ସ୍ଥଳସେନାର ସର୍ବେସର୍ବା

ଜିତେନ୍ଦ୍ର କୁମାର ନାୟକ

ୟୁକ୍ରେନ୍‌ ଉପରେ ରୁଷିଆର ଆକ୍ରମଣ ଦୁଇ ମାସରୁ ଊର୍ଦ୍ଧ୍ୱ ସମୟ ବିତିଗଲାଣି। ଯୁଦ୍ଧ ଆହୁରି କେତେ ଦିନ ଚାଲିବ ଓ ସମାଧାନର ରାସ୍ତା କେବେ ବାହାରିବ ତାହାର ସଙ୍କେତ ମିଳୁନାହିଁ। ତେବେ ଅନ୍ତର୍ଜାତୀୟ ସ୍ତରରେ ଏହି ଯୁଦ୍ଧକୁ ନେଇ ଜୋରଦାର ଆଲୋଚନା ହେଉଛି। ରୁଷିଆ ଅତି ଶକ୍ତିଶାଳୀ ବୋଲି କୁହାଯାଉଥିଲେ ମଧ୍ୟ ୟୁକ୍ରେନ୍‌ ପାଶ୍ଚାତ୍ୟ ରାଷ୍ଟ୍ରଗୁଡ଼ିକର ସମର୍ଥନ ପାଉଥିବାରୁ ଦମ୍ଭ ହରାଉ ନାହିଁ ବୋଲି ଚର୍ଚ୍ଚା ହେଉଛି। ଏଭଳି ସ୍ଥଳେ ପ୍ରତ୍ୟେକ ରାଷ୍ଟ୍ର ନିଜ ସାମରିକ ଶକ୍ତିକୁ ମାପୁଛନ୍ତି। ଭବିଷ୍ୟତରେ ଯଦି କିଛି ଅସ୍ବାଭାବିକ ସ୍ଥିତି ଉପୁଜେ ତାହାକୁ ମୁକାବିଲା କରିବା ଲାଗି ସେନାମୁଖ୍ୟମାନେ କେତେ ପ୍ରସ୍ତୁତ, ତାହା ସେମାନଙ୍କ ମଧ୍ୟରେ ଅଣ୍ଡର କରେଣ୍ଟ ବା ଅନ୍ତଃପ୍ରବାହ ଭଳି ରହିଛି। ଏହି ପରିପ୍ରେକ୍ଷୀରେ ବିଶ୍ୱର ଅନ୍ୟତମ ଶକ୍ତିଶାଳୀ ରାଷ୍ଟ୍ର ଭାରତର ସାମରିକ କ୍ଷମତା ଓ ସେନା ମୁଖ୍ୟଙ୍କ ପରାକ୍ରମକୁ ନେଇ ଦେଶବାସୀ ଚିନ୍ତା କରିବା ସ୍ବାଭାବିକ। କୁହାଯାଏ ସେନାପତିଙ୍କ ଠିକ୍‌ ସମୟରେ ଉଚିତ ନିଷ୍ପତ୍ତି ଏକ ରାଷ୍ଟ୍ର ବା ଗୋଷ୍ଠୀକୁ ବିଜୟ ଆଣିଦେଇଥାଏ। ଆଜିର ସ୍ଥିତିରେ ସାମରିକ ଶକ୍ତି, ପ୍ରଯୁକ୍ତି ଓ କୃତ୍ରିମ ବୁଦ୍ଧିମତ୍ତା ସହ ମୁଖ୍ୟଙ୍କ ପ୍ରତ୍ୟୁତ୍ପନ୍ନମତିତା ଏକ ବଡ଼ ପରିବର୍ତ୍ତନ ଆଣିପାରୁଛି। ଭାରତୀୟ ସ୍ଥଳସେନାର ଉପମୁଖ୍ୟ ଥିବା ଲ୍ୟୁଟ୍‌ନାଣ୍ଟ ଜେନେରାଲ ମନୋଜ ପାଣ୍ଡେଙ୍କୁ ୧୮ ଏପ୍ରିଲ ୨୦୨୨ରେ ସେନାର ପରବର୍ତ୍ତୀ ମୁଖ୍ୟ ଭାବେ ନିଯୁକ୍ତି ଦିଆଯାଇଥିଲା। ସେନା ମୁଖ୍ୟ ଥିବା ମନୋଜ ମୁକୁନ୍ଦ ନରଓ୍ବଣେ ଏପ୍ରିଲ ୩୦ରେ ଅବସର ନେବା ପରେ ପାଣ୍ଡେ ୨୯ତମ ଚିଫ୍‌ ଅଫ୍‌ ଆର୍ମି ଷ୍ଟାଫ୍‌ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି। ଇଞ୍ଜିନିୟରିଂ କର୍‌ର ସଦସ୍ୟ ହୋଇଥିବା ସତ୍ତ୍ୱେ ତାଙ୍କୁ ସେନା ମୁଖ୍ୟ ହେବାର ସୁଯୋଗ ମିଳିଛି। ଅଦ୍ୟାବଧି ଇନ୍‌ଫାଣ୍ଟ୍ରି ବା ପଦାତିକ ବାହିନୀ, ଆର୍ଟିଲେରି ବା କମାଣ ବାହିନୀ ଏବଂ ଆର୍ମୋଡ ବା ସାଞ୍ଜୁ ବାହିନୀରୁ ଭାରତର ଆର୍ମି ଚିଫ୍‌ମାନେ ଆସିଛନ୍ତି। କର୍‌ ଅଫ୍‌ ଇଞ୍ଜିନିୟର୍ସରୁ ପାଣ୍ଡେଙ୍କୁ ଅଣାଯିବା ଆଧୁନିକ ଯୁଦ୍ଧ ପାଇଁ ଫଳପ୍ରଦ ହେବ ବୋଲି କୁହାଯାଉଛି। ଉଲ୍ଲେଖଯୋଗ୍ୟ ଯେ, କର୍‌ ଅଫ୍‌ ଇଞ୍ଜିନିୟର୍ସ ହେଉଛି ଯୁଦ୍ଧକୁ ସମର୍ଥନ କରୁଥିବା ଏକ ଅଙ୍ଗ। ଦୁଇଟି କମାଣ୍ଡ୍‌ର ନେତୃତ୍ୱ ନେଇଥିବା ପାଣ୍ଡେ ନିଜ ବୁଦ୍ଧିମତ୍ତାକୁ ବ୍ୟବହାର କରି ଦେଶକୁ ଅଧିକ ସୁରକ୍ଷା ଦେଇପାରିବେ ବୋଲି ଆଶା କରାଯାଉଛି।
ମନୋଜ ପାଣ୍ଡେ ୬ ମେ ୧୯୬୨ରେ ମହାରାଷ୍ଟ୍ରର ନାଗପୁରରେ ମରାଠୀ ବ୍ରାହ୍ମଣ ପରିବାରରେ ଜନ୍ମଗ୍ରହଣ କରିଥିଲେ। ପିତା ସି. ଜି. ପାଣ୍ଡେ ନାଗପୁର ବିଶ୍ୱବିଦ୍ୟାଳୟର ମନସ୍ତତ୍ତ୍ୱ ବିଭାଗ ମୁଖ୍ୟ ଭାବେ ଅବସର ନେଇଥିବା ବେଳେ ମାତା ପ୍ରେମା ଆକାଶବାଣୀର ଉଦ୍‌ଘୋଷିକା ଥିଲେ। ସୋମାଲ୍‌ଓ୍ବାର ହାଇସ୍କୁଲରୁ ଶିକ୍ଷା ସମାପ୍ତ କରିବା ପରେ ମନୋଜ ୧୯୭୯ରେ ନ୍ୟାଶନାଲ ଡିଫେନ୍ସ ଏକାଡେମୀ (ଏନ୍‌ଡିଏ)ରେ ଯୋଗ ଦେଇଥିଲେ। ସେଠାରୁ ବିଜ୍ଞାନରେ ସ୍ନାତକ ଡିଗ୍ରୀ ଅର୍ଜନ କରିବା ପରେ ସେ ଭାରତୀୟ ସାମରିକ ଏକାଡେମୀରେ କମିଶନ୍‌ଡ ଅଫିସର ହୋଇଥିଲେ। ପରବର୍ତ୍ତୀକାଳରେ ପୁଣେସ୍ଥିତ ମିଲିଟାରୀ ଇଞ୍ଜିନିୟରିଂ କଲେଜରୁ ସେ ସିଭିଲ୍‌ ଇଞ୍ଜିନିୟରିଂରେ ବିଟେକ୍‌ କରିଥିଲେ। ତେବେ ମନୋଜ ୧୯୮୨ରେ କର୍‌ ଅଫ୍‌ ଇଞ୍ଜିନିୟର୍ସର ଅନ୍ୟତମ ରେଜିମେଣ୍ଟ ବମ୍ବେ ସାପର୍ସରେ କାର୍ଯ୍ୟ କରିଥିଲେ। ଲ୍ୟୁଟ୍‌ନାଣ୍ଟ କଲୋନେଲ ପଦବୀକୁ ଉନ୍ନୀତ ହେବା ପରେ ସେ ଇଥୋପିଆ ଓ ଇରିଟ୍ରେଆରେ ଜାତିସଂଘ ମିଶନ୍‌ରେ ଚିଫ୍‌ ଇଞ୍ଜିନିୟର ଭାବେ ସେବା ଯୋଗାଇଥିଲେ। ତେବେ ଜମ୍ମୁ ଓ କଶ୍ମୀରର ନିୟନ୍ତ୍ରଣ ରେଖା (ଏଲ୍‌ଓସି)ରେ ୧୧୭ ଇଞ୍ଜିନିୟରିଂ ରେଜିମେଣ୍ଟ୍‌କୁ କମାଣ୍ଡର ଭାବେ ସେ ‘ଅପରେଶନ୍‌ ପରାକ୍ରମ’ ଦାୟିତ୍ୱ ନେଇଥିଲେ। ଏହା ପରେ ସେ ଇଷ୍ଟର୍ନ କମାଣ୍ଡ୍‌ର ମୁଖ୍ୟାଳୟରେ ବ୍ରିଗେଡିୟର ଜେନେରାଲ ଷ୍ଟାଫ୍‌ ଅପରେସନ୍ସ ଭାବେ ନିଯୁକ୍ତ ହୋଇଥିଲେ। ନିଷ୍ଠାର ସହ କାର୍ଯ୍ୟ କରିବା ପରେ ମନୋଜଙ୍କୁ ସଦର୍ନ କମାଣ୍ଡ୍‌ର ଚିଫ୍‌ ଅଫ୍‌ ଷ୍ଟାଫ୍‌ କରାଯାଇଥିଲା। ୩୦ ଏପ୍ରିଲ ୨୦୨୦ରେ ସେ ଆଣ୍ଡାମାନ ନିକୋବରର କମାଣ୍ଡର୍‌-ଇନ୍‌-ଚିଫ୍‌ ହୋଇଥିଲେ। ଏହା ପରେ ସାମରିକ ଅଧିକାରୀ ଭାବେ ତାଙ୍କ ପଦବୀ ୧୮ ଏପ୍ରିଲ ୨୦୨୨ରେ ଶୀର୍ଷ ଛୁଇଁଥିଲା ଓ ଭାରତ ସରକାର ତାଙ୍କୁ ସେନା ମୁଖ୍ୟ ଭାବେ ନିଯୁକ୍ତ କରିଥିଲେ। କାର୍ଯ୍ୟ କ୍ଷେତ୍ରରେ ଦକ୍ଷତା ପ୍ରତିପାଦନ କରିପାରିଥିବାରୁ ତାଙ୍କୁ ପରମ ବିଶିଷ୍ଟ ସେବା ମେଡାଲ, ଅତି ବିଶିଷ୍ଟ ସେବା ମେଡାଲ ସହ ବହୁ ପୁରସ୍କାର ଓ ସମ୍ମାନ ମିଳିଛି। ମନୋଜ ପାଣ୍ଡେ ଇଞ୍ଜିନିୟରିଂ କ୍ଷେତ୍ରରୁ ଆସିଥିବାରୁ ସେ ତାଙ୍କ ୧୩ ଲକ୍ଷ ବିଶିଷ୍ଟ ଭାରତୀୟ ସେନାକୁ କେଉଁଭଳି ଭାବେ ମାର୍ଗଦର୍ଶନ କରିବେ ତାହା ଦେଖିବାକୁ ବାକି ଅଛି।
ତାଙ୍କ ପାରିବାରିକ ଜୀବନ କହିଲେ ଧର୍ମପତ୍ନୀ ଅର୍ଚ୍ଚନା ସାଲ୍‌ପେକର ଜଣେ ଦନ୍ତ ଚିକିତ୍ସକ ଓ ୧୯୮୭ ମସିହାରେ ସେ ନାଗପୁରର ଗଭର୍ନମେଣ୍ଟ ଡେଣ୍ଟାଲ୍‌ କଲେଜ ଓ ହସ୍ପିଟାଲରୁ ସ୍ବର୍ଣ୍ଣପଦକ ହାସଲ କରିଥିଲେ। ମନୋଜଙ୍କ ଜଣେ ଭାଇ ମଧ୍ୟ ସେନାର ଉଚ୍ଚପଦସ୍ଥ ଅଧିକାରୀ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଦିଲ୍ଲୀ-ଏନ୍‌ସିଆର, ଉତ୍ତରପ୍ରଦେଶ, ହରିୟାଣା ଏବଂ ଗୁଜରାଟର ୨୦ଟି ସରକାରୀ ଓ ୮ଟି ଘରୋଇ ସ୍କୁଲରେ ପିଲାମାନେ ଚାଷକରି ପରିବା ଉତ୍ପାଦନ କରିବାକୁ ସକ୍ଷମ ହୋଇପାରିଛନ୍ତି। ଏହା ସମ୍ଭବ…

ସନ୍ଧିକ୍ଷଣରେ ସବୁଜିମା ସ୍ବାସ୍ଥ୍ୟ

ର୍ତ୍ତମାନ ସମୟର ସବୁଠାରୁ ଉଦ୍‌ବେଗଜନକ ଚିତ୍ରଟି ଜାତିସଂଘର ଜିଏଫ୍‌ଆର୍‌ଏ ରିପୋର୍ଟରୁ ଜଣାପଡ଼ିଛି, ତାହା ହେଉଛି ଆମ ପୃଥିବୀର ବିଶେଷକରି ଜଙ୍ଗଲର ସ୍ବାସ୍ଥ୍ୟ ଓ ସ୍ଥିତି ଭଲ ନାହିଁ।…

ଆମେରିକାର ବିଶ୍ୱ ଅଭିଯାନ

ଚଳିତ ବର୍ଷ ଫେବୃଆରୀ ୨୮ରେ ଆମେରିକା ଓ ଇସ୍ରାଏଲ ଯୋଡ଼ି ଅଚାନକ ଇରାନ୍‌ ଉପରେ ବୋମାବର୍ଷଣ କରି ଇରାନର ଶୀର୍ଷନେତା ଆୟାତୋଲ୍ଲା ଖାମନେଇ ଓ ତାଙ୍କ ପରିବାର…

ମଞ୍ଚରେ ପାକିସ୍ତାନ

ଭାରତ ସମେତ ବିଶ୍ୱର ଅଳ୍ପ କେତେକ ଦେଶ ପାକିସ୍ତାନକୁ ଏକ ଦୁର୍ଜନ ରାଷ୍ଟ୍ର ଭାବେ ଦେଖିଥାଆନ୍ତି। ଆତଙ୍କବାଦୀଙ୍କ ପାଇଁ ଏହି ଦେଶ ପରିଚିତ ଓ ତା’ର ରାଜନୈତିକ…

ପକ୍ଷପାତିତା ଭାର

ଏକ ପରିକଳ୍ପିତ ସ୍ଥିତିର ପରିଣାମ ସମ୍ପର୍କରେ ବିଚାର କରାଯାଉ। କଳ୍ପନା କରନ୍ତୁ ଯେ ଦୁଇଟି ବଡ଼ କ୍ଷେପଣାସ୍ତ୍ର ହ୍ୱାଇଟ୍‌ ହାଉସ ଉପରେ ମାଡ଼ କଲା। ପ୍ରଥମଟି ଏପରି…

ସମସ୍ୟା: ଏକ ସୁଯୋଗ

ଯଦିଓ ଆମର ଜ୍ଞାନୀଗୁଣୀଜନ ପ୍ରତ୍ୟେକ ମଣିଷର ବଳକୁ ଶତସିଂହର ବଳ ସହ ତୁଳନା କରିଛନ୍ତି, କିନ୍ତୁ ସ୍ଥଳବିଶେଷରେ ଦେଖୁ ହାରାହାରି ଚିନ୍ତନ କରିପାରୁଥିବା ବା କ୍ଷମତା ରଖୁଥିବା…

ଆର୍ଦ୍ରଭୂମିର ଗୁରୁତ୍ୱ ଓ ସଂରକ୍ଷଣ

ଜଳ ଆମ ଗ୍ରହର ୭୧ ଶତାଂଶ ଅଞ୍ଚଳକୁ ଆଚ୍ଛାଦିତ କରେ ଏବଂ ନଦନଦୀ, ହ୍ରଦ, ପୁଷ୍କରିଣୀଠାରୁ ସମୁଦ୍ର ପରି ବିଭିନ୍ନ ଉତ୍ସରେ ଉପଲବ୍ଧ ହୋଇ ଜଳୀୟ ପରିସଂସ୍ଥାକୁ…

ନେତାଙ୍କୁ ଅନୁସରଣ

ନୀତୀଶ କୁମାର ମୁଖ୍ୟମନ୍ତ୍ରୀ ପଦବୀ ଛାଡ଼ି ରାଜ୍ୟ ସଭାକୁ ଯିବା ପରେ ବିହାରର ବରିଷ୍ଠ ବାବୁମାନଙ୍କ ଏକ ଦଳ ଖୁବ୍‌ ଶୀଘ୍ର କେନ୍ଦ୍ରୀୟ ଡେପୁଟେଶନରେ ଯାଇପାରନ୍ତି ବୋଲି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri