Posted inଖେଳ

ଟାଇଟଲ ବିଜୟରେ ଆର୍ଜେଣ୍ଟିନାର ରେକର୍ଡ

ମିୟାମି ଗାର୍ଡେନ୍ସ, ୧୬ା୭: ଡିଫେଣ୍ଡିଂ ଚାମ୍ପିୟନ ଆର୍ଜେଣ୍ଟିନା ସୋମବାର କଲମ୍ବିଆକୁ ୧-୦ ଗୋଲରେ ପରାସ୍ତ କରି କୋପା ଆମେରିକା ଫୁଟବଲ ୨୦୨୪ ବିଜୟୀ ହୋଇଛି। ଏହା ସହିତ ରେକର୍ଡ ୧୬ ଥର ପାଇଁ ଆର୍ଜେଣ୍ଟିନା ଏହି ସମ୍ମାନଜନକ ଟାଇଟଲ ଜିତିଛି।

ପୂର୍ବରୁ ଉରୁଗୁଏ ଓ ଆର୍ଜେଣ୍ଟିନା ସମାନ ୧୫ ଥର ଲେଖାଏ ଏହି ଟାଇଟଲ ଜିତିଥିଲେ। ଆର୍ଜେଣ୍ଟିନା ପକ୍ଷରୁ ଲଉଟାରୋ ମାର୍ଟିନେଜ୍‌ (୧୧୨) ମିନିଟ୍‌ରେ ଏକମାତ୍ର ଗୋଲ ଦେଇଥିଲେ। ନିର୍ଦ୍ଧାରିତ ସମୟରେ ମ୍ୟାଚ୍‌ଟି ଗୋଲ ଶୂନ୍ୟ ରହିଥିଲା। ୯୦+୭ ମିନିଟ୍‌ରେ ମାର୍ଟିନେଜ୍‌ ସବ୍‌ଷ୍ଟିଚ୍ୟୁଟ୍‌ ଖେଳାଳି ଭାବରେ ପଡ଼ିଆରେ ପ୍ରବେଶ କରିଥିଲେ। ୧୧୨ ମିନିଟ୍‌ରେ ମାର୍ଟିନେଜ୍‌ ନିଜ ଅନ୍ତର୍ଜାତୀୟ କ୍ୟାରିୟରର ୨୯ ତମ ଗୋଲ ସ୍କୋର କରି ଦଳକୁ ବିଜୟୀ କରିଥିଲେ।

ଜିଓଭାନ ଲୋ ସେଲସୋ ଓ ଲିଓନାର୍ଡୋ ପାରେଦେଶଙ୍କ ପାସ୍‌କୁ ଏକ ଚମତ୍କାର ଶଟ୍‌ ମାରିବା ସହ କଲମ୍ବିଆ ଗୋଲକିପର କାମିଲୋ ଭାର୍ଗାସଙ୍କୁ ପରାସ୍ତ କରିଥିଲେ। ଚଳିତ ଟୁର୍ନାମେଣ୍ଟରେ ଏହା ମାର୍ଟିନେଜଙ୍କ ପଞ୍ଚମ ଗୋଲ। ଚଳିତ ବର୍ଷ ସର୍ବାଧିକ ଗୋଲ ସ୍କୋର କରିବାର ରେକର୍ଡ ସେ ନିଜ ନାମରେ କରିଛନ୍ତି। ଏହା ସହ ଦ୍ୱିତୀୟ ଥର ପାଇଁ ଫାଇନାଲରେ ପ୍ରବେଶ କରିଥିବା କଲମ୍ବିଆକୁ ନିରାଶ ହେବାକୁ ପଡିଛି।

ସେହପରି ୨୦୨୨ରୁ କ୍ରମାଗତ ୨୮ ମ୍ୟାଚ୍‌ ଧରି ଅପରାଜେୟ ରହିଥିବା କଲମ୍ବିଆର ବିଜୟ ଧାରାରେ ମଧ୍ୟ ବିରାମ ଲାଗିଛି। ମ୍ୟାଚ୍‌ରେ ଅଧିକାଂଶ ସମୟ କଲମ୍ବିଆ ଖେଳକୁ ନିୟନ୍ତ୍ରଣରେ ରଖିଥିଲା। ଦଳ ୫୬ ପ୍ରତିଶତ ସମୟ ବଲ୍‌ ନିୟନ୍ତ୍ରଣରେ ରଖିଥିବା ବେଳେ ପାସ୍‌ ଓ ପାସ୍‌ ଆକ୍ୟୁରେଶିରେ ମଧ୍ୟ ଆଗୁଆ ରହିଥିଲା। ଆର୍ଜେଣ୍ଟିନା ଖେଳାଳି ୪୭୪ ପାସ୍‌ କରିଥିବା ବେଳେ ଆକ୍ୟୁରେଶି ୮୨ ପ୍ରତିଶତ ରହିଥିଲା। ଅନ୍ୟ ପକ୍ଷରେ କଲମ୍ବିଆ ଖେଳାଳି ୬୦୬ ପାସ୍‌ କରିଥିବା ବେଳେ ଆକ୍ୟୁରେଶି ୮୫ ପ୍ରତିଶତ ଥିଲା। ୧୬ ତମ ଟାଇଟଲ ବିଜୟ ସହ ଆଉ ଏକ ରେକର୍ଡ ନିଜ ନାମରେ କରିଛି ଆର୍ଜେଣ୍ଟିନା। ଲଗାତର ତୃତୀୟ ମେଜର ଟାଇଟଲ ଜିତି ଏହା ସ୍ପେନ୍‌ର ସମକକ୍ଷ ହୋଇଛି।

୨୦୨୧ରେ କୋପା ଆମେରିକା, ୨୦୨୨ରେ ବିଶ୍ୱକପ ଓ ଚଳିତ ବର୍ଷ କୋପା ଆମେରିକା ବିଜୟୀ ହୋଇଛି ଆର୍ଜେଣ୍ଟିନା। ଅନ୍ୟ ପକ୍ଷରେ ସ୍ପେନ୍‌ ୨୦୦୮ ଓ ୧୨ରେ ୟୁରୋ କପ୍‌ ଜିତିଥିବା ବେଳେ ୨୦୧୦ରେ ବିଶ୍ୱକପ ଜିତିଥିଲା। ଫାଇନାଲ ମ୍ୟାଚ୍‌ରେ ଦର୍ଶକଙ୍କ ଗଣ୍ଡଗୋଳ କାରଣରୁ ମ୍ୟାଚ୍‌ଟି ପ୍ରାୟ ୧ ଘଣ୍ଟା ୨୨ ମିନିଟ ବିଳମ୍ବରେ ଆରମ୍ଭ ହୋଇଥିଲା। ମ୍ୟାଚ୍‌ ସ୍ଥାନୀୟ ସମୟ ୮.୦୦ରେ ଆରମ୍ଭ ହେବାର ଥିଲା। ତେବେ କଲମ୍ବିଆ ସମର୍ଥକ ପ୍ରବଳ ଭିଡ଼ କରିବା ଫଳରେ ଗେଟ୍‌ ମଧ୍ୟରେ ଯିବା ସମ୍ଭବ ହୋଇ ନ ଥିଲା। ଏପରିକି ଅନେକ ଫ୍ୟାନ୍‌ ଗେଟ୍‌ ଡେଇଁ ପଳାଇ ଯାଇଥିଲେ। ଫଳରେ କିଏ ଟିକେଟ କରିଛନ୍ତି ଓ କିଏ କରିନାହାନ୍ତି ତାହା ସ୍ପଷ୍ଟ ହୋଇ ନ ଥିଲା। ପୂର୍ବରୁ ଉରୁଗୁଏ ବିପକ୍ଷ ସେମିଫାଇନାଲ ମ୍ୟାଚ୍‌ରେ ମଧ୍ୟ କଲମ୍ବିଆ ସମର୍ଥକ ସମାନ ଆଚରଣ କରିଥିଲେ। ମ୍ୟାଚ୍‌ର ପ୍ରଥମାର୍ଦ୍ଧ ଶେଷ ହେବା ପରେ କଲମ୍ବିଆ ପପ୍‌ ଷ୍ଟାର ଶାକିରା ନୃତ୍ୟ ଓ ସଙ୍ଗୀତ ପରିବେଷଣ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

କୋରାପୁଟରେ ପ୍ରବଳ ବର୍ଷା ସମ୍ଭାବନା, ଅଧିକାରୀଙ୍କୁ ମୁଖ୍ୟାଳୟ ନଛାଡ଼ିବା ନିର୍ଦ୍ଦେଶ

କୋରାପୁଟ, ୨୧/୯( ଅମିତାଭ ବେହେରା ): ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହୋଇ ଏହା ଅବପାତର ରୂପ ନେବା ନେଇ ଭାରତୀୟ ପାଣିପାଗ ବିଭାଗ (ଆଇଏମ୍‌ଡି) ପକ୍ଷରୁ ସତର୍କ…

୧୪୦ ଅନ୍ତେବାସୀ ହଷ୍ଟେଲ ଛାଡ଼ିବା ଘଟଣା: ୪୬ ଦିନ ପରେ ଉଚ୍ଚସ୍ତରୀୟ ତଦନ୍ତ

ଝରିଗାଁ,୨୧।୯(କିଶୋର ଚନ୍ଦ୍ର ମଣ୍ଡଳ): ମୌଳିକ ସୁବିଧା-ସୁଯୋଗର ଅଭାବ ଏବଂ ନିମ୍ନମାନର ଖାଦ୍ୟ ଯୋଗାଣ ଯୋଗୁ ନବରଙ୍ଗପୁର ଜିଲା ଝରିଗାଁ ବ୍ଲକ ସାନରଟମରା ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ…

ଗଭୀର ଅବପାତ ପ୍ରଭାବ: ୩ ଦିନ ବନ୍ଦ ରହିବ ଗଞ୍ଜାମର ସମସ୍ତ ଅଙ୍ଗନବାଡ଼ି କେନ୍ଦ୍ର

ଛତ୍ରପୁର, ୨୧/୯ (ଦିଲ୍ଲୀପ ସାମଲ/ଦ୍ଵାରକା ପଟ୍ଟନାୟକ) : ଗଭୀର ଅବପାତ ଯୋଗୁ ସମ୍ଭାବ୍ୟ ପ୍ରତିକୂଳ ପାଣିପାଗ ପରିସ୍ଥିତିକୁ ଦୃଷ୍ଟିରେ ରଖି ଗଞ୍ଜାମ ଜିଲା ପ୍ରଶାସନ ପକ୍ଷରୁ ଆଗୁଆ…

ପ୍ରକାଶ ପାଇଲା ଚୂଡ଼ାନ୍ତ ଭୋଟର ତାଲିକା-୨୦୨୬: ବରଗଡ଼ ଜିଲାରେ ୧୧.୧୧ ଲକ୍ଷ ଭୋଟର

ବରଗଡ,୨୧।୯(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାପାଳଙ୍କ କାର୍ଯ୍ୟାଳୟ ସଭାଗୃହଠାରେ ସୋମବାର ଭୋଟର ତାଲିକାର ସ୍ବତନ୍ତ୍ର ସଘନ ସଂଶୋଧନ (ଏସଆଇଆର) ପ୍ରକ୍ରିୟା ଅନ୍ତର୍ଗତ ଚୂଡ଼ାନ୍ତ ଭୋଟର ତାଲିକା-୨୦୨୬ ଆନୁଷ୍ଠାନିକ ଭାବେ…

ଫୁଟ୍‌ବଲ ମ୍ୟାଚ୍‌ ଦେଖି ଫେରୁଥିଲେ ୨ ଯୁବକ, ଧକ୍କା ଦେଲା ଅଜଣା ଗାଡ଼ି: ଘଟଣାସ୍ଥଳରେ…

ବାରିପଦା,୨୧।୯(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ଶୁଳିଆପଦା ବ୍ଲକ କାଳିଆଶୋଳ ନିକଟରେ ସୋମବାର ରାତିରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି ଏକ ଅଜଣା ଗାଡ଼ି ଧକ୍କା…

ପୋଖରୀକୁ ଗାଧୋଇବାକୁ ଯାଇଥିଲେ ନିହାରିକା, ଖସିଗଲା ଗୋଡ଼: ଆଉ ତା’ପରେ…

ଲାଞ୍ଜିଗଡ,୨୧।୯(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ବ୍ଲକ ଲାଞ୍ଜି ପଞ୍ଚାୟତ ବିଶ୍ୱନାଥପୁର ଥାନା ଅନ୍ତର୍ଗତ ସିନ୍ଧିପଦର ଗ୍ରାମର ଜଣେ ନାବାଳିକାର ପାଣିରେ ବୁଡି ମୃତ୍ୟୁ ଘଟିଛି…

ସମ୍ଭାବ୍ୟ ବାତ୍ୟାକୁ ନେଇ ବଡ଼ ଅପଡେଟ୍‌: ଏହି ବାଟ ଦେଇ ଅତିକ୍ରମ କରିବ ସ୍ଥଳଭାଗ!

ଭୁବନେଶ୍ୱର, ୨୧।୯: ସଷ୍ଟି ହେଲା ଅବପାତ। ପୁରୀଠାରୁ ଦକ୍ଷିଣ-ପୂର୍ବ ଦିଗ ଓ ଗୋପାଳପୁରଠାରୁ ପୂର୍ବ-ଦକ୍ଷିଣ-ପୂର୍ବ ଦିଗରେ ୩୧୦ କି.ମି ଦୂରରେ ଅବପାତ କେନ୍ଦ୍ରୀଭୂତ। କଳିଙ୍ଗପାଟନମରୁ ୩୯୦ କି.ମି…

ବହୁମୁଖୀ ଭବନ ଲୋକାର୍ପଣ କଲେ ବିଧାୟକ ସିଦ୍ଧାନ୍ତ ମହାପାତ୍ର: ବାଣ୍ଟିଲେ ଭତ୍ତା

ଦିଗପହଣ୍ଡି, ୨୧।୯ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନଏସି ଅଞ୍ଚଳରେ ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଉଦ୍‌ଘାଟନ ଓ ଶିଳାନ୍ୟାସ ଅନୁଷ୍ଠିତ ହୋଇଛି। ସୋମବାର ଦିଗପହଣ୍ଡି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?