ବିଦ୍ୟୁତ୍‌ ବିଭ୍ରାଟ: ଛାତ୍ରୀଛାତ୍ରଙ୍କ ପରୀକ୍ଷା ନିକଟ, ଚିନ୍ତାରେ ଅଭିଭାବକ

ଦାରିଙ୍ଗବାଡ଼ି,୨୨ା୪(ଡି.ଏନ୍‌.ଏ.): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଅଞ୍ଚଳରେ ଘନଘନ ବିଦ୍ୟୁତ୍‌କାଟକୁ ନେଇ ଜନ ଅସନ୍ତୋଷ ଦାନା ବାନ୍ଧୁଛି। ଦୀର୍ଘ ଘଣ୍ଟା ଧରି ବିଦ୍ୟୁତ ଅଚଳ ଯୋଗୁ ବ୍ୟବସାୟ ପ୍ରତିଷ୍ଠାନ ସମେତ ସରକାରୀ ଏବଂ ବେସରକାରୀ କାର୍ଯ୍ୟାଳୟ ଏକ ପ୍ରକାର ଠପ୍‌ ହେଇଯାଉଛି। ବିଶେଷ କରି ଆଉ କିଛିଦିନ ପରେ ଛାତ୍ରୀଛାତ୍ରଙ୍କ ପରୀକ୍ଷା ଥିବାରୁ ସେମାନଙ୍କ ପାଠପଢ଼ାରେ ବ୍ୟାହତ ସୃଷ୍ଟି ହୋଇଛି। ଏନେଇ ସଂଯୁକ୍ତା ସାହୁ ନାମକ ଜଣେ ମହିଳା ଜିଲା ପ୍ରଶାସନ ନିକଟରେ ଅଭିନବ ଉପାୟରେ ବିଦ୍ୟୁତ୍‌ ସମସ୍ୟାର ସମାଧାନ ପାଇଁ ନିବେଦନ କରିଛନ୍ତି । ସାମାଜିକ ଗଣମାଧ୍ୟମରେ ସେ ଏକ ଭିଡିଓ ଭାଇରଲ କରିଛନ୍ତି। ଉକ୍ତ ଭିଡିଓରେ କହିଛନ୍ତି, କରୋନା ପାଇଁ ଦୀର୍ଘ ୨ବର୍ଷ ଧରି ପିଲାଙ୍କ ପାଠପଢ଼ା ବନ୍ଦ ରହିଥିଲା। ଏବେ ପିଲାମାନେ ବିଦ୍ୟାଳୟ ଖୋଲିବା ପରେ ନିୟମିତ ପାଠ ପଢ଼ିବାର ସୁଯୋଗ ପାଇଲେ। ବିଦ୍ୟାଳୟରେ ପଢ଼ିବା ସହ ଘରେ ନିଜ ପାଠ ଅଭ୍ୟାସ କରୁଛନ୍ତି ହେଲେ ଘନଘନ ବିଦ୍ୟୁତ୍‌କାଟ୍‌ ଯୋଗୁ ମହମବତୀ ବା ଡିବିରିରେ ପମିବାକୁ ହେଉଛି। ହେଲେ ବିଦ୍ୟୁତ ଆଲୋକରେ ପଢ଼ିବା ଏବଂ ମହମବତୀ ଆଲୋକରେ ପଢ଼ିବା ମଧ୍ୟରେ ଅନେକ ଫରକ ରହୁଛି। ବିଦ୍ୟୁତ୍‌କୁ ଭରସା କରିଥିବାରୁ ସମସ୍ତଙ୍କ ଘରେ ଡିବିରି ଏବଂ ମହମବତୀ ନାହିଁ। ଫଳରେ ହଟହଟା ଭୋଗୁଛନ୍ତି। ଏଥିପ୍ରତି ବିଦ୍ୟୁତ ବିଭାଗ ଏବଂ ଜିଲା ପ୍ରଶାସନ ଗୁରୁତ୍ୱ ଦେବାକୁ ସଂଯୁକ୍ତା ନିବେଦନ କରିଛନ୍ତି। ଘନଘନ ବିଦ୍ୟୁତ କାଟ୍‌ ବନ୍ଦ କରାଯାଉ ନ ହେଲେ ମହିଳାମାନେ ରାଜରାସ୍ତାକୁ ଓହ୍ଲାଇବେ ବୋଲି ଦାରିଙ୍ଗବାଡ଼ି ଅଞ୍ଚଳର ଏକାଧିକ ମହିଳା ଚେତାବନୀ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

BCCI ବୈଠକ ଶେଷ; ଲକ୍ଷ୍ମଣ ହେବେ ନାହିଁ ନିର୍ଦ୍ଦେଶକ; ଆସିଲା ୫ ଅପଡେଟ

ନୂଆଦିଲ୍ଲୀ,୩।୯: ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (BCCI) ଗୁରୁବାର (ସେପ୍ଟେମ୍ବର ୩) ଏକ ବୈଠକ କରିଥିଲା, ଯେଉଁଥିରେ ପୁରୁଷ ଦଳର ମୁଖ୍ୟ ପ୍ରଶିକ୍ଷକ ଗୌତମ ଗମ୍ଭୀର, ପୁରୁଷ…

ମେସି ପରେ ଫୁଟବଲରୁ ଅବସର ନେବେ ଏହି କିମ୍ବଦନ୍ତୀ, ଜାଣନ୍ତୁ…

ସରାଜେଭୋ,୩ା୯: ମେସି ପରେ ବୋସନିଆ ଓ ହର୍ଜଗୋଭିନା ଫୁଟବଲ କିମ୍ବଦନ୍ତୀ ଏଡିନ ଜେକୋ ଆସନ୍ତା ମାସରେ ଅନ୍ତର୍ଜାତୀୟ ଫୁଟବଲରୁ ଅବସର ନେବାକୁ ଯାଉଛନ୍ତି। ଏ ନେଇ ଗୁରୁବାର…

ଦିଦିଙ୍କ ଅଲଟିମେଟମ: ’କହିଲେ ଭାଜପା ନେତାଙ୍କ ଘର ବାହାରେ ଧାରଣା ଦେବି’

କୋଲକାତା,୩।୯: ପଶ୍ଚିମବଙ୍ଗର ପୂର୍ବତନ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କୋଲକାତାରେ ଟିଏମସି କାର୍ଯ୍ୟାଳୟରେ ଭଙ୍ଗାରୁଜାକୁ ନେଇ ଭାଜପାକୁ ଟାର୍ଗେଟ କରିଛନ୍ତି। ସେ କହିଛନ୍ତି ଯେ ଯଦି ଟିଏମସି ବିରୋଧରେ…

୨୦ ଟିଏମସି ବିଦ୍ରୋହୀଙ୍କୁ ବାଚସ୍ପତିଙ୍କ ବଡ଼ ଆଶ୍ୱସ୍ତି; ମହୁଆ ମୋଇତ୍ରା କହିଲେ – ‘ଆଶ୍ଚର୍ଯ୍ୟ…’

କୋଲକାତା,୩।୯: ଲୋକ ସଭା ବାଚସ୍ପତି ଓମ ର୍ବିର୍ଲା ୨୦ ଜଣ ବିଦ୍ରୋହୀ ତୃଣମୂଳ କଂଗ୍ରେସ (TMC) ସାଂସଦଙ୍କୁ ସେମାନଙ୍କ ବିରୁଦ୍ଧରେ ଅଯୋଗ୍ୟତା ପ୍ରକ୍ରିୟା ସମ୍ପର୍କରେ ଜବାବ ଦାଖଲ…

ଛତ୍ରପୁର ଉପଖଣ୍ଡ ଚିକିତ୍ସାଳୟରେ ଡାକ୍ତର ଅଭାବ, ହନ୍ତସନ୍ତ ହେଉଛନ୍ତି ରୋଗୀ

ଛତ୍ରପୁର,୩ା୯(ଦିଲ୍ଲୀପ ସାମଲ) : ଗଞ୍ଜାମ ଜିଲ୍ଲା ଛତ୍ରପୁର ଉପଖଣ୍ଡ ଚିକିତ୍ସାଳୟ ଉପରେ ଦୈନିକ ଶତାଧିକ ରୋଗୀ ନିର୍ଭର କରନ୍ତି । ରୋଗ ପରୀକ୍ଷଣ, ଚକ୍ଷୁ, ପ୍ରସୂତୀ, ଶିଶୁରୋଗ,…

ଧୋନିଙ୍କ IPL ଭବିଷ୍ୟତକୁ ନେଇ ଆସିଲା ନୂଆ ଖବର; ‘Impact Player’ ନିୟମକୁ ନେଇ ପୂର୍ବତନ ସାଥୀ ଖେଳାଳି ଦେଲେ ବଡ଼ ବୟାନ

ନୂଆଦିଲ୍ଲୀ,୩।୯: ଏମଏସ ଧୋନି ଆଇପିଏଲ 2027 ରେ ଖେଳିବେ କି ନାହିଁ ସେ ବିଷୟରେ ଏପର୍ଯ୍ୟନ୍ତ କୌଣସି ଠୋସ ସୂଚନା ନାହିଁ। 45 ବର୍ଷୀୟ ପୂର୍ବତନ ଭାରତୀୟ…

ସରପଞ୍ଚଙ୍କୁ ହତ୍ୟା ଉଦ୍ୟମ ଘଟଣା: ଅଭିଯୁକ୍ତ ଗଲେ ଜେଲ୍‌

ଦିଗପହଣ୍ଡି,୩ା୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବୋମକେଇ ପଞ୍ଚାୟତ ସରପଞ୍ଚ ତପନ କୁମାର ପ୍ରଧାନଙ୍କୁ ହତ୍ୟା ଉଦ୍ୟମ ଘଟଣାରେ ଅଭିଯୁକ୍ତଙ୍କୁ କେ.ନୂଆଗାଁ ଥାନା ପୋଲିସ…

ସରକାରଙ୍କ ବଡ଼ ନିଷ୍ପତ୍ତି; ସେପ୍ଟେମ୍ବର ୧୧ରେ ସରକାରୀ ଛୁଟି, କଣ ଖୋଲା କଣ ବନ୍ଦ ଜାଣନ୍ତୁ

ନୂଆଦିଲ୍ଲୀ,୩ା୯: ରାଜଧାନୀ ଦିଲ୍ଲୀରେ ଆସନ୍ତା ସେପ୍ଟେମ୍ବର ୧୧ ତାରିଖରେ ସରକାରୀ ଛୁଟି ଘୋଷଣା କରାଯାଇଛି । ଦିଲ୍ଲୀରେ ହେବାକୁ ଥିବା BRICS ସମ୍ମିଳନୀକୁ ଦୃଷ୍ଟିରେ ରଖି ସୁରକ୍ଷା,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri