ସ୍ବର ଚପାଇ ପାରିବନି ସେନା

ୟାଙ୍ଗୁନ୍‌, ୭।୨: ମ୍ୟାନ୍‌ମାରରେ ସାମରିକ ବିଦ୍ରୋହ ବିରୋଧରେ ଆନ୍ଦୋଳନ ତେଜିବାରେ ଲାଗିଛି। ଶନିବାର ଏଠାରେ ସବୁଠୁ ବଡ଼ ବିକ୍ଷୋଭ ଦେଖିବାକୁ ମିଳିଥିଲା। ନୂଆ ସାମରିକ ଶାସନ ବିରୋଧରେ ସୋସିଆଲ ମିଡିଆରେ ଜନମତ ଜାଗ୍ରତ ହେଉଥିବାରୁ ଏହାକୁ ଚାପିଦେବା ପାଇଁ ସୈନ୍ୟବାହିନୀ ଦେଶବ୍ୟାପୀ ଇଣ୍ଟରନେଟ୍‌ ସେବା ବନ୍ଦ କରିଦେଇଛି। ଏହା ସତ୍ତ୍ୱେ ଲକ୍ଷାଧିକ ଯୁବ ବିକ୍ଷୋଭକାରୀ ରାସ୍ତାକୁ ଓହ୍ଲାଇଥିଲେ। ଇଣ୍ଟରନେଟ୍‌ ସେବା ବନ୍ଦ ଆନ୍ଦୋଳନକୁ ଅଟକାଇ ପାରିବ ନାହିଁ ବୋଲି ବିକ୍ଷୋଭକାରୀମାନେ କହିଛନ୍ତି। ୟାଙ୍ଗୁନ୍‌ ବିଶ୍ୱବିଦ୍ୟାଳୟ ନିକଟରେ ହଜାର ହଜାର ବିକ୍ଷୋଭକାରୀ ରୁଣ୍ଡ ହୋଇ ସେନାର କ୍ଷମତା ଦଖଲକୁ ବିରୋଧ କରିଥିଲେ। ସେମାନେ ସାମରିକ ଶାସନକୁ ବିରୋଧର ପ୍ରତୀକ ସ୍ବରୂପ ତିନିଆଙ୍ଗୁଠି ସାଲ୍ୟୁଟ୍‌ ଦେଖାଇଥିଲେ। ଅଧିକାଂଶ ସୁ ଚୀଙ୍କ ନ୍ୟାଶନାଲ ଲିଗ୍‌ ଫର୍‌ ଡେମୋକ୍ରାସି ପାର୍ଟି ପତାକା ରଙ୍ଗର ହାତପଟି ଲଗାଇଥିଲେ।
ବିକ୍ଷୋଭକାରୀଙ୍କୁ ଅଟକାଇବା ପାଇଁ ବହୁସଂଖ୍ୟାରେ ଦଙ୍ଗାନିରୋଧୀ ପୋଲିସ ବଳ ନିୟୋଜିତ କରାଯାଇଥିଲା। ସଂଘର୍ଷ ଭୟରେ କେତେଜଣ ବିକ୍ଷୋଭକାରୀ ସ୍ଥାନ ଛାଡ଼ି ପଳାଇଥିଲେ। ଅନ୍ୟମାନେ ସେଠାରେ ଉପସ୍ଥିତ ରହିଥିଲେ ହେଁ ପୋଲିସ ସହ ମୁହାଁମୁହିଁ ହୋଇ ନ ଥିଲା। ୟାଙ୍ଗୁନ୍‌ର ଅନ୍ୟ ସ୍ଥାନରେ ଦୁଇଟି ଗୋଷ୍ଠୀ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। ସବୁ ଯୋଗାଯୋଗ ମାଧ୍ୟମକୁ ବନ୍ଦ ରଖାଯାଇଥିବାବେଳେ ବହିଷ୍କୃତ ନେତ୍ରୀ ଅଙ୍ଗ୍‌ ସାନ୍‌ ସୁ ଚୀଙ୍କ ଅଷ୍ଟ୍ରେଲୀୟ ଉପଦେଷ୍ଟା ଏକ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି, ତାଙ୍କୁ ଏକ ହୋଟେଲରେ ଅଟକ ରଖାଯାଇଛି, ଯେଉଁଠୁ ସେ ବାହାରି ପାରୁନାହାନ୍ତି।
ଦେଶରେ ୧୦ ବର୍ଷର ଗଣତନ୍ତ୍ର ଶାସନକୁ ହଟାଇ ସୈନ୍ୟବାହିନୀ କ୍ଷମତା ଦଖଲ କରିବା ଘଟଣାକୁ ସବୁ ମହଲରେ ନିନ୍ଦା କରାଯାଇଛି। ସେମାନେ ଜନସାଧାରଣଙ୍କ ଭୋଟକୁ ସମ୍ମାନ ଦେଉନାହାନ୍ତି ଓ ଦେଶ ପ୍ରତି ବିଶ୍ୱାସଘାତ କରିଛନ୍ତି ବୋଲି ଜଣେ ବିକ୍ଷୋଭକାରୀ କହିଛନ୍ତି।

ଆକ୍ରମଣରେ ୧୨ ନିହତ

ମ୍ୟାନ୍‌ମାରର କୋକାଙ୍ଗ ସ୍ବୟଂଶାସିତ ଜୋନ୍‌ କେନ୍ଦ୍ରୀୟ କାର୍ଯ୍ୟକାରୀ କମିଟିର ପୂର୍ବତନ ସଦସ୍ୟ ୟୁ ଖିନ୍‌ ମାଉଙ୍ଗ ଲ୍ବିନ୍‌ଙ୍କ ସମେତ ଅନ୍ୟମାନଙ୍କ ଗାଡ଼ି ଉପରେ ଦେଶର ନ୍ୟାଶନାଲ ଡେମୋକ୍ରାଟିକ୍‌ ଆଲିଆନ୍ସ ଆର୍ମିର ଏକ ଗୋଷ୍ଠୀ ସଶସ୍ତ୍ର ଆକ୍ରମଣ କରିଛନ୍ତି। ଏଥିରେ ୩ ପୋଲିସ୍‌ଙ୍କ ସମେତ ୧୨ ଜଣଙ୍କ ମୃତ୍ୟୁ ଘଟିଛି। ଅନ୍ୟ ୮ ଜଣ ସାଧାରଣ ନାଗରିକ ଓ ୫ ପୋଲିସ କର୍ମଚାରୀ ଆହତ ହୋଇଥିବା ଜଣାପଡ଼ିଛି। ମାଉଙ୍ଗ ଲ୍ବିନ୍‌ ଲାଶିଓରୁ କୋକାଙ୍ଗ ରାଜଧାନୀ ଲାଉକାଇ ଯାଉଥିବାବେଳେ ବାଟରେ ଆକ୍ରମଣ ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ପୁଣି ଆସୁଛି ବଡ଼ ଲଘୁଚାପ! ପ୍ରବଳରୁ ଅତି ପ୍ରବଳ ବର୍ଷା, ୨୪ ଘଣ୍ଟାରେ…

ଭୁବନେଶ୍ୱର , ୧୮।୮: ଆସୁଛି ଆଉ ଏକ ଲଘୁଚାପ। ଅଗଷ୍ଟ ୨୨ କିମ୍ବା ୨୩ ତାରିଖ ବେଳକୁ ଉତ୍ତରପଶ୍ଚିମ ବଙ୍ଗୋପସାଗର ଓ ସଂଲଗ୍ନ ଉତ୍ତର ଓଡ଼ିଶା ଉପକୂଳରେ…

ବଡ଼ ଘୋଷଣା କଲା ଭାଜପା: ୩ ରାଜ୍ୟ ପାଇଁ…

ନୂଆଦିଲ୍ଲୀ,୧୮।୮: ଆଗାମୀ ବିଧାନସଭା ନିର୍ବାଚନ ପୂର୍ବରୁ ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ ନୀତିନ ନବୀନ ତିନୋଟି ରାଜ୍ୟ ପାଇଁ ନୂତନ ପ୍ରଭାରୀ ନିଯୁକ୍ତ କରିଛନ୍ତି। ଉତ୍ତର ପ୍ରଦେଶ, ପଞ୍ଜାବ…

ପର୍ବପର୍ବାଣୀ ଋତୁ ପୂର୍ବରୁ LPGକୁ ନେଇ ବଡ଼ ନିଷ୍ପତ୍ତି ନେଲେ ସରକାର, ଜାଣନ୍ତୁ କ’ଣ…

ନୂଆଦିଲ୍ଲୀ, ୧୮।୮: ଆସନ୍ତା କିଛି ସପ୍ତାହରେ ଗଣେଶ ଚତୁର୍ଥୀ, ନବରାତ୍ରି, ଦୀପାବଳି ଏବଂ ଏହାପରେ ବିବାହ ଋତୁ ଆରମ୍ଭ ହେବାକୁ ଯାଉଛି। ଏଭଳି ସମୟରେ ରୋଷେଇ ଘରେ…

 କିଏ ଗଠନ କରିଥିଲା ‘ଦିମାଗି ନକ୍ସଲ’ ପାର୍ଟି? ପ୍ରତିଷ୍ଠାତାଙ୍କ ପରିଚୟ ରହସ୍ୟ ହୋଇ ରହିଛି

ଦଳ କିଏ ଗଠନ କରିଥିଲା ‘ଦିମାଗି ନକ୍ସଲ’ ପାର୍ଟି? ପ୍ରତିଷ୍ଠାତାଙ୍କ ପରିଚୟ ରହସ୍ୟ ହୋଇ ରହିଛି ନୂଆଦିଲୀ,୧୮।୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସ୍ବାଧୀନତା ଦିବସ ଭାଷଣରେ ଉଲ୍ଲେଖ…

ବାନ୍ଦା ଘାଟିରେ ଫସିଲେ ପର୍ଯ୍ୟଟକ: ରାସ୍ତା ଅବସ୍ଥା ଶୋଚନୀୟ

ଦାରିଙ୍ଗବାଡି,୧୮।୮(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ପର୍ତ୍ତମାହା ପଞ୍ଚାୟତର ବାନ୍ଦା ଘାଟିରେ ପର୍ଯ୍ୟଟକଙ୍କ କାର ଫସିଯାଇଛି। ଲଘୁଚାପ ଜନିତ ବର୍ଷା ଯୋଗୁ ଏବେ ଉକ୍ତ ଘାଟି…

ଉଚ୍ଚସ୍ଥ ଗୁରୁ-ବକ୍ରୀ ଶନିଙ୍କ ଚମତ୍କାର ସଂଯୋଗ: ଦୀପାବଳି ପର୍ଯ୍ୟନ୍ତ ଏହି ୩ ରାଶିକୁ ମିଳିବ ପ୍ରଚୁର ଧନଲାଭ, କ୍ୟାରିୟରରେ…

ଗୁରୁ ଗ୍ରହ ଜୁନ ୨ ତାରିଖରେ କର୍କଟ ରାଶିରେ ଗୋଚର କରିଥିଲେ। ଏବେ ଗୁରୁ ଗ୍ରହ ୩୧ ଅକ୍ଟୋବର ୨୦୨୬ରେ ସିଂହ ରାଶିରେ ଗୋଚର କରିବେ। ଶନି…

ଘର ବାହାରେ ଖେଳୁଥିବା ବେଳେ ଶିଶୁକନ୍ୟାଙ୍କୁ ଟେକି ନେଇଗଲା ବାଘ, ତାପରେ…

ମାଲକାନଗିରି,୧୮।୮(ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି ଜିଲା ମାଥିଲି ବ୍ଲକ ଇନ୍ଦ୍ରାଗୁଡ଼ା ଗ୍ରାମରେ ବାଘ ଆତଙ୍କ ଦେଖିବାକୁ ମିଳିଛି । ଘର ବାରଣ୍ଡାରେ ଶିଶୁକନ୍ୟା ଜଣକ ଖେଳୁଥିବା ବେଳେ ହଠାତ୍…

ମହିଳାଙ୍କ ଖାତାକୁ ଆସିବ ୩ହଜାର ଟଙ୍କା, ହେଲେ ସରକାର କାହିଁକି ଦେଉଛନ୍ତି ଏହି ଟଙ୍କା? ଜାଣନ୍ତୁ ଏହା ପଛର ରହସ୍ୟ

କୋଲକାତା,୧୮।୮: ପଶ୍ଚିମବଙ୍ଗ ସରକାରଙ୍କ ଅନ୍ନପୂର୍ଣ୍ଣା ଯୋଜନାରେ ହିତାଧିକାରୀ ମହିଳାଙ୍କ ବ୍ୟାଙ୍କ ଆକାଉଣ୍ଟକୁ ପାଣ୍ଠି ସ୍ଥାନାନ୍ତର ପ୍ରକ୍ରିୟା ସୋମବାର (ଅଗଷ୍ଟ ୧୭, ୨୦୨୬) ଠାରୁ ଆରମ୍ଭ ହୋଇଛି। ରାଜ୍ୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri