ଅର୍ଚ୍ଚିତା ଏଙ୍କରର ବ୍ରାଣ୍ଡ୍‌ ଆମ୍ବାସାଡର

ଭୁବନେଶ୍ୱର,୪ା୨: (ଅଭୟ ଦାଶ): ଏଙ୍କର କଞ୍ଜ୍ୟୁମର ପ୍ରଡକ୍ଟସ୍‌ର ପ୍ରମୁଖ ବ୍ରାଣ୍ଡ୍‌ ତଥା ଏଙ୍କର ଓରାଲ୍‌ କେୟାର୍‌ର ବ୍ରାଣ୍ଡ୍‌ ଆମ୍ବାସାଡର ଭାବେ ଓଡ଼ିଆ ସିନେ ଅଭିନେତ୍ରୀ ଅର୍ଚ୍ଚିତା ସାହୁଙ୍କୁ ନିଯୁକ୍ତ କରାଯାଇଛି। ଏପରିକି ଏଙ୍କର ପାଇଁ ଓଡ଼ିଶା ଏକ ପ୍ରମୁଖ ବଜାର ହୋଇଥିଲାବେଳେ ଅର୍ଚ୍ଚିତା ବ୍ରାଣ୍ଡ୍‌ର ଉପସ୍ଥିତି ବଢ଼ାଇବା ସହିତ ବଜାରର ସ୍ଥିତିକୁ ସୁଦୃଢ଼ କରିବାରେ ସହାୟକ ହେବେ ବୋଲି ବ୍ରାଣ୍ଡ୍‌ର ପ୍ରତିବଦ୍ଧତାକୁ ଏହା ଦର୍ଶାଉଛି। ଏହି ଅବସରରେ ବ୍ରାଣ୍ଡ୍‌ର ନୂତନ ଉତ୍ପାଦ ଏବଂ ଟିଭିସିକୁ ମଧ୍ୟ ଆନୁଷ୍ଠାନିକ ଭାବେ ଉନ୍ମୋଚନ କରାଯାଇଛି। ସେହିଭଳି ଏଙ୍କର ଓରାଲ୍‌ କେୟାର ପକ୍ଷରୁ ବ୍ରାଣ୍ଡ୍‌ର ପ୍ରମୁଖ ଉପତ୍ାଦ ଏଙ୍କର ରେଡ୍‌ ଟୁଥ୍‌ପେଷ୍ଟ ସମେତ ଏହାର ଉତ୍କୃଷ୍ଟ ଓରାଲ୍‌ କେୟାର ଉପତ୍ାଦ ବର୍ଗମାଳାକୁ ବର୍ଣ୍ଣନା କରୁଥିବା ଦୁଇଟି ଅଭିଯାନକୁ ମଧ୍ୟ ରାଜ୍ୟରେ ଉନ୍ମୋଚନ କରାଯାଇଛି। ଏପରିକି ଓଡ଼ିଶା ପାଇଁ ପ୍ରସ୍ତୁତ କରାଯାଇଥିବା ନୂଆ ଟିଭିସି ‘ଲାଲ୍‌, କମାଲ୍‌, ବେମିସାଲ୍‌‘ ଓ ‘ନୟି ଜମାନେ କି ନୟି ସୁରକ୍ଷା’ର ଶୁଭାରମ୍ଭ କରାଯାଇଛି।
ଏଙ୍କର କଞ୍ଜୁ୍ୟୁମର ପ୍ରଡକ୍ଟସର ନିର୍ଦ୍ଦେଶକ କରନ ଶାହା କହିଛନ୍ତି, ଆମେ ଆମର ଉଚ୍ଚ ଗୁଣବତ୍ତା, ପ୍ରଭାବଶାଳୀ ଏବଂ ପ୍ରାକୃତିକ ଓରାଲ କେୟାର ସମାଧାନ ପ୍ରଦାନ କରିବାକୁ ପ୍ରତିଶ୍ରୁତିବଦ୍ଧ ରହିଛୁ। ଅର୍ଚ୍ଚିତା ସାହୁଙ୍କ ସହ ଭାଗୀଦାରି କରି ଆମେ ଆମ ଯାତ୍ରାରେ ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟ ହାସଲ କରିଛୁ। ରାଜ୍ୟର ଓରାଲ କେୟାର ସଚେତନତା ବୃଦ୍ଧିରେ ସେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବେ ଏବଂ ବିଶ୍ୱାସ ଓ ଗୁଣବତ୍ତାର ପରମ୍ପରା ସହିତ ଏଙ୍କର ଓରାଲ କେୟାର ଓଡ଼ିଆ ଉପଭୋକ୍ତାଙ୍କୁ ଅଭିନବ ସମାଧାନ ପ୍ରଦାନ କରିବ।
ଏଙ୍କର କଞ୍ଜ୍ୟୁମର ପ୍ରଡକ୍ଟସର କ୍ରିଏଟିଭ୍‌ ଡାଇରେକ୍ଟର କୁନାଲ ଶାହା କହିଛନ୍ତି, ଲାଲ୍‌, କମାଲ, ବେମିସାଲ ଏବଂ ନୟି ଜମାନେ କି ନୟି ସୁରକ୍ଷା ସହ ଆମେ ଏକ ନୂତନ ଏବଂ ସାଂସ୍କୃତିକ ପ୍ରାସଙ୍ଗିକ କାହାଣୀ ସୃଷ୍ଟି କରିବାକୁ ଲକ୍ଷ୍ୟ ରଖିଛୁ।
ଅର୍ଚ୍ଚିତା ସାହୁ କହିଥିଲେ, ଏଙ୍କର ଓରାଲ୍‌ କେୟାର ସହିତ ସହଭାଗିତା କରି ମୁଁ ବେଶ ଉତ୍ସାହିତ ଅଛି। ବ୍ରାଣ୍ଡ ବିଶ୍ୱାସ, ନବସୃଜନ ଓ ସାମଗ୍ରିକ ମୁଖ ସ୍ବାସ୍ଥ୍ୟ ସହ ପରିପୂରକ ରହିଛି,ସାମଗ୍ରିକ କଲ୍ୟାଣ ପାଇଁ ଉତ୍ତମ ମୁଖ ସ୍ବଚ୍ଛତା ଜରୁରୀ ଏବଂ ମୋର ପୂର୍ଣ୍ଣ ବିଶ୍ୱସ ଅଛି। ଏଙ୍କର ଗ୍ରାହକମାନଙ୍କ ଆବଶ୍ୟକତା ଅନୁଯାୟୀ ଆଧୁନିକ ଓ ପ୍ରଭାବଶାଳୀ ସମାଧାନ ପ୍ରଦାନ କରିବ।
ଏଙ୍କର କଞ୍ଜ୍ୟୁମର ପ୍ରଡକ୍ଟସ୍‌ର ବରିଷ୍ଠ ଉପାଧ୍ୟକ୍ଷ-ବିକ୍ରି ଅସିତ ରାୟ କହିଛନ୍ତି, ଓଡ଼ିଶା ଏକ ଗତିଶୀଳ ଏବଂ ବିକଶିତ ବଜାର। ଯେଉଁଠାରେ ବିଶ୍ୱସ୍ତ, ଉଚ୍ଚମାନର ଓରାଲ କେୟାର ଉପତ୍ାଦକୁ ଅଧିକ ପସନ୍ଦ କରାଯାଉଛି। ଅର୍ଚ୍ଚିତା ସାହୁଙ୍କ ସହ ଆମର ସହଭାଗିତା ଏବଂ ଆମର ନୂତନ ଅଭିଯାନ ଆମକୁ ଉପଭୋକ୍ତାଙ୍କ ସହିତ ଆମର ସମ୍ପର୍କକୁ ସୁଦୃଢ଼ କରିବାରେ ସକ୍ଷମ କରିବ। ଏଙ୍କର କଞ୍ଜ୍ୟୁମର ପ୍ରଡକ୍ଟସର ମାର୍କେଟିଂ ମୁଖ୍ୟ ସନ୍ଦୀପ ଆବି କହିଛନ୍ତି, ଅର୍ଚ୍ଚିତା ସାହୁ ଓଡ଼ିଶାର ପ୍ରତି ପରିବାର ସହିତ ପରିଚିତ ଥିଲାବେଳେ ତାଙ୍କର ଦୃଢ଼ ବିଶ୍ୱସନୀୟତା ଏବଂ ସମ୍ପର୍କ ତାଙ୍କୁ ଏଙ୍କର ଓରାଲ କେୟାରକୁ ପ୍ରତିନିଧିତ୍ୱ କରିବା ପାଇଁ ଉପଯୁକ୍ତ ପସନ୍ଦ ଭାବେ ଚୟନ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

Teslaରେ ଚାକିରି ଲାଗି ଅନ୍‌ଲାଇନ୍‌ରେ ଏଭଳି କରନ୍ତୁ ଆବେଦନ, ଲକ୍ଷରେ ମିଳିବ ଦରମା…

ନୂଆଦିଲ୍ଲୀ,୧୯।୨: ଆମେରିକାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଏଲନ ମସ୍କଙ୍କ ମଧ୍ୟରେ ହୋଇଥିବା ବୈଠକ ପରେ ଟେସ୍‌ଲା ବଡ଼ ନିଷ୍ପତ୍ତି ନେଇଛି। ଏପ୍ରିଲରୁ ଟେସ୍‌ଲା କାର୍‌...

ଆଜି ଲଞ୍ଚ ହେବ ଆପଲ୍‌ର ସବୁଠାରୁ ଶସ୍ତା iPhone, ଜାଣନ୍ତୁ ଦାମ୍, ଫିଚର୍ସ

ନୂଆଦିଲ୍ଲୀ,୧୯।୨: ଆପଲ୍ ପ୍ରତିବର୍ଷ ଏହାର ଉତ୍ପାଦଗୁଡ଼ିକ ଅପଡେଟ୍ କରିଥାଏ। ବିଶେଷକରି କମ୍ପାନୀ ଏହାର ଆଇଫୋନ୍ ଗୁଡିକ ପ୍ରତିବର୍ଷ ଅପଡେଟ୍ କରେ। ଏଥର ମଧ୍ୟ, ଟେକ୍ ଜଗତର...

Bsnl Offers: ଆସିଲା ବମ୍ପର ଅଫର୍‌, ମାତ୍ର ୬ଟଙ୍କାରେ ଅନଲିମିଡେଟ କଲ୍‌-୨ଜିବି ଡାଟା, ୨୦୨୬ ଯାଏ କରିବାକୁ ପଡିବନି ଆଉ ରିଚାର୍ଜ

ନୂଆଦିଲ୍ଲୀ,୧୯।୨: ଆଜିକାଲି ମହଙ୍ଗା ରିଚାର୍ଜ ପ୍ଲାନ ମୋବାଇଲ ବ୍ୟବହାରକାରୀଙ୍କ ପକେଟ ଉପରେ ବୋଝ ବଢାଉଛି। ଗତ ବର୍ଷର ରିଚାର୍ଜ ପ୍ଲାନ ମହଙ୍ଗା ହୋଇଯାଇଛି। ଏବେ କମ୍ପାନୀଗୁଡ଼ିକ...

ଆସିଲା PM Kisan ଲିଷ୍ଟ, ଆଉ ୫ଦିନ ପରେ ଏମାନଙ୍କ ଖାତାକୁ ଯିବ ଟଙ୍କା…

ନୂଆଦିଲ୍ଲୀ,୧୯।୨: ଚାଷୀଙ୍କୁ ଆର୍ଥିକ ସହାୟତା ପ୍ରଦାନ କରିବା ପାଇଁ, ଭାରତ ସରକାର ୨୦୧୯ରେ ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି (ପିଏମ-କିଷାନ) ଯୋଜନା ଆରମ୍ଭ କରିଥିଲେ। ଏହାରି...

Airtel Recharge Plan: ୟୁଜର୍ସଙ୍କୁ ଖୁସିକଲା ଏୟାରଟେଲ, ମାତ୍ର ଏତିକି ଟଙ୍କାରେ ଅନ୍‌ଲିମିଟେଡ କଲ୍‌ ସହ…

ନୂଆଦିଲ୍ଲୀ,୧୯।୨: ଯଦି ଆପଣ ମହଙ୍ଗା ରିଚାର୍ଜ ଦ୍ୱାରା ହଇରାଣ ହେଉଛନ୍ତି, ତେବେ ଆପଣଙ୍କ ପାଇଁ ଏକ ଖୁସିଖବର ଅଛି। ଏୟାରଟେଲ ତାର ଉପଭୋକ୍ତାଙ୍କ ପାଇଁ ଏପରି...

ଏବେ ଆହୁରି ସୁରକ୍ଷିତ ହେବ ଅନ୍‌ଲାଇନ ପେମେଣ୍ଟ, PhonePe ଲଞ୍ଚ୍‌ କଲା…

ନୂଆଦିଲ୍ଲୀ, ୧୯।୨: ଭାରତ ଡିଜିଟାଲାଇଜେଶନ କ୍ଷେତ୍ରରେ ନିରନ୍ତର ଆଗକୁ ବଢ଼ୁଛି। ଦେଶରେ ଡିଜିଟାଲ ପେମେଣ୍ଟରେ ମଧ୍ୟ ଏକ ବିରାଟ ବୃଦ୍ଧି ଘଟିଛି। ଡିଜିଟାଲ ପେମେଣ୍ଟରେ ଏବେ...

ଏଲ୍‌ଆଇସିର ସ୍ମାର୍ଟ ପେନ୍‌ସନ ପ୍ଲାନ୍‌

ଭୁବନେଶ୍ୱର,୧୯।୨(ଅନୁରାଧା ମହାରଣା): ଭାରତୀୟ ଜୀବନ ବୀମା ନିଗମ(ଏଲ୍‌ଆଇସି) ପକ୍ଷରୁ୍‌ ସ୍ମାର୍ଟ ପେନ୍‌ସନ ପ୍ଲାନ୍‌ ଆରମ୍ଭ ହୋଇଛି। ମଙ୍ଗଳବାର ନୂଆଦିଲ୍ଲୀଠାରେ ଆୟୋଜିତ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ଅର୍ଥ ମନ୍ତ୍ରଣାଳୟର...

ଜୟଆଲୁକ୍କାସ୍‌ରେ ବର୍ଷର ସର୍ବବୃହତ୍‌ ଗହଣା ସେଲ୍‌

ଭୁବନେଶ୍ୱର,୧୯।୨(ଅନୁରାଧା ମହାରଣା): ଦେଶର ଅଗ୍ରଣୀ ଅଳଙ୍କାର ପ୍ରତିଷ୍ଠାନ ଜୟଆଲୁକ୍କାସ୍‌ ପକ୍ଷରୁ ବର୍ଷର ସର୍ବବୃହତ୍‌ ଗହଣା ସେଲ୍‌ ଘୋଷଣା କରାଯାଇଛି। ଏ ଅବସରରେ ସ୍ଥାନୀୟ ଷ୍ଟୋରରେ ଅନୁଷ୍ଠିତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri