Posted inଫୁରସତ

ବିନା ପାସ୍‌ପୋର୍ଟରେ ବିଦେଶରେ ପହଞ୍ଚିଲେ

ୱାଶିଂଟନ: ବିଦେଶକୁ ଯାତ୍ରା ସମୟରେ ପାସ୍‌ପୋର୍ଟର ଆବଶ୍ୟକତା ପଡ଼ିଥାଏ। ହେଲେ ନିକଟରେ ଜଣେ ମହିଳା ବିନା ପାସ୍‌ପୋର୍ଟରେ ୧୫୦୦ କି.ମି. ଦୂର ବିଦେଶରେ ପହଞ୍ଚିଯାଇଛନ୍ତି। ଆମେରିକାର ବେଭେର୍ଲି ଏଲିସ ହେବର୍ଡ ନାମକ ମହିଳା ପେନ୍‌ସିଲଭାନିଆର ଫିଲାଡେଲଫିଆ ଏବଂ ଫ୍ଲୋରିଡ଼ାର ଜାକ୍ସନଭିଲେରେ ଥିବା ନିଜର ୨ ଘରକୁ ଯିବାଆସିବା କରିଥାନ୍ତି। ଏହି ୨ ସହରକୁ ଯାଆସ ପାଇଁ କୌଣସି ପାସ୍‌ପୋର୍ଟର ଆବଶ୍ୟକତା ପଡ଼ି ନ ଥାଏ। କିନ୍ତୁ ବେଭେର୍ଲି ଭୁଲ ଫ୍ଲାଇଟରେ ବସିଯିବାରୁ ସେ ଜାମାଇକାରେ ପହଞ୍ଚିଯାଇଥିଲେ। ରିପୋର୍ଟ ମୁତାବକ, ଫିଲାଡେଲଫିଆରୁ ଜାକ୍ସନଭିଲେ ଯିବା ପାଇଁ ବେଭେର୍ଲି ବୋର୍ଡିଂ ଗେଟ୍‌ ପାଖରେ ପହଞ୍ଚିଥିଲେ। ନିକଟରେ ତାଙ୍କର ପିଠିରେ ସର୍ଜରୀ ହୋଇଥିବାରୁ ତାଙ୍କ ଗତି ମନ୍ଥର ଥିଲା। ସେଠାରେ ସେ ଜଣେ ଷ୍ଟାଫ୍‌ଙ୍କୁ ଫ୍ଲାଇଟ ଟେକ୍‌ଅପ ହେବା ଭିତରେ ସେ ବାଥ୍‌ରୁମ ଯାଇ ଆସିପାରିବେ କି ନାହିଁ ପଚାରିଲେ। ସେଥିପାଇଁ ୨୦ ମିନିଟ୍‌ ସମୟ ଥିବା ସେ କହିଥିଲେ। ବେଭେର୍ଲି ବାଥ୍‌ରୁମ୍‌ରୁ ଆସି ତୁରନ୍ତ ଫ୍ଲାଇଟ ପାଇଁ ତାଙ୍କ ବୋର୍ଡିଂ ପାସ ଦେଖାଇଲେ। ସେଠାରେ ଚେକ୍‌ କରୁଥିବା ଏଜେଣ୍ଟ ମଧ୍ୟ ତରବରରେ ତାଙ୍କ ପାସ୍‌କୁ ନ ଦେଖି ତାଙ୍କୁ ଛାଡ଼ି ଦେଇଥିଲେ। ଫ୍ଲାଇଟର ସଦସ୍ୟ ବେଭେର୍ଲିଙ୍କୁ ଖୁବ୍‌ଶୀଘ୍ର ଆମେ ଜମାଇକାରେ ପହଞ୍ଚିବା ବୋଲି କହିଥିଲେ। ଏଥିରେ ବେଭେର୍ଲି ହସିକରି କହିଲେ, ସେ ଜମାଇକା ଯିବାକୁ ଚାହାନ୍ତି, ହେଲେ ତାଙ୍କୁ ବର୍ତ୍ତମାନ ତାଙ୍କ ଘରକୁ ଯିବାକୁ ଅଛି ବୋଲି କହିଥିଲେ। ସେଥିରେ ବେଭେର୍ଲି ଏବଂ ସଦସ୍ୟ ଜଣକ ଜାଣିପାରିଲେ ଯେ ସେ ଭୁଲ ଫ୍ଲାଇଟରେ ବସିଛନ୍ତି। ପ୍ରକୃତରେ ବେଭେର୍ଲି ବାଥରୁମ୍‌ ଯିବା ସମୟରେ ବୋର୍ଡିଂ ଗେଟ୍‌ ବଦଳାଯାଇଥିଲା, ଯାହା ଫଳରେ ବେଭେର୍ଲି ଭୁଲ ଫ୍ଲାଇଟ୍‌ରେ ଚଢିଯାଇଥିଲେ। ପରେ ବେଭେର୍ଲିଙ୍କ ସହିତ ଜଣେ ସଦସ୍ୟ ରହିଲେ। କିଛି ଘଣ୍ଟା ପରେ ତାଙ୍କୁ ନିଜ ଦେଶକୁ ଫେରିବାକୁ ଫ୍ଲାଇଟ ମିଳିଗଲା। ତେବେ ଏୟାରଲାଇନ ପକ୍ଷରୁ ଏପରି ଭୁଲ ସୁଧାରିବାକୁ ଯାଇ ମହିଳାଙ୍କୁ ତାଙ୍କ ଟିକେଟ ଟଙ୍କା ଫେରାଇ ଦିଆଗଲା। ଏଥିସହ ତାଙ୍କୁ ୬୦୦ ଡଲାର ଅର୍ଥାତ୍‌ ୪୯ ହଜାର ୨୪୫ ଟଙ୍କାର ଫ୍ଲାଇଟ ଭାଉଚର ମଧ୍ୟ ଦିଆଗଲା।


Enter your email to get our daily news in your inbox.

All Right Reserved By Dharitri.Com

ଏମିତି ଏକ ରହସ୍ୟମୟ ଗାଁ, ଯେଉଁଠି ଚାଲିଯାଏ ଲୋକଙ୍କ ଦୃଷ୍ଟିଶକ୍ତି! କାରଣ ଜାଣିଲେ ହେବେ ଚକିତ

ମେକ୍ସିକୋର ଏକ ଦୂରଦୂରାନ୍ତ ଗାଁକୁ ନେଇ ଦୀର୍ଘଦିନ ଧରି ଏକ ରହସ୍ୟମୟ କାହାଣୀ ପ୍ରଚଳିତ ରହିଛି। କୁହାଯାଏ, ଏଠାରେ ଲୋକଙ୍କ ସହ ପଶୁମାନଙ୍କର ମଧ୍ୟ ଦୃଷ୍ଟିଶକ୍ତି ଚାଲିଯାଉଥିଲା।…

ସମଗ୍ର ପୃଥିବୀରେ କୋଣାର୍କ ସର୍ବାପେକ୍ଷା ଅଧିକ ଅଳଂକୃତ ମନ୍ଦିର

ଉପରେ ଯେଉଁ ଶୀର୍ଷକ ବ୍ୟବହାର କରିଛୁ, ତାହା ଫର୍ଗୁସନ୍‌ଙ୍କ ମତ। ସେ ମଧ୍ୟ ଶ୍ରୀପଦ୍ମକେଶର ମନ୍ଦିର ଶବ୍ଦ ବ୍ୟବହାର କରିନାହାନ୍ତି। ଜଣେ ଭାରତୀୟ ମନମୋହନ ଗାଙ୍ଗୁଲି ମଧ୍ୟ…

ଦେହ ବ୍ୟବସାୟରୁ ବର୍ତ୍ତିବା ପାଇଁ କରାଯାଏ ବାଲ୍ୟ ନିର୍ବନ୍ଧ

ଓ୍ବାଡିଆ,୨୧ା୯: ବାଲ୍ୟ ନିର୍ବନ୍ଧ ନା ଦେହ ବ୍ୟବସାୟ। ଗାଁର ବାଳିକାମାନଙ୍କୁ ଏଭଳି ଏକ କଠିନ ପସନ୍ଦର ସମ୍ମୁଖୀନ ହେବାକୁ ପଡ଼ିଥାଏ। ଯେଉଁଠାରେ ଏହି ଅପମାନଜନକ ନାମକରଣ କୌଣସି…

ଚର୍ଚ୍ଚାରେ ନୀତା ଅମ୍ବାନୀଙ୍କ ହାର, ତିଆରି କରିବାକୁ ଲାଗିଥିଲା ୩ ବର୍ଷ, ଗଢ଼ିଛନ୍ତି ୧୪ କାରିଗର, ଦାମ୍‌ ଜାଣିଲେ…

ମୁମ୍ବାଇ,୧୯ା୯: ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ ମାଲିକ ମୁକେଶ ଅମ୍ବାନୀଙ୍କ ସ୍ତ୍ରୀ ନୀତା ଅମ୍ବାନୀଙ୍କୁ କୌଣସି ପରିଚୟର ଆବଶ୍ୟକତା ନାହିଁ। ୬୦ ବର୍ଷ ବୟସରେ ନୀତା ଅମ୍ବାନୀ ତାଙ୍କର ପ୍ରତ୍ୟେକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?