Posted inଖେଳ

ଆର୍ଜେଣ୍ଟିନା, ଇଂଲଣ୍ଡ ବିଦା

ବୁଏନ୍ସ ଏୟାର୍ସ, ୨ା୬: ଆର୍ଜେଣ୍ଟିନାରେ ଅନୁଷ୍ଠିତ ୨୦ ବର୍ଷରୁ କମ୍‌ ଫୁଟବଲ ବିଶ୍ୱକପର କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛନ୍ତି ଇଟାଲୀ, ନାଇଜେରିଆ, ବ୍ରାଜିଲ ଓ କଲମ୍ବିଆ। ଅନ୍ୟପକ୍ଷରେ ଶକ୍ତିଶାଳୀ ଦଳ ଆର୍ଜେଣ୍ଟିନା ଓ ଇଂଲଣ୍ଡ ଏହି ଟୁର୍ନାମେଣ୍ଟରୁ ବିଦାୟ ନେଇଛନ୍ତି। ୧୦ ଜଣିଆ ବ୍ରାଜିଲ ଦଳ ୪-୧ରେ ଟ୍ୟୁନିସିଆକୁ ପରାସ୍ତ କରିଛି। ଆନ୍ଦ୍ରେ ସାଣ୍ଟୋସ ଦଳ ପକ୍ଷରୁ ଡବଲ ଗୋଲ ସ୍କୋର କରିଥିଲେ। ମାର୍କୋସ୍‌ ଲିଓନାର୍ଡୋ ୧୧ତମ ମିନିଟରେ ବ୍ରାଜିଲ ପକ୍ଷରୁ ପ୍ରଥମ ଗୋଲ ସ୍କୋର କରିଥିଲେ। ୩୧ତମ ମିନିଟରେ ସାଣ୍ଟୋସ ବ୍ୟକ୍ତିଗତ ପ୍ରଥମ ଗୋଲ ସ୍କୋର କରିବା ସହିତ ଦଳକୁ ୨-୦ରେ ଆଗୁଆ କରିଥିଲେ। ମ୍ୟାଚର ୪୫ ତମ ମିନିଟରେ ବିପଜ୍ଜନକ ଖେଳ ପ୍ରଦର୍ଶନ ପାଇଁ ରବର୍ଟ ରେନାନଙ୍କୁ ରେଡ୍‌କାର୍ଡ ମିଳିଥିଲା। ବ୍ରାଜିଲ ୧୦ ଜଣିଆ ଦଳରେ ଖେଳିଥିଲେ ମଧ୍ୟ ପ୍ରତିପକ୍ଷଙ୍କୁ ଚାପରେ ରଖିଥିଲା। ପରବର୍ତ୍ତୀ ୪୫ ମିନିଟ ଧରି ଗୋଲ ସ୍କୋର ହୋଇ ନ ଥିବା ବେଳେ ଇଞ୍ଜୁରୀ ଟାଇମରେ ବ୍ରାଜିଲ ଦୁଇଟି ଓ ଟ୍ୟୁନିସିଆ ଗୋଟିଏ ଗୋଲ ସ୍କୋର କରିଥିଲା। ୯୦+୧ ମିନିଟରେ ମାଥେଅସ୍‌ ମାର୍ଟିନ୍ସ ସିଲଭା ଡସ୍‌ ସାଣ୍ଟୋସ ବ୍ରାଜିଲକୁ ୩-୦ରେ ଆଗୁଆ କରିଥିବା ବେଳେ ୯୦+୧୦ ମିନିଟରେ ସାଣ୍ଟୋସ ବ୍ୟକ୍ତିଗତ ଦ୍ୱିତୀୟ ଗୋଲ ସ୍କୋର କରିଥିଲେ। ଟ୍ୟୁନିସିଆ ପକ୍ଷରୁ ମହମ୍ମଦ ଘରବେଲ ୯୦+୧୩ ମିନିଟରେ ଏକମାତ୍ର ଗୋଲ ପରିଶୋଧ କରିଥିଲେ। ଅନ୍ୟ ଏକ ମ୍ୟାଚରେ ଆୟୋଜକ ଆର୍ଜେଣ୍ଟିନାକୁ ୨-୦ ଗୋଲରେ ପରାସ୍ତ କରିଛି ନାଇଜେରିଆ। ବୁଧବାର ରାତିରେ ସାନ୍‌ ଜୁଆନରେ ଖେଳା ଯାଇଥିବା ମ୍ୟାଚରେ ୩୦ ହଜାର ଦର୍ଶକ ଉପସ୍ଥିତ ଥିଲେ। ଆୟୋଜକ ଦେଶ ଭାବରେ ଯୋଗ୍ୟତା ଅର୍ଜନ କରିଥିବା ଆର୍ଜେଣ୍ଟିନା ଗ୍ରୁପ୍‌ ଟପ୍ପର ଭାବରେ ରାଉଣ୍ଡ ଅଫ୍‌ ୧୬ରେ ପ୍ରବେଶ କରିଥିଲା। ତେବେ ନାଇଜେରିଆ ବିପକ୍ଷ ମ୍ୟାଚରେ ଦଳ ଏକାଧିକ ସୁଯୋଗ ହାତଛଡା କରିଥିଲା। ପ୍ରଥମାର୍ଦ୍ଧର ଧିମା ଆରମ୍ଭ ପରେ ୬୧ ମିନିଟରେ ମିଳିଥିବା ଫ୍ରି କିକ୍‌କୁ ଗୋଲରେ ପରିଣତ କରିଥିଲେ ଇବ୍ରାହିମ୍‌ ମହମ୍ମଦ। ଏହାପରେ ଇଞ୍ଜୁରୀ ଟାଇମର ୯୦+୧ ମିନିଟରେ ରିଲଓ୍ବାନୁ ହାଲିରୁ ସାର୍କି ଗୋଲ ଦେଇ ଦଳକୁ ୨-୦ରେ ବିଜୟୀ କରିଥିଲେ।
ଲା ପ୍ଲାଟା ଷ୍ଟାଡିୟମରେ ୟୁରୋ କପ୍‌ ଚାମ୍ପିୟନ ଇଂଲଣ୍ଡକୁ ୨-୧ରେ ପରାସ୍ତ କରିଛି ଇଟାଲୀ। ମ୍ୟାଚ୍‌ର ଅଷ୍ଟମ ମିନିଟରେ ଟୋମାସୋ ବାଲ୍ଡାଞ୍ଜି ପ୍ରଥମ ଗୋଲ ଦେଇ ଇଟାଲୀକୁ ୧-୦ରେ ଆଗୁଆ କରିଥିଲେ। ଏହାର ୧୬ ମିନିଟ ମଧ୍ୟରେ ଆଲ୍ଫି ଡିଭାଇନ୍‌ ସ୍କୋର କରି ମ୍ୟାଚ୍‌କୁ ବରାବର ସ୍ଥିତିକୁ ଆଣିଥିଲେ। ମ୍ୟାଚ୍‌ର ଅବଶିଷ୍ଟ ସମୟରେ ଉଭୟ ଦଳ ଗୋଲ ସ୍କୋର କରିବାରେ ବିଫଳ ହୋଇଥିବା ବେଳେ ମ୍ୟାଚ୍‌ ଡ୍ର ଆଡକୁ ଯାଉଥିଲା। ୮୭ ତମ ମିନିଟରେ ଭିଡିଓ ରେଫରାଲ ବଳରେ ଇଟାଲୀକୁ ମିଳିଥିବା ସ୍ପଟ୍‌ କିକ୍‌କୁ ଗୋଲରେ ପରିଣତ କରିଥିଲେ ସିଜାରେ କାସାଡେଇ। ଇଟାଲୀକୁ ବିଜୟୀ କରିଥିବା କାସାଡେଇ ଚଳିତ ଟୁର୍ନାମେଣ୍ଟରେ ନିଜର ୫ମ ଗୋଲ୍‌ ସ୍କୋର କରିଛନ୍ତି। ଅନ୍ତିମ ରାଉଣ୍ଡ ଅଫ୍‌ ୧୬ ମ୍ୟାଚରେ ଅସ୍କାର କୋର୍ଟେସ୍‌ (୪୮, ୯୦+୪) ଓ ଟୋମାସ୍‌ ଆଞ୍ଜେଲ(୫୨ ଓ ୬୩ ) ମିନିଟରେ ଡବଲ ଗୋଲ ସ୍କୋର କରିଥିବା ବେଳେ କଲମ୍ବିଆ ୫-୧ ଗୋଲରେ ସ୍ଲୋଭାକିଆକୁ ପରାସ୍ତ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଟି୨୦ ବିଶ୍ୱକପ୍‌ ଲାଗି ସିକ୍ସର କିଙ୍ଗ ଯୁବରାଜଙ୍କୁ ମିଳିଲା ବଡ଼ ଦାୟିତ୍ୱ

ନୂଆଦିଲ୍ଲୀ,୨୬।୪: ଆଇସିସି ପୁରୁଷ ଟି-୨୦ ବିଶ୍ୱକପ୍‌ ୨୦୨୪ ଜୁନ୍‌ରେ ଆରମ୍ଭ ହେବ। ଆମେରିକା ଓ ୱେଷ୍ଟଇଣ୍ଡିଜରେ ଜୁନ ପହିଲାରୁ ଜୁନ୍‌ ୨୯ ଯାଏ ଏହା ଖେଳାଯିବ।...

ପୂର୍ବତନ ଅଷ୍ଟ୍ରେଲିଆ ଅଧିନାୟକ ପଣ୍ଟିଂଙ୍କ ଖୁଲାସା: ଯେଉଁ ବ୍ୟାଟ୍‌ରେ ଶତକ ମାରୁଥିଲେ…

ନୂଆଦିଲ୍ଲୀ,୨୬।୪: ଦୁଇ ଥର ବିଶ୍ୱକପ୍‌ ବିଜେତା ଅଷ୍ଟ୍ରେଲିଆ ଅଧିନାୟକ ରିକି ପଣ୍ଟିଂ ଏବେ ଦିଲ୍ଲୀ କ୍ୟାପିଟାଲ୍ସର ମୁଖ୍ୟ କୋଚ୍‌ ଭାବେ ଦାୟିତ୍ୱ ସମ୍ପାଦନ କରୁଛନ୍ତି। ଦିନ...

ପାକିସ୍ତାନକୁ ହରାଅ, ତୁମକୁ ଭୂରି ଭୋଜନ ମୁଁ ଦେବି- ବିଶ୍ୱକପ୍‌ରେ ଟିମ୍‌ ଇଣ୍ଡିଆ ଖେଳାଳିଙ୍କୁ କିଛି ଏଭଳି କହିଥିଲେ ସଚିନ…

ନୂଆଦିଲ୍ଲୀ,୨୬।୪: କୌଣସି ଫର୍ମାଟ ହେଉ ନା କାହିଁକି ଭାରତ ପାକିସ୍ତାନ ମ୍ୟାଚ୍‌ କଥା ପଡ଼ିଲେ ପ୍ରଶଂସକଙ୍କ ଉତ୍କଣ୍ଠା ବଢ଼ିଯାଇଥାଏ। ହେଲେ ଦୁଇ ଦେଶ ଏବେ କେବଳ...

ଆଇପିଏଲ୍‌ ମଝିରେ ପୁଣି ଥରେ ବାପା ହେଲେ ପାଣ୍ଡ୍ୟା !

ନୂଆଦିଲ୍ଲୀ,୨୬।୪: ପୁଣି ଥରେ ବାପା ହୋଇଛନ୍ତି ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ବଡ଼ ଭାଇ ତଥା ଆଇପିଏଲ୍‌ରେ ଲକ୍ଷ୍ନୌ ସୁପର ଜିଆଣ୍ଟସ୍‌ ପାଇଁ ଖେଳୁଥିବା କ୍ରୁଣାଳ ପାଣ୍ଡ୍ୟା। କ୍ରୁଣାଳଙ୍କ...

ଭୋଟ ଦେଲେ କ୍ରିକେଟ୍‌ର ଜେଣ୍ଟଲମ୍ୟାନ୍‌: ମତଦାନ କେନ୍ଦ୍ରରେ ହୃଦୟ ଜିତିଲେ

ବେଙ୍ଗାଲୁରୁ,୨୬।୪: ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ତଥା ବର୍ତ୍ତମାନର କୋଚ ରାହୁଲ ଦ୍ରାବିଡ ଶୁକ୍ରବାର ବେଙ୍ଗାଲୁରୁର ମତଦାନ କେନ୍ଦ୍ରରେ ପହଞ୍ଚି ଭୋଟ ଦେଇଛନ୍ତି। ଭୋଟ...

ମିଚେଲ୍‌ ମାର୍ଶଙ୍କ ରିପ୍ଲେସମେଣ୍ଟ ଘୋଷଣା କଲା ଦିଲ୍ଲୀ କ୍ୟାପିଟାଲ୍ଡ: ଏହି ଖେଳାଳିଙ୍କୁ ଦଳରେ କଲା ସାମିଲ

ନୂଆଦିଲ୍ଲୀ, ୨୬ା୪: ଇଣ୍ଡିଆନ ପ୍ରିମିୟର ଲିଗ୍‌(ଆଇପିଏଲ୍‌) ୨୦୨୪ର ଅବଶିଷ୍ଟାଂଶ ପାଇଁ ଦିଲ୍ଲୀ କ୍ୟାପିଟାଲ୍ସ ମିଚେଲ ମାର୍ଶଙ୍କ ସ୍ଥାନରେ ଆଫଗାନିସ୍ତାନ ଅଲରାଉଣ୍ଡର ଗୁଲ୍‌ବଦିନ ନାଇବଙ୍କୁ ଦଳରେ ସାମିଲ...

ଏହି କାରଣ ପାଇଁ ଦୁବେଙ୍କ ବଦଳରେ ହାର୍ଦ୍ଦିକଙ୍କୁ ଟି-୨୦ ବିଶ୍ୱକପ ଦଳରେ ମିଳିବ ସ୍ଥାନ: ରିପୋର୍ଟ

ନୂଆଦିଲ୍ଲୀ,୨୬।୪: ଭାରତ ଷ୍ଟାର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ଭଲ ଫର୍ମ ନଥାଇ ପାରନ୍ତି କିନ୍ତୁ ତାଙ୍କର ପୂର୍ବ ପ୍ରଦର୍ଶନ ବଳରେ ବା ତାଙ୍କ ପ୍ରତିବଦଳ ଖେଳାଳି...

ସବୁ ମ୍ୟାଚ୍‌ ଜିତିପାରିବୁ ନାହିଁ…କାହିଁକି ଏମିତି କହିଲେ ୨୦.୫ କୋଟି ଟଙ୍କାର ଖେଳାଳି

ହାଇଦ୍ରାବାଦ୍‌,୨୬।୪: ଆଇପିଏଲ ୨୦୨୪ର ୪୧ତମ ମ୍ୟାଚରେ ସନରାଇଜର୍ସ ହାଇଦ୍ରାବାଦକୁ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ବିପକ୍ଷରେ ପରାଜୟର ସମ୍ମୁଖୀନ ହେବାକୁ ପଡଛି। ବେଙ୍ଗାଲୁରୁ ନିଜ ଘରେ ହାଇଦ୍ରାବାଦକୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri