ପୁଣି ହାଜର ହେଲେନି ଶ୍ରଦ୍ଧାଞ୍ଜଳି

ଭୁବନେଶ୍ୱର,୨୫।୪(ବ୍ୟୁରୋ): ବହୁଚର୍ଚ୍ଚିତ ମହିଳା ବ୍ଲାକ୍‌ମେଲର ଅର୍ଚ୍ଚନା ନାଗଙ୍କ ହନିଟ୍ରାପ, ଠକେଇ ଓ ବେଆଇନ ଅର୍ଥ କାରବାର ମାମଲା ଏବେ କୋର୍ଟରେ ବିଚାରାଧୀନ ରହିଛି। ଅର୍ଚ୍ଚନା ଓ ତାଙ୍କ ସ୍ବାମୀ ଜଗବନ୍ଧୁ ଚାନ୍ଦ ଏବଂ ସହଯୋଗୀ ଖଗେଶ୍ୱର ଏବେ ଜେଲରେ ଥିବାବେଳେ ଅନ୍ୟତମ ଅଭିଯୁକ୍ତ ଶ୍ରଦ୍ଧାଞ୍ଜଳି ବେହେରାଙ୍କୁ ଗିରଫ କରାଯାଉ ନ ଥିବାରୁ ଅନ୍ୟ ଅଭିଯୁକ୍ତମାନେ ବାରମ୍ବାର ପ୍ରଶ୍ନ ଉଠାଉଛନ୍ତି। ସୋମବାର ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ପକ୍ଷରୁ ହୋଇଥିବା ବେଆଇନ ଅର୍ଥ କାରବାର ମାମଲାର ଶୁଣାଣି ସିବିଆଇ-୧ ସ୍ବତନ୍ତ୍ର କୋର୍ଟରେ ହୋଇଥିଲା। ଅର୍ଚ୍ଚନା, ଜଗବନ୍ଧୁ ଓ ଖଗେଶ୍ୱର ଜେଲ୍‌ରେ ରହି ଭିଡିଓ କନ୍‌ଫରେନ୍ସ ଜରିଆରେ କୋର୍ଟରେ ହାଜର ହୋଇଥିଲେ ମଧ୍ୟ ଶ୍ରଦ୍ଧାଞ୍ଜଳି ଆସି ନ ଥିଲେ। ତେବେ ଶ୍ରଦ୍ଧାଞ୍ଜଳି କୋର୍ଟରେ ହାଜର ପାଇଁ ତାଙ୍କ ଓକିଲ ଅଧିକ ସମୟ ମାଗିଥିଲେ ମଧ୍ୟ କୋର୍ଟ ଅନୁମତି ଦେଇ ନ ଥିବା ଜଣାପଡିଛି। କୋର୍ଟରେ ତାରିଖ ପରେ ତାରିଖ ଗଡୁଥିଲେ ମଧ୍ୟ ଶ୍ରଦ୍ଧାଞ୍ଜଳି ହାଜର ହେଉ ନ ଥିବାରୁ କୋର୍ଟରୁମ୍‌ରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ପବ୍ଲିକ ପ୍ରସିକ୍ୟୁଟର ପ୍ରଶ୍ନ ଉଠାଇଛନ୍ତି। ଏନେଇ ଶ୍ରଦ୍ଧାଞ୍ଜଳିଙ୍କ ଓକିଲ ଅଶୋକ ଦାସ କହିଛନ୍ତି, ସେକ୍ସନ ୨୦୫ ନିୟମ ଅନୁଯାୟୀ ଶ୍ରଦ୍ଧାଞ୍ଜଳି ଦୂରରେ ରହୁଥିବାରୁ ପ୍ରାୟ ତାରିଖରେ ସେ କୋର୍ଟରେ ହାଜର ହେବା ସମ୍ଭବ ନୁହେଁ। ତେଣୁ ସେ ନିଜ ଓକିଲଙ୍କ ଜରିଆରେ ପକ୍ଷ ରଖୁଛନ୍ତି ବୋଲି ଦାସ କହିଛନ୍ତି। ଅନ୍ୟପକ୍ଷରେ ଦୁଇ ସପ୍ତାହ ଭିତରେ ମାମଲାର ଶୁଣାଣି ପାଇଁ ହାଇକୋର୍ଟ ନିର୍ଦ୍ଦେଶ ଦେଇଥିବାରୁ ମଙ୍ଗଳବାର ମଧ୍ୟ କୋର୍ଟରେ ଏ ନେଇ ଶୁଣାଣି ହେବ। ଏଥର ଯଦି ଶ୍ରଦ୍ଧାଞ୍ଜଳି ହାଜର ନ ହେବେ, ତାହା ହେଲେ ତାଙ୍କ ବିରୋଧରେ ଓ୍ବାରେଣ୍ଟ ଜାରି ହେବା ନେଇ କୋର୍ଟ ବିଚାର କରିପାରେ ବୋଲି ସୂଚନା ମିଳିଛି।
ସେପଟେ ପରୀକ୍ଷା ପାଇଁ ଅର୍ଚ୍ଚନା ଓ ଜଗବନ୍ଧୁଙ୍କ ଘରୁ ଜବତ ହୋଇଥିବା ୫ଟି ମୋବାଇଲ ଫୋନ୍‌ରୁ ତଥ୍ୟ ହାସଲ ପାଇଁ ହାଇଦ୍ରାବାଦର ସେଣ୍ଟ୍ରାଲ ଫୋରେନ୍‌ସିକ ସାଇନ୍ସ ଲାବରେଟୋରୀ (ସିଏଫ୍‌ଏସ୍‌ଏଲ୍‌)କୁ ପଠାଇଛି ଖଣ୍ଡଗିରି ଥାନା ପୋଲିସ। ରସୁଲଗଡସ୍ଥିତ ଷ୍ଟେଟ୍‌ ଫୋରେନ୍‌ସିକ ସାଇନ୍ସ ଲାବରେଟୋରୀରେ ହାଇ-ଏଣ୍ଡ୍‌ ମୋବାଇଲ ସେଟ୍‌ରୁ ତଥ୍ୟ ବାହାର କରିବା ପାଇଁ ଆବଶ୍ୟକ ଉନ୍ନତ ଉପକରଣ ନ ଥିବାରୁ ସେଗୁଡିକୁ ଉକ୍ତ କେନ୍ଦ୍ରୀୟ ଲାବ୍‌କୁ ପଠାଇବାକୁ ପଡିଲା ବୋଲି କମିଶନରେଟ ପୋଲିସର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି। ଜବତ ମୋବାଇଲରୁ ତଥ୍ୟ ପାଇବାକୁ ସିଏଫ୍‌ଏସ୍‌ଏଲ୍‌କୁ ହସ୍ତାନ୍ତର କରିବାକୁ ଇଡି ପକ୍ଷରୁ ଆବେଦନ କରାଯାଇଥିଲା। ଅନ୍ୟପଟେ ଜେଲରେ ପୁଣି ଅଭିଯୁକ୍ତଙ୍କୁ ଜେରା ପାଇଁ କୋର୍ଟରେ ପିଟିଶନ ଦଖଲ କରିଛି ଇଡି। ଅନୁମତି ମିଳିବା ପରେ ସେମାନଙ୍କଠାରୁ ଆଉ କିଛି ନୂଆ ତଥ୍ୟ ପାଇବାକୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଆଶା ରଖିଛି। ହେଲେ ଏହାକୁ ନେଇ ଅବ୍‌ଜେକ୍ସନ ଫାଇଲ କରାଯିବ ବୋଲି ଅର୍ଚ୍ଚନାଙ୍କ ଓକିଲ କହିଛନ୍ତି।
ଉଲ୍ଲେଖଯୋଗ୍ୟ, ସିନେ ପ୍ରଯୋଜକ ଅକ୍ଷୟ ପରିଜାଙ୍କ ଅଭିଯୋଗରେ ନୟାପଲ୍ଲୀ ଥାନାରେ ପଞ୍ଜୀକୃତ ମାମଲାରେ ଅର୍ଚ୍ଚନା ଓ ତାଙ୍କ ସ୍ବାମୀଙ୍କୁ ଓଡ଼ିଶା ହାଇକୋର୍ଟ ସର୍ତ୍ତମୂଳକ ଜାମିନ ପ୍ରଦାନ କରିଥିଲେ। ହେଲେ ଅନ୍ୟ ମାମଲାରେ ଏହି ଦମ୍ପତିଙ୍କୁ ଜାମିନ ମିଳି ନ ଥିବାରୁ ସେମାନେ ଏବେ ଜେଲରେ ଦିନ କାଟୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କେତୁଙ୍କ ଗୋଚରରେ ଚମକିବ ୪ ରାଶିଙ୍କ ଭାଗ୍ୟ, ପ୍ରବଳ ଧନଯୋଗ ସହ ବଡ଼ କମ୍ପାନୀରୁ ଅଫର୍‌

କେତୁ ଗ୍ରହ ସର୍ୱଦା ବକ୍ରି ବା ଓଲଟା ଚଳନ କରନ୍ତି। ଆଜି କେତୁ ମଘା ନକ୍ଷତ୍ରର ଦ୍ୱିତୀୟ ପାଦରୁ ପ୍ରଥମ ପାଦକୁ ଗୋଚର କରିବାକୁ ଯାଉଛନ୍ତି। କେତୁଙ୍କର…

ଆଶା ଦିଦିଙ୍କ ପାଇଁ ଖୁସି ଖବର; ମାସିକ ପ୍ରୋତ୍ସାହନ ରାଶି ୬ ହଜାରକୁ ବୃଦ୍ଧି, ବଡ଼ ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ନୂଆଦିଲ୍ଲୀ,୬।୧୦: ଆଶା କର୍ମୀଙ୍କ ପାଇଁ ଖୁସି ଖବର। ମୁଖ୍ୟମନ୍ତ୍ରୀ ଆଶା ଦିଦିମାନଙ୍କ ନିଷ୍ଠା ଓ ଦିନରାତିର କଠିନ ପରିଶ୍ରମକୁ ସମ୍ମାନ ଜଣାଇ ସେମାନଙ୍କ ମାସିକ ପ୍ରୋତ୍ସାହନ ରାଶିକୁ…

ପ୍ରେମାନନ୍ଦ ମହାରାଜଙ୍କ ଆଶ୍ରମ ପରିଦର୍ଶନ କରିବା ପାଇଁ ବିରାଟ କୋହଲି ୫ କୋଟି ଟଙ୍କା ପାଇଥିଲେ? ଜାଣନ୍ତୁ ଏହା ପଛର ସତ୍ୟତା

ନୂଆଦିଲ୍ଲୀ,୬।୧୦: ଭାରତୀୟ କ୍ରିକେଟ ତାରକା ବିରାଟ କୋହଲି ଏବଂ ତାଙ୍କ ପତ୍ନୀ ଅନୁଷ୍କା ଶର୍ମାଙ୍କୁ ବୃନ୍ଦାବନରେ ପ୍ରେମାନନ୍ଦ ମହାରାଜଙ୍କୁ ଭେଟିବା ଓ ତାଙ୍କ ସହ ଆଲୋଚନା କରିବାର…

ଶୀର୍ଷରେ ହରମନପ୍ରୀତ; ଧୋନି, ବିରାଟ, ରୋହିତ ଏହାର ପାଖାପାଖି ମଧ୍ୟ ନାହାନ୍ତି, ଲିଷ୍ଟ ଦେଖିଲେ ଆଶ୍ଚର୍ଯ୍ୟ ହେବେ

ନୂଆଦିଲ୍ଲୀ,୬।୧୦: ହରମନପ୍ରୀତ କୌର ଭାରତୀୟ ଦଳର ଅଧିନାୟକ ପଦରୁ ଓହରି ଯାଇଛନ୍ତି। T20 କ୍ରିକେଟ ଇତିହାସରେ ସବୁଠାରୁ ସଫଳ ଅଧିନାୟକ ହେବା ପରେ ସେ ଏହି ନିଷ୍ପତ୍ତି…

IT ରେଡ୍‌କୁ ନେଇ ମୁହଁ ଖୋଲିଲେ ରକୁଲପ୍ରୀତ: କହିଲେ, ମୁଁ ୨୦ ବର୍ଷ ବୟସରୁ…

ମୁମ୍ବାଇ: ହିନ୍ଦୀ, ତେଲୁଗୁ ଓ ତାମିଲ ସିନେମାରେ ଅଭିନୟ କରିଥିବା ଅଭିନେତ୍ରୀ ରକୁଲ ପ୍ରୀତ ସିଂ ଏବେ ଆୟକର ବିଭାଗର ନଜରରେ ଅଛନ୍ତି। ନିକଟରେ ରକୁଲ ଏବଂ…

ନାଗାଲାଣ୍ଡରେ ଓଡ଼ିଆ ଯବାନ ଶହୀଦ, ରାୟଗଡ଼ାରେ ଶୋକର ଛାୟା

ରାୟଗଡ଼ା,୬।୧୦(ଜଗନ୍ନାଥ ଗୌଡ଼): ନାଗାଲାଣ୍ଡରେ ସୋମବାର ଜଣେ ଓଡ଼ିଆ ଯବାନ ଶହୀଦ ହୋଇଯାଇଛନ୍ତି। ଶହୀଦ ଯବାନ ଜଣକ ହେଲେ ରାୟଗଡ଼ାର ଭି. ତେଜା। ସେ ଭାରତୀୟ ସେନାର ଆସାମ…

ଆଉ କେବେ କ’ଣ ଟିମ ଇଣ୍ଡିଆ ପାଇଁ ଖେଳିବେ ନାହିଁ ହରମନପ୍ରୀତ? ଅଧିନାୟକ ପଦରୁ ଓହରିବା ସମୟରେ କହିଲେ…

ନୂଆଦିଲ୍ଲୀ,୬।୧୦: ଭାରତୀୟ ମହିଳା କ୍ରିକେଟ ଦଳ ଏକ ନୂତନ ଯୁଗରେ ପ୍ରବେଶ କରିବାକୁ ଯାଉଛି। ହରମନପ୍ରୀତ କୌର ସମସ୍ତ ଫର୍ମାଟରେ ଟିମ ଇଣ୍ଡିଆର ଅଧିନାୟକ ପଦରୁ ଓହରି…

ବସ୍‌କୁ ଅପେକ୍ଷା କରିଥିବା ଯାତ୍ରୀଙ୍କ ଉପରେ ଚଢ଼ିଗଲା ହାଇୱା, ୩….

ଗଜପତି,୬।୧୦(ଗିରିଧାରୀ ପରିଛା): ଗଜପତି ଜିଲା ରାୟଗଡ଼ ଥାନା ଅନ୍ତର୍ଗତ ବଡ଼ଗାଁ ଛକ ନିକଟରେ ମଙ୍ଗଳବାର ମର୍ମନ୍ତୁଦ ଦୁର୍ଘଟଣା ଘଟିଛି । ବସ୍‌କୁ ଅପେକ୍ଷା କରିଥିବା ଯାତ୍ରୀଙ୍କ ଉପରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?