ମୋତେ ତାଙ୍କ ନାଁ ବହୁତ ପସନ୍ଦ, ‘ମଲାଇକା’: ଅର୍ଜୁନ କପୁର

ବମ୍ବେ: ବଲିଉଡ୍‌ର ଚର୍ଚ୍ଚିତ ଲଭ୍‌ବାର୍ଡଙ୍କ ମଧ୍ୟରୁ ଅର୍ଜୁନ କପୁର- ମଲାଇକା ଅରୋରା ଅନ୍ୟତମ। ବୟସାଗତ ତଫାତ ଥିଲେ ହେଁ ଦୁହେଁ ଦୁହିଁଙ୍କୁ ବହୁତ ଭଲପାଆନ୍ତି। ଏହାର ଝଲକ ତାଙ୍କ ସୋସିଆଲ ମିଡିଆ ପୋଷ୍ଟ ନଚେତ କଥାବାର୍ତ୍ତାରୁ ସ୍ପଷ୍ଟ ବାରିହୁଏ। ନିକଟରେ ‘କଫି ଉଇଥ୍‌ କରନ୍‌’ ଶୋ’ରେ ସେଭଳି କିଛି ଦୃଶ୍ୟ ଦେଖିବାକୁ ମିଳିଛି।

ଶୋ’ରେ ପ୍ରତିଯୋଗୀ ଭାବେ ଅର୍ଜୁନ ଭଉଣୀ ସୋନମ କପୁରଙ୍କ ସହ ନଜର ଆସିବେ। ସେଠାରେ ସେ ପ୍ରେମିକାଙ୍କ ବିଷୟରେ ଅନେକ କିଛି କହିଛନ୍ତି। କରନ୍‌ ତାଙ୍କୁ ଫୋନ୍‌ରେ ମଲାଇକାଙ୍କ ନାଁ କେଉଁ ନାମରେ ସେଭ୍‌ କରିଛନ୍ତି ବୋଲି ପଚାରିଛନ୍ତି। ଏହାର ଜବାବରେ ଅର୍ଜୁନ କହିଛନ୍ତି, ମୋତେ ତାଙ୍କ ନାଁ ବହୁତ ପସନ୍ଦ, ମଲାଇକା। ଅର୍ଥାତ ସେ ମଲାଇକାଙ୍କ ଫୋନ୍‌ ନମ୍ବର ତାଙ୍କ ନାମରେ ହିଁ ରଖିଥିବା ସ୍ପଷ୍ଟ ହୋଇଛି।

କହିରଖୁଛୁ, ଅର୍ଜୁନ-ମଲାଇକା ପରସ୍ପରକୁ ଅନେକ ବର୍ଷ ଧରି ଡେଟ୍‌ କରି ଆସୁଛନ୍ତି। ସେମାନେ ବିବାହ କରି ସମ୍ପର୍କକୁ ନୂଆ ନାମ ଦେବେ ବୋଲି କୁହାଯାଏ। ହେଲେ ଏଯାବତ ସେ ଖୁସି ଖବର ପ୍ରଶଂସକଙ୍କୁ ମିଳିପାରିନାହିଁ। ଅପରପକ୍ଷେ ଅର୍ଜୁନଙ୍କଠାରୁ ମଲାଇକା ୧୨ ବର୍ଷ ବଡ଼ ହୋଇଥିବାରୁ ଉଭୟଙ୍କୁ ସୋସିଆଲ ମିଡିଆରେ ଟ୍ରୋଲ୍‌ ମଧ୍ୟ କରାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଦୋଷୀ ସାବ୍ୟସ୍ତ ହେବା ପରେ ବୈଭବ ସୂର୍ଯ୍ୟବଂଶୀଙ୍କ ଉପରେ ବଡ଼ କାର୍ଯ୍ୟାନୁଷ୍ଠାନ, କଟିଯିବ…

କଲମ୍ବୋ,୧୭।୬: ଶ୍ରୀଲଙ୍କାରେ ଚାଲିଥିବା ତ୍ରିଦେଶୀୟ (ଟ୍ରାଇ) ସିରିଜ ଦରମ୍ୟାନ ଏକ ବଡ଼ ବିବାଦ ସାମ୍ନାକୁ ଆସିଛି। ଇଣ୍ଡିଆ ‘ଏ’ ପକ୍ଷରୁ ଖେଳୁଥିବା ଯୁବ ବାମହାତୀ ବ୍ୟାଟ୍ସମ୍ୟାନ ବୈଭବ…

ଧୂଷୁରୀପଙ୍ଗଟା ମୁଖ୍ୟରାସ୍ତାରେ ମଦ ଦୋକାନ ପୁନଃସ୍ଥାପନକୁ ବିରୋଧ: ଜିଲାପାଳଙ୍କୁ ଭେଟି ଦାବିପତ୍ର

ଅସୁରାଳି, ୧୭।୬ (ସନ୍ତୋଷ ସାହୁ): ଧାମନଗର ବ୍ଲକ ଅଧୀନସ୍ଥ ଧୂଷୁରୀପଙ୍ଗଟା ମୁଖ୍ୟ ରାସ୍ତାପାର୍ଶ୍ୱରେ ସରକାରୀ ଦେଶୀ ଓ ବିଦେଶୀ ମଦ ଦୋକାନକୁ ପୁନର୍ବାର ସ୍ଥାପନ ନ କରିବା…

ଚାମେଲିଙ୍କ ସପକ୍ଷରେ ବାହାରିଲେ ପାଟଣା ବ୍ଲକ ସରପଞ୍ଚ: ଚାମେଲିଙ୍କୁ ଦୋଷ ମୁକ୍ତ କର, ନ ହେଲେ…

ପାଟଣା,୧୭।୬(ବୀର କିଶୋର ଦାଶ):କେନ୍ଦ୍ରାପଡା ଜିଲା ତିଖିରି ସରପଞ୍ଚ ଚାମେଲି ଓଝାଙ୍କ ସପକ୍ଷରେ ବାହାରିଲେ ପାଟଣା ବ୍ଲକ ସରପଞ୍ଚ। ଯେ ପର୍ଯ୍ୟନ୍ତ ତାଙ୍କୁ ନ୍ୟାୟ ପ୍ରଦାନ ସହ ସମ୍ପୂର୍ଣ୍ଣ…

ଶେଷ ଦିନରେ ୧୩ ଜଣ ପ୍ରାର୍ଥୀ କଲେ ନାମାଙ୍କନ ଦାଖଲ, କିଏ କେଉଁ ଜୋନ୍‌ରୁ ଦେଖନ୍ତୁ ପୂରା ଲିଷ୍ଟ

ଛତ୍ରପୁର,୧୭।୬ (ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଯୋଜନା କମିଟି ସଦସ୍ୟ ଲାଗି ଆଜି ଶେଷ ଦିନରେ ୧୩ ଜଣ ଜିଲା ପରିଷଦ ସଭ୍ୟ / ସଭ୍ୟା ସେମାନଙ୍କ…

ଅଧା ରହିଗଲା ବିଜୟର ଖୁସି! ସିରାଜ, ତିଳକଙ୍କ ସମେତ ୩ କ୍ରିକେଟରଙ୍କୁ ଲିଗାଲ ନୋଟିସ୍‌, ବଢ଼ିଲା… 

ହାଇଦ୍ରାବାଦ,୧୭।୬: ଶ୍ରୀଲଙ୍କାରେ ଖେଳାଯାଉଥିବା ତ୍ରିଦେଶୀୟ ସିରିଜ୍‌ର ଫାଇନାଲ୍‌ରେ ପ୍ରବେଶ କରି ଭାରତୀୟ ଏ-ଦଳ (India A) ଉତ୍ସବ ମନାଉଥିବା ବେଳେ ଅଧିନାୟକ ତିଲକ ବର୍ମାଙ୍କୁ ଏକ ବଡ଼…

ବଲାଙ୍ଗୀର ଜିଲା ଯୁବମୋର୍ଚ୍ଚା କମିଟି ଘୋଷଣା: ଜାଣନ୍ତୁ କାହାକୁ କାହାକୁ ମିଳିଲା ଦାୟିତ୍ୱ

ବଲାଙ୍ଗୀର,୧୭।୬(ସୁନୀଲ କୁମାର ମହାନ୍ତି ): ଆଜି ରାଜ୍ୟ ନିର୍ଦ୍ଦେଶ କ୍ରମେ ଓ ଜିଲା ଭାଜପା ପକ୍ଷରୁ ବିଧିବଦ୍ଧ ଭାବେ ବଲାଙ୍ଗୀର ଜିଲା ଭାଜପା ଯୁବମୋର୍ଚ୍ଚା କମିଟି ଘୋଷଣା…

ଧାର ଟଙ୍କା ପରିଶୋଧକୁ କେନ୍ଦ୍ରକରି ଛୁରୀରେ ମରଣାନ୍ତକ ଆକ୍ରମଣ ; ଜାମିନ ଆବେଦନ ଖାରଜ ହେବାରୁ ୨ ଅଭିଯୁକ୍ତଙ୍କୁ…

ଦିଗପହଣ୍ଡି,୧୭।୬(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ସାହାସପୁର ଗ୍ରାମର ଚନ୍ଦନ ସ୍ବାଇଁଙ୍କ ଠାରୁ ଗ୍ରାମର ଏ.ସନ୍ତୋଷ ପାତ୍ର ଗତ ପ୍ରାୟ ୩ ମାସ ପୂର୍ବେ…

ଧାନକିଣାରେ ଅବ୍ୟବସ୍ଥା: ଚିନ୍ତାରେ ଶତାଧିକ ଚାଷୀ

ତିହିଡ଼ି,୧୭ା୬(କାଳନ୍ଦୀ ବେହେରା): ଭଦ୍ରକ ଜିଲାର ଧାମନଗର ବ୍ଲକରେ ରବି ଧାନ ସଂଗ୍ରହ ପ୍ରକ୍ରିୟାରେ ବିଳମ୍ବ ଯୋଗୁ ଶତାଧିକ ଚାଷୀ ଗଭୀର ଚିନ୍ତାରେ ପଡ଼ିଛନ୍ତି। ଚାଷୀମାନେ ଧାନ ଅମଳ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri