ଅହଂମତ୍ତତା

ଜନାର୍ଦ୍ଦନ ବନ୍ଦ୍ୟୋପାଧ୍ୟାୟ

ମଣିଷ ଅହଂମତ୍ତ ହେଲେ ଅନ୍ଧ ଭଳି ଦିଗ୍‌ ବିଦିଗ୍‌-ଶୂନ୍ୟ ହୋଇ ବିବେକର ବିଚାର ଏବଂ ଆଦର୍ଶବୋଧକୁ ସମ୍ପୂର୍ଣ୍ଣ ଉପେକ୍ଷା କରି ଅପରିଣାମଦର୍ଶୀ କାର୍ଯ୍ୟ କଳାପ ଦ୍ୱାରା ନିଜର ତଥା ନିଜ ପରିବେଶ ଏବଂ ଦେଶ ଓ ଦଶର ସମୂହ ଧ୍ୱଂସର କାରଣ ହୋଇଥାଏ । ପୁରାଣ-ଇତିହାସ ପୃଷ୍ଠାରୁ ଜଣାଯାଏ କ୍ଷମତା ମଦରେ ଅଭିଭୂତ ହୋଇ ଅତୀତରେ ଅନେକ ରାଜା, ମହାରାଜା, ସମ୍ରାଟ ଏବଂ ରାଷ୍ଟ୍ରନାୟକମାନେ ନିଜର ତଥା ନିଜ ଦେଶର ବିନାଶର କାରଣ ହୋଇଛନ୍ତି। ସମ୍ପ୍ରତି ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ୍‌ଙ୍କ ଦ୍ୱାରା ୟୁକ୍ରେନ୍‌ ଉପରେ ପ୍ରଚଣ୍ଡ ଆକ୍ରମଣ ତଥା ଧ୍ୱଂସର ତାଣ୍ଡବଲୀଳା ସୃଷ୍ଟି କରି ଅଗଣିତ ନିରୀହ ମଣିଷ-ବୃଦ୍ଧ-ଶିଶୁ-ନାରୀ-ପୀଡ଼ିତମାନଙ୍କର ଅସୀମ ଦୁଃଖ-ଦୁର୍ଦ୍ଦଶାର କାରଣ ହେବା ସେହିପରି ଏକ ଦୁର୍ଭାଗ୍ୟଜନକ ପରିସ୍ଥିତି ସୃଷ୍ଟି କରିଛି। ଏହାର ଅନ୍ତିମ ପରିଣତି ସ୍ବରୂପ ଭୟଙ୍କର ଆଣବିକ ଯୁଦ୍ଧଜନିତ ମହାବିନାଶକୁ ଆମନ୍ତ୍ରଣ କରିବାର ଆଶଙ୍କା ଦେଖାଦେଇଛି। ନାଟୋ ଏବଂ ୟୁରୋପୀୟ ଦେଶଗୁଡ଼ିକ ରୁଷିଆ ଉପରେ ନାନା ପ୍ରକାର ଅର୍ଥନୈତିକ କଟକଣା ପ୍ରୟୋଗ କରିବା ହେତୁ ଅଚିରେ ରୁଷୀୟ ଅର୍ଥନୀତି ବିଧ୍ୱସ୍ତ ହେବାର ସମ୍ଭାବନା ଦେଖାଦେଇଛି।
ଏଣେ ଆମେରିକାର ଆର୍ଥିକ ତଥା ଅସ୍ତ୍ରଶସ୍ତ୍ର ସାହାଯ୍ୟରେ ବଳୀୟାନ ହୋଇ ୟୁକ୍ରେନ୍‌ ରୁଷୀୟ ସେନାକୁ ମୁକାବିଲା କରୁଛି। ୟୁକ୍ରେନ୍‌କୁ ରୁଷୀୟ ସେନା ସମ୍ପୂର୍ଣ୍ଣ ଅଧିକାର କରିପାରିନାହିଁ। କିମ୍ବା ଆତ୍ମସମର୍ପଣ କରିବାକୁ ବାଧ୍ୟ କରିପାରିନାହିଁ।
ବର୍ତ୍ତମାନ ପୁଟିନ୍‌ଙ୍କ ପାଇଁ ୟୁକ୍ରେନ୍‌ ‘ନାଗସାପର ଚୁଚୁନ୍ଦ୍ରା ଗିଳିବା’ ଭଳି ହୋଇଛି। ଅର୍ଥାତ୍‌ ନା ଗିଳିପାରୁଛି ନା ଓକାଳି ପାରୁଛି। ଜଣେ ବିଚକ୍ଷଣ କୂଟନୀତିଜ୍ଞ ଏବଂ ବୁଦ୍ଧିମାନ ରାଷ୍ଟ୍ରମୁଖ୍ୟ ହୋଇ ମଧ୍ୟ ସେ କିପରି ଏଭଳି ଅପରିଣାମଦର୍ଶୀ ପଦକ୍ଷେପ ଗ୍ରହଣ କଲେ ତାହା ହିଁ ଆଶ୍ଚର୍ଯ୍ୟର କଥା। ଏହାକୁ କହନ୍ତି ଅହଂମତ୍ତତା, ଏଭଳି ପରିସ୍ଥିତି ଯୋଗୁ ଭାରତ ମଧ୍ୟ ଆନ୍ତର୍ଜାତିକ ସ୍ତରରେ ଅତ୍ୟନ୍ତ ଜଟିଳ ପରିସ୍ଥିତି ଭିତରକୁ ଟାଣି ହୋଇଯାଇଛି। କାରଣ ରୁଷିଆ ଭାରତର ଏକ ବିଶ୍ୱସ୍ତ ଏବଂ ନିର୍ଭରଯୋଗ୍ୟ ବନ୍ଧୁ ହୋଇ ଆସିଛି, ବିଶେଷ କରି କଶ୍ମୀର ବ୍ୟାପାରରେ ଆନ୍ତର୍ଜାତିକ ସ୍ତରରେ ଭାରତକୁ ଅନ୍ଧ ଭାବେ ସମର୍ଥନ ଦେଇଛି। ତେଣୁ ନୀତିଗତ ଭାବେ ଭାରତ ରୁଷିଆକୁ ସମର୍ଥନ ଜଣାଇବାକୁ ବାଧ୍ୟ। କିନ୍ତୁ ପୁଟିନ୍‌ଙ୍କ ନୀତି ବିରୁଦ୍ଧ କାର୍ଯ୍ୟକଳାପ ଏବଂ ଯୁଦ୍ଧଖୋର ମନୋଭାବ ଯୋଗୁ ସମଗ୍ର ବିଶ୍ୱର ଜନମତ ତାହା ବିରୋଧରେ ବୃଦ୍ଧି ପାଇବାରେ ଲାଗିଛି। ଫଳରେ ତାହାର ସମର୍ଥକ ଭାବରେ ଭାରତ ମଧ୍ୟ ବିଶ୍ୱଦରବାରରେ ନିନ୍ଦିତ ହେଉଛି। ଏଭଳି ପରିସ୍ଥିତିରେ ଭାରତ କେତେଦିନ ପୁଟିନ୍‌ଙ୍କ ନୀତିକୁ ସମର୍ଥନ ଦେଇପାରିବ ତାହାହିଁ ଚିନ୍ତାର ବିଷୟ। ଅନ୍ୟାୟ କରୁଥିବା ବ୍ୟକ୍ତିକୁ ପ୍ରତ୍ୟକ୍ଷ ଅଥବା ପରୋକ୍ଷ ଭାବରେ ସମର୍ଥନ କରିବା ଅନ୍ୟାୟ ସହିତ ସମାନ। ‘ସତ୍ୟାନୁସରଣ’ରେ କୁହାଯାଇଛି- ”ତୁମ ବନ୍ଧୁ ଯଦି କୁପଥରେ ଯାଏ, ଆଉ ତୁମେ ଯଦି ତାକୁ ଫେରାଇବାକୁ ଚେଷ୍ଟା ନ କର ବା ତ୍ୟାଗ କର, ତା’ର ଶାସ୍ତି ତୁମକୁ ମଧ୍ୟ ତ୍ୟାଗ କରିବ ନାହିଁ।“ ତେଣୁ ଆମ ପ୍ରଧାନମନ୍ତ୍ରୀଙ୍କୁ ଏବେ ସମସ୍ତ କୂଟନୈତିକ କୌଶଳ ପ୍ରୟୋଗ କରି ପୁଟିନ୍‌ଙ୍କୁ ଯୁଦ୍ଧରୁ ନିବୃତ୍ତ କରିବା ଏକାନ୍ତ କର୍ତ୍ତବ୍ୟ ବୋଲି ମନେହୁଏ। ଅବଶ୍ୟ ୟୁକ୍ରେନ୍‌ରେ ଏହି ବିସ୍ଫୋରକ ପରିସ୍ଥିତି ପାଇଁ ପୁଟିନ୍‌ ଏକାମାତ୍ର ଦାୟୀ ନୁହନ୍ତି। ଆଜି ରୁଷିଆ ଏବଂ ୟୁକ୍ରେନ୍‌ର ପରିସ୍ଥିତିକୁ ଅତୀତର ଭାରତ-ପାକିସ୍ତାନ ସମ୍ପର୍କ ସହିତ ତୁଳନା କରାଯାଇପାରେ। ପାକିସ୍ତାନ ଭାରତ-ଭୂଖଣ୍ଡରୁ ଅଲଗା ହେବା ପରେ ଆମେରିକା ତାହାକୁ ପ୍ରକାଶ୍ୟରେ ଅଥବା ଗୁପ୍ତରେ ନାନାପ୍ରକାର ଅସ୍ତ୍ରଶସ୍ତ୍ର ସାହାଯ୍ୟ କରି ପରୋକ୍ଷରେ ଭାରତ ବିରୋଧରେ ପ୍ରରୋଚିତ କରିଆସିଛି। ଯାହାଫଳରେ ପାକିସ୍ତାନ ଭାରତର ଚିରଶତ୍ରୁ ହେବା ସଙ୍ଗେ ସଙ୍ଗେ ଦୀର୍ଘ ପଚାଶବର୍ଷରୁ ଊର୍ଦ୍ଧ୍ୱ ସମୟ ଭାରତ ସହିତ ସୀମା ବିବାଦ ଏବଂ ଯୁଦ୍ଧ ବିଗ୍ରହରେ ଲିପ୍ତ ରହିଛି। ଅନୁରୂପ ଭାବେ ୟୁକ୍ରେନ୍‌ ସୋଭିଏଟ ୟୁନିୟନରୁ ଅଲଗା ହେବା ପରେ ଆମେରିକା ତାହା ସହିତ ମିତ୍ରତା ଜମାଇ ତାକୁ ରୁଷିଆ ବିରୋଧରେ ଉସୁକାଇ ଚାଲିଛି ଏବଂ ଏହି ଯୋଜନାକୁ ଆଗେଇ ନେବା ପାଇଁ ୟୁକ୍ରେନ୍‌କୁ ନାଟୋ ସଂଗଠନର ସଦସ୍ୟ କରିବାକୁ ମସୁଧା କରିଛି।
ୟୁକ୍ରେନ୍‌ ରାଷ୍ଟ୍ରପତି ଆମେରିକାର ହାତବାରିସି ଭଳି କାର୍ଯ୍ୟ କରୁଛନ୍ତି। ମାତ୍ର ପୁଟିନ୍‌ ଏହି ଚକ୍ରାନ୍ତକୁ ପଣ୍ଡ କରିବାକୁ ଦୃଢ଼ସଂକଳ୍ପ। ଯାହା ହେଉନା କାହିଁକି ଏହି ଧ୍ୱଂସାତ୍ମକ ଯୁଦ୍ଧ ବନ୍ଦ ହୋଇ ଶାନ୍ତି ଫେରିଆସୁ ଏବଂ ଏଥିପାଇଁ ଭାରତକୁ ସକ୍ରିୟ ଏବଂ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବାକୁ ପଡ଼ିବ।
ପ୍ଲଟ୍‌ ନଂ. ୫୦୬, ନୟାପଲ୍ଲୀ, ଭୁବନେଶ୍ୱର
ମୋ: ୯୪୩୭୨୮୭୯୬୪


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ପଲିଥିନ ବ୍ୟବହାର ଉପରେ କଟକଣା ଲାଗୁ ହୋଇଥିଲେ ମଧ୍ୟ ଏହାର ବ୍ୟବହାର ପୂର୍ୱଭଳି ଜାରି ରହିଛି। ଅଧିକାଂଶ ଲୋକ ବ୍ୟାଗ୍‌ ନ ନେଇ ପଲିଥିନରେ ପରିବା...

ଯିଶୁଖ୍ରୀଷ୍ଟଙ୍କ ଜନ୍ମ ମହତ୍ତ୍ୱ

ଶ୍ୱର ଜଗତକୁ ଏତେ ପ୍ରେମ କଲେ ଯେ, ତାଙ୍କ ନିଜର ଅଦ୍ୱିତୀୟ ପୁତ୍ର ପ୍ରଭୁ ଯିଶୁଙ୍କୁ ପୃଥିବୀକୁ ପଠାଇଲେ। ଏଣୁ ଯେ କେହି ଯିଶୁଙ୍କଠାରେ ବିଶ୍ୱାସ...

ଗାନ୍ଧୀ ନୂଅଁାଖାଇ

ନୂଆ ଫସଲ ଅମଳ ପରେ ଆମ ଓଡ଼ିଶାରେ ବିଭିନ୍ନ ତିଥି ନେଇ ନୂଅଁାଖାଇ ପାଳନ କରାଯାଏ। ବିଶେଷକରି ଓଡ଼ିଶାର ପଶ୍ଚିମାଞ୍ଚଳରେ ନୂଆଖାଇ ବା ନୂଅଁାଖାଇ ଏକ...

ଜୈନ ଗ୍ରନ୍ଥ ଓ କର୍ମ ସିଦ୍ଧାନ୍ତ

ଜୈନ ଗ୍ରନ୍ଥ ଅନୁଯାୟୀ, ପରମସତ୍ତାଙ୍କ ହିସାବ ଖାତାରେ ପ୍ରତ୍ୟେକ କର୍ମର ଭଲ ମନ୍ଦ ଫଳ ରହିଛି। ନିଜର ଲୋଭ ଓ ମୋହ (ଖାଇବାଠାରୁ ଆରମ୍ଭକରି ବିଭିନ୍ନ...

ଆସାମର ହାତୀ-ଟ୍ରେନ୍‌ ଧକ୍କା

ଶନିବାର(୨୦-୧୨-୨୫) ବିଳମ୍ବିତ ରାତିରେ ଆସାମରେ ଘଟିଥିବା ହାତୀ-ଟ୍ରେନ୍‌ ଧକ୍କା ଏକ ବଡ଼ ଘଟଣା। ଗୋଟିଏ ଧକ୍କାରେ ୮ଟି ହାତୀଙ୍କ ମୃତ୍ୟୁ ହୋଇଛି। ଆସାମରେ ଏହା ଏପର୍ଯ୍ୟନ୍ତ...

ଶିକ୍ଷା ଓ ଶିକ୍ଷକ

ଶିକ୍ଷା ହେଉଛି ଗୋଟିଏ ଦେଶର ସବୁଠୁ ମୌଳିକ ଓ ଶକ୍ତିଶାଳୀ ସାମାଜିକ ଭିତ୍ତିଭୂମି। ଏହା କେବଳ ପାଠପଢ଼ା, ପରୀକ୍ଷା, ସାର୍ଟିଫିକେଟ କିମ୍ବା ଚାକିରି ପାଇବାର ଉପାୟ...

ଦିଲ୍ଲୀରୁ ଯିବ ରାଜଧାନୀ

ଦିଲ୍ଲୀ ଭାରତର ରାଜଧାନୀ ହୋଇଥିବାରୁ ଦେଶର ବିଭିନ୍ନ ପ୍ରାନ୍ତର ଲୋକ ସେଠାରେ ରହିବାକୁ କିମ୍ବା ବୁଲିଯିବାକୁ ପସନ୍ଦ କରିଥାଆନ୍ତି। ସେଠି ପାର୍ଲାମେଣ୍ଟ, ଲାଲ୍‌କିଲ୍ଲା, ସୁପ୍ରିମକୋର୍ଟ, ଇଣ୍ଡିଆ...

ଏବର ଚାଷବାସ

କୃଷି ବିନା ସମ୍ଭବ ନୁହେଁ ଖୁସି। ଖୁସି ସେହିଠାରୁ ଆସେ ଯେଉଁଠି ଥାଏ ଅନ୍ନ। ଅନ୍ନଗ୍ରହଣ ନାଶକରେ ଭୋକ। ଭୋକରୁ ଉତ୍ତୀର୍ଣ୍ଣ ହେବାକୁ ହେଲେ ମାଟି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri