Posted inଖେଳ

ଆଇପିଏଲ୍‌ ଛାଡ଼, ଦେଶର ସମର୍ଥନରେ ଛିଡ଼ା ହୁଅ: ରଣତୁଙ୍ଗା

କଲମ୍ବୋ,୧୨।୪: ଆର୍ଥିକ ସଙ୍କଟ ମଧ୍ୟ ଦେଇ ଗତି କରୁଥିବା ଶ୍ରୀଲଙ୍କା ନିଜକୁ ଦେବାଳିଆ ଘୋଷଣା କରିଛି। ସ୍ଥିତି ଦିନକୁ ଦିନ ବିଗିଡ଼ୁଥିବାରୁ ଏସବୁର ପ୍ରଭାବ ଏବେ ଆଇପିଏଲ୍‌ ଉପରେ ପଡ଼ିବା ଆଶଙ୍କା ପ୍ରକାଶ ପାଇଛି। କାରଣ ଆଇପିଏଲ ଖେଳୁଥିବା କିମ୍ବା ଏହା ସହ ଯୋଡ଼ି ହୋଇ ରହିଥିବା ଖେଳାଳିମାନଙ୍କୁ ଟୁର୍ନାମେଣ୍ଟ ଛାଡ଼ିବାକୁ ଦେଶର ପୂର୍ବତନ କ୍ରିକେଟର ତଥା ମନ୍ତ୍ରୀ ଅର୍ଜୁନ ରଣତୁଙ୍ଗା ଆହ୍ବାନ ଦେଇଛନ୍ତି। ଖେଳାଳିମାନେ ତୁରନ୍ତ ଆଇପିଏଲ ଛାଡ଼ି ଦେଶର ଏପରି ଘଡ଼ିସନ୍ଧି ମୁହୂର୍ତ୍ତରେ ସହଯୋଗ ପାଇଁ ଛିଡ଼ା ହୁଅନ୍ତୁ ବୋଲି ସେ କହିଛନ୍ତି।

ରଣତୁଙ୍ଗା କହିଛନ୍ତି, କିଛି କ୍ରିକେଟର(ଶ୍ରୀଲଙ୍କା) ବର୍ତ୍ତମାନ ବେଶ ଆନନ୍ଦର ସହ ଆଇପିଏଲ୍‌ରେ ଖେଳୁଛନ୍ତି। ସେମାନେ ଏଯାଏ ନିଜ ଦେଶ ସମ୍ପର୍କରେ କିଛି ବି କହୁନାହାନ୍ତି। ଦୁର୍ଭାଗ୍ୟବଶତଃ ଲୋକମାନେ ସରକାରଙ୍କ ବିରୋଧରେ ମୁହଁ ଖୋଲିବାକୁ ଡରୁଛନ୍ତି। ଏହି କ୍ରିକେଟରମାନେ କ୍ରିକେଟ ବୋର୍ଡ ପାଇଁ କାମ କରୁଛନ୍ତ, ଯାହାକି ଶ୍ରୀଲଙ୍କା ସରକାରଙ୍କ ଅଧୀନରେ ଥିବା ମନ୍ତ୍ରଣାଳୟ ମଧ୍ୟରେ ଆସୁଛି। ସେମାନେ ନିଜ ଚାକିରି ବଞ୍ଚାଇବାକୁ ପ୍ରୟାସ କରୁଛନ୍ତି। ହେଲେ ଏବେ ସେମାନେ ଆଗକୁ ଆସି ବିରୋଧକୁ ସମର୍ଥନ କରିବା ଲାଗି ମନ୍ତବ୍ୟ ଦିଅନ୍ତୁ ବୋଲି ସେ କହିଛନ୍ତି।

ଯେତେବେଳେ କିଛି ଭୁଲ ଘଟଣା ଘଟୁଛି ସେତେବେଳେ ଏହା ବିରୋଧରେ ମୁହଁ ଖୋଲିବାର ସାହାସ ସମସ୍ତଙ୍କ ପାଖରେ ରହିବା ଦରକାର। ଏହି ସମୟରେ ନିଜର ବ୍ୟବସାୟ କଥା ଚିନ୍ତା କରିବା ଉଚିତ ନୁହେଁ। ସମସ୍ତେ ଜାଣିଛନ୍ତି କେଉଁ ଶ୍ରୀଲଙ୍କା କ୍ରିକେଟର ଆଇପିଏଲ୍‌ ଖେଳୁଛନ୍ତି। ସେମାନଙ୍କ ନାଁ କହିବାକୁ ଚାହୁଁନାହିଁ। କିନ୍ତୁ ମୁଁ ଚାହେଁ ସମସ୍ତ ଶ୍ରୀଲଙ୍କା କ୍ରିକେଟର ସପ୍ତାହକ ପାଇଁ ସେମାନଙ୍କ ଆଇପିଏଲ ଛାଡ଼ି ଆନ୍ଦୋଳନକୁ ସମର୍ଥନ କରନ୍ତୁ ବୋଲି ରଣତୁଙ୍ଗା ମଧ୍ୟ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବ୍ରାଜିଲକୁ ବଞ୍ଚାଇଲେ ଭିନିସିଅସ

ଇଷ୍ଟ ରଦରଫୋର୍ଡ,୧୪ା୬- ଭିନିସିଅସ ଜୁନିୟରଙ୍କ ଗୋଲ ବଳରେ ମରକୋ ବିପକ୍ଷ ମ୍ୟାଚ୍‌କୁ ବ୍ରାଜିଲ ୧-୧ ଗୋଲ୍‌ରେ ଡ୍ର’ ରଖିଛି। ଏହି ମ୍ୟାଚ୍‌ରେ ମରକୋ ବିଶ୍ୱକପ୍‌ ଇତିହାସର ପ୍ରଥମ…

ଅଡବା ପୋଲିସର ଚଢ଼ାଉ, ୧୫୦ ଲିଟର ଦେଶୀ ମଦ…

ମୋହନା,୧୪।୬( ମନ୍ମଥ ମିଶ୍ର ): ଗଜପତି ଜିଲା ଅଡବା ପୋଲିସର ଚଢ଼ାଉ କରି ୧୫୦ ଲିଟର ଦେଶୀ ମଦ ନଷ୍ଟ କରିଛି । ଏଭଳି ଘଟଣା ଦେଖିବାକୁ…

ଟି୨୦ ବିଶ୍ୱକପ୍‌ରେ ପାକିସ୍ତାନକୁ ହରାଇଲା ଭାରତ

ବର୍ମିଂହାମ, ୧୪ା୬: ସ୍ମୃତି ମନ୍ଧାନାଙ୍କ ବିସ୍ଫୋରକ ଅର୍ଦ୍ଧଶତକ ଏବଂ ପରେ ଦୀପ୍ତି ଶର୍ମାଙ୍କ ୫ ଉଇକେଟ ସଫଳତା ବଳରେ ରବିବାର ଖେଳାଯାଇଥିବା ମହିଳା ଟି୨୦ କ୍ରିକେଟ ବିଶ୍ୱକପ୍‌ରେ…

ଗ୍ୟାରେଜ୍‌ରେ ପଶି ମାଲିକଙ୍କୁ ଗୁଳିକରି ହତ୍ୟା

ନୟାଗଡ଼,୧୪।୬(ଲୋକନାଥ ମିଶ୍ର): ନୟାଗଡ଼ ଜିଲା ଗଣିଆ ଥାନା ଅଧୀନ ପାଣ୍ଡରାସିଂହା ଛକରେ ରବିବାର ସନ୍ଧ୍ୟାରେ ଏକ ଗୁଳିକାଣ୍ଡ ଘଟିଛି। ଦୁର୍ବୃତ୍ତମାନେ ଗ୍ୟାରେଜ୍‌ରେ ପଶି ଅତର୍କିତ ଫାୟାରିଂ କରିଥିଲେ।…

ଇରାନ ସହିତ ଚୁକ୍ତି ପୂର୍ବରୁ ଇସ୍ରାଏଲର ବଡ଼ ଆକ୍ରମଣ, ରାଗିଯାଇ ଟ୍ରମ୍ପ କହିଲେ ଏହା ଉଚିତ…

ଓ୍ବାଶିଂଟନ,୧୪।୬: ରବିବାର ଦିନ ଇସ୍ରାଏଲ ଲେବାନନର ରାଜଧାନୀ ବେରୁଟ ଉପରେ ଆକ୍ରମଣ କରିଛି । ଏହି ଆକ୍ରମଣ ଏପରି ସମୟରେ ଘଟିଛି ଯେତେବେଳେ ଆମେରିକା ଏବଂ ଇରାନ…

ମହିଳା ବିଶ୍ୱକପ୍‌ରେ ପାକିସ୍ତାନ ସହ ହାତ ମିଳାଇଲା ନାହିଁ ଭାରତ

ବର୍ମିଂହାମ, ୧୪ା୬: ପଡ଼ୋଶୀ ପାକିସ୍ତାନ ସହ ହାତ ନ ମିଳାଇବା ନୀତି ଭାରତ ଜାରି ରଖିଛି। ରବିବାର ମହିଳା ବିଶ୍ୱକପ୍‌ ମ୍ୟାଚ୍‌ରେ ଭାରତର ଅଧିନାୟିକା ହରମନପ୍ରୀତ କୌର…

ଏନ୍‌ଇଇଟି-ୟୁଜି ସାନି ପରୀକ୍ଷା ଆଡମିଟ୍‌ କାର୍ଡ ଜାରି, ଜୁନ୍‌ ୨୧ରେ…

ନୂଆଦିଲ୍ଲୀ,୧୪ା୬ : ଏନ୍‌ଇଇଟି-ୟୁଜି ସାନି ପରୀକ୍ଷା ଆସନ୍ତା ୨୧ରେ ଅନୁଷ୍ଠିତ ହେବାକୁ ଯାଉଥିବାବେଳେ ଏଥିପାଇଁ ପରୀକ୍ଷା ପରିଚାଳନାକାରୀ ସଂସ୍ଥା ନ୍ୟାଶନାଲ ଟେଷ୍ଟିଂ ଏଜେନ୍ସି (ଏନ୍‌ଟିଏ) ଆଡମିଟ୍‌ କାର୍ଡ…

ବରଗଡ଼ରେ ଆତଙ୍କ ମଚାଉଛନ୍ତି ଲୁଟେରା, ଦିବା ଆଲୋକରେ ଲୁଟପାଟ୍

ବରଗଡ଼,୧୪।୬(ପ୍ରେମାନନ୍ଦ ଖମାରୀ): ବରଗଡ଼ରେ ଲୁଟେରାମାନଙ୍କ ଦୌରାତ୍ମ୍ୟ ବଢ଼ି ଯାଇଛି । ଗତ ୩ଦିନତଳେ କଲାପାଣି ଛକ ନିକଟରେ ବିଚ୍‌ରାସ୍ତା ଉପରୁ ଜଣେ ମହିଳାଙ୍କ ସୁନାଚେନ୍‌ ଲୁଟ୍‌ ହୋଇଥିବାବେଳେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri