ଜୀବନରେ କିଛି ନୂଆ କାମ ଆରମ୍ଭ କରିବାକୁ ଯାଉଛନ୍ତି କି? ନିଜକୁ ପଚାରିନିଅନ୍ତୁ ଏହି ୩ ପ୍ରଶ୍ନ..

ଆଚାର୍ଯ୍ୟ ଚାଣକ୍ୟ ନିଜର ନୀତିଶାସ୍ତ୍ରରେ ଜୀବନ ସହ ଜଡ଼ିତ ଅନେକ ସମସ୍ୟା ଓ ତାର ସମାଧାନ ବିଷୟରେ ଉଲ୍ଲେଖ କରିଛନ୍ତି। ସେ କୁହନ୍ତି, କୌଣସି କାର୍ଯ୍ୟ ବିଷୟରେ ନ ଭାବି ସେଥିରେ ଜଡ଼ିତ ହୋଇଯାଉ। ଫଳରେ ସଫଳତା ମିଳିବ କିମ୍ବା ନାହିଁ ସେଥିରେ ସନ୍ଦେହ ଉପୁଜେ। ଏଣୁ କୌଣସି ବି ନୂଆ କାମ ଆରମ୍ଭ କରିବା ପୂର୍ବରୁ ଜଣେ ବ୍ୟକ୍ତି ନିଜକୁ ତିନୋଟି ପ୍ରଶ୍ନ ପଚାରିବା ଏବଂ ତାର ଉତ୍ତର ଜାଣିବା ଉଚିତ। ଯେପରିକି:

-କ’ଣ ପାଇଁ ଏ କାମ କରିବି:
ଚାଣକ୍ୟ କୁହନ୍ତି ଯେକୌଣସି କାମର ଉଦ୍ଦେଶ୍ୟ ସ୍ପଷ୍ଟ ହେବା ଉଚିତ। ଅସ୍ପଷ୍ଟତା, ଅଜ୍ଞାନତା ଏବଂ ଭ୍ରମାତ୍ମକ ସ୍ଥିତିରେ କାମ ନ କରିବା ଭଲ। କାରଣ ଏପରି କାମରେ ସଫଳତା ମିଳେ ନାହିଁ। କାମର ଫଳ ବ୍ୟକ୍ତି ନିୟନ୍ତ୍ରଣରେ ନ ଥାଏ। ଏଣୁ କ’ଣ ପାଇଁ କରାଯାଉଛି ତାହା ପ୍ରଥମରୁ ସ୍ପଷ୍ଟ ହେବା ଆବଶ୍ୟକ।

-କାର୍ଯ୍ୟର ଫଳାଫଳ କ’ଣ ହେବ-
ଚାଣକ୍ୟ କୁହନ୍ତି, ଉଦ୍ଦେଶ୍ୟ ଠିକ୍‌ ଥିଲେ କାର୍ଯ୍ୟରେ ସଫଳତା ମିଳେ। ବ୍ୟକ୍ତିଗତ ସ୍ବାର୍ଥକୁ ଦୃଷ୍ଟିରେ ରଖି କରାଯାଉଥିବା କାମର ଫଳ ଦୀର୍ଘଦିନ ଯାଏ ରହି ନ ଥାଏ। ଏଣୁ କୌଣସି କାମ କରିବା ପୂର୍ବରୁ ଏହାର ପରିଣାମ ବିଷୟରେ ଚିନ୍ତା କରିବା ଜରୁରୀ।

-ସଫଳତା ମିଳିବ କି?
ଚାଣକ୍ୟ କୁହନ୍ତି, ନିଜର ଯୋଗ୍ୟତା ଏବଂ ଇଚ୍ଛାଶକ୍ତି ସହିତ ଜଡ଼ିତ ପ୍ରଶ୍ନ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ। କାର୍ଯ୍ୟର ଉଦ୍ଦେଶ୍ୟ, ପରିଣାମ ବିଷୟରେ ବିଚାର କରିବା ପରେ ନିଜର ସଫଳତାକୁ ମଧ୍ୟ ବିଚାର କରିବା ଉଚିତ। ଆଜିର ସମୟେରେ ଏହା ସବୁଠାରୁ ମହତ୍ୱପୂର୍ଣ୍ଣ ପ୍ରଶ୍ନ। ସର୍ବଦା ଲୋକ ଆତ୍ମ-ମୂଲ୍ୟାଙ୍କନ ବିନା କାର୍ଯ୍ୟରେ ଜଡିତ ହୋଇଯାନ୍ତି। ଏଣୁ ସେମାନଙ୍କୁ ସଫଳତା ମିଳିବ କି ନାହିଁ ତାହା ପ୍ରଶ୍ନବାଚୀ ହୋଇ ରହିଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ଏହି ରୋଗୀଙ୍କ ପାଇଁ କ୍ଷତିକାରକ ପଣସ

ଅଧିକାଂଶ ଲୋକଙ୍କୁ ପଣସ ଖାଇବାକୁ ଭଲ ଲାଗିଥାଏ। ତାହା ପାଚିଲା ହେଉ ଅବା କଞ୍ଚା। ପଣସ ସ୍ବାସ୍ଥ୍ୟ ପାଇଁ ଲାଭଦାୟକ। ଏଥିରେ ବହୁ ପ୍ରକାରର ପୋଷକ...

ବଡବିଲ୍‌ରୁ ଚୋରି ହାଇଓ୍ବା ଝାଡଖଣ୍ଡରୁ ଜବତ, ମାଷ୍ଟରମାଇଣ୍ଡ ସହ ୩ ଗିରଫ

ବଡ଼ବିଲ, ୨୮ା୩(ସ୍ବ.ପ୍ର.): କେନ୍ଦୁଝର ଜିଲା ବଡ଼ବିଲ ଥାନା ଅନ୍ତର୍ଗତ ଭଦ୍ରାସାହିରୁ ଗତ ମଙ୍ଗଳବାର ବିଳମ୍ବିତ ରାତିରେ ଚୋରି ହୋଇଥିବା ହାଇଓ୍ବାକୁ ପୋଲିସ ବୁଧବାର ରାତିରେ ଝାଡଖଣ୍ଡରୁ...

ଏହି ୨ ଅକ୍ଷର ନାମଧାରୀ ମହିଳା ସର୍ବଦା ରହିଥାନ୍ତି ଚିନ୍ତାରେ

ରାଶି ଏବଂ ନାମର ପ୍ରଥମ ଅକ୍ଷରରୁ ଝିଅ ତଥା ମହିଳାଙ୍କ ସ୍ବଭାବ ବିଷୟରେ ଜଣାପଡ଼ିଥାଏ। ତେବେ ଏହି ୨ ଅକ୍ଷର ନାମଧାରୀ ମହିଳାମାନେ ସବୁବେଳେ ଚିନ୍ତାରେ...

ଏସବୁ କଥା ମାନି ଚଳିଳେ ସ୍ତ୍ରୀ-ସ୍ବାମୀଙ୍କ ମଧ୍ୟରେ ହେବନି ଝଗଡ଼ା, ବଢ଼ିବ ଧନ

କୁହାଯାଏ, ସ୍ତ୍ରୀ-ସ୍ବାମୀ ଗୋଟିଏ ଗାଡିର ଦୁଇଟି ଚକ। ଯଦି ଗୋଟିଏ ଚକ ନ ରୁହେ, ତେବେ ଗାଡି ଚାଲିବା କଷ୍ଟକର ହୋଇପଡେ। ଠିକ୍‌ ସେହିପରି ସ୍ତ୍ରୀ-ସ୍ବାମୀଙ୍କ...

ପ୍ରତିଦିନ ଏସବୁ ମନା…

ଆମେ ପ୍ରତିଦିନ ଗାଧୋଇ ଥାଉ। ଗାଧୋଇଲେ ଦେହ ଓ ମନ ସୁସ୍ଥ ରହିଥାଏ ବୋଲି କୁହାଯାଇଥାଏ। ଏହାଦ୍ୱାରା ଶରୀରର ଲୋମ ଛିଦ୍ରରେ ଥିବା ମଇଳା ସଫା...

ଏହାକୁ ଶୋଇବା ଘରେ ରଖିଲେ ସୁଖମୟ ହେବ ଦାମ୍ପତ୍ୟ ଜୀବନ

ସୂର୍ଯ୍ୟଙ୍କୁ ପ୍ରତ୍ୟକ୍ଷ ଦେବତା ଭାବରେ ବିବେଚନା କରାଯାଏ। ବାସ୍ତୁର କେତେକ ନିୟମ ସୂର୍ଯ୍ୟ କିରଣ ଉପରେ ଆଧାରିତ। ଯଦି କୌଣସି ସ୍ଥାନ ଶକ୍ତିହୀନ ଥାଏ, ତେବେ...

ଓ୍ବାକିଂ ଶୁଜ୍‌ କିଣୁଥିଲେ

ବେଷ୍ଟ ରେଜଲ୍ଟ ପାଇବାକୁ ହେଲେ ଜୋତା ସବୁବେଳେ ପାଦକୁ ଫିଟ୍‌ ହେବା ଦରକାର। କାରଣ ପାଦକୁ ଫିଟ୍‌ ନ ହେଉଥିବା ଜୋତା ଶରୀର ଉପରେ ନକାରାତ୍ମକ...

ଏହି ୫ ରାଶିର ବ୍ୟକ୍ତିଙ୍କ ଜାତକରେ ଲେଖା ଅଛି ପ୍ରେମ ବିବାହ

ହିନ୍ଦୁ ଧର୍ମରେ ବିବାହ ସମୟରେ ବର ଏବଂ କନ୍ୟାଙ୍କ ଜାତକ ମିଶାଇବା ପରମ୍ପରା ରହିଛି। ତେବେ ଅନେକ ଲୋକ ଜାତକ ସହିତ ଜଡିତ ପରମ୍ପରାକୁ ଅନୁସରଣ...

Advertisement
Archives

Model This Week