Advertisement
Posted inଖେଳ

ଡେଥ୍‌ ଓଭର ପାଇଁ ଅର୍ଶଦୀପଙ୍କୁ ପ୍ରସ୍ତୁତ କରୁଥିଲା ଟିମ୍‌ ଇଣ୍ଡିଆ:ରୋହିତ

ଆଡିଲେଡ୍‌,୨ା୧୧: ବାଲାଂଦେଶ ବିପକ୍ଷ ମ୍ୟାଚ୍‌ରେ ହିରୋ ପାଲଟିଛନ୍ତି ଅର୍ଶଦୀପ ସିଂ। ବିଶେଷକରି ଡେଥ୍‌ ଓଭରରେ ତାଙ୍କ ପ୍ରଭାବଶାଳୀ ବୋଲିଂ ଲାଗି ଭାରତୀୟ ଅଧିନାୟକ ରୋହିତ ଶର୍ମା ତାଙ୍କର ପ୍ରଶଂସାରେ ଶତମୁଖ ହୋଇଛନ୍ତି। ଡେଥ୍‌ ବୋଲିଂ ପାଇଁ ଭାରତ ଅର୍ଶଦୀପ ସିଂଙ୍କୁ ପ୍ରସ୍ତୁତ କରୁଥିଲା ବୋଲି ସେ କହିଛନ୍ତି।

ବାଂଲାଦେଶ ବିପକ୍ଷ ମ୍ୟାଚର ଅନ୍ତିମ ଓଭରରେ ଜିତିବା ଲାଗି ୨୦ ରନ୍‌ ଆବଶ୍ୟକ ଥିଲା। ଭାରତ ନିକଟରେ ଅର୍ଶଦୀପ ଓ ମହମ୍ମଦ ଶାମିଙ୍କ ବିକଳ୍ପ ଥିଲା। ରୋହିତ ୨୩ ବର୍ଷୀୟ ଅର୍ଶଦୀପଙ୍କ ଉପରେ ଭରସା ଦେଖାଇଥିବା ବେଳେ ଭାରତ ଏହି ମ୍ୟାଚକୁ ୫ ରନରେ ଜିତି ନେଇଥିଲା। ବୁମ୍‌ରାଙ୍କ ଅନୁପସ୍ଥିତିରେ ଡେଥ୍‌ ବୋଲିଂ ଦାୟିତ୍ୱ ନେବା ଅତ୍ୟନ୍ତ କଷ୍ଟକର ବ୍ୟାପାର ଥିଲା। ତେବେ ଜଣେ ଯୁବ ଖେଳାଳି ଭାବରେ ଅର୍ଶଦୀପ ନିଜ ଦାୟିତ୍ୱ ସଠିକ୍‌ ଢଙ୍ଗରେ ନିର୍ବାହ କରିଛନ୍ତି। ବିଗତ ୮-୯ ମାସ ଧରି ଏହି ଦାୟିତ୍ୱ ପାଇଁ ଅର୍ଶଦୀପଙ୍କୁ ପ୍ରସ୍ତୁତ କରାଯାଉଛି ବୋଲି ରୋହିତ କହିଥିଲେ। ଏହି ମ୍ୟାଚରେ ମୁଁ ଏକା ସମୟରେ ଶାନ୍ତ ଓ ନର୍ଭସ ମଧ୍ୟ ରହୁଥିଲି। ବର୍ଷା ବାଧାପ୍ରାପ୍ତ ମ୍ୟାଚର ଫଳାଫଳ କାହା ସପକ୍ଷରେ ଯାଇପାରେ ମାତ୍ର ଶେଷରେ ଭାରତ ଜିତିବା ଆମ ପାଇଁ ଖୁସିର କଥା ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଭାରତର ସର୍ବଶ୍ରେଷ୍ଠ ମ୍ୟାଚ୍‌ ବିଜେତା ଭାବେ କେଉଁ ଖେଳାଳିଙ୍କ ନାମ କହିଲେ ଗାଭାସ୍କର

ନୂଆଦିଲ୍ଲୀ, ୨୫।୩- କପିଳ ଦେବଙ୍କ ନେତୃତ୍ୱରେ ଭାରତ ପ୍ରଥମଥର ଲାଗି ୧୯୮୩ ମସିହାରେ ଦିନିକିଆ ବିଶ୍ୱକପ୍‌ ଜିତିବାର ସୌଭାଗ୍ୟ ଲାଭ କରିଥିଲା। ଏହି ସ୍ମରଣୀୟ ବିଶ୍ୱକପ୍‌...

ଧୋନୀଙ୍କ ସହ କୋହଲିଙ୍କର ରହିଛି ଏମିତି ସମ୍ପର୍କ, ଟୁଇଟ୍‌ କରି କହିଲେ…

ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲି ଏବଂ ମହେନ୍ଦ୍ର ସିଂ ଧୋନୀଙ୍କ ଭିତରେ ସମ୍ପର୍କ କେମିତି ବୋଲି ପ୍ରଶଂସକମାନେ ଜାଣିବାକୁ ଚାହିଁଛନ୍ତି। ପଡ଼ିଆରେ ସେମାନଙ୍କ...

ଭାରତୀୟ କ୍ରିକେଟରଙ୍କ ନାମରେ ଅଷ୍ଟ୍ରେଲିଆ ଷ୍ଟ୍ରିଟ୍‌

ମେଲବୋର୍ନ, ୧୬ା୬ (ପି.ଟି.)-ଅଷ୍ଟ୍ରେଲିଆରେ କେତେକ ଗଳି ଅବା ଷ୍ଟ୍ରିଟ୍‌ର ନାମକରଣ ସଚିନ ତେନ୍ଦୁଲକର, କପିଳ ଦେବ ଓ ବିରାଟ କୋହଲିଙ୍କ ଭଳି ଭାରତର କେତେଜଣ ମହାନ...

ଅଷ୍ଟ୍ରେଲିୟ ଅଧିନାୟକଙ୍କୁ କିଣିଲେ ନାହିଁ କୌଣସି ଫ୍ରାଞ୍ଚାଇଜ୍‌, ରାଗିଯାଇ ଏଭଳି କହିଲେ ମାଇକେଲ କ୍ଲାର୍କ

ନୂଆଦିଲ୍ଲୀ,୨୦।୨: ନିକଟରେ ଶେଷ ହୋଇଛି ଆଇପିଏଲ୍‌ ୧୪ତମ ସଂସ୍କରଣ ଲାଗି ଖେଳାଳି ନିଲାମ ପ୍ରକ୍ରିୟା। ସମସ୍ତ ୮ ଫ୍ରାଞ୍ଚାଇଜ୍‌ ୨୨ ବିଦେଶୀ ଖେଳାଳିଙ୍କୁ କିଣିଛି। ହେଲେ...

ଫାଇନାଲ୍‌ରେ ନୀରଜ: ଭାରତ ପାଇଁ ସ୍ବର୍ଣ୍ଣ ପଦକ ଆଶା ବଢିଲା

ଟୋକିଓ,୪।୮: ଟୋକିଓ ଅଲିମ୍ପିକ୍ସ ୨୦୨୦ରେ ଭାରତର ତାରକା ଆଥଲେଟ ନୀରଜ ଚୋପ୍ରା ଏକ ପଦକ ଆଶା ରଖିଛନ୍ତି। ସେ ବୁଧବାର ଜାଭେଲିନ ଥ୍ରୋ ଇଭେଣ୍ଟର ଫାଇନାଲରେ...

ଭାରତକୁ ଶୋଚନୀୟ ଭାବେ ପରାସ୍ତ କରିବା ପରେ ଇଂଲଣ୍ଡ ଅଧିନାୟକ କହିଲେ ଏଭଳି

ନୂଆଦିଲ୍ଲୀ,୯।୨: ଲଗାତାର ତିନୋଟି ଟେଷ୍ଟ ଜିତିବାର ସଫଳତା ହାସଲ କରିଛି ଇଂଲଣ୍ଡ ଟିମ୍‌। ପ୍ରଥମେ ଶ୍ରୀଲଙ୍କାକୁ ଦୁଇଟି ଟେଷ୍ଟରେ ପରାଜିତ କରିବା ପରେ ଭାରତ ବିପକ୍ଷରେ...

ରୋହିତଙ୍କୁ ପ୍ରଶଂସକ କହିଲେ ‘ସନ୍ୟାସ ନେବା ବେଳ ହୋଇଗଲାଣି’

ଦୁବାଇ,୨୬।୮: ରବିବାର ପାକିସ୍ତାନ ବିପକ୍ଷରେ ଏସିଆ କପ୍‌ର ପ୍ରଥମ ମୁକାବିଲା ଖେଳିବ ଭାରତ। ଏହାପୂର୍ବରୁ ଖେଳାଳିମାନେ ଦୁବାଇରେ ପହଞ୍ଚି ଅଭ୍ୟାସ ଆରମ୍ଭ କରିଛନ୍ତି। ଗୁରୁବାର ଅଭ୍ୟାସ...

କ୍ଷେତ୍ରରେ ଆଖୁ ଚୋବାଉଛନ୍ତି ଏହି କ୍ରିକେଟର୍‌

ଭାରତୀୟ କ୍ରିକେଟ ଦଳର ପୂର୍ବତନ ମଧ୍ୟକ୍ରମ ବ୍ୟାଟ୍ସମ୍ୟାନ୍‌ ସୁରେଶ ରାଇନା ଖରାପ ଫର୍ମ ଯୋଗୁ ଏବେ ଦଳରୁ ବିଦା ହୋଇଛନ୍ତି। କ୍ରିକେଟରୁ ଦୂରେଇ ଏବେ ସେ...

Advertisement
Archives

Model This Week