Posted inଖେଳ

ସ୍ବତନ୍ତ୍ର ରେକର୍ଡ ହାସଲ କଲେ ଅର୍ଶଦୀପ

ଜୋହାନ୍ସବର୍ଗ,୧୭।୧୨: ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦିନିକିଆ ସିରିଜର ପ୍ରଥମ ମ୍ୟାଚ ଭାରତ ସହଜରେ ବିଜୟ ହାସଲ କରିଛି। ପ୍ରଥମେ ବ୍ୟାଟିଂ କରି ଦକ୍ଷିଣ ଆଫ୍ରିକା ଦଳ ୧୧୬ ରନ ସ୍କୋରରେ ଅଲଆଉଟ୍‌ ହୋଇଯାଇଥିଲା। ଭାରତ ମାତ୍ର ୧୬.୪ ଓଭରରେ ଲକ୍ଷ୍ୟ ସ୍ଥଳରେ ପହଞ୍ଚିଥିଲା। ଡେବ୍ୟୁ ମ୍ୟାଚ୍‌ରେ ସାଇ ସୁଦର୍ଶନ ୫୫ ରନ୍‌ର ପାଳି ଖେଳିଥିଲେ।
ଅର୍ଶଦୀପ ସିଂ ଏବଂ ଆବେଶ ଖାନ ଭାରତ ପାଇଁ ଚମତ୍କାର ବୋଲିଂ କରିଥିଲେ। ଅର୍ଶଦୀପ ୫ ଉଇକେଟ ନେଇଥିବା ବେଳେ ଆବେଶ ୪ ଉଇକେଟ ନେଇଥିଲେ। ଏହି ମ୍ୟାଚରେ ଅନେକ ରେକର୍ଡ କରାଯାଇଥିଲା। ଅନ୍ତର୍ଜାତୀୟ କ୍ୟାରିୟରରେ ପ୍ରଥମଥର ପାଇଁ ଏକ ମ୍ୟାଚରେ ଅର୍ଶଦୀପ ୫ଟି ଉଇକେଟ ନେଇଥିଲେ।
ଦକ୍ଷିଣ ଆଫ୍ରିକା ଦଳ ଭାରତ ବିପକ୍ଷରେ ତାସ୍‌ ପତା ଭଳି ଗଳି ପଡିଥିଲା। ତାଙ୍କ ଘରୋଇ ଗ୍ରାଉଣ୍ଡରେ ଦିନିକିଆ ଫର୍ମାଟରେ ଏହା ତାଙ୍କର ସର୍ବନିମ୍ନ ମୋଟ ସ୍କୋର ଥିଲା। ଦଳ ୧୧୬ ରନ ସ୍କୋରରେ ଆଉଟ ହୋଇଥିଲେ। ଅର୍ଶଦୀପ ଏକ ସ୍ବତନ୍ତ୍ର ରେକର୍ଡ ହାସଲ କରିଛନ୍ତି। ଦକ୍ଷିଣ ଆଫ୍ରିକା ବିପକ୍ଷ ଏକ ଦିନିକିଆରେ ଇନିଂସରେ ୫ ଉଇକେଟ ନେଇ ଭାରତ ପାଇଁ ଚତୁର୍ଥ ବୋଲର ହୋଇଥିଲେ। ଏହାପୂର୍ବରୁ ସୁନୀଲ ଯୋଶୀ, ୟୁଜବେନ୍ଦ୍ର ଚହଲ ଏବଂ ରବିନ୍ଦ୍ର ଜାଡେଜା ଏହି କାରନାମା କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଦିଲ୍ଲୀ ବିପକ୍ଷ ମ୍ୟାଚରେ ପରାଜୟ ପାଇଁ ତିଳକ ବର୍ମା ଦାୟୀ ବୋଲି କହିଲେ ହାର୍ଦ୍ଦିକ ପାଣ୍ଡ୍ୟା, ଉଠାଇଲେ ବଡ଼ ପ୍ରଶ୍ନ

ଭୁବନେଶ୍ୱର, ୨୭।୪: ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ୍) ର ୧୭ ତମ ସିଜନ୍ ମୁମ୍ବାଇ ଇଣ୍ଡିଆନ୍ସ ପ୍ରଦର୍ଶନ ଏତେ ଭଲ ନାହିଁ। ୨୮ ଏପ୍ରିଲରେ ଦିଲ୍ଲୀ...

ରାଜସ୍ଥାନର ଅଷ୍ଟମ ବିଜୟ, ସଞ୍ଜୁ ସାମସନ୍‌ଙ୍କ ଅଧିନାୟକ ପାଳି

ନୂଆଦିଲ୍ଲୀ,୨୭ା୪: ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ରେ ଶନିବାର ଲକ୍ଷ୍ନୌ ସୁପର ଜାଏଣ୍ଟ୍ସକୁ ୭ ଉଇକେଟରେ ହରାଇ ଅଷ୍ଟମ ବିଜୟ ହାସଲ କରିଛି ରାଜସ୍ଥାନ ରୟାଲ୍ସ। ଟସ୍‌ ହାରି...

ହାଇସ୍କୋରିଂ ମ୍ୟାଚ୍‌ରେ କ୍ୟାପିଟାଲ୍ସ ବିଜୟୀ

ନୂଆଦିଲ୍ଲୀ,୨୭ା୪: ଇଣ୍ଡିଆନ ପ୍ରିମିୟର ଲିଗ୍‌ରେ ଶନିବାର ଅନୁଷ୍ଠିତ ଡବଲ୍‌ ହେଡରର ହାଇସ୍କୋରିଂ ମ୍ୟାଚ୍‌ରେ ମୁମ୍ବାଇ ଇଣ୍ଡିଆନ୍ସକୁ ୧୦ ରନ୍‌ରେ ପରାସ୍ତ କରିଛି ଦିଲ୍ଲୀ କ୍ୟାପିଟାଲ୍ସ। ପ୍ରଥମେ...

ଆଇପିଏଲ୍‌ ୨୦୨୪ର ନୂଆ ହିରୋ ଶଶାଙ୍କ କିଏ? ୧୦୦ ଟେଷ୍ଟ ଖେଳିଥିବା କ୍ରିକେଟର ବି କରୁଛନ୍ତି ପ୍ରଶଂସା

ନୂଆଦିଲ୍ଲୀ,୨୭।୪: ଆଇପିଏଲ୍‌ ୨୦୨୪କୁ ମିଳିଛି ନୂଆ ହିରୋ। ସେ କୌଣସି ବିଦେଶୀ ଖେଳାଳି ନୁହନ୍ତି ବରଂ ପଞ୍ଜାବ କିଙ୍ଗ୍ସର ଅନ୍‌କ୍ୟାପ୍ଡ ଖେଳାଳି ଶଶାଙ୍କ ସିଂ। ଶଶାଙ୍କଙ୍କୁ...

ସେମିରେ ଦୀପିକା କୁମାରୀ

ସାଂଘାଇ, ୨୭ା୪: ମାତୃତ୍ୱ ଲାଭ ପରେ ମଧ୍ୟ ଭାରତର ପୂର୍ବତନ ବିଶ୍ୱର ନମ୍ବର-୧ ତୀରନ୍ଦାଜ ଦୀପିକା କୁମାରୀ ତାଙ୍କ ଭଲ ପ୍ରଦର୍ଶନ ଜାରି ରଖିଛନ୍ତି। ଏଠାରେ...

ଆଜିଠାରୁ ଥୋମାସ୍‌, ଉବର କପ୍‌

ଚେଙ୍ଗ୍‌ଡୁ, ୨୭ା୪ ଥୋମାସ କପ୍‌ ଓ ଉବର କପ୍‌ ବ୍ୟାଡ୍‌ମିଣ୍ଟନ ପ୍ରତିଯୋଗିତା ଏଠାରେ ଶନିବାରଠାରୁ ଆରମ୍ଭ ହେବ। ଭାରତୀୟ ପୁରୁଷ ଦଳ ଏଥର ଥୋମାସ କପ୍‌...

ବ୍ରାଜିଲିଆନ ଫୁଟ୍‌ବଲ ଷ୍ଟାର ମାର୍ଟା କଲେ ବଡ଼ ଘୋଷଣା

ସାଓ ପାଉଲୋ, ୨୭ା୪: ଛଅ ଥର ମହିଳା ବିଶ୍ୱକପ୍‌ ଖେଳିଥିବା ବ୍ରାଜିଲିଆନ ଫୁଟ୍‌ବଲ ଷ୍ଟାର ମାର୍ଟା ଚଳିତ ବର୍ଷ ଶେଷ ହେବା ପରେ ଜାତୀୟ ଦଳରୁ...

ଆଇପିଏଲ୍‌ ଇତିହାସରେ ସର୍ବାଧିକ ରନ୍‌ ଚେଜ୍‌

କୋଲକାତା, ୨୭।୪: ଇଡେନ ଗାର୍ଡେନ୍ସରେ କୋଲକାତା ନାଇଟ ରାଇଡର୍ସ କରିଥିବା ୨୬୧ ରନ ପର୍ଯ୍ୟାପ୍ତ ହେଲାନି। ଜନି ବେୟାରଷ୍ଟୋଙ୍କ ଅପରାଜିତ ଶତକ ସହାୟତାରେ ପଞ୍ଜାବ କିଙ୍ଗ୍ସ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri