ବିଦ୍ୟୁତ୍‌ ବିଭ୍ରାଟ: ଛାତ୍ରୀଛାତ୍ରଙ୍କ ପରୀକ୍ଷା ନିକଟ, ଚିନ୍ତାରେ ଅଭିଭାବକ

ଦାରିଙ୍ଗବାଡ଼ି,୨୨ା୪(ଡି.ଏନ୍‌.ଏ.): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଅଞ୍ଚଳରେ ଘନଘନ ବିଦ୍ୟୁତ୍‌କାଟକୁ ନେଇ ଜନ ଅସନ୍ତୋଷ ଦାନା ବାନ୍ଧୁଛି। ଦୀର୍ଘ ଘଣ୍ଟା ଧରି ବିଦ୍ୟୁତ ଅଚଳ ଯୋଗୁ ବ୍ୟବସାୟ ପ୍ରତିଷ୍ଠାନ ସମେତ ସରକାରୀ ଏବଂ ବେସରକାରୀ କାର୍ଯ୍ୟାଳୟ ଏକ ପ୍ରକାର ଠପ୍‌ ହେଇଯାଉଛି। ବିଶେଷ କରି ଆଉ କିଛିଦିନ ପରେ ଛାତ୍ରୀଛାତ୍ରଙ୍କ ପରୀକ୍ଷା ଥିବାରୁ ସେମାନଙ୍କ ପାଠପଢ଼ାରେ ବ୍ୟାହତ ସୃଷ୍ଟି ହୋଇଛି। ଏନେଇ ସଂଯୁକ୍ତା ସାହୁ ନାମକ ଜଣେ ମହିଳା ଜିଲା ପ୍ରଶାସନ ନିକଟରେ ଅଭିନବ ଉପାୟରେ ବିଦ୍ୟୁତ୍‌ ସମସ୍ୟାର ସମାଧାନ ପାଇଁ ନିବେଦନ କରିଛନ୍ତି । ସାମାଜିକ ଗଣମାଧ୍ୟମରେ ସେ ଏକ ଭିଡିଓ ଭାଇରଲ କରିଛନ୍ତି। ଉକ୍ତ ଭିଡିଓରେ କହିଛନ୍ତି, କରୋନା ପାଇଁ ଦୀର୍ଘ ୨ବର୍ଷ ଧରି ପିଲାଙ୍କ ପାଠପଢ଼ା ବନ୍ଦ ରହିଥିଲା। ଏବେ ପିଲାମାନେ ବିଦ୍ୟାଳୟ ଖୋଲିବା ପରେ ନିୟମିତ ପାଠ ପଢ଼ିବାର ସୁଯୋଗ ପାଇଲେ। ବିଦ୍ୟାଳୟରେ ପଢ଼ିବା ସହ ଘରେ ନିଜ ପାଠ ଅଭ୍ୟାସ କରୁଛନ୍ତି ହେଲେ ଘନଘନ ବିଦ୍ୟୁତ୍‌କାଟ୍‌ ଯୋଗୁ ମହମବତୀ ବା ଡିବିରିରେ ପମିବାକୁ ହେଉଛି। ହେଲେ ବିଦ୍ୟୁତ ଆଲୋକରେ ପଢ଼ିବା ଏବଂ ମହମବତୀ ଆଲୋକରେ ପଢ଼ିବା ମଧ୍ୟରେ ଅନେକ ଫରକ ରହୁଛି। ବିଦ୍ୟୁତ୍‌କୁ ଭରସା କରିଥିବାରୁ ସମସ୍ତଙ୍କ ଘରେ ଡିବିରି ଏବଂ ମହମବତୀ ନାହିଁ। ଫଳରେ ହଟହଟା ଭୋଗୁଛନ୍ତି। ଏଥିପ୍ରତି ବିଦ୍ୟୁତ ବିଭାଗ ଏବଂ ଜିଲା ପ୍ରଶାସନ ଗୁରୁତ୍ୱ ଦେବାକୁ ସଂଯୁକ୍ତା ନିବେଦନ କରିଛନ୍ତି। ଘନଘନ ବିଦ୍ୟୁତ କାଟ୍‌ ବନ୍ଦ କରାଯାଉ ନ ହେଲେ ମହିଳାମାନେ ରାଜରାସ୍ତାକୁ ଓହ୍ଲାଇବେ ବୋଲି ଦାରିଙ୍ଗବାଡ଼ି ଅଞ୍ଚଳର ଏକାଧିକ ମହିଳା ଚେତାବନୀ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଶୋଲା ଚାଷୀଙ୍କୁ ମିଳୁନି ପ୍ରୋତ୍ସାହନ

କେନ୍ଦୁଝର, ,୧୫।୩ (ସ୍ବ.ପ୍ର.) ଉପଯୁକ୍ତ ପ୍ରୋତ୍ସାହନ ଅଭାବରୁ ହରିଚନ୍ଦନପୁର ବ୍ଲକର ବଡକମଣ୍ଡରା, ସାନକମଣ୍ଡରା ଓ ଆଖପାଖ ଅଞ୍ଚଳର ଶୋଲା ଚାଷୀ ଉପକୃତ ହୋଇ ପାରୁନାହାନ୍ତି। ବିନା...

‘ଏନ୍‌ଆର୍‌ସି ନୁହେଁ ଏନ୍‌ଆର୍‌ୟୁ ଆବଶ୍ୟକ’

ପୁରୀ ଅଫିସ, ୩୦ା୧: ଦେଶର ଭବିଷ୍ୟତ କୁହାଯାଉଥିବା ଯୁବଶକ୍ତିି ଆଜି ଦିଶାହୀନ ହୋଇ ବୁଲୁଛନ୍ତି। ଦେଶରେ ଶିକ୍ଷିତ ବେକାରୀଙ୍କ ସଂଖ୍ୟା ବଢି ଚାଲିଛି। ଗତ ୪୫ବର୍ଷ...

ଗଛରେ ଝୁଲୁଛି ବ୍ୟକ୍ତିଙ୍କ ମୃତଦେହ

ପାଟଣା,୧୬।୩(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ବ୍ଲକ ବଡ଼ ପାଟଣା ପଞ୍ଚାୟତ ସାନ ଜାମୁପଶି ଗ୍ରାମରୁ ଜଣେ ବ୍ୟକ୍ତିଙ୍କ ଝୁଲନ୍ତା ମୃତଦେହ ପୋଲିସ ଜବତ କରିଛି। ମୃତକ...

ବର୍ଷାକୁ ଚାହିଁ ବସିଛନ୍ତି ଚାଷୀ

ଭଣ୍ଡାରିପୋଖରୀ, ୨୧।୭ (ଡି.ଏନ.ଏ.) – ଚଳିତବର୍ଷ ଚାଷକୁ ନେଇ ଦ୍ୱନ୍ଦ୍ୱରେ ପଡ଼ିଛନ୍ତି ଚାଷୀ। ମୌସୁମୀ ବର୍ଷା ଚାଷୀମାନଙ୍କୁ ନିରାଶ କରିଛି। ଆଷାଢ଼ ସରି ଶ୍ରାବଣ ମାସ...

ମିଳିଲା ଚୋରି ଅଳଙ୍କାର: ବନ୍ଧା ହେଲେ ଅଭିଯୁକ୍ତ

ଭଦ୍ରକ,୨୯।୬(ସନାତନ ରାଉତ ): ଭଦ୍ରକ ପୁରୁଣାବଜାର ଥାନା ଅଧୀନ ନଂଘାମହଲା ଗ୍ରାମରୁ ଗତ ୭ତାରିଖରେ ଚୋରି ହୋଇଥିବା ସୁନା, ରୁପା ଅଳଙ୍କାରକୁ ପୁରୁଣାବଜାର ପୋଲିସ ଜବତ...

ଜାଲ ସାର୍ଟିଫିକେଟ, କୋଟିଆ ବିବାଦକୁ ଗୃହରେ ହଙ୍ଗାମା: ଅପରାହ୍ନ ୪ ଟା ଯାଏ ଗୃହ ମୁଲତବୀ

ଭୁବନେଶ୍ବର,୩୧।୩(ବ୍ୟୁରୋ): ଜାଲ ସାର୍ଟିଫିକେଟ ଓ କୋଟିଆ ବିବାଦକୁ ନେଇ ଗୃହ ସରଗରମ। ଉଭୟ ପ୍ରସଙ୍ଗକୁ ନେଇ ସରକାରଙ୍କୁ ଘେରିଲେ ବିରୋଧୀ ଦଳ। ଏପରିକି ବାଚସ୍ପତିଙ୍କ ପୋଡିୟମ...

ଆଜି ବିର୍ସା ମୁଣ୍ଡା ହକି ଷ୍ଟାଡିୟମ ଉଦ୍‌ଘାଟନ

ରାଉରକେଲା ଅଫିସ୍‌, ୫ା୧:ଷ୍ଟିଲସିଟି ରାଉରକେଲାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗୁରୁବାର ଗସ୍ତ କରୁଛନ୍ତି। ରାଉରକେଲାରେ ପ୍ରଥମ ଥର କରି ପୁରୁଷ ହକି ବିଶ୍ୱକପ୍‌ ମ୍ୟାଚ ଖେଳା...

୧୦ରୁ ରାଜ୍ୟରେ ପୁଣି ବର୍ଷା

ଭୁବନେଶ୍ବର,୭।୧(ବ୍ୟୁରୋ): ଘୂର୍ଣ୍ଣିବଳୟ ପ୍ରଭାବରେ ରାଜ୍ୟରେ ଆସନ୍ତା ୧୦ ତାରିଖରୁ ବର୍ଷା ହେବାର ସମ୍ଭାବନା ରହିଛି। ଏକ ଘନୀଭୂତ ପଶ୍ଚିମା ଝଡ଼ ଶୁକ୍ରବାରଠାରୁ ଅଧିକ ଘନୀଭୂତ ହୋଇ...

Advertisement
Archives

Model This Week