Posted inଖେଳ

ଆର୍ଜେଣ୍ଟିନା, ଇଂଲଣ୍ଡ ବିଦା

ବୁଏନ୍ସ ଏୟାର୍ସ, ୨ା୬: ଆର୍ଜେଣ୍ଟିନାରେ ଅନୁଷ୍ଠିତ ୨୦ ବର୍ଷରୁ କମ୍‌ ଫୁଟବଲ ବିଶ୍ୱକପର କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛନ୍ତି ଇଟାଲୀ, ନାଇଜେରିଆ, ବ୍ରାଜିଲ ଓ କଲମ୍ବିଆ। ଅନ୍ୟପକ୍ଷରେ ଶକ୍ତିଶାଳୀ ଦଳ ଆର୍ଜେଣ୍ଟିନା ଓ ଇଂଲଣ୍ଡ ଏହି ଟୁର୍ନାମେଣ୍ଟରୁ ବିଦାୟ ନେଇଛନ୍ତି। ୧୦ ଜଣିଆ ବ୍ରାଜିଲ ଦଳ ୪-୧ରେ ଟ୍ୟୁନିସିଆକୁ ପରାସ୍ତ କରିଛି। ଆନ୍ଦ୍ରେ ସାଣ୍ଟୋସ ଦଳ ପକ୍ଷରୁ ଡବଲ ଗୋଲ ସ୍କୋର କରିଥିଲେ। ମାର୍କୋସ୍‌ ଲିଓନାର୍ଡୋ ୧୧ତମ ମିନିଟରେ ବ୍ରାଜିଲ ପକ୍ଷରୁ ପ୍ରଥମ ଗୋଲ ସ୍କୋର କରିଥିଲେ। ୩୧ତମ ମିନିଟରେ ସାଣ୍ଟୋସ ବ୍ୟକ୍ତିଗତ ପ୍ରଥମ ଗୋଲ ସ୍କୋର କରିବା ସହିତ ଦଳକୁ ୨-୦ରେ ଆଗୁଆ କରିଥିଲେ। ମ୍ୟାଚର ୪୫ ତମ ମିନିଟରେ ବିପଜ୍ଜନକ ଖେଳ ପ୍ରଦର୍ଶନ ପାଇଁ ରବର୍ଟ ରେନାନଙ୍କୁ ରେଡ୍‌କାର୍ଡ ମିଳିଥିଲା। ବ୍ରାଜିଲ ୧୦ ଜଣିଆ ଦଳରେ ଖେଳିଥିଲେ ମଧ୍ୟ ପ୍ରତିପକ୍ଷଙ୍କୁ ଚାପରେ ରଖିଥିଲା। ପରବର୍ତ୍ତୀ ୪୫ ମିନିଟ ଧରି ଗୋଲ ସ୍କୋର ହୋଇ ନ ଥିବା ବେଳେ ଇଞ୍ଜୁରୀ ଟାଇମରେ ବ୍ରାଜିଲ ଦୁଇଟି ଓ ଟ୍ୟୁନିସିଆ ଗୋଟିଏ ଗୋଲ ସ୍କୋର କରିଥିଲା। ୯୦+୧ ମିନିଟରେ ମାଥେଅସ୍‌ ମାର୍ଟିନ୍ସ ସିଲଭା ଡସ୍‌ ସାଣ୍ଟୋସ ବ୍ରାଜିଲକୁ ୩-୦ରେ ଆଗୁଆ କରିଥିବା ବେଳେ ୯୦+୧୦ ମିନିଟରେ ସାଣ୍ଟୋସ ବ୍ୟକ୍ତିଗତ ଦ୍ୱିତୀୟ ଗୋଲ ସ୍କୋର କରିଥିଲେ। ଟ୍ୟୁନିସିଆ ପକ୍ଷରୁ ମହମ୍ମଦ ଘରବେଲ ୯୦+୧୩ ମିନିଟରେ ଏକମାତ୍ର ଗୋଲ ପରିଶୋଧ କରିଥିଲେ। ଅନ୍ୟ ଏକ ମ୍ୟାଚରେ ଆୟୋଜକ ଆର୍ଜେଣ୍ଟିନାକୁ ୨-୦ ଗୋଲରେ ପରାସ୍ତ କରିଛି ନାଇଜେରିଆ। ବୁଧବାର ରାତିରେ ସାନ୍‌ ଜୁଆନରେ ଖେଳା ଯାଇଥିବା ମ୍ୟାଚରେ ୩୦ ହଜାର ଦର୍ଶକ ଉପସ୍ଥିତ ଥିଲେ। ଆୟୋଜକ ଦେଶ ଭାବରେ ଯୋଗ୍ୟତା ଅର୍ଜନ କରିଥିବା ଆର୍ଜେଣ୍ଟିନା ଗ୍ରୁପ୍‌ ଟପ୍ପର ଭାବରେ ରାଉଣ୍ଡ ଅଫ୍‌ ୧୬ରେ ପ୍ରବେଶ କରିଥିଲା। ତେବେ ନାଇଜେରିଆ ବିପକ୍ଷ ମ୍ୟାଚରେ ଦଳ ଏକାଧିକ ସୁଯୋଗ ହାତଛଡା କରିଥିଲା। ପ୍ରଥମାର୍ଦ୍ଧର ଧିମା ଆରମ୍ଭ ପରେ ୬୧ ମିନିଟରେ ମିଳିଥିବା ଫ୍ରି କିକ୍‌କୁ ଗୋଲରେ ପରିଣତ କରିଥିଲେ ଇବ୍ରାହିମ୍‌ ମହମ୍ମଦ। ଏହାପରେ ଇଞ୍ଜୁରୀ ଟାଇମର ୯୦+୧ ମିନିଟରେ ରିଲଓ୍ବାନୁ ହାଲିରୁ ସାର୍କି ଗୋଲ ଦେଇ ଦଳକୁ ୨-୦ରେ ବିଜୟୀ କରିଥିଲେ।
ଲା ପ୍ଲାଟା ଷ୍ଟାଡିୟମରେ ୟୁରୋ କପ୍‌ ଚାମ୍ପିୟନ ଇଂଲଣ୍ଡକୁ ୨-୧ରେ ପରାସ୍ତ କରିଛି ଇଟାଲୀ। ମ୍ୟାଚ୍‌ର ଅଷ୍ଟମ ମିନିଟରେ ଟୋମାସୋ ବାଲ୍ଡାଞ୍ଜି ପ୍ରଥମ ଗୋଲ ଦେଇ ଇଟାଲୀକୁ ୧-୦ରେ ଆଗୁଆ କରିଥିଲେ। ଏହାର ୧୬ ମିନିଟ ମଧ୍ୟରେ ଆଲ୍ଫି ଡିଭାଇନ୍‌ ସ୍କୋର କରି ମ୍ୟାଚ୍‌କୁ ବରାବର ସ୍ଥିତିକୁ ଆଣିଥିଲେ। ମ୍ୟାଚ୍‌ର ଅବଶିଷ୍ଟ ସମୟରେ ଉଭୟ ଦଳ ଗୋଲ ସ୍କୋର କରିବାରେ ବିଫଳ ହୋଇଥିବା ବେଳେ ମ୍ୟାଚ୍‌ ଡ୍ର ଆଡକୁ ଯାଉଥିଲା। ୮୭ ତମ ମିନିଟରେ ଭିଡିଓ ରେଫରାଲ ବଳରେ ଇଟାଲୀକୁ ମିଳିଥିବା ସ୍ପଟ୍‌ କିକ୍‌କୁ ଗୋଲରେ ପରିଣତ କରିଥିଲେ ସିଜାରେ କାସାଡେଇ। ଇଟାଲୀକୁ ବିଜୟୀ କରିଥିବା କାସାଡେଇ ଚଳିତ ଟୁର୍ନାମେଣ୍ଟରେ ନିଜର ୫ମ ଗୋଲ୍‌ ସ୍କୋର କରିଛନ୍ତି। ଅନ୍ତିମ ରାଉଣ୍ଡ ଅଫ୍‌ ୧୬ ମ୍ୟାଚରେ ଅସ୍କାର କୋର୍ଟେସ୍‌ (୪୮, ୯୦+୪) ଓ ଟୋମାସ୍‌ ଆଞ୍ଜେଲ(୫୨ ଓ ୬୩ ) ମିନିଟରେ ଡବଲ ଗୋଲ ସ୍କୋର କରିଥିବା ବେଳେ କଲମ୍ବିଆ ୫-୧ ଗୋଲରେ ସ୍ଲୋଭାକିଆକୁ ପରାସ୍ତ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ପୁଣି ସର୍ବସାଧାରଣରେ ଅପମାନ ପାଇଲା ପାକିସ୍ତାନ, ଟିମ ଇଣ୍ଡିଆ କଲା ଏମିତି କାମ

ନୂଆଦିଲ୍ଲୀ,୧୪।୯: ଭାରତୀୟ ଦଳ ଶ୍ରୀଲଙ୍କାକୁ ପରାସ୍ତ କରି ମହିଳା ଏସିଆ କପ ୨୦୨୬ର ଟାଇଟଲ ଜିତିଛି। ଫାଇନାଲ ମ୍ୟାଚରେ ଭାରତୀୟ ଦଳ ୭୨ ରନରେ ବିଜୟୀ ହୋଇଥିଲା,…

ମାଡ଼ ମାରି ଭାଉଜଙ୍କ ହାତ ଭାଙ୍ଗିଦେଲେ ଦିଅର, ଆଉ ତା’ପରେ…

ଦିଗପହଣ୍ଡି,୧୩।୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଖଣ୍ଡଦେଉଳି ଗ୍ରାମର ବନିତା ପ୍ରଧାନଙ୍କୁ ରବିବାର ତାଙ୍କ ଦିଅର ପଦ୍ମ ଲୋଚନ ପ୍ରଧାନ ଆକ୍ରମଣ କରି ବାମ…

ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଭେଟିଲେ ବାଲ୍ୟବନ୍ଧୁ, BJP ବିଧାୟକଙ୍କୁ ନେଇ ଆଣିଲେ ବଡ଼ ଅଭିଯୋଗ! ଛାନିଆ ହୋଇଗଲେ….

ମୁମ୍ବାଇ,୧୩।୯: ମହାରାଷ୍ଟ୍ରର ଭାୟନ୍ଦରରେ ଜମି ବିବାଦକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବାଲ୍ୟବନ୍ଧୁ ଅସଗରଅଲି ଭୋରା ତାଙ୍କୁ ଭେଟିଛନ୍ତି । ୮ ସେପ୍ଟେମ୍ବରରେ ୮୧ ବର୍ଷୀୟ ଭୋରା…

ପଶ୍ଚିମବଙ୍ଗରେ ବନ୍ଦ ହେଲା ୨୫୨ ମଦ୍ରାସା

କୋଲକାତା,୧୩ା୯: ପଶ୍ଚିମବଙ୍ଗ ସରକାର ରାଜ୍ୟରେ ଚାଲୁଥିବା ଇସ୍‌ଲାମୀୟ ଶିକ୍ଷାନୁଷ୍ଠାନଗୁଡ଼ିକର ସମୀକ୍ଷା କରିବା ପରେ ୨୫୨ ମଦ୍ରାସାକୁ ବନ୍ଦ କରିବା ପାଇଁ ନୋଟିସ ଜାରି କରିଛନ୍ତି। ଯାଞ୍ଚ ପ୍ରକ୍ରିୟାର…

ବ୍ୟବସାୟିକ ଜାହାଜ ଉପରେ ଆକ୍ରମଣ: ଭାରତୀୟ ନାବିକ ନିଖୋଜ

ନୂଆଦିଲ୍ଲୀ,୧୩ା୯: ଓମାନ ଉପକୂଳରେ ବ୍ୟବସାୟିକ ଜାହାଜ ଏମ୍‌ଟି ଏଲ୍‌ ଗାଇଆ ଉପରେ ଆକ୍ରମଣ ହେବାରୁ ଜଣେ ଭାରତୀୟ ନାବିକ ନିଖୋଜ ହୋଇଥିବା ବହିର୍ବ୍ୟାପାର ମନ୍ତ୍ରଣାଳୟ ରବିବାର ସ୍ପଷ୍ଟ…

ଖଟିଆରେ ଗର୍ଭବତୀଙ୍କୁ ବୁହାହେବା ଘଟଣା, ନବଜାତ ଶିଶୁ-ମା’ଙ୍କୁ ଭେଟିଲେ ସିଡିପିଓ

ଗୁଡାରି,୧୩।୯(ପ୍ରମୋଦ କୁମାର ପତି): ଶନିବାର ଦିନ ବ୍ଳକର ଶିରିଗୁଡା ଗ୍ରାମପଂଚାୟତ ଅନ୍ତର୍ଗତ ସାଡାକଣା ଗ୍ରାମର ଗର୍ଭବତୀ ମହିଳାଙ୍କୁ ଖଟିଆରେ ୩ କିଲୋମିଟର ବୋହିବା ପରେ ଆମ୍ବୁଲାନ୍ସ ଯୋଗେ…

ତାତିଲେ ମହିଳା, ଭାଙ୍ଗିଲେ ମଦ ଭାଟି

ମୋହନ,୧୩।୯(ମନ୍ମଥ ମିଶ୍ର): ଗାଁରେ ଚାଲିଥିଲା ମଦ ଭାଟି। ଏନେଇ ଗାଁରେ ଅଶାନ୍ତ ପରିବେଶ ସୃଷ୍ଟି ହେବା ଯୁବପିଢୀ ପଥଭ୍ରଷ୍ଟ ହେଉଥିଲେ। ବାରମ୍ବାର ଅଭିଯୋଗ ପରେ ବି କାହାର…

ସନତ ସଭାପତି, ଉମାକାନ୍ତ ସାଧାରଣ ସମ୍ପାଦକ ନିର୍ବାଚିତ

ବରଗଡ଼,୧୩।୯(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ହାବିଲଦାର, କନେଷ୍ଟବଲ ଆସୋସିଏଶନ ନିର୍ବାଚନ ଫଳାଫଳ ରବିବାର ଘୋଷଣା ହୋଇଛି। ଏଥିରେ ସଭାପତି ସନତ କୁମାର ହୋତା ସଭାପତି ନିର୍ବାଚିତ ହୋଇଛନ୍ତି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?