Posted inଖେଳ

ତୀରନ୍ଦାଜୀ ବିଶ୍ୱକପ୍‌ ଷ୍ଟେଜ୍‌-୧:ଭାରତ ଜିତିଲା ୪ ପଦକ

ଗୁଆଟାମଳା ସିଟି, ୨୭ା୪ (ପି.ଟି.)-ଭାରତୀୟ ତୀରନ୍ଦାଜ ଦମ୍ପତି ଦୀପିକା କୁମାରୀ ଓ ଅତନୁ ଦାସ ବ୍ୟକ୍ତିଗତ ବିଭାଗରେ ଦୁଇଟି ସ୍ବର୍ଣ୍ଣ ପଦକ ଲାଭ କରିଛନ୍ତି। ଫଳରେ ଏଠାରେ ଚାଲିଥିବା ତୀରନ୍ଦାଜୀ ବିଶ୍ୱକପ୍‌ ଷ୍ଟେଜ୍‌-୧ରେ ଭାରତ ୩ ସ୍ବର୍ଣ୍ଣ ଓ ଗୋଟିଏ ବ୍ରୋଞ୍ଜ ସହ ମୋଟ ୪ ପଦକ ପାଇଏହାର ଅଭିଯାନ ଶେଷ କରିଛି। କୌଣସି ବିଶ୍ୱକପ୍‌ରେ ଭାରତର ଏହା ଶ୍ରେଷ୍ଠ ପ୍ରଦର୍ଶନ ବୋଲି ବିବେଚନା କରାଯାଉଛି। ବିଶ୍ୱର ପୂର୍ବତନ ନମ୍ବର ଓ୍ବାନ ଖେଳାଳି ଦୀପିକା ତାଙ୍କ କ୍ୟାରିୟରରେ ତୃତୀୟ ଥର ବ୍ୟକ୍ତିଗତ ବିଶ୍ୱକପ୍‌ ସ୍ବର୍ଣ୍ଣ ପଦକ ଜିତିପାରିଛନ୍ତି। ତାଙ୍କ ସ୍ବାମୀ ଅତନୁ ପୁରୁଷ ରିକର୍ଭ ଫାଇନାଲରେ ବିଜୟ ଲାଭ କରିବା ସହ ସ୍ବର୍ଣ୍ଣ ଜିତିପାରିଛନ୍ତି। ଏହି ଦୁଇଜଣ ସ୍ବତଃପ୍ରବୃତ ସିଜନର ସବୁଠାରୁ ବଡ଼ ମର୍ଯ୍ୟାଦାପୂର୍ଣ୍ଣ ଟୁର୍ନାମେଣ୍ଟକୁ ଆର୍ଚେରୀ ବିଶ୍ୱକପ୍‌ ଫାଇନାଲକୁ ଉନ୍ନୀତ ହୋଇଛନ୍ତି। ପୂର୍ବରୁ ଦୀପିକା, ଅଙ୍କିତା ଭକତ ଓ କୋମୋଳିକା ବାରିଙ୍କୁ ନେଇ ଭାରତୀୟ ମହିଳା ରିକର୍ଭ ଟିମ୍‌ ଫାଇନାଲରେ ମେକ୍ସିକୋକୁ ୫-୪ରେ ପରାସ୍ତ କରି ସ୍ବର୍ଣ୍ଣ ପଦକ ହାସଲ କରିଥିଲା। ସ୍ଥାନୀୟ ସ୍ପୋଟର୍‌ସ କମ୍ପ୍ଲେକ୍ସ ଲସ୍‌ ଆର୍କସଠାରେ ମିକ୍ସଡ ଯୋଡ଼ି ଇଭେଣ୍ଟରେ ଅତନୁ ଓ ଭକତ ଯୋଡ଼ି ଟପ୍‌ ସିଡ୍‌ ୟୁକ୍ତରାଷ୍ଟ୍ର ଆମେରିକା (ୟୁଏସ୍‌ଏ)କୁ ୬-୨ରେ ପରାସ୍ତ କରି ଏକ ବ୍ରୋଞ୍ଜ ପଦକ ଲାଭ କରିଥିଲା। ଏଠାରେ ତୃତୀୟ ସିଡ୍‌ ପ୍ରାପ୍ତ ତଥା ପୂର୍ବତନ ବିଶ୍ୱର ନମ୍ବର ଓ୍ବାନ ଖେଳାଳି ବ୍ୟକ୍ତିଗତ ବିଭାଗ ଫାଇନାଲରେ ୟୁଏସ୍‌ଏର ମ୍ୟାକେଞ୍ଜି ବ୍ରାଉନ୍‌ଙ୍କୁ ୬-୫ରେ ପରାସ୍ତ କରିଥିଲେ। ଅନ୍ୟପକ୍ଷରେ ଅତନୁ ଫାଇନାଲରେ ସ୍ପେନର ଡାନିଲ କାଷ୍ଟ୍ରୋଙ୍କୁ ୬-୪ରେ ହରାଇ ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

‘ସୁରକ୍ଷିତ ପରିବେଶ’ ରେ ଭାରତୀୟ ହକିର ଅଲିମ୍ପିକ ପ୍ରସ୍ତୁତି

ବେଙ୍ଗାଲୁରୁ, ୨୨।୩ (ପି.ଟି.) – ବିଶ୍ୱରେ ଭୟଙ୍କର ପରିସ୍ଥିତି ସୃଷ୍ଟି କରିଥିବା କରୋନା ଭାଇରସ ସତ୍ତ୍ୱେ ଭାରତୀୟ ହକି ଦଳ ‘ସୁରକ୍ଷିତ ପରିବେଶ’ରେ ଆଗାମୀ ଅଲିମ୍ପିକ୍ସ...

ସିଏସ୍‌କେର ଜୋହାନ୍ସବର୍ଗ ଫ୍ରାଞ୍ଚାଇଜ୍‌ର ନାମ ଘୋଷଣା

ଚେନ୍ନାଇ, ୨ା୯ (ପି.ଟି.): ଦକ୍ଷିଣ ଆଫ୍ରିକା ଟି୨୦କ୍ରିକେଟ (ଏସ୍‌ଏ ୨୦) ପାଇଁ ଚେନ୍ନାଇ ସୁପର କିଙ୍ଗ୍ସ ଲିମିଟେଡ୍‌ (ସିଏସ୍‌କେ-ସିଏଲ୍‌)ର ଜୋହାନ୍ସବର୍ଗଭିତ୍ତିକ ଫ୍ରାଞ୍ଚାଇଜ୍‌ ନାମ ଜୋବର୍ଗ ସୁପର...

ପ୍ରେମରେ ପାଗଳ ଥିଲେ କ୍ରିକେଟର୍‌ ବୀରେନ୍ଦ୍ର ସେହଓ୍ବାଗ, ସମ୍ପର୍କୀୟ ଭଉଣୀଙ୍କୁ କରିଥିଲେ ବିବାହ

ଭାରତୀୟ ଦଳର ପୂର୍ବତନ ବିସ୍ଫୋରକ ବ୍ୟଟ୍ସମ୍ୟାନ ବୀରେନ୍ଦ୍ର ସେହଓ୍ବାଗଙ୍କ ପ୍ରେମ କାହାଣୀ କୌଣସି ବଲିଉଡ ଚଳଚ୍ଚିିତ୍ରଠାରୁ କମ ନୁହେଁ। ସେହଓ୍ବାଗ କୌଣସି ଅଭିନେତ୍ରୀ କିମ୍ବା ସହପାଠୀ...

ରାମଭକ୍ତ ପାକିସ୍ତାନୀ କ୍ରିକେଟର

ଇସଲାମାବାଦ: ଅଯୋଧ୍ୟାରେ ରାମଲାଲାଙ୍କୁ ଦର୍ଶନ କରିବାକୁ ପାକିସ୍ତାନୀ କ୍ରିକେଟର ଚାହୁଁଛନ୍ତି। ପାକିସ୍ତାନ ଜାତୀୟ ଟିମ୍‌ ପକ୍ଷରୁ ଅନ୍ତର୍ଜାତୀୟ ମ୍ୟାଚ୍‌ ଖେଳିସାରିଥିବା ଦାନିଶ୍‌ କାନେରିଆ ଏଭଳି ଇଛା...

ସ୍ନାଇଡରଙ୍କ ସହ ଲଢ଼ିବେ ବିଜେନ୍ଦର

ନ୍ୟୁଆର୍କ, ୧୩ା୭ (ପି.ଟି.)-ଏକ ବର୍ଷ ପରେ ପ୍ରଫେଶନାଲ ବକ୍ସିଂକୁ ଫେରିବେ ଭାରତୀୟ ବକ୍ସିଂ ଷ୍ଟାର ବିଜେନ୍ଦର ସିଂ। ଶନିବାର ସେ ଏଠାରେ ଆମେରିକାର ମାଇକ୍‌ ସ୍ନାଇଡରଙ୍କ...

ବିରାଟଙ୍କ ଏହି ନିଷ୍ପତ୍ତି ଦେଖି ଆଶ୍ଚର୍ଯ୍ୟ ହେଲେ ସଚିନ ତେନ୍ଦୁଲକର

ଆଇପିଏଲ ୨୦୨୦ର ଦ୍ୱିତୀୟ ଏଲିମିନେଟରରେ ସନରାଇଜର୍ସ ହାଇଦ୍ରାବାଦ ବିପକ୍ଷରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଦଳର ଅଧିନାୟକ ବିରାଟ କୋହଲି ଇନିଂସ ଆରମ୍ଭ କରିଥିଲେ। ଏହାଦେଖି ଅନେକ...

ଜାମସେଦପୁରକୁ ହରାଇଲା ଇଷ୍ଟବେଙ୍ଗଲ

ମାର୍ଗାଓ, ୮ା୩ (ପି.ଟି.)-ଚଳିତ ଇଣ୍ଡିଆନ ସୁପର ଲିଗ୍‌ (ଆଇଏସ୍‌ଏଲ୍‌)ରେ ରବିବାର ଖେଳାଯାଇଥିବା ପ୍ରଥମ ମ୍ୟାଚରେ ଏସ୍‌ସି ଇଷ୍ଟବେଙ୍ଗଲ ୨-୧ ଗୋଲ୍‌ରେ ଜାମସେଦପୁର ଏଫ୍‌ସିକୁ ହରାଇ ଦେଇଛି।...

ପେସାରେ କ’ଣ କରନ୍ତି ଏହିସବୁ ପ୍ରସିଦ୍ଧ କ୍ରିକେଟରଙ୍କ ସ୍ତ୍ରୀ

ଭାରତୀୟ କ୍ରିକେଟରଙ୍କ ସ୍ତ୍ରୀଙ୍କ ବ୍ୟକ୍ତିଗତ ଜୀବନ ଅଧିକାଂଶ ସମୟରେ ଚର୍ଚ୍ଚାର ବିଷୟ ପାଲଟିଥାଏ। ତେବେ ଆସନ୍ତୁ ଜାଣିବା କିଛି କ୍ରିକେଟରଙ୍କ ସ୍ତ୍ରୀ ପେସାରେ କ’ଣ କରନ୍ତି।...

Advertisement
Archives

Model This Week