ଅର୍ଚ୍ଚିତା ଏଙ୍କରର ବ୍ରାଣ୍ଡ୍‌ ଆମ୍ବାସାଡର

ଭୁବନେଶ୍ୱର,୪ା୨: (ଅଭୟ ଦାଶ): ଏଙ୍କର କଞ୍ଜ୍ୟୁମର ପ୍ରଡକ୍ଟସ୍‌ର ପ୍ରମୁଖ ବ୍ରାଣ୍ଡ୍‌ ତଥା ଏଙ୍କର ଓରାଲ୍‌ କେୟାର୍‌ର ବ୍ରାଣ୍ଡ୍‌ ଆମ୍ବାସାଡର ଭାବେ ଓଡ଼ିଆ ସିନେ ଅଭିନେତ୍ରୀ ଅର୍ଚ୍ଚିତା ସାହୁଙ୍କୁ ନିଯୁକ୍ତ କରାଯାଇଛି। ଏପରିକି ଏଙ୍କର ପାଇଁ ଓଡ଼ିଶା ଏକ ପ୍ରମୁଖ ବଜାର ହୋଇଥିଲାବେଳେ ଅର୍ଚ୍ଚିତା ବ୍ରାଣ୍ଡ୍‌ର ଉପସ୍ଥିତି ବଢ଼ାଇବା ସହିତ ବଜାରର ସ୍ଥିତିକୁ ସୁଦୃଢ଼ କରିବାରେ ସହାୟକ ହେବେ ବୋଲି ବ୍ରାଣ୍ଡ୍‌ର ପ୍ରତିବଦ୍ଧତାକୁ ଏହା ଦର୍ଶାଉଛି। ଏହି ଅବସରରେ ବ୍ରାଣ୍ଡ୍‌ର ନୂତନ ଉତ୍ପାଦ ଏବଂ ଟିଭିସିକୁ ମଧ୍ୟ ଆନୁଷ୍ଠାନିକ ଭାବେ ଉନ୍ମୋଚନ କରାଯାଇଛି। ସେହିଭଳି ଏଙ୍କର ଓରାଲ୍‌ କେୟାର ପକ୍ଷରୁ ବ୍ରାଣ୍ଡ୍‌ର ପ୍ରମୁଖ ଉପତ୍ାଦ ଏଙ୍କର ରେଡ୍‌ ଟୁଥ୍‌ପେଷ୍ଟ ସମେତ ଏହାର ଉତ୍କୃଷ୍ଟ ଓରାଲ୍‌ କେୟାର ଉପତ୍ାଦ ବର୍ଗମାଳାକୁ ବର୍ଣ୍ଣନା କରୁଥିବା ଦୁଇଟି ଅଭିଯାନକୁ ମଧ୍ୟ ରାଜ୍ୟରେ ଉନ୍ମୋଚନ କରାଯାଇଛି। ଏପରିକି ଓଡ଼ିଶା ପାଇଁ ପ୍ରସ୍ତୁତ କରାଯାଇଥିବା ନୂଆ ଟିଭିସି ‘ଲାଲ୍‌, କମାଲ୍‌, ବେମିସାଲ୍‌‘ ଓ ‘ନୟି ଜମାନେ କି ନୟି ସୁରକ୍ଷା’ର ଶୁଭାରମ୍ଭ କରାଯାଇଛି।
ଏଙ୍କର କଞ୍ଜୁ୍ୟୁମର ପ୍ରଡକ୍ଟସର ନିର୍ଦ୍ଦେଶକ କରନ ଶାହା କହିଛନ୍ତି, ଆମେ ଆମର ଉଚ୍ଚ ଗୁଣବତ୍ତା, ପ୍ରଭାବଶାଳୀ ଏବଂ ପ୍ରାକୃତିକ ଓରାଲ କେୟାର ସମାଧାନ ପ୍ରଦାନ କରିବାକୁ ପ୍ରତିଶ୍ରୁତିବଦ୍ଧ ରହିଛୁ। ଅର୍ଚ୍ଚିତା ସାହୁଙ୍କ ସହ ଭାଗୀଦାରି କରି ଆମେ ଆମ ଯାତ୍ରାରେ ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟ ହାସଲ କରିଛୁ। ରାଜ୍ୟର ଓରାଲ କେୟାର ସଚେତନତା ବୃଦ୍ଧିରେ ସେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବେ ଏବଂ ବିଶ୍ୱାସ ଓ ଗୁଣବତ୍ତାର ପରମ୍ପରା ସହିତ ଏଙ୍କର ଓରାଲ କେୟାର ଓଡ଼ିଆ ଉପଭୋକ୍ତାଙ୍କୁ ଅଭିନବ ସମାଧାନ ପ୍ରଦାନ କରିବ।
ଏଙ୍କର କଞ୍ଜ୍ୟୁମର ପ୍ରଡକ୍ଟସର କ୍ରିଏଟିଭ୍‌ ଡାଇରେକ୍ଟର କୁନାଲ ଶାହା କହିଛନ୍ତି, ଲାଲ୍‌, କମାଲ, ବେମିସାଲ ଏବଂ ନୟି ଜମାନେ କି ନୟି ସୁରକ୍ଷା ସହ ଆମେ ଏକ ନୂତନ ଏବଂ ସାଂସ୍କୃତିକ ପ୍ରାସଙ୍ଗିକ କାହାଣୀ ସୃଷ୍ଟି କରିବାକୁ ଲକ୍ଷ୍ୟ ରଖିଛୁ।
ଅର୍ଚ୍ଚିତା ସାହୁ କହିଥିଲେ, ଏଙ୍କର ଓରାଲ୍‌ କେୟାର ସହିତ ସହଭାଗିତା କରି ମୁଁ ବେଶ ଉତ୍ସାହିତ ଅଛି। ବ୍ରାଣ୍ଡ ବିଶ୍ୱାସ, ନବସୃଜନ ଓ ସାମଗ୍ରିକ ମୁଖ ସ୍ବାସ୍ଥ୍ୟ ସହ ପରିପୂରକ ରହିଛି,ସାମଗ୍ରିକ କଲ୍ୟାଣ ପାଇଁ ଉତ୍ତମ ମୁଖ ସ୍ବଚ୍ଛତା ଜରୁରୀ ଏବଂ ମୋର ପୂର୍ଣ୍ଣ ବିଶ୍ୱସ ଅଛି। ଏଙ୍କର ଗ୍ରାହକମାନଙ୍କ ଆବଶ୍ୟକତା ଅନୁଯାୟୀ ଆଧୁନିକ ଓ ପ୍ରଭାବଶାଳୀ ସମାଧାନ ପ୍ରଦାନ କରିବ।
ଏଙ୍କର କଞ୍ଜ୍ୟୁମର ପ୍ରଡକ୍ଟସ୍‌ର ବରିଷ୍ଠ ଉପାଧ୍ୟକ୍ଷ-ବିକ୍ରି ଅସିତ ରାୟ କହିଛନ୍ତି, ଓଡ଼ିଶା ଏକ ଗତିଶୀଳ ଏବଂ ବିକଶିତ ବଜାର। ଯେଉଁଠାରେ ବିଶ୍ୱସ୍ତ, ଉଚ୍ଚମାନର ଓରାଲ କେୟାର ଉପତ୍ାଦକୁ ଅଧିକ ପସନ୍ଦ କରାଯାଉଛି। ଅର୍ଚ୍ଚିତା ସାହୁଙ୍କ ସହ ଆମର ସହଭାଗିତା ଏବଂ ଆମର ନୂତନ ଅଭିଯାନ ଆମକୁ ଉପଭୋକ୍ତାଙ୍କ ସହିତ ଆମର ସମ୍ପର୍କକୁ ସୁଦୃଢ଼ କରିବାରେ ସକ୍ଷମ କରିବ। ଏଙ୍କର କଞ୍ଜ୍ୟୁମର ପ୍ରଡକ୍ଟସର ମାର୍କେଟିଂ ମୁଖ୍ୟ ସନ୍ଦୀପ ଆବି କହିଛନ୍ତି, ଅର୍ଚ୍ଚିତା ସାହୁ ଓଡ଼ିଶାର ପ୍ରତି ପରିବାର ସହିତ ପରିଚିତ ଥିଲାବେଳେ ତାଙ୍କର ଦୃଢ଼ ବିଶ୍ୱସନୀୟତା ଏବଂ ସମ୍ପର୍କ ତାଙ୍କୁ ଏଙ୍କର ଓରାଲ କେୟାରକୁ ପ୍ରତିନିଧିତ୍ୱ କରିବା ପାଇଁ ଉପଯୁକ୍ତ ପସନ୍ଦ ଭାବେ ଚୟନ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ରିଲିଜ ପୂର୍ବରୁ ‘ରାକା’ରଚିଲା ଇତିହାସ: ଗିନିଜ ୱାଲର୍‌ଡ ରେକର୍ଡରେ ଅଲ୍ଲୁ ଅର୍ଜୁନଙ୍କ ଫିଲ୍ମ

ମୁମ୍ବାଇ: ‘ପୁଷ୍ପା’ ଓ ‘ପୁଷ୍ପା ୨’ ଭଳି ଫିଲ୍ମ ଜରିଆରେ କେବଳ ଦେଶ ନୁହେଁ, ସାରା ବିଶ୍ୱରେ ନିଜର ପରିଚୟ ସୃଷ୍ଟି କରିଥିବା ତେଲୁଗୁ ସୁପରଷ୍ଟାର ଅଲ୍ଲୁ…

ବାପାଙ୍କୁ ପିଟିପିଟି ମାରିଲେ ପୁଅ: ଘରୋଇ ଝଗଡା ହେଲା କାଳ

ବାରିପଦା,୨୧।୯(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ବାଙ୍ଗିରିପୋଷି ଥାନା ଅଧିନ ବ୍ରାହ୍ମଣଗାଁ ଗ୍ରାମପଞ୍ଚାୟତ ତାଳବନ୍ଦ ବୁରୁଡି ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ଘରୋଇ କଳିକୁ ନେଇ…

ଶୋକାକୁଳ ପରିବେଶରେ ଅବକାରୀ ବିଭାଗର ଅଧିକାରୀଙ୍କୁ ଶେଷ ବିଦାୟ: ବଜ୍ରପାତରେ…

ଦାରିଙ୍ଗବାଡି, ୨୧।୯ (ଅରୁଣ ସାହୁ):କନ୍ଧମାଳ ଜିଲା ଦାରିଙ୍ଗବାଡି ଥାନା ଶ୍ରାନିକେତା ଗାଁର ଯୁବ ସରକାରୀ ଅଧିକାରୀ ବୌଦ୍ଧ ଜିଲାରେ ରବିବାର ବଜ୍ରପାତରେ ମୃତ୍ୟୁବରଣ କରିଥିଲେ। ସୋମବାର ତାଙ୍କ…

ଦୀପାବଳି ପୂର୍ବରୁ ମାଲାମାଲ ହେବେ ଚାଷୀ! ଆସିବାକୁ ଯାଉଛି…

ନୂଆଦିଲ୍ଲୀ, ୨୧।୯: ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି (PM-KISAN) ଯୋଜନାର ୨୪ତମ କିସ୍ତିକୁ ଦେଶର କୋଟି କୋଟି ଚାଷୀ ଅପେକ୍ଷା କରିଛନ୍ତି। ଏହି ଯୋଜନାର ୨୩ତମ କିସ୍ତି…

ଏହି ଜିଲାରେ ୨୪ ଯାଏ ସ୍କୁଲ ଛୁଟି ଘୋଷଣା: ଆଲର୍ଟ ରହିବାକୁ ନିର୍ଦ୍ଦେଶ

ଗଜପତି,୨୧।୯: ବଙ୍ଗୋପସାଗରରେ ସୃଷ୍ଟି ଲଘୁଚାପ ଧୀରେ ଧୀରେ ଗଭୀର ଅବପାତର ରୂପ ନେଇଛି। ଫଳରେ ରାଜ୍ୟରେ ପ୍ରବଳ ବର୍ଷା ଲାଗି ରହିଛି। ଆସନ୍ତା ୨୩ ଏବଂ ୨୪…

ପିଲାଙ୍କୁ ଖଡ଼ି ଧରି ପାଠ ପଢ଼ାଇଲେ ସରପଞ୍ଚ: ସବୁଠି ହେଉଛି ଚର୍ଚ୍ଚା

ଦାରିଙ୍ଗବାଡି, ୨୧।୯ (ଅରୁଣ ସାହୁ):କନ୍ଧମାଳ ଜିଲା ଦାରିଙ୍ଗବାଡି ପଞ୍ଚାୟତର ନାଏବ ସରପଞ୍ଚ ଦୀପକ ପ୍ରଧାନଗତ କିଛି ଦିନ ହେଲା ସରପଞ୍ଚ ଦାୟିତ୍ୱ ସମ୍ଭାଳିବା ପରେ ପ୍ରଥମଥର ପାଇଁ…

ପୋଲିସ ଯାଞ୍ଚ୍‌ ନାଁରେ ଲୋକଙ୍କୁ ହଇରାଣ: ଥାନା ଏଏସଆଇଙ୍କ ଦାଦାଗିରି

ରିଷିଡା,୨୧।୯(ସୁଶାନ୍ତ ମଲ୍ଲିକ): ଗତକିଛି ଦିନ ହେଲା ମ.ରାମପୁର ଥାନା ଅଧିନ ବିଭିନ୍ନ ଅଞ୍ଚଳରେ ସନ୍ଧ୍ୟା ସମୟରେ ପୋଲିସ ଯାଞ୍ଚ୍‌ ନାଁରେ ଜନୈକ ଏଏସଆଇ ଦାଦାଗିରି ଚଲାଇଥିବା ଅଭିଯୋଗ…

୧୭-୧ରେ ହାରିଲା ଇଣ୍ଡୋନେସିଆ, ଦୀପିକା, ଋତୁଜା, ନବନୀତଙ୍କ ହ୍ୟାଟ୍ରିକ ଗୋଲ୍‌

କାକାମିଗାହାରା,୨୧।୯: ଏସିଆନ ଗେମ୍ସ ମହିଳା ହକି ପ୍ରତିଯୋଗିତାରେ ପୁଲ୍‌ ‘ବି’ର ଏକ ମ୍ୟାଚ୍‌ରେ ଭାରତ ୧୭-୧ ଗୋଲ୍‌ରେ ଇଣ୍ଡୋନେସିଆକୁ ହରାଇ ଦେଇଛି। ସୋମବାର ଖେଲାଯାଇଥିବା ଏହି ଏକତରଫା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?