ଅଲ୍ଲୁ ଅର୍ଜୁନଙ୍କ ରାଜନୈତିକ ଲିଙ୍କ୍‌ ବଢାଉଛି କି ଟେନଶନ, ଜାଣନ୍ତୁ ତାଙ୍କ ପରିବାରରେ କିଏ କିଏ

ନୂଆଦିଲ୍ଲୀ,୨୬।୧୨: ଅଲ୍ଲୁ ଅର୍ଜୁନଙ୍କ ଗିରଫ, ପରେ ଜାମିନକୁ ନେଇ ପୁରା ଇଣ୍ଡଷ୍ଟ୍ରି ସମେତ ତେଲଙ୍ଗାନା ରାଜନୀତି ବି ସରଗରମ ରହିଛି। ଏହି ସମୟରେ ପୋଲିସ ମଧ୍ୟ ତାଙ୍କୁ ଘନଘନ ପଚରାଉଚରା କରୁଛି। କହିରଖୁଛୁ କି, ଡିସେମ୍ବର ୪ରେ ହାଇଦ୍ରାବାଦର ସଂଧ୍ୟା ଥିଏଟରରେ ପୁଷ୍ପା 2 ଫିଲ୍ମର ପ୍ରିମିୟର୍‌ ସମୟରେ ବଡ଼ ଧରଣର ଦଳାଚକଟା ହୋଇଥିଲା। ଏଥିରେ ଜଣେ ୩୫ବର୍ଷୀୟା ମହିଳାଙ୍କର ମୃତ୍ୟୁ ଘଟିଥିଲା ଏବଂ ତାଙ୍କର ଆଠ ବର୍ଷର ପୁଅ ଆହତ ହୋଇଥିଲେ। ଯାହା ପରେ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଏହି ମାମଲାରେ ଅଲ୍ଲୁଙ୍କୁ ଗିରଫ କରାଯାଇଥିଲା ଏବଂ ବର୍ତ୍ତମାନ ସେ ମଧ୍ୟବର୍ତ୍ତୀକାଳୀନ ଜାମିନରେ ଅଛନ୍ତି।
ଏହାକୁ ନେଇ ତେଲଙ୍ଗାନା ମୁଖ୍ୟମନ୍ତ୍ରୀ ରେଭନ୍ତ ରେଡ୍ଡୀ କହିଛନ୍ତି, ସେ ଅଲ୍ଲୁଙ୍କ ମାମଲାରେ କୌଣସି ହସ୍ତକ୍ଷେପ କରିବେ ନାହିଁ। ଆଇନ୍‌ ତା’ଅନୁସାରେ କାମ କରିବ।

ସୂଚନାଥାଉ କି, ଅଲ୍ଲୁଙ୍କ ପରିବାର ଆନ୍ଧ୍ରପ୍ରଦେଶ ତଥା ତେଲେଙ୍ଗାନାରେ ବହୁତ ପ୍ରଭାବଶାଳୀ। କେବଳ ଫିଲ୍ମ ଇଣ୍ଡଷ୍ଟ୍ରିରେ ତାଙ୍କର ପ୍ରଭାବ ନାହିଁ, ତାଙ୍କ ପରିବାରର ରାଜନୀତିରେ ମଧ୍ୟ ପ୍ରଭାବ ରହିଛି। ଆନ୍ଧ୍ରପ୍ରଦେଶର ଡେପୁଟି ସିଏମ ପୱନ କଲ୍ୟାଣ ଅଲ୍ଲୁଙ୍କ ମାମୁଁ ଅଟନ୍ତି। ତାଙ୍କ ଦଳ ଭାଜପା ସହ ମେଣ୍ଟ କରୁଛି। ଅଲ୍ଲୁଙ୍କ ବିରୋଧରେ ତେଲେଙ୍ଗାନା ସରକାର କଠୋର ପ୍ରଦର୍ଶନ କରୁଥିବା ଏହି କାରଣ ବୋଲି ଆଲୋଚନା ହୋଇଛି। ଏହାକୁ ନେଇ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ରେଭନ୍ତ କହିଛନ୍ତି ଯେ, ଆଇନ ସାଧାରଣ ଏବଂ ବିଶେଷ ମଧ୍ୟରେ କୌଣସି ପ୍ରଭେଦ ନକରିବା ଉଚିତ।

ସେହିପରି ଅଲ୍ଲୁ ଅର୍ଜୁନଙ୍କ ଜେଜେବାପାଙ୍କ ଅଲ୍ଲୁୁ ରାମଲିଙ୍ଗାୟା। ସେ ୭୦-୮୦ ଦଶକରେ ତେଲୁଗୁ ଇଣ୍ଡଷ୍ଟ୍ରିର ଜଣେ ପ୍ରସିଦ୍ଧ ଅଭିନେତା ଥିଲେ। ରାମଲିଙ୍ଗାୟାଙ୍କୁ ପଦ୍ମଶ୍ରୀ ଏବଂ ରଘୁପତି ଭେଙ୍କୟା ପୁରସ୍କାର ଭଳି ସମ୍ମାନରେ ସମ୍ମାନିତ କରାଯାଇଛି। ରାମଲିଙ୍ଗାୟାଙ୍କ ପୁଅ ଅଲ୍ଲୁ ଅରବିନ୍ଦ ଇଣ୍ଡଷ୍ଟ୍ରିର ଜଣେ ପ୍ରସିଦ୍ଧ ପ୍ରଯୋଜକ ଅଟନ୍ତି। ସେହିପରି ଅଲ୍ଲୁଙ୍କ ବଡ ଭାଇ ଅଲ୍ଲୁ ଭେଙ୍କଟେଶ ଏକଦା ସାଉଥ ଇଣ୍ଡଷ୍ଟ୍ରିରେ ଜଣେ ଅଭିନେତା ଥିଲେ, କିନ୍ତୁ ବର୍ତ୍ତମାନ ସେ ଜଣେ ବ୍ୟବସାୟୀ। ଅନ୍ୟପଟେ ତାଙ୍କ ସାନ ଭାଇ ଅଲ୍ଲୁ ସିରିଶ ତେଲୁଗୁ ଇଣ୍ଡଷ୍ଟ୍ରିର ଜଣେ ଅଭିନେତା। ପୁଷ୍ପାଙ୍କ ସ୍ତ୍ରୀ ସ୍ନେହା ରେଡ୍ଡୀ ହାଇଦ୍ରାବାଦର ଏକ ବ୍ୟବସାୟ ପରିବାରରୁ ଆସିଛନ୍ତି। ସ୍ନେହା ଜଣେ ଶିକ୍ଷାବିତ ଏବଂ ସୋସିଆଲ ମିଡିଆରେ ବହୁତ ସକ୍ରିୟ ଅଟନ୍ତି।

କହିରଖୁଛୁ କି, ପୁଷ୍ପାଙ୍କ ବାପା ଅଲ୍ଲୁ ରାମଲିଙ୍ଗାୟା ତାଙ୍କ ଝିଅଙ୍କୁ ସାଉଥ୍‌ ମେଗାଷ୍ଟାର ଚିରଞ୍ଜୀବୀଙ୍କୁ ବିବାହ କରିଥିଲେ। ଚିରଞ୍ଜୀବୀ ମଧ୍ୟ ରାଜନୀତିରେ ସକ୍ରିୟ ଅଟନ୍ତି। ଚିରଞ୍ଜୀବୀଙ୍କ ପୁଅ ରାମ ଚରଣ। ରାମ ଚରଣ ଏବଂ ଅଲ୍ଲୁ ଅର୍ଜୁନ ଭାଇ ଅଟନ୍ତି। ଚିରଞ୍ଜୀବୀଙ୍କ ଭାଇ ପୱନ କଲ୍ୟାଣ କେବଳ ଜଣେ ସୁପରଷ୍ଟାର ନୁହଁନ୍ତି ଆନ୍ଧ୍ରପ୍ରଦେଶର ଡେପୁଟି ସିଏମ ମଧ୍ୟ। ଚିରଞ୍ଜୀବୀ ସମ୍ପକୀୟରେ ସେ ଅଲୁ ଅର୍ଜୁନଙ୍କ ମାମୁଁ ଅଟନ୍ତି।

ନିକଟରେ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ରେଭନ୍ତ ରେଡ୍ଡୀ ଅଲୁ ଅର୍ଜୁନଙ୍କୁ ରୋଡ ଶୋ କରିବା ସହ ଥିଏଟରରେ ଭିଡ଼ ଜମାଇ ସମାଲୋଚନା କରିଥିଲେ। ଏହାକୁ ନେଇ ଅଭିନେତା ଏହି ଅଭିଯୋଗକୁ ଅସ୍ବୀକାର କରି କହିଛନ୍ତି ଯେ ଏହା ଏକ ଶୋଭାଯାତ୍ରା କିମ୍ବା ରୋଡ ସୋ ନୁହେଁ। ସେ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ, ଅନେକ ଭୁଲ ତଥ୍ୟ ପ୍ରଚାର କରାଯାଉଛି ଯାହା ମୁଁ ଏକ ର୍ନିଦ୍ଦିଷ୍ଟ ଆଚରଣ କରିଛି। ଏହା ଅପମାନଜନକ ଏବଂ ଚରିତ୍ର ସଂହାର। ଅନେକ ଭୁଲ ତଥ୍ୟ ପ୍ରଚାର କରାଯାଉଛି, ଅନେକ ମିଥ୍ୟା ଅଭିଯୋଗ ଆସୁଛି।


Enter your email to get our daily news in your inbox.

All Right Reserved By Dharitri.Com

ଥୁଆମୂଳ ରାମପୁରରେ ସ୍ବାଧୀନତା ଦିବସ: କୋର୍ଟରେ ପତାକା ଉତ୍ତୋଳନ କଲେ ବିଚାରପତି

ଥୁଆମୂଳ ରାମପୁର,୧୫।୮(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକର ବିଭିନ୍ନ ସରକାରୀ ଏବଂ ବେସରକାରୀ ଅନୁଷ୍ଠାନଗୁଡ଼ିକରେ ୮୦ତମ ସ୍ବାଧୀନତା ଦିବସ ଉତ୍ସାହ ଏବଂ ଆନନ୍ଦର ସହିତ…

କଲ୍ୟାଣସିଂହପୁର ଭିଡ଼ ହିଂସାରୁ ଯୁବତୀଙ୍କୁ ଉଦ୍ଧାର କରିଥିବା ୩ ସାହସୀ ଯୁବକଙ୍କୁ ଜିଲାସ୍ତରୀୟ ସମ୍ମାନ

​କଲ୍ୟାଣସିଂହପୁର, ୧୫/୮(ଦୀପକ କୁମାର ପରିଡ଼ା): ରାୟଗଡ଼ା ଜିଲାରେ ଉତ୍ସାହ ଓ ଦେଶଭକ୍ତିର ମାହୋଲ ମଧ୍ୟରେ ୮୦ତମ ସ୍ୱାଧୀନତା ଦିବସ ଅତ୍ୟନ୍ତ ଆଡ଼ମ୍ବରର ସହ ପାଳିତ ହୋଇଯାଇଛି। ସ୍ଥାନୀୟ…

ସ୍ବାଧୀନତା ଦିବସରେ ରକ୍ତଦାନ କଲେ ସ୍ବେଚ୍ଛାସେବୀ

ବରଗଡ଼,୧୫।୮(ପ୍ରେମାନନ୍ଦ ଖମାରୀ): ସ୍ବାଧୀନତା ଦିବସ ଅବସରରେ ବରଗଡ଼ର ସାମାଜିକ ଅନୁଷ୍ଠାନ ସଂକଳ୍ପ ପରିବାର ପକ୍ଷରୁ ଏକ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଆୟୋଜିତ ହୋଇଥିଲା। ଜିଲାସ୍ତରୀୟ ସ୍ବାଧୀନତା ଦିବସ…

ପତାକା ଉତ୍ତୋଳନକୁ ନେଇ ଟଣାଓଟରା

ଖଲ୍ଲିକୋଟ,୧୫।୮(ପ୍ରଶାନ୍ତ କୁମାର ମିଶ୍ର): ଗଞ୍ଜାମ ଜିଲା ଖଲ୍ଲିକୋଟ ବ୍ଲକ ପରିସରରେ ସ୍ବଧୀନତା ଦିବସ ପାଳନ ବେଳେ ପତାକା ଉତ୍ତୋଳନକୁ ନେଇ ବିଡିଓ ଦେବାଶିଷ ସାମଲ ଏବଂ ବ୍ଲକ…

ଉପଖଣ୍ଡସ୍ତରୀୟ ସ୍ବାଧୀନତା ଦିବସ, ପତାକା ଉତ୍ତୋଳନ କଲେ ଉପଜିଲାପାଳ

ସୁବର୍ଣ୍ଣପୁର,୧୫।୮(ଯୁଗଳ କିଶୋର ମିଶ୍ର): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁରଠାରେ ଉପଖଣ୍ଡସ୍ତରୀୟ ୮୦ତମ ସ୍ବାଧୀନତା ଦିବସ ପାଳନ ହୋଇଯାଇଛି l ବୀରମହାରାଜପୁର ଉପଜିଲାପାଳ ସୁରେନ୍ଦ୍ର କୁମାର ମେହେର ପତାକା ଉତ୍ତୋଳନ…

ଜଗନ୍ନାଥ ଦର୍ଶନ ହେଲା ଶେଷ ଦର୍ଶନ

ପୁରୀ,୧୫।୮( ଅଜିତ୍ କୁମାର ମହାନ୍ତି ): ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଦର୍ଶନ ସମୟରେ ଜଣେ ବୃଦ୍ଧ ଶ୍ରଦ୍ଧାଳୁଙ୍କର ପ୍ରାଣହାନି ଘଟିଛି। ମୃତକ ଜଣକ ହେଉଛନ୍ତି ଯାଜପୁର ଜିଲା ବିଞ୍ଝାରପୁର…

ଖୁସିରେ ୪ ଗ୍ରାମର ଗ୍ରାମବାସୀ: ୧୦୯ ଜଣଙ୍କୁ ମିଳିଲା….

ଗୁଡ଼ାରି, ୧୫।୮ (ପ୍ରମୋଦ କୁମାର ପତି): ରାୟଗଡ଼ା ଜିଲାର ଗୁଡ଼ାରି ତହସିଲ ଅନ୍ତର୍ଗତ ଢେପାଗୁଡ଼ା ରାଜସ୍ୱ ଅଞ୍ଚଳର ୪ଟି ଗ୍ରାମର ୧୦୯ ଜଣ ହିତାଧିକାରୀଙ୍କୁ ଶନିବାର ସ୍ଥାୟୀ…

Men’s Hockey World Cup: ବିଜୟରୁ ଭାରତର ଅଭିଯାନ ଆରମ୍ଭ

ଆମଷ୍ଟେଲଭିନ, ୧୫।୮: ଆରମ୍ଭ ହୋଇଯାଇଛି ପୁରୁଷ ହକି ବିଶ୍ୱକପ। ଶନିବାର ଅନୁଷ୍ଠିତ ପୁଲ ଡି’ର ଉଦ୍‌ଘାଟନୀ ମ୍ୟାଚ୍‌ରେ ଭାରତ ୱେଲ୍ସକୁ ୩-୧ ଗୋଲ୍‌ରେ ପରାସ୍ତ କରି ବିଜୟରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri