ମଲାଇକା-ଅର୍ଜୁନଙ୍କ ବିବାହକୁ ନେଇ ମୁହଁ ଖୋଲିଲେ ଅରବାଜ

ଅଭିନେତା ଅରବାଜ୍‌ ଖାନ୍‌ଙ୍କଠାରୁ ଅଲଗା ହେବା ପରେ ମଲାଇକା ଆରୋରା ଏବେ ବଲିଉଡ ଅଭିନେତା ଅର୍ଜୁନ କପୁରଙ୍କ ଡେଟ୍‌ କରୁଛନ୍ତି। ଉଭୟ ଚଳିତବର୍ଷ ଏପ୍ରିଲରେ ବିବାହ କରିବେ ବୋଲି ଚର୍ଚ୍ଚା ହେଉଛି। ତେବେ ଏହି ବିବାହକୁ ନେଇ ମଲାଇକାଙ୍କ ପୂର୍ବତନ ସ୍ବାମୀ ଅରବାଜ୍‌ ଏକ ମଜାଦାର ଉତ୍ତର ଦେଇଛନ୍ତି। ଏକ ସାକ୍ଷାତକାର ସମୟରେ ଅର୍ଜୁନ-ମଲାଇକାଙ୍କ ବିବାହକୁ ନେଇ ଅରବାଜଙ୍କୁ ପ୍ରଶ୍ନ ପଚରାଯାଇଥିଲା। ଯାହାର ଉତ୍ତରରେ ସେ କହିଥିଲେ, ତୁମେ ବହୁତ ବୁଦ୍ଧିମାନ ପ୍ରଶ୍ନ ପଚାରିଛ। ତୁମେ ନିଶ୍ଚୟ ଏହି ପ୍ରଶ୍ନ ପାଇଁ ବହୁତ ପରିଶ୍ରମ କରିଥିବ, ତୁମେ ରାତିସାରା ଏହା ଉପରେ ଭାବିଥିବ। ମୁଁ ତୁମର ପ୍ରଶ୍ନର ଉତ୍ତର ଦେବାକୁ ଚାହୁଁଛି, କିନ୍ତୁ ତୁମେ ଭାବିବାକୁ ଏତେ ସମୟ ନେଇଛ ତେଣୁ ମୋତେ ମଧ୍ୟ କିଛି ସମୟ ଦିଅ। ମୁଁ କାଲି କହିବି।
ଅରବାଜ ଖାନ ଏବଂ ମଲାଇକା ୧୯୯୮ ମସିହାରେ ବିବାହ କରିଥିଲେ। ଦୀର୍ଘ ୧୯ ବର୍ଷ ପରେ ୨୦୧୭ରେ ଦୁହେଁ ପରସ୍ପରଠାରୁ ଅଲଗା ହୋଇଥିଲେ। ଛାଡପତ୍ର ପରେ ଉଭୟ ନିଜ ଜୀବନରେ ଆଗକୁ ବଢିଥିଲେ। ପ୍ରସିଦ୍ଧ ମଡେଲ ତଥା ଅଭିନେତ୍ରୀ ଜର୍ଜିଆ ଆଣ୍ଡ୍ରିଆନିଙ୍କ ସହ ଅରବାଜ ଡେଟ୍‌ କରୁଥିବାବେଳେ ମଲାଇକା ମଧ୍ୟ ଅର୍ଜୁନଙ୍କ ପ୍ରେମରେ ପଡିଛନ୍ତି। ଦୁହେଁ ପ୍ରାୟତଃ ଏକାଠି ନଜର ଆସିଥାନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ଆକ୍ସନ ଅବତାରରେ ପରିଣୀତି

ବଲିଉଡ ଅଭିନେତ୍ରୀ ପରିଣୀତି ଚୋପ୍ରା ଅନେକ ଦିନ ହେବ ଫିଲ୍ମ ଜଗତରୁ ଦୂରେଇ ଅଛନ୍ତି। ସେ ଆଗାମୀ ଫିଲ୍ମ ‘କୋଡ ନେମ: ତ୍ରିରଙ୍ଗା’ ଜରିଆରେ ପୁଣି...

ଆଡଭାନ୍ସ ବୁକିଂରେ ଆର୍‌ଆର୍‌ଆର୍‌କୁ ପଛରେ ପକାଇଲା କେଜିଏଫ୍‌-୨

ୟଶ ଷ୍ଟାରର ଫିଲ୍ମ କେଜିଏଫ୍‌-୨ ରିଲିଜ ପୂର୍ବରୁ ହିଁ ରେକର୍ଡ କରିଛି । ଫିଲ୍ମର ଆଡଭାନ୍ସ ବୁକିଂ ଆର୍‌ଆର୍‌ଆର୍‌କୁ ମଧ୍ୟ ପଛରେ ପକାଇ ଦେଇଛି। କେଜିଏଫର...

ଗୌତମଙ୍କ ହାତ ଧରିଲେ ଗାୟିକା

ବିବାହ ବନ୍ଧନରେ ବାନ୍ଧି ହେଲେ ବଲିଉଡର ଗାୟିକା କନିକା କପୁର ବ୍ୟବସାୟୀ ଗୌତମଙ୍କୁ ଶୁକ୍ରବାର ସେ ବିବାହ କରିଛନ୍ତି। ଦୁହିଁଙ୍କର ଲଣ୍ଡନରେ ହିନ୍ଦୁ ରୀତିନୀତି ଅନୁସାରେ...

ରାସ୍ତା ମଝିରେ ଅନୁଷ୍କାଙ୍କୁ ଛାଡ଼ି ପଳାଇଥିଲେ ବିରାଟ

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ ଅନୁଷ୍କା ଶର୍ମା ଏବଂ ତାଙ୍କ କ୍ରିକେଟର ସ୍ବାମୀ ବିରାଟ କୋହଲି ବେଶ୍‌ ସୁନ୍ଦର ତଥା ଚର୍ଚ୍ଚିତ ଯୋଡ଼ି। କିଛି ନା କିଛି...

ବୋହୂ ଐଶ୍ୱର୍ଯ୍ୟାଙ୍କ ଫିଲ୍ମରେ କମ୍‌ବ୍ୟାକ୍‌ କରି ବଦଳିଥିଲା ଅମିତାଭଙ୍କ ଭାଗ୍ୟ

ବଲିଉଡ୍‌ ଫିଲ୍ମ ‘ମହବତେ’ ରିଲିଜ୍‌ ହେବା ଇତିମଧ୍ୟରେ ୨୦ ବର୍ଷ ହୋଇଯାଇଛି। ୨୭ ଅକ୍ଟୋବର ୨୦୦୦ରେ ଏହା ରିଲିଜ୍‌ ହୋଇଥିଲା। ଫିଲ୍ମଟି ବକ୍ସଅଫିସରେ ସୁପରହିଟ୍‌ ମଧ୍ୟ...

କ୍ୟାଟ୍ରିନା କୈଫ୍‌ଙ୍କ ବିବାହରେ ମନଭରି ସ୍ତ୍ରୀଙ୍କ ସହ ନୃତ୍ୟକଲେ ଅମିତାଭ ବଚ୍ଚନ

ମହାମାରୀ କରୋନା ଯୋଗୁ ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ସରକାର ମଧ୍ୟ ଲୋକଙ୍କ ସୁରକ୍ଷା ଉପରେ ବିଶେଷ ଧ୍ୟାନ ଦେଉଛନ୍ତି। ଏହାରି...

ଆୟୋଜକ ପାକିସ୍ତାନୀ ବୋଲି ଆମେରିକା ଇଭେଣ୍ଟ୍‌ ରଦ୍ଦ କଲେ ସଲମାନ୍‌

ବଲିଉଡ୍‌ ସୁପରଷ୍ଟାର ସଲମାନ ଖାନ୍‌ ଆମେରିକାର ହ୍ୟୁଷ୍ଟନ ସହରରେ ଆୟୋଜିତ ହେବାକୁ ଥିବା ଏକ ଲାଇଭ୍‌ ଇଭେଣ୍ଟରେ ଯୋଗ ଦେବାକୁ ମନା କରିଦେଇଛନ୍ତି। ଏହି ଇଭେଣ୍ଟକୁ...

ମହଙ୍ଗା ଗାଡି ଛାଡି ଅଟୋରେ ଯାତ୍ରା କଲେ ଆଲିଆ

ଆଜିକାଲି ବଲିଉଡ ଅଭିନେତ୍ରୀ ଆଲିଆ ଭଟ୍ଟ ଶୁଟିଂରେ ବ୍ୟସ୍ତ ଅଛନ୍ତି। ନିକଟରେ ସେ ଏକ ଦାମୀ କାର ଛାଡି ଅଟୋ ଯାତ୍ରା କରୁଥିବାର ନଜର ଆସିଥିଲେ।...

Advertisement
Archives

Model This Week