ସୋସିଆଲ ମିଡିଆରେ କଙ୍ଗନାଙ୍କ ଗିରଫ ଦାବି !

ମୁମ୍ବାଇ: ବଲିଉଡ୍‌ କୁଇନ୍‌ କଙ୍ଗନା ରାନାଓ୍ବତ ଏବେ ଖୁବ୍‌ ଚର୍ଚ୍ଚାରେ। ବିଶେଷ କରି ବଲିଉଡ୍‌ ନାୟକ ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ପରଠାରୁ ଚର୍ଚ୍ଚାରେ ରହୁଛନ୍ତି ଏହି ଅଭିନେତ୍ରୀ। ସୁଶାନ୍ତଙ୍କ ମୃତ୍ୟୁକୁ ମୁମ୍ବାଇ ପୋଲିସ ଆତ୍ମହତ୍ୟା କହୁଥିବା ବେଳେ କଙ୍ଗନା କିନ୍ତୁ ଏହା ଏକ ସୁପରିକଳ୍ପିତ ହତ୍ୟାକାଣ୍ଡ ବୋଲି କହୁଛନ୍ତି। ଏହାସହ ବଲିଉଡ୍‌ରେ ଚାଲିଥିବା ପ୍ରୀୟାପ୍ରୀତି ପୋଷଣ କଥା ମଧ୍ୟ ଉଠାଇଛନ୍ତି କଙ୍ଗନା। ଏହାକୁ ନେଇ ସେ ନିର୍ଦ୍ଦେଶକ କରନ ଜୋହରଙ୍କ ସମେତ କେତେଜଣ ଷ୍ଟାରକିଡ୍ସଙ୍କୁ ମଧ୍ୟ ଟାର୍ଗେଟ କରିଛନ୍ତି। କିନ୍ତୁ କିଛିଦିନ ତଳେ ସୁଶାନ୍ତଙ୍କ ହତ୍ୟା ଘଟଣାକୁ ନେଇ ତାଙ୍କ ପିତା ଯେଉଁ ଏଫ୍‌ଆଇଆର୍‌ ଦେଇଥିଲେ ତାହା ସମ୍ପୂର୍ଣ୍ଣ ଘଟଣାକୁ ଭିନ୍ନ ମୋଡ ଦେଇଥିଲା। ଏଥିରେ ସେ ରିୟା ଚର୍କବର୍ତ୍ତିଙ୍କୁ ସୁଶାନ୍ତଙ୍କ ମୃତ୍ୟୁ ପାଇଁ ଦାୟୀ କରିଥିବା କୁହାଯାଏ। ଅନ୍ୟପଟେ ମୁମ୍ବାଇ ପୋଲିସ ଏହାକୁ ଆତ୍ମହତ୍ୟା କହୁଥିବା ବେଳେ ଏପଟେ ଟୁଇଟରରେ ଏବେ ‘ଆରେଷ୍ଟ କଙ୍ଗନା ରାନାଓ୍ବତ’ ବୋଲି ଟ୍ରେଣ୍ଡ ହେବାରେ ଲାଗିଛି। ଆଉ ଏହାର ଜବାବ ରଖିଛନ୍ତି କଙ୍ଗନାଙ୍କ ଡିଜିଟାଲ ଟିମ୍‌। ସେମାନେ କହିଛନ୍ତି, ଯଦି ସାହସ ଅଛି ତେବେ କଙ୍ଗନାଙ୍କୁ ଗିରଫ କରାଯାଉ। ଏହାପରେ ମୁଭି ମାଫିଆଙ୍କୁ ପଦାକୁ ଆଣିବା ଆହୁରି ସହଜ ହୋଇଯିବ। ଏହାସହ ଆହୁରି ମଧ୍ୟ ଅଭିଯୋଗ କରାଯାଇଛି କି ବଲିଉଡ୍‌ ନେପୋଟିଜିମ୍‌ ଟିମ୍‌ ଦ୍ୱାରା ‘ଆରେଷ୍ଟ କଙ୍ଗନା’କୁ ଟ୍ରେଣ୍ଡ କରାଯାଉଛି। ହେଲେ ଏହାକୁ ନେଇ କଙ୍ଗନା ଆଦୌ ବିଚଳିତ ନୁହେଁ ବରଂ ଏଭଳି ପ୍ରଥାକୁ ସେ ମୂଳପୋଛ କରିବାକୁ ଶେଷ ପର୍ଯ୍ୟନ୍ତ ଲଢେଇ କରିବେ। କଙ୍ଗନା ମଧ୍ୟ କହିଛନ୍ତି ଯଦି ତାଙ୍କୁ ଆରେଷ୍ଟ କରାଯାଏ ତେବେ ସତ କ’ଣ ସାମ୍ନାକୁ ଆସିବ। ଯଦି ସେ ମିଛ କହୁଛନ୍ତି ତେବେ ସେ ଇଣ୍ଡଷ୍ଟ୍ରି ଛାଡିଦେବେ।


Enter your email to get our daily news in your inbox.

All Right Reserved By Dharitri.Com

ସମ୍ବଲପୁର କୋର୍ଟକୁ ତୃତୀୟ ଥର ପାଇଁ ବୋମା ଧମକ, ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି, ଓକିଲଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ

ସମ୍ବଲପୁର,୧୩।୭(ପ୍ରମୋଦ ବହିଦାର): ସମ୍ବଲପୁର ଜିଲା କୋର୍ଟକୁ ପୁଣି ଥରେ ବୋମାରେ ଉଡ଼ାଇ ଦେବାକୁ ଧମକ ମିଳିଛି। ତୃତୀୟ ଥର ପାଇଁ ଏଭଳି ଧମକପୂର୍ଣ୍ଣ ମେଲ ଆସିବା ପରେ…

ପୁଣି ଜନନୀ ଯନ୍ତ୍ରଣା: ପହଞ୍ଚି ପାରିଲାନି ଆମ୍ବୁଲାନ୍ସ, ଟ୍ରାକ୍ଟରରେ ସନ୍ତାନ ପ୍ରସବ କଲେ ମହିଳା

ଭବାନୀପାଟଣା,୧୩ା୭(ଉତ୍ତମ କୁମାର ଦାଶ): ଦୁର୍ଗମ ଅଞ୍ଚଳରେ ଆଜି ବି ମୌଳିକ ସୁବିଧାର ଅଭାବ କିପରି ଲୋକଙ୍କ ଜୀବନକୁ ବିପଦରେ ପକାଉଛି,ତାହାର ଆଉ ଏକ ହୃଦୟବିଦାରକ ଚିତ୍ର ସାମ୍ନାକୁ…

FIFA World Cup 2026ରେ ନୂଆ ବିବାଦ, ଟ୍ରମ୍ପଙ୍କ ଫୋନ ପରେ ଅଧ୍ୟକ୍ଷ ଜଣେ ଆମେରିକୀୟ ଖେଳାଳିଙ୍କ ଦଣ୍ଡକୁ ‘ଚୁପଚାପ’ ପରିବର୍ତ୍ତନ କଲେ!

ଓ୍ବାଶିଂଟନ,୧୩।୭: ଫିଫା ବିଶ୍ୱକପ 2026 କୁ ନେଇ ଏକ ବଡ଼ ବିବାଦ ଦେଖାଦେଇଛି। ଲାଲ କାର୍ଡ ପାଇବା ପରେ ଆମେରିକୀୟ ଷ୍ଟ୍ରାଇକର ଫୋଲାରିନ ବାଲୋଗୁନଙ୍କୁ ଗୋଟିଏ ମ୍ୟାଚ…

ବାପା ଛେଉଣ୍ଡ ଝିଅ ବିବାହ ପାଇଁ ଆର୍ଥିକ ସହାୟତା ପ୍ରଦାନ କଲେ ଛତ୍ରପୁର ବିଧାୟକ

ଗଞ୍ଜାମ,୧୩।୭,(ବିଦ୍ୟାଧର ସାହୁ ): ଛତ୍ରପୁର ନିର୍ବାଚନ ମଣ୍ଡଳୀ ଯୁବ ବିଧାୟକ କୃଷ୍ଣଚନ୍ଦ୍ର ନାୟକ ଅବହେଳିତ ନିପ୍ପେଷିତ ଗରିବ ଜନସାଧାରଣଙ୍କୁ କିଛି ନା କିଛି ଆର୍ଥିକ ସହାୟତା ପ୍ରଦାନ…

ଦାରିଙ୍ଗବାଡି ବନାଞ୍ଚଳକୁ ବଡ଼ ସଫଳତା, ମିଳିତ ଚଢ଼ାଉରେ ଶାଳ ଗଣ୍ଡି ଜବତ, ୪ ଗିରଫ, ଟ୍ରକ, ବୋଲେରୋ, ଜେସିବି ସହ ୨ ବାଇକ ଜବତ

ଦାରିଙ୍ଗବାଡି,୧୩।୭, (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବନାଞ୍ଚଳକୁ ମିଳିଛି ବଡ଼ ସଫଳତା। ଜଙ୍ଗଲରୁ କାଠ ଗଣ୍ଡି କାଟି ଚୋରୀ କରୁଥିବା ଅଭିଯୋଗରେ ବନ ବିଭାଗ ୪…

ଆଜିଠୁ ପ୍ରବଳ ବର୍ଷା, ଏସବୁ ଜିଲାକୁ ସତର୍କ ସୂଚନା ଜାରି କରି ପାଣିପାଗ ବିଭାଗ…

ଭୁବନେଶ୍ୱର,୧୩ା୭: ଏଥର ରଥରେ ପ୍ରବଳ ବର୍ଷିବ। ଆଜିଠୁ ରାଜ୍ୟରେ ପ୍ରବଳ ବର୍ଷା ନେଇ ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର। ଆସନ୍ତା ସପ୍ତାହରେ ବଙ୍ଗୋପସାଗରରେ ପଛକୁ ପଛ…

ପୂରଣ ହେଲା ଇରାନର ଇଚ୍ଛା! ଏମତି ଆଘାତ ଦେଲା ଆଣ୍ଠେଇବ ଆମେରିକା

ତେହରାନ,୧୩।୭: ଆମେରିକା ଏବଂ ଇରାନ ମଧ୍ୟରେ ଶତ୍ରୁତା ପୁଣି ଥରେ ଆରମ୍ଭ ହୋଇଛି। ଯଦି ଏହି ସଂଘର୍ଷ ଆହୁରି ଲମ୍ବିଥାଏ ତେବେ କ’ଣ ହେବ? ପଶ୍ଚିମ ଏସିଆରେ…

ସ୍ବାସ୍ଥ୍ୟ ପରୀକ୍ଷା କରାଇବାକୁ ଆସିଥିବା ନାବାଳିକାଙ୍କୁ ବଳାତ୍କାର କଲେ ଡାକ୍ତର, ଝିଅ କାନ୍ଦିକାନ୍ଦି ମା’ଙ୍କୁ କହିବା ପରେ…

ଜଗନ୍ନାଥପ୍ରସାଦ,୧୩ା୭(ବିଭୁ ପ୍ରସାଦ ପଟ୍ଟନାୟକ): ଡାକ୍ତରୀ ବୃତ୍ତିରେ କଳଙ୍କ। ଭଗବାନଙ୍କ ଦ୍ୱିତୀୟ ଅବତାର କୁହାଯାଉଥିବା ଡାକ୍ତର ସ୍ବାସ୍ଥ୍ୟପରୀକ୍ଷା କରାଇବାକୁ ଆସିଥିବା ଜଣେ ନାବାଳିକାଙ୍କୁ ବଳାତ୍କାର କରିଥିବା ଅଭିଯୋଗ ହୋଇଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri