Posted inଖେଳ

ଇମର୍ଜିଂ ପ୍ଲେୟର ଦୌଡ଼ରେ ଅର୍ଶଦୀପ, ରେଣୁକା, ୟସ୍ତିକା

ଦୁବାଇ,୨୯ା୧୨(ପି.ଟି): ଆଇସିସି ଉଦୀୟମାନ ଖେଳାଳି (ଇମର୍ଜିଂ ପ୍ଲେୟର) ଦୌଡରେ ସାମିଲ ହୋଇଛନ୍ତି ଭାରତର ଅର୍ଶଦୀପ ସିଂ, ରେଣୁକା ସିଂ ଓ ୟସ୍ତିକା ଭାଟିଆ। ଦକ୍ଷିଣ ଆଫ୍ରିକାର ମାର୍କୋ ଜାନସେନ୍‌, ନ୍ୟୁଜିଲାଣ୍ଡର ଫିନ୍‌ ଆଲେଡ୍‌ ଏବଂ ଆଫଗାନିସ୍ତାନର ଇବ୍ରାହିମ୍‌ ଜାଦ୍ରାନଙ୍କ ସହିତ ସେ ବୁଧବାର ଏହି ଦୌଡରେ ସାମିଲ ହୋଇଛନ୍ତି। ଜାନୁୟାରୀ ମାସ ଠାରୁ ଇମର୍ଜିଂ ପ୍ଲେୟର ପାଇଁ ଭୋଟିଂ ଆରମ୍ଭ ହେବ ବୋଲି ଆଇସିସି ପକ୍ଷରୁ କୁହାଯାଇଛି। ଅନ୍ତର୍ଜାତୀୟ ପଦାର୍ପଣର ୬ ମାସ ମଧ୍ୟରେ ଅର୍ଶଦୀପ ଏହି ଦୌଡରେ ସାମିଲ ହୋଇଛନ୍ତି। ଚମତ୍କାର ଆଇପିଏଲ ପ୍ରଦର୍ଶନ ପରେ ତାଙ୍କୁ ଭାରତୀୟ ଦଳକୁ ଡାକରା ମିଳିଥିବା ବେଳେ ୧୮.୧୨ ହାରରେ ସେ୨୧ ମ୍ୟାଚରୁ ୩୩ ଉଇକେଟ ଅକ୍ତିଆର କରିଛନ୍ତି। ଉଭୟ ନୂଆ ଏବଂ ପୁରୁଣା ବଲରେ ଉଇକେଟ ନେବାରେ ସେ ସିଦ୍ଧହସ୍ତ। ୨୩ ବର୍ଷୀୟ ଅର୍ଶଦୀପ ନ୍ୟୁଜିଲାଣ୍ଡ ବିପକ୍ଷ ସିରିଜରେ ଦିନିକିଆ ପଦାର୍ପଣ କରିଥିଲେ। ୬ ମାସର ଛୋଟ କ୍ୟାରିୟର ମଧ୍ୟରେ ସେ ସମସ୍ତଙ୍କୁ ପ୍ରଭାବିତ କରିବାରେ ସଫଳ ହୋଇଛନ୍ତି। ଏହା ମଧ୍ୟରେ ସେ ଅନେକ ସ୍ମରଣୀୟ ପ୍ରଦର୍ଶନ ମଧ୍ୟ କରିଛନ୍ତି। ମେଲବୋର୍ନ କ୍ରିକେଟ ଗ୍ରାଉଣ୍ଡରେ ପାକିସ୍ତାନ ବିପକ୍ଷ ପ୍ରଦର୍ଶନ ଏହାର ଏକ ଉଦାହରଣ। ଏହି ମ୍ୟାଚରେ ସେ ପ୍ରଥମ ବଲରେ ବାବର ଆଜମ୍‌ ଓ ପରବର୍ତ୍ତୀ ଓଭରରେ ମହମ୍ମଦ ରିଜଓ୍ବାନଙ୍କ ଉଇକେଟ ହାସଲ କରିବା ସହିତ ୩୨ ରନରେ ୩ ଉଇକେଟ ଅକ୍ତିଆର କରିବା ସହିତ ଇମର୍ଜିଂ ପ୍ଲେୟାର ଦାବିଦାରକୁ ଦୃଢ କରିଥିଲେ। ମହିଳା ବର୍ଗରେ ଭାରତ ପକ୍ଷରୁ ୟସ୍ତିକା ଭାଟିଆ ଓ ରେଣୁକା ସିଂଙ୍କୁ ଇମର୍ଜିଂ ପ୍ଲେୟର ଭାବରେ ଚୟନ କରାଯାଇଛି। ଏହି ତାଲିକାରେ ଅଷ୍ଟ୍ରେଲିଆର ଡାର୍ସି ବ୍ରାଉନ ଓ ଇଂଲଣ୍ଡର ଆଲିସ୍‌ କାପ୍‌ସେ ରହିଛନ୍ତି। ରେଣୁକା ୨୯ ମ୍ୟାଚରୁ ୪୦ ଉଇକେଟ ଅକ୍ତିଆର କରିଛନ୍ତି। ରାଜ୍ୟଗୋଷ୍ଠୀ ଓ ଏସିଆ କପ୍‌ରୁ ସେ ମିଳିତ ଭାବରେ ୧୭ ଉଇକେଟ ମଧ୍ୟ ନେଇଥିଲେ। ୨୨ ବର୍ଷୀୟ ୟସ୍ତିକା ବିଶ୍ୱକପ୍‌ରେ ପଦାର୍ପଣ କରିଥିବା ବେଳେ ଦୁଇଟି ମ୍ୟାଚରେ ଯଥାକ୍ରମେ ୪୧ ଓ ୩୧ ରନ୍‌ କରିଥିଲେ। ସେ ଦିନିକିଆରେ ୩୭୬ ରନ୍‌ କରିଥିବା ବେଳେ ତାଙ୍କର ଆଭରେଜ୍‌ ୨୫.୦୯ ଓ ଷ୍ଟ୍ରାଇକ୍‌ ରେଟ୍‌ ୭୩.୨୯ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ସୁପରଷ୍ଟାର ସଲମାନଙ୍କ ନୂଆ ଇନିଂସ, କିଛି ଏଭଳି ଘୋଷଣା କରି ଚମକାଇଲେ

ମୁମ୍ବାଇ: ବଲିଉଡ୍‌ ସୁପରଷ୍ଟାର ସଲମାନ ଖାନଙ୍କ ନୂଆ ଇନିଂସ। ଆପଣ ଯଦି ଭାବୁଛନ୍ତି ସେ ବୋଧହୁଏ ବିବାହ କରିବାକୁ ଯାଉଛନ୍ତି, ତେବେ ନା। କେତେବେଳେ ସିନେମା ତ…

ପ୍ରଥମେ ସୋସିଆଲ ମିଡିଆରେ ପୋଷ୍ଟ, ଏବେ ଭାଜପାରୁ ଇସ୍ତଫା ଦେଇ ଚମକାଇଲେ ଧର୍ମେନ୍ଦ୍ର

ଲକ୍ଷ୍ନୌ, ୯।୧୦: ଉତ୍ତର ପ୍ରଦେଶରେ ରାଜ୍ୟ ସଭା ନିର୍ବାଚନ ପାଇଁ ଟିକେଟ ନ ମିଳିବାରୁ ଅସନ୍ତୁଷ୍ଟ ହୋଇ ଭାରତୀୟ ଜନତା ପାର୍ଟିର ପୂର୍ବତନ MP ଧର୍ମେନ୍ଦ୍ର କଶ୍ୟପ…

ବାଲିଯାତ୍ରାରେ ରକ୍ତପାତ: ଛୁରାମାଡ଼ରେ ଜଣେ ମୃତ, ଅନ୍ୟଜଣେ ଗୁରୁତର

କଲ୍ୟାଣସିଂହପୁର, ୯।୧୦ (ଦୀପକ କୁମାର ପରିଡ଼ା): ରାୟଗଡ଼ା ଜିଲା କଲ୍ୟାଣସିଂହପୁର ବ୍ଲକ ଅନ୍ତର୍ଗତ ଶିଖରପାଇ ବାଲିଯାତ୍ରାରେ ଘଟିଛି ଏକ ଅଭାବନୀୟ ଘଟଣା। ସାମାନ୍ୟ ବଚସାକୁ କେନ୍ଦ୍ର କରି…

କେତେ ପଢ଼ିଛନ୍ତି ଫେମସ ୟୁଟ୍ୟୁବର ଧ୍ରୁବ ରାଠୀ? ନେଟ୍ ୱର୍ଥ ଶୁଣିଲେ ଉଡ଼ିଯିବ ହୋସ୍

ଗତ କିଛି ବର୍ଷ ମଧ୍ୟରେ ଧ୍ରୁବ ରାଠିଙ୍କ ନାମ ଭାରତୀୟ ସୋସିଆଲ ମିଡିଆ ଜଗତରେ ଅଧିକ ଲୋକପ୍ରିୟ ହୋଇଛି। ପ୍ରାରମ୍ଭିକ ଦିନରେ ଟ୍ରାଭେଲ ଭିଡିଓ ଯୋଗୁଁ ଫେମସ…

ସୌରାଷ୍ଟ୍ରରୁ ଖେଳିବେ ଜାଡେଜା

ରାଜକୋଟ,୯ା୧୦: ରଣଜୀ ଟ୍ରଫି ୨୦୨୬-୨୭ ସିଜନରେ ଛତିଶଗଡ଼ ବିପକ୍ଷ ଓପନିଂ ମ୍ୟାଚରେ ସୌରାଷ୍ଟ୍ର ପକ୍ଷରୁ ଭାରତ ଅଲ୍‌ରାଉଣ୍ଡର ରବୀନ୍ଦ୍ର ଜାଡେଜା ଖେଳିବେ। ଜୟଦେବ ଉନାଡକଟ ତାଙ୍କ ଅଧିନାୟକ…

୧୦୦ରୁ ଊର୍ଦ୍ଧ୍ୱ ଅଫିସକୁ ଅଗ୍ନିଶମ ବିଭାଗର କଡ଼ା ନୋଟିସ

ପାରଳାଖେମୁଣ୍ଡି,୯ା୧୦(ଗିରିଧାରୀ ପରିଚ୍ଛା): ଗଜପତି ଜିଲାର କେତେକ ପ୍ରମୁଖ ସରକାରୀ କାର୍ଯ୍ୟାଳୟରେ ଅଗ୍ନି ର୍ନିବାପକ ଯନ୍ତ୍ର ନ ଥିବା ଅଭିଯୋଗ ହୋଇଛି। ତହସିଲ, ଜିଲା କୋଷାଗାର ଓ ନିବନ୍ଧକ…

ଗଞ୍ଜାମ କଲେଜ ଛାତ୍ର ସଂସଦ ନିର୍ବାଚନ: ବିଜୁ ଛାତ୍ର ଜନତା ଦଳ ସମର୍ଥିତ ପ୍ରାର୍ଥୀଙ୍କ ନାମାଙ୍କନ ଦାଖଲ

ଗଞ୍ଜାମ, ୯।୧୦ (ବିଦ୍ୟାଧର ସାହୁ): ଆସନ୍ତା ୧୫ ତାରିଖରେ ଗଞ୍ଜାମ କଲେଜରେ ଛାତ୍ର ସଂସଦ ନିର୍ବାଚନ ଅନୁଷ୍ଠିତ ହେବ। ଏହାକୁ ନେଇ କଲେଜ ପରିସର ଚଳଚଞ୍ଚଳ ହୋଇଉଠିଛି।…

ଘରେ ପଶି ନଗଦ ଟଙ୍କା ଓ ସୁନା ଅଳଙ୍କାର ଚୋରି ମାମଲା: ଆସିଲା ବଡ଼ ରାୟ

ଦିଗପହଣ୍ଡି, ୯।୧୦ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ୍‌ ଅନ୍ତର୍ଗତ ପଦ୍ମନାଭପୁର ପଞ୍ଚାୟତର ଚୈତନ୍ୟପୁର ଗ୍ରାମର ଏନ୍‌. ରାଜିୟା ରେଡ୍ଡୀଙ୍କ ଘରୁ ନଗଦ ଟଙ୍କା,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?