Posted inଖେଳ

ଇମର୍ଜିଂ ପ୍ଲେୟର ଦୌଡ଼ରେ ଅର୍ଶଦୀପ, ରେଣୁକା, ୟସ୍ତିକା

ଦୁବାଇ,୨୯ା୧୨(ପି.ଟି): ଆଇସିସି ଉଦୀୟମାନ ଖେଳାଳି (ଇମର୍ଜିଂ ପ୍ଲେୟର) ଦୌଡରେ ସାମିଲ ହୋଇଛନ୍ତି ଭାରତର ଅର୍ଶଦୀପ ସିଂ, ରେଣୁକା ସିଂ ଓ ୟସ୍ତିକା ଭାଟିଆ। ଦକ୍ଷିଣ ଆଫ୍ରିକାର ମାର୍କୋ ଜାନସେନ୍‌, ନ୍ୟୁଜିଲାଣ୍ଡର ଫିନ୍‌ ଆଲେଡ୍‌ ଏବଂ ଆଫଗାନିସ୍ତାନର ଇବ୍ରାହିମ୍‌ ଜାଦ୍ରାନଙ୍କ ସହିତ ସେ ବୁଧବାର ଏହି ଦୌଡରେ ସାମିଲ ହୋଇଛନ୍ତି। ଜାନୁୟାରୀ ମାସ ଠାରୁ ଇମର୍ଜିଂ ପ୍ଲେୟର ପାଇଁ ଭୋଟିଂ ଆରମ୍ଭ ହେବ ବୋଲି ଆଇସିସି ପକ୍ଷରୁ କୁହାଯାଇଛି। ଅନ୍ତର୍ଜାତୀୟ ପଦାର୍ପଣର ୬ ମାସ ମଧ୍ୟରେ ଅର୍ଶଦୀପ ଏହି ଦୌଡରେ ସାମିଲ ହୋଇଛନ୍ତି। ଚମତ୍କାର ଆଇପିଏଲ ପ୍ରଦର୍ଶନ ପରେ ତାଙ୍କୁ ଭାରତୀୟ ଦଳକୁ ଡାକରା ମିଳିଥିବା ବେଳେ ୧୮.୧୨ ହାରରେ ସେ୨୧ ମ୍ୟାଚରୁ ୩୩ ଉଇକେଟ ଅକ୍ତିଆର କରିଛନ୍ତି। ଉଭୟ ନୂଆ ଏବଂ ପୁରୁଣା ବଲରେ ଉଇକେଟ ନେବାରେ ସେ ସିଦ୍ଧହସ୍ତ। ୨୩ ବର୍ଷୀୟ ଅର୍ଶଦୀପ ନ୍ୟୁଜିଲାଣ୍ଡ ବିପକ୍ଷ ସିରିଜରେ ଦିନିକିଆ ପଦାର୍ପଣ କରିଥିଲେ। ୬ ମାସର ଛୋଟ କ୍ୟାରିୟର ମଧ୍ୟରେ ସେ ସମସ୍ତଙ୍କୁ ପ୍ରଭାବିତ କରିବାରେ ସଫଳ ହୋଇଛନ୍ତି। ଏହା ମଧ୍ୟରେ ସେ ଅନେକ ସ୍ମରଣୀୟ ପ୍ରଦର୍ଶନ ମଧ୍ୟ କରିଛନ୍ତି। ମେଲବୋର୍ନ କ୍ରିକେଟ ଗ୍ରାଉଣ୍ଡରେ ପାକିସ୍ତାନ ବିପକ୍ଷ ପ୍ରଦର୍ଶନ ଏହାର ଏକ ଉଦାହରଣ। ଏହି ମ୍ୟାଚରେ ସେ ପ୍ରଥମ ବଲରେ ବାବର ଆଜମ୍‌ ଓ ପରବର୍ତ୍ତୀ ଓଭରରେ ମହମ୍ମଦ ରିଜଓ୍ବାନଙ୍କ ଉଇକେଟ ହାସଲ କରିବା ସହିତ ୩୨ ରନରେ ୩ ଉଇକେଟ ଅକ୍ତିଆର କରିବା ସହିତ ଇମର୍ଜିଂ ପ୍ଲେୟାର ଦାବିଦାରକୁ ଦୃଢ କରିଥିଲେ। ମହିଳା ବର୍ଗରେ ଭାରତ ପକ୍ଷରୁ ୟସ୍ତିକା ଭାଟିଆ ଓ ରେଣୁକା ସିଂଙ୍କୁ ଇମର୍ଜିଂ ପ୍ଲେୟର ଭାବରେ ଚୟନ କରାଯାଇଛି। ଏହି ତାଲିକାରେ ଅଷ୍ଟ୍ରେଲିଆର ଡାର୍ସି ବ୍ରାଉନ ଓ ଇଂଲଣ୍ଡର ଆଲିସ୍‌ କାପ୍‌ସେ ରହିଛନ୍ତି। ରେଣୁକା ୨୯ ମ୍ୟାଚରୁ ୪୦ ଉଇକେଟ ଅକ୍ତିଆର କରିଛନ୍ତି। ରାଜ୍ୟଗୋଷ୍ଠୀ ଓ ଏସିଆ କପ୍‌ରୁ ସେ ମିଳିତ ଭାବରେ ୧୭ ଉଇକେଟ ମଧ୍ୟ ନେଇଥିଲେ। ୨୨ ବର୍ଷୀୟ ୟସ୍ତିକା ବିଶ୍ୱକପ୍‌ରେ ପଦାର୍ପଣ କରିଥିବା ବେଳେ ଦୁଇଟି ମ୍ୟାଚରେ ଯଥାକ୍ରମେ ୪୧ ଓ ୩୧ ରନ୍‌ କରିଥିଲେ। ସେ ଦିନିକିଆରେ ୩୭୬ ରନ୍‌ କରିଥିବା ବେଳେ ତାଙ୍କର ଆଭରେଜ୍‌ ୨୫.୦୯ ଓ ଷ୍ଟ୍ରାଇକ୍‌ ରେଟ୍‌ ୭୩.୨୯ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ପୁଣି ପାକିସ୍ତାନ କ୍ରିକେଟ୍‌ ବୋର୍ଡର ଖୋଲିଲା ପୋଲ୍‌

ଇସଲାମାବାଦ୍‌,୧୬।୪: ପାକିସ୍ତାନ କ୍ରିକେଟ୍‌ ବୋର୍ଡର ପୋଲ୍‌ ଖୋଲିଯାଇଛି। ପାକିସ୍ତାନ କ୍ରିକେଟ ବୋର୍ଡ ଏପର୍ଯ୍ୟନ୍ତ ଦଳର ନିର୍ଦ୍ଦେଶକ ଭାବେ କାର୍ଯ୍ୟ କରୁଥିବା ମହମ୍ମଦ ହାଫିଜଙ୍କୁ ଟଙ୍କା ଦେଇନାହାଁନ୍ତି।...

ଆଇପିଏଲ ୨୦୨୪ରେ ସବୁଠାରୁ ଲମ୍ବା ଛକା ମାରିଲେ ଦୀନେଶ କାର୍ତ୍ତିକ, ଚର୍ଚ୍ଚାରେ…

ନୂଆଦିଲ୍ଲୀ,୧୬।୪: ସୋମବାର ସନରାଇଜର୍ସ ହାଇଦ୍ରାବାଦ ବିପକ୍ଷରେ ଦୀନେଶ କାର୍ତ୍ତିକ ଆଇପିଏଲ ୨୦୨୪ର ଦୀର୍ଘତମ ଛକା ମାରିଛନ୍ତି। କାର୍ତ୍ତିକ ଏମ ଚିନ୍ନାସ୍ବାମୀ ଷ୍ଟାଡିୟମରେ ଟି ନଟରାଜନଙ୍କ ବଲରେ...

ଆଇପିଏଲ୍‌ରେ ଅଲୋଡା ରେକର୍ଡ ହାସଲ କଲେ ଏହି କ୍ରିକେଟର୍‌

ନୂଆଦିଲ୍ଲୀ,୧୬।୪: ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁକୁ ସନରାଇଜର୍ସ ହାଇଦ୍ରାବାଦ ବିପକ୍ଷରେ ପରାଜୟର ସମ୍ମୁଖୀନ ହେବାକୁ ପଡିଛି। ଫାଫ ଡୁ ପ୍ଲେସିସଙ୍କ ନେତୃତ୍ୱାଧୀନ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋରକୁ ସନରାଇଜର୍ସ...

ଏହି ୪ ଖେଳାଳିଙ୍କ ପାଇଁ ହାରିଲା ଆରସିବି

ନୂଆଦିଲ୍ଲୀ,୧୬।୪: ସନରାଇଜର୍ସ ହାଇଦ୍ରାବାଦ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁକୁ ୨୫ ରନରେ ପରାସ୍ତ କରିଛି। ପ୍ରଥମେ ବ୍ୟାଟିଂ କରିବାକୁ ଆସିଥିବା ସନରାଇଜର୍ସ ହାଇଦ୍ରାବାଦ ୨୦ ଓଭରରେ ୩...

ଆଇପିଏଲ୍‌ରେ ଇତିହାସ ରଚିଲା ସନରାଇଜର୍ସ ହାଇଦ୍ରାବାଦ

ନୂଆଦିଲ୍ଲୀ,୧୬।୪; ଆଇପିଏଲ ୨୦୨୪ର ୩୦ତମ ମ୍ୟାଚରେ ସନରାଇଜର୍ସ ହାଇଦ୍ରାବାଦ ଇତିହାସ ରଚିଛି। ବେଙ୍ଗାଲୁରୁର ଚିନ୍ନାସ୍ବାମୀ ଷ୍ଟାଡିୟମରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ବିପକ୍ଷରେ ଆଇପିଏଲର ସର୍ବାଧିକ ସ୍କୋର...

୬ ପରାଜୟ ପରେ ପ୍ଲେ ଅଫ ପାଇଁ ଯୋଗ୍ୟତା ଅର୍ଜନ କରିପାରିବ କି ଆରସିବି: ଜାଣନ୍ତୁ କ’ଣ କହୁଛି ସମୀକରଣ

ନୂଆଦିଲ୍ଲୀ,୧୬।୪: ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁକୁ ସନରାଇଜର୍ସ ହାଇଦ୍ରାବାଦ ବିପକ୍ଷରେ ପରାଜୟର ସମ୍ମୁଖୀନ ହେବାକୁ ପଡିଛି। ଫାଫ ଡୁ ପ୍ଲେସିସଙ୍କ ନେତୃତ୍ୱାଧୀନ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋରକୁ ସନରାଇଜର୍ସ...

ଭୁବନେଶ୍ୱର ‘ଏ’, ଝାରସୁଗୁଡ଼ା, ସୋନପୁର ବିଜୟୀ

ଭୁବନେଶ୍ୱର, ୧୬।୪ (ତପନ ସ୍ବାଇଁ): ଓଡ଼ିଶା କ୍ରିକେଟ ଆସୋସିଏଶନ ଆନୁକୂଲ୍ୟରେ କଟକର ବିଭିନ୍ନ ଗ୍ରାଉଣ୍ଡରେ ସୋମବାର ଅନୁଷ୍ଠିତ ୧୯ ବର୍ଷରୁ କମ୍‌ ଆନ୍ତଃଜିଲା କ୍ରିକେଟ ଲିଗ୍‌...

ଇଂଲଣ୍ଡର ଶ୍ରେଷ୍ଠ ସ୍ପିନର ଅଣ୍ଡରଉଡ୍‌ଙ୍କ ଦେହାନ୍ତ

ନୂଆଦିଲ୍ଲୀ, ୧୬ା୪ (ପି.ଟି.): ଦ୍ୱିତୀୟ ବିଶ୍ୱଯୁଦ୍ଧ ପରେ ଇଂଲଣ୍ଡର ଶ୍ରେଷ୍ଠ ସ୍ପିନର ବିବେଚନା କରାଯାଉଥିବା ଡେରିକ୍‌ ଅଣ୍ଡରଉଡ୍‌ଙ୍କର କେଣ୍ଟଠାରେ ପରଲୋକ ହୋଇଯାଇଛି। ତାଙ୍କୁ ୭୮ବର୍ଷ ବୟସ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri