୍ଚାୟତ ଜଗନ୍ନାଥପୁରଠାରେ ରହିଛି ଏହି ପ୍ରସିଦ୍ଧ ଶୈବପୀଠ। ଗୋବରୀ ନଦୀ କୂଳରେ ଥିବା ଏହି ପୀଠର ମହିମା, ଅଲୌକିକତା ଭକ୍ତି ଓ ବିଶ୍ୱାସକୁ ସାଧାରଣରେ ଦୃଢ଼ୀଭୂତ କରିଛି। ଜନଶ୍ରୁତି ଅନୁଯାୟୀ, ଗୋବରୀ ନଦୀ ପଠାରେ ଥିବା ଘଞ୍ଚ ଜଙ୍ଗଲରେ ଜଣେ କାଠୁରିଆ କାଠ କାଟୁଥିବା ବେଳେ କୁରାଢ଼ି ଚୋଟ ଏକ ପଥରରେ ବାଜିଥିଲା। ତାହା ମୁଗୁନି ପଥର ଥିଲେ ମଧ୍ୟ କୁରାଢି ଚୋଟରେ ରକ୍ତସ୍ରାବ ହୋଇଥିଲା। କାଠୁରିଆ ଏହି ଦୃଶ୍ୟ ଦେଖି ସ୍ଥାନୀୟ ଲୋକଙ୍କୁ କହିଥିଲେ। ସେ ସମୟରେ ଆଳି ରାଜାଙ୍କ ଇଲାକାରେ ଉକ୍ତ ଅଞ୍ଚଳ ଥିଲା। ସେହି ରାତିରେ ଆଳି ରାଜା ଓ କାଠୁରିଆ ଉଭୟଙ୍କୁ ସ୍ବପ୍ନାଦେଶ ହୋଇଥିଲା। ରାଜା ଘଟଣାସ୍ଥଳକୁ ଆସି ସେହି ସ୍ଥାନଟିକୁ ଖୋଳିବା ପାଇଁ ନିର୍ଦ୍ଦେଶ ଦେଇଥିଲେ। ଉକ୍ତ ସ୍ଥାନ ଖୋଳା ହେବା ପରେ ଏକ ଶିବଶକ୍ତି ଥିବା ଦେଖିବାକୁ ମିଳିଥିଲା ବୋଲି ଜନଶ୍ରୁତି ଅଛି ବୋଲି ବ୍ରଜ କିଶୋର ପଣ୍ଡା କହିଛନ୍ତି। ପରେ ରାଜା ଅସ୍ଥାୟୀ ଭାବେ ଏକ ଚାଳ ଛପର ଘର ନିର୍ମାଣ କରିବା ସହ ପୁରୀରୁ ଦୁଇଜଣ ବ୍ରାହ୍ମଣଙ୍କୁ ଆଣି ସେହି ସ୍ଥାନରେ ସ୍ଥାୟୀ ଭାବେ ରହିବା ବ୍ୟବସ୍ଥା କରାଇଥିଲେ। ତେବେ ପୁରୀରୁ ଆସିଥିବା ବ୍ରାହ୍ମଣ ସ୍ଥାନୀୟ ଲୋକଙ୍କ ସହାୟତାରେ ନିକଟସ୍ଥ ଲଳିତଗିରି ଗ୍ରାମରୁ ବଉଳମାଳିଆ ପଥରରେ ଆର୍ତ୍ତେଶ୍ୱରଙ୍କ ମନ୍ଦିର ନିର୍ମାଣ ଆରମ୍ଭ କରାଇଥିଲେ। ପରେ ବହୁ ବଦାନ୍ୟ ବ୍ୟକ୍ତିଙ୍କ ଉଦ୍ୟମରେ ପୂର୍ଣ୍ଣାଙ୍ଗ ମନ୍ଦିର ନିର୍ମାଣ ହେବା ସହ ବେଢାରେ ଶ୍ରୀଜଗନ୍ନାଥ, ପଞ୍ଚମୁଖି ହନୁମାନ ଓ ବିଭିନ୍ନ ଦେବାଦେବୀଙ୍କ ମନ୍ଦିର ତିଆରି ହୋଇଥିଲା। ଗୋବରୀ ନଦୀ କୂଳରେ ଥିବା ସବୁଜିମା ଓ ନଦୀର କଳ କଳ ନାଦ ଶୈବ ପୀଠର ନୈସର୍ଗିକ ଶୋଭା ବଢ଼ାଇଛି ା ଆର୍ତ୍ତେଶ୍ୱରଙ୍କ ପୀଠରେ ବିଭିନ୍ନ ପର୍ବପର୍ବାଣି ପାଳିତ ହୋଇଥାଏ। ପବିତ୍ର ତ୍ରିବେଣୀ ଅମାବାସ୍ୟା ଅବସରରେ ମେଳା ଓ ମହାରୁଦ୍ର ମହାଯଜ୍ଞ ୭ଦିନ ଧରି ଅନୁଷ୍ଠିତ ହୋଇଥାଏ। ଏହି ସମୟରେ ମନ୍ଦିର ବେଢ଼ାରେ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ସମାଗମକୁ ଦୃଷ୍ଟିରେ ରଖି ପ୍ରଶାସନ ଓ ମନ୍ଦିର ପରିଚାଳନା କମିଟି ପକ୍ଷରୁ ସମସ୍ତ ବ୍ୟବସ୍ଥା କରାଯାଏ ବୋଲି କମିଟିର ଉପଦେଷ୍ଟା ନାରାୟଣ ଲେଙ୍କା କହିଛନ୍ତି। ଲେଙ୍କାଙ୍କ କହିବା ଅନୁଯାୟୀ, ମନ୍ଦିର ବେଢାରେ ବିବାହ, ବ୍ରତ ସାଙ୍ଗକୁ ଶୀତଳ ଷଷ୍ଠୀ ତିଥିରେ ଶିବ ବିବାହ ମଧ୍ୟ ଅନୁଷ୍ଠିତ ହୋଇଥାଏ। ମାତ୍ର ପର୍ଯ୍ୟଟନ ବିଭାଗର ଏହି ପୀଠକୁ ଅଣଦେଖା ଶ୍ରଦ୍ଧାଳୁଙ୍କୁ ବ୍ୟଥିତ କରିଛି। ସେହିପରି ଶିକ୍ଷାବିତ୍‌ ଈଶ୍ୱର ଚନ୍ଦ୍ର ପୃଷ୍ଠି, ମନ୍ଦିର କମିଟି ସମ୍ପାଦକ ତାରାକିଙ୍କର ଚାଟାର୍ଜୀ କୁହନ୍ତି, ଆର୍ତ୍ତେଶ୍ୱରଙ୍କ ପୀଠ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଛି। ଏଥିସହ ନଦୀ ପଠାରେ ଥିବା ସୁନ୍ଦର ଜଙ୍ଗଲରେ ପ୍ରତି ବର୍ଷ ଶୀତ ଋତୁରେ ବଣ ଭୋଜିର ଆସର ଜମେ। ପ୍ରଶାସନର ଅଣଦେଖା ଯୋଗୁ ଏହି ପୀଠଟି ଅବହେଳିତ ଅବସ୍ଥାରେ ରହିଛି। ସେହିପରି କମିଟିର କର୍ମକର୍ତ୍ତା ସୁବ୍ରତ ରାଉତ, ବୀରବର ସାହୁ, ସନ୍ତୋଷ କୁମାର ରାଉତ ଓ ପ୍ରଦୀପ ନାୟକ ଏହି ପୀଠକୁ ଏକ ପୂର୍ଣ୍ଣାଙ୍ଗ ପର୍ଯ୍ୟଟନ କେନ୍ଦ୍ରରେ ପରିଣତ ପାଇଁ ଜିଲା ପ୍ରଶାସନ ନିକଟରେ ଦାବି ଜଣାଇଛନ୍ତି। ଏ ସଂକ୍ରାନ୍ତରେ ଅତିରିକ୍ତ ଜିଲାପାଳ ପୀତାମ୍ବର ସାମଲଙ୍କୁ ଯୋଗଯୋଗ କରାଯାଇଥିଲା। ସେ କୁହନ୍ତି, ଆର୍ତ୍ତେଶ୍ୱର ମନ୍ଦିର କମିଟି କର୍ମକର୍ତ୍ତାମାନେ ଏହି ମନ୍ଦିରର ଐତିହ୍ୟ ଓ ସ୍ଥିତି ସମ୍ପର୍କରେ ଜିଲାପାଳଙ୍କ ନିକଟରେ ଆବେଦନ କରିବା ପରେ ପ୍ରଶାସନ ପକ୍ଷରୁ ଅନୁଧ୍ୟାନ କରାଯାଇ ଯାହା କିଛି ପଦକ୍ଷେପ ନିଆଯିବ।


Enter your email to get our daily news in your inbox.

All Right Reserved By Dharitri.Com

ମା’ଙ୍କୁ ମାରି ଘରେ ପ୍ଲାଷ୍ଟର କରିଦେଲେ ସଇତାନ ପୁଅ! କୁମ୍ଭାରପଡ଼ାରେ ହଇଚଇ

ପୁରୀ,୨୪।୮(ଅଜିତ କୁମାର ମହାନ୍ତି): ପୁରୀ ଜିଲାରେ ଏକ ଅଭାବନୀୟ ଘଟଣା ଘଟିଛି। ନିଜ ମା’ଙ୍କୁ ମାରି ଘରେ ପ୍ଲାଷ୍ଟର କରିଦେଇଛନ୍ତି ଜଣେ ସଇତାନ ପୁଅ! ପୁରୀ କୁମ୍ଭାରପଡ଼ାରେ…

ଆରକ୍ଷଣକୁ ନେଇ ଅଭିଜିତ ଦୀପକେଙ୍କ ବଡ଼ ବୟାନ, କହିଲେ- ‘ମୁଁ ଦଳିତ ପରିବାରରୁ ଆସିଛି, ମୋ ବାପା …’

ନୂଆଦିଲ୍ଲୀ,୨୪।୮: ଦେଶର ବିଭିନ୍ନ ସ୍ଥାନରେ ଏବେ ଆରକ୍ଷଣ ବ୍ୟବସ୍ଥା ଏବଂ ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ (UGC)ର ଇକ୍ୱିଟି ନିୟମକୁ ନେଇ ପ୍ରଦର୍ଶନ ଚାଲିଛି। ପ୍ରଦର୍ଶନକାରୀମାନେ ଜାତିଭିତ୍ତିକ ଆରକ୍ଷଣ…

ଛାତ୍ରୀ ନିବାସକୁ ନାହିଁ ରାସ୍ତା: ସମସ୍ୟା ଭୋଗୁଛନ୍ତି ୨୩୦ ଆଦିବାସୀ ଛାତ୍ରୀ

ମୋହନା,୨୪।୮(ମନ୍ମଥ ମିଶ୍ର): ଛାତ୍ରୀ ନିବାସ ଅଛି। ଛାତ୍ରୀ ଅଛନ୍ତି। ପାଠପଢ଼ା ପାଇଁ ସବୁ ବ୍ୟବସ୍ଥା ଅଛି। ହେଲେ ବିଦ୍ୟାଳୟରେ ପହଞ୍ଚିବା ପାଇଁ ନାହିଁ ଭଲ ରାସ୍ତା। ଫଳରେ…

ବିବାଦରେ ଫସିଲେ କ୍ରିତି ସାନନ, ସୋସିଆଲ ମିଡିଆରେ ଉଠିଲା ଝଡ଼

ମୁମ୍ବାଇ: ଗୋଟିଏ ପର୍ବ, ଦାମୀ ବିଜ୍ଞାପନ, ବଲିଉଟର ଜଣେ ବଡ଼ ଚେହେରା ଏବଂ ସୋସିଆଲ ମିଡିଆରେ ବିବାଦ। ରକ୍ଷାବନ୍ଧନ ପାଇଁ ତିଆରି ହୋଇଥିବା ଏକ ଜୁଏଲାରୀ ବିଜ୍ଞାପନକୁ…

ବିଶ୍ୱକପ୍‌ ଜିତିବା ସ୍ବପ୍ନ ଧୂଳିସାତ୍‌! ଆର୍ଜେଣ୍ଟିନାଠାରୁ ଲଜ୍ଜାଜନକ ପରାଜୟ ପରେ ବିଶ୍ୱକପ୍‌ରୁ ବାଦ୍‌ ପଡ଼ିଲା ଟିମ ଇଣ୍ଡିଆ

ନୂଆଦିଲ୍ଲୀ,୨୪।୮: ଭାରତୀୟ ଦଳ ୨୦୨୬ ହକି ବିଶ୍ୱକପ୍‌ରେ ସୋମବାର (୨୪ ଅଗଷ୍ଟ) ଆର୍ଜେଣ୍ଟିନା ବିପକ୍ଷ ମ୍ୟାଚରେ ୫-୩ ଗୋଲ୍‌ରେ ଲଜ୍ଜାଜନକ ପରାଜୟର ସାମ୍ନା କରିଛି। ଆମ୍ସଟେଲଭିନର ୱାଗନର୍‌…

ପ୍ରଧାନଶିକ୍ଷକ ଭାବେ ନିଯୁକ୍ତି ପାଇଲେ ୫୭ ଶିକ୍ଷକ: ଦୀର୍ଘ ଅପେକ୍ଷାର ଘଟିଲା ଅନ୍ତ

ହାଟଡିହୀ/ଛେନାପଦୀ,୨୪l୮(ଶୁଭକାନ୍ତ ନାୟକ/ନିରାକାର ପରିଡା):କେନ୍ଦୁଝର ଜିଲା ହାଟଡିହୀ ଶିକ୍ଷା ଜିଲାର ୫୭ ଜଣ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଶିକ୍ଷକଙ୍କୁ ପ୍ରଧାନଶିକ୍ଷକ ଭାବେ ନିଯୁକ୍ତି ପତ୍ର ପ୍ରଦାନ କରାଯାଇଛି l…

ଆନ୍ଦୋଳନକୁ ଓହ୍ଲାଇଲେ ଚାଷୀ: ୨୪ ଘଣ୍ଟାରେ ଦାବି ପୂରଣ ନ ହେଲେ…

ଝାରବନ୍ଧ,୨୪।୮(ଦେବେନ୍ଦ୍ର ସାହୁ): ଧାନ ବିକ୍ରି ପାଇଁ ଆଟ କିସମ ଜମି ପଞ୍ଜିକରଣ ହେଉ ନ ଥିବାରୁ ଚାଷୀ ଆନ୍ଦୋଳନକୁ ଓହ୍ଲାଇଛନ୍ତି l ଆଟ କିସମକୁ ପଞ୍ଜିକରଣ କରା…

‘ଦେଶର ସବୁଠାରୁ ଶ୍ରେଷ୍ଠ ପ୍ରଧାନମନ୍ତ୍ରୀ କିଏ?’ ଅଭିଜିତ ଦୀପକେଙ୍କ ଉତ୍ତରକୁ ନେଇ ଚର୍ଚ୍ଚା

ନୂଆଦିଲ୍ଲୀ,୨୪।୮: କକରୋଚ ଜନତା ପାର୍ଟି (CJP)ର ପ୍ରତିଷ୍ଠାତା ଅଭିଜୀତ ଦୀପକେଙ୍କୁ ଯେତେବେଳେ ପଚରାଯାଇଥିଲା ଯେ, ଦେଶର ଏପର୍ଯ୍ୟନ୍ତର ସବୁଠାରୁ ଶ୍ରେଷ୍ଠ ପ୍ରଧାନମନ୍ତ୍ରୀ କିଏ, ସେତେବେଳେ ସେ ପଣ୍ଡିତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri