ଜେଲ ଭିତରେ ଅର୍ଚ୍ଚନାଙ୍କୁ ଜେରା ଯୋଜନା

ଭୁବନେଶ୍ୱର,୧୬।୧୦(ବ୍ୟୁରୋ): ଜେଲରେ ଥିବା ବହୁଚର୍ଚ୍ଚିତ ମହିଳା ବ୍ଲାକ୍‌ମେଲର ଅର୍ଚ୍ଚନା ନାଗଙ୍କୁ ନେଇ ତଦନ୍ତ ସେପରି ଆଗେଇ ପାରିନାହିଁ। ଇତିମଧ୍ୟରେ ୧୦ରୁ ଅଧିକ ଦିନ ବିତିଯାଇଥିଲେ ମଧ୍ୟ ତାଙ୍କ କଳା ସାମ୍ରାଜ୍ୟର ପେଡ଼ି ଖୋଲିପାରୁ ନାହିଁ ପୋଲିସ। କେମିତି ନିଜ ନାଗଫାଶରେ ପକାଇ ରାଜନେତା, ଚଳଚ୍ଚିତ୍ର ପ୍ରଯୋଜକ, ଅଭିନେତା, ବ୍ୟବସାୟୀ, ପ୍ରଶାସନିକ ଓ ପୋଲିସ ଅଧିକାରୀଙ୍କୁ ରଙ୍ଗମହଲକୁ ଡାକି ପରେ ବ୍ଲାକ୍‌ମେଲିଂ ଆଳରେ ଟଙ୍କା ଲୁଟି ଅମାପ ସମ୍ପତ୍ତି ଅର୍ଜନ କରିଛନ୍ତି ଗିରଫ ପରେ ତାହା ଜଳ ଜଳ ହୋଇ ସାମ୍ନାକୁ ଆସିଛି। ଗିରଫ ବେଳେ ପୋଲିସ ଅର୍ଚ୍ଚନାଙ୍କଠାରୁ ମୋବାଇଲ, ଲାପ୍‌ଟପ୍‌, ବ୍ୟାଙ୍କ ପାସ୍‌ବୁକ୍‌, ହାର୍ଡ ଡିକ୍ସ ଜବତ କରିଥିଲା, ଯେଉଁଥିରେ ଅର୍ଚ୍ଚନାଙ୍କ କଳା କାରାନାମାର ସମସ୍ତ ପ୍ରମାଣ ରହିଛି। ହେଲେ ତାଙ୍କ ରଙ୍ଗିନ ରାତିର ସାଥୀ ବନିଥିବା, କଳାସାମ୍ରାଜ୍ୟ ତିଆରିରେ ସାଥ୍‌ ଦେଇଥିବା ବହୁ ରାଜନେତା ଓ ବଡବଡିଆ ସଂପୃକ୍ତ ଥିବାରୁ କାଳେ ଅର୍ଚ୍ଚନା ମୁହଁ ଖୋଲିଦେବେ ସେଥିପାଇଁ ତାଙ୍କୁ ପଦାକୁ ଆଣିବାକୁ ଡରୁଛି କମିଶନରେଟ ପୋଲିସ। ଏପରି ସ୍ଥିତିରେ ଅର୍ଚ୍ଚନାଙ୍କୁ ଜେଲ ଭିତରେ କମିଶନରେଟ ପୋଲିସ ଜେରା କରିବାକୁ ଅଣ୍ଟା ଭିଡିଛି। ଏଥିପାଇଁ ପ୍ରକ୍ରିୟା ଆରମ୍ଭ ହୋଇଥିବାବେଳେ ଭୁବନେଶ୍ୱର ଏସ୍‌ଡିଜେଏମ୍‌ କୋର୍ଟରେ ଅନୁମତି ଆଣିବାକୁ ଆବେଦନ କରିବାକୁ ଯାଉଛି। ଅନୁମତି ମିଳିବା ପରେ ଥାନାକୁ ନ ଆଣି ସୁରକ୍ଷା ଦୃଷ୍ଟିରୁ ଝାରପଡା ଜେଲରେ ପଚରାଉଚରା କରିବାକୁ ଯୋଜନା ଚଳାଇଛି। ପୋଲିସ ଅର୍ଚ୍ଚନାଙ୍କଠାରୁ ତାଙ୍କ କଳାକାରନାମାର ସତ ଓକାଳିବାକୁ ଆଶା ରଖିଛି। କିନ୍ତୁ ପୋଲିସ ତାହାକୁ ପଦାକୁ ଆଣିବ ତ? ଏଭଳି ପ୍ରଶ୍ନ ଏବେ ସମସ୍ତଙ୍କ ମନରେ ଉଙ୍କି ମାରୁଛି। ଶୁକ୍ରବାର ଅର୍ଚ୍ଚନା ଜାମିନ ଆବେଦନ କରିଥିଲେ। ସୁରକ୍ଷା ଦୃଷ୍ଟିରୁ କୋର୍ଟକୁ ନିଆ ନ ଯାଇ ଭିଡିଓ କନ୍‌ଫରେନ୍ସ ମାଧ୍ୟମରେ ହାଜର କରାଯାଇଥିଲା। କୋର୍ଟ ତାଙ୍କ ରାୟକୁ ସଂରକ୍ଷିତ ରଖିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନେତାଜୀ ଜୟନ୍ତୀରେ ଥାଇଲାଣ୍ଡରେ ଶ୍ରଦ୍ଧାଞ୍ଜଳି ଜଣାଇଲେ ଓଡ଼ିଆ ପୁଅ ସତ୍ୟ

ବ୍ୟାଙ୍କକ୍‌/ଭୁବନେଶ୍ୱର,୨୩ା୧(ବ୍ୟୁରୋ): ସ୍ବାଧୀନତା ସଂଗ୍ରାମର କର୍ଣ୍ଣଧାର, ମହାନ ଦେଶପ୍ରେମୀ, ତେଜସ୍ବୀ ଜନନାୟକ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଜୟନ୍ତୀରେ ଓଡ଼ିଶା ମାଟିର ପୁଅ ସତ୍ୟ ସୂତାର ଥାଇଲାଣ୍ଡରେ...

ଅପହୃତ ଜୁନିୟର ଇଞ୍ଜିନିୟରଙ୍କୁ ଜଙ୍ଗଲରେ ଖୋଜୁଛନ୍ତି ସ୍ତ୍ରୀ

ମାଲକାନଗିରି,୧୪ା୧୧(ଡି.ଏନ୍‌.ଏ.): ମାଲକାନଗିରି ସୀମାନ୍ତ ଛତିଶଗଡ଼ର ବିଜାପୁର ଜିଲାରେ ମାଓବାଦୀମାନେ ଜଣେ କନିଷ୍ଠ ଯନ୍ତ୍ରୀଙ୍କୁ ଅପହରଣ କରିନେଇଛନ୍ତି। ତାଙ୍କୁ ଉଦ୍ଧାର କରିବାରେ ପୋଲିସ ପ୍ରଶାସନ ଫେଲ୍‌ ମାରିବା...

ଆଜି ରାଜ୍ୟରୁ ୩୨୨୨ କରୋନା ଆକ୍ରାନ୍ତ ଚିହ୍ନଟ, କଟକରୁ ସର୍ବାଧିକ

ଭୁବନେଶ୍ୱର,୨ା୭(ବ୍ୟୁରୋ): ଶୁକ୍ରବାର ରାଜ୍ୟରୁ ୩୨୨୨ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ବର୍ତ୍ତମାନ ମୋଟ୍‌ ଆକ୍ରାନ୍ତଙ୍କ ସଂଖ୍ୟା ୯,୧୬,୧୦୯ରେ ପହଞ୍ଚିଥିବା ରାଜ୍ୟ ସୂଚନା...

CORONAVIRUS UPDATE: ଆଉ ୩ କରୋନା ପଜିଟିଭ ଚିହ୍ନଟ: ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨୦୯ରେ ପହଞ୍ଚିଲା

ଭୁବନେଶ୍ୱର, ୭।୩(ବ୍ୟୁରୋ): ରାଜ୍ୟରେ ଗୁରୁବାର ଅପରାହ୍ନରେ ଆଉ ୩ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରୁ ଜଣେ ଜଗତ୍‌ସିଂହପୁରର ହୋଇଥିବା ବେଳେ ଅନ୍ୟ ୨ ଜଣ...

ପ୍ରଥମ ପର୍ଯ୍ୟାୟରେ ସ୍ବାସ୍ଥ୍ୟ କର୍ମୀଙ୍କୁ ଟିକାକରଣ

ଭୁବନେଶ୍ୱର,୧୧।୧(ବ୍ୟୁରୋ): ଆସନ୍ତା ୧୬ ତାରିଖରୁ ସମଗ୍ର ଦେଶରେ ଆମ୍ଭର ହେବ କରୋନା ଟିକାକରଣ। ଟିକାକରଣର ପ୍ରଥମ ପର୍ଯ୍ୟାୟରେ କେବଳ ସ୍ବ୍ୟାସ୍ଥ୍ୟ କର୍ମୀଙ୍କୁ ଟିକା ପ୍ରଦାନ କରାଯିବ...

ବାଣୀବିହାର ପ୍ଲାଟିନମ୍‌ ଜୁବିଲି ଉଦ୍‌ଯାପନୀ ଉତ୍ସବରେ ଯୋଗଦେଲେ ରାଷ୍ଟ୍ରପତି

ଭୁବନେଶ୍ୱର,୮।୧୨(ବ୍ୟୁରୋ): ବାଣୀବିହାରର ପ୍ଲାଟିନମ୍‌ ଜୁବିଲିିର ଉଦ୍‌ଯାପନୀ ଉତ୍ସବରେ ଯୋଗଦେଇଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ। ତାଙ୍କ ସହ ରାଜ୍ୟପାଳ ଗଣେଶୀ ଲାଲ, କେନ୍ଦ୍ର ପେଟ୍ରୋଲିୟମ ଓ ପ୍ରାକୃତିକ...

ଖରିଫ ଧାନ ସଂଗ୍ରହ ୨୦୧୯-୨୦:ଆଗୁଆ ହେବ ଟୋକନ୍‌ ବ୍ୟବସ୍ଥା

ଭୁବନେଶ୍ୱର,୨୦-୧୧(ବ୍ୟୁରୋ):ଚଳିତ ଆର୍ଥିକ ବର୍ଷ(୨୦୧୮-୧୯)ରେ ଧାନ ସଂଗ୍ରହ ପାଇଁ ଆଗୁଆ ଟୋକନ୍‌ ବ୍ୟବସ୍ଥାକୁ ଗୁରୁତ୍ୱ ଦିଆଯାଇଛି। ଧାନ ସଂଗ୍ରହ କାର୍ଯ୍ୟକୁ ସ୍ବଚ୍ଛତା, ଶୃଙ୍ଖଳା ଓ ପାରଦର୍ଶିତା ସହ...

ପ୍ରଧାନମନ୍ତ୍ରୀଙ୍କ ସହ ଚନ୍ଦ୍ରୟାନ-୨ ଅବତରଣ ଦେଖିବେ ସରନ୍ୟା

ତାଳଚେର,୨ା୯(ନି.ପ୍ର.) ଆସନ୍ତା ୭ ତାରିଖରେ ଚନ୍ଦ୍ରୟାନ-୨ ଚନ୍ଦ୍ରପୃଷ୍ଠରେ ଅବତରଣ କରିବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭାରତୀୟ ମହାକାଶ ଗବେଷଣା ସଂସ୍ଥା (ଇସ୍ରୋ) ମୁଖ୍ୟାଳୟରେ ଉପସ୍ଥିତ ରହି...

Advertisement
Archives

Model This Week