Posted inଫୁରସତ

ଆରବିଆନ୍‌ ବକ୍ସ ଜେଲିଫିସ୍‌ ଅଧିକ ବୁଦ୍ଧିମାନ୍‌

କୋପେନହାଗେନ୍‌ : ପାଣି ଭିତରେ ଅନେକ ପ୍ରକାର ଜୀବ ରହିଥାନ୍ତି। ଅନେକଙ୍କୁ ଆମେ ଜାଣି ନ ଥାଉ। ତେବେ ନିକଟରେ ବିଷାକ୍ତ ଆରବିଆନ୍‌ ବକ୍ସ ଜେଲିଫିସ୍‌ ବାବଦରେ କିଛି ନୂଆ ତଥ୍ୟ ସାମ୍ନାକୁ ଆସିଛି। ନୂଆ ଅଧ୍ୟୟନରୁ ଜଣାପଡ଼ିଛି, ଆମେ ଭାବିବାଠାରୁ ଏହି ଜେଲିଫିସ୍‌ ବହୁ ବୁଦ୍ଧିମାନ । ଆରବିଆନ୍‌ ବକ୍ସ ଜେଲିଫିସ୍‌ର ସେଣ୍ଟ୍ରାଲାଇଜ୍‌ ନର୍ଭସ ସିଷ୍ଟମ ନାହିଁ। ତା’ର ୨୪ଟି ଆଖି ଅଛି। ତା’ ସାହାଯ୍ୟରେ ସେ ନିଜର ଭୁଲ୍‌କୁ ସୁଧାରି ଥାଏ। ରିପୋର୍ଟ ମୁତାବକ, କରେଣ୍ଟ ବାୟୋଲୋଜି ଜର୍ନାଲରେ ବାହାରିଥିବା ଏକ ତଥ୍ୟ ମୁତାବକ, ଏହି ଜେଲିଫିସ୍‌ ପାଖରେ କେବଳ ୧ହଜାର ଲର୍ଭ ସେଲ୍‌ ରହିଛି। ବୈଜ୍ଞାନିକଙ୍କ କହିବା ମୁତାବକ, ଏହା ଆମ ମସ୍ତିଷ୍କର ପ୍ରକ୍ରିୟା ବାବଦରେ ଅଧିକ ତଥ୍ୟ ଦେଇପାରେ। ୫ଶହ ମିଲିୟନରୁ ଅଧିକ ବର୍ଷ ଧରି ଜେଲିଫିସ୍‌ ଅଛନ୍ତି। ଏପର୍ଯ୍ୟନ୍ତ ସେମାନଙ୍କୁ ସୀମିତ ଶିଖିବାର କ୍ଷମତା ଥିବା ସରଳ ଜୀବ ବୋଲି ବୁଝାଯାଉଥିଲା। ହେଲେ ବୈଜ୍ଞାନିକଙ୍କ ଏହି ନୂଆ ତଥ୍ୟ ଏପର୍ଯ୍ୟନ୍ତର ଭାବନାକୁ ଓଲଟପାଲଟ କରିଦେଇଛି। ଜଣାପଡ଼ିଛି କି, ବିଷାକ୍ତ ଆରବିଆନ୍‌ ବକ୍ସ ଜେଲିଫିସ୍‌ ପାଖରେ ଶିଖିବାର ଅଧିକ କ୍ଷମତା ରହିଛି। ୟୁନିଭର୍ସିଟି ଅଫ୍‌ କୋପେନହାଗେନ୍‌ର ନ୍ୟୁରୋଲୋଜିଷ୍ଟ ପ୍ରଫେସର ଏଣ୍ଟର୍ସ ଗାର୍ମ ଅଧିକ ସମୟ ଧରି ଏହି ଜେଲିଫିସ୍‌ ଉପରେ ଅଧ୍ୟୟନ କରୁଛନ୍ତି। ଏହାକୁ ସାଧାରଣତଃ ଦୁନିଆର ସବୁଠୁ ବିଷାକ୍ତ ଜେଲିଫିସ୍‌ କୁହାଯାଏ। ସେମାନେ କାଦୁଅ ପଙ୍କରେ ଥିବା ଗଛ ଅଞ୍ଚଳରେ ରୁହନ୍ତି। ସେଠାରେ ଥିବା ଛୋଟ ଛୋଟ ଜୀବଙ୍କୁ ଶିକାର କରନ୍ତି। ଏଥିପାଇଁ ସେ ତା’ର ୨୪ ଆଖି ଏବଂ ପ୍ରଭାବଶାଳୀ ଭିଜୁଆଲ ସିଷ୍ଟମର ଉପଯୋଗ କରିଥାଏ। ବୈଜ୍ଞାନିକମାନେ କହିଛନ୍ତି, ଏହି ଜେଲିଫିସ୍‌ ବାସ୍ତବରେ ଦୂରର ଆକଳନ କରିପାରେ ଏବଂ ନିଷ୍ପତ୍ତି ମଧ୍ୟ ନେଇପାରେ।


Enter your email to get our daily news in your inbox.

All Right Reserved By Dharitri.Com

ସ୍ବାମୀ ଉଦୟନିଧିଙ୍କୁ ନେବାକୁ ଆସିଥିବା ପୋଲିସ ସହ ଯୁକ୍ତିତର୍କ କଲେ ସ୍ତ୍ରୀ, କହିଲେ- ସେ ବାଥରୁମ୍‌ରେ…

ନୂଆଦିଲ୍ଲୀ,୪।୮: ଡିଏମକେ ନେତା ଉଦୟନିଧି ଷ୍ଟାଲିନଙ୍କୁ ମଙ୍ଗଳବାର ପୋଲିସ ଗିରଫ କରିଛି। ପୋଲିସ ତାଙ୍କୁ ତାଙ୍କ ବାସଭବନରୁ ନେଇଥିଲା। ଉଦୟନିଧିଙ୍କୁ ନେବାକୁ ଆସିଥିବା ପୋଲିସ ସହ ତାଙ୍କ…

ପାଟ୍ରୋଲିଂ ବେଳେ ଜଗନ୍ନାଥ ପ୍ରସାଦ ପୋଲିସକୁ ସଫଳତା, ଡାଲା ଅଟୋରେ ମିଳିଲା….

ଜଗନ୍ନାଥ ପ୍ରସାଦ,୪।୮(ବିଭୁ ପ୍ରସାଦ ପଟ୍ଟନାୟକ): ଜଗନ୍ନାଥ ପ୍ରସାଦ ପୋଲିସକୁ ପାଟ୍ରୋଲିଂ ସମୟରେ ଏକ ସଫଳତା ମିଳିଛି । ବେଆଇନ ଭାବେ ଚୋରା ଚାଲାଣ ହେଉଥିବା ବିପୁଳ ପରିମାଣର…

RJD, BJP ନା କଂଗ୍ରେସ; କାହା ସହ ମେଣ୍ଟ କରିବେ ପ୍ରଶାନ୍ତ କିଶୋର? ନିଜେ କଲେ ବଡ଼ ଖୁଲାସା

ପାଟନା,୪।୮: ଜନ ସୁରାଜ ପାର୍ଟିର ସଂସ୍ଥାପକ ପ୍ରଶାନ୍ତ କିଶୋର କୌଣସି ରାଜନୈତିକ ଦଳ ସହ ମେଣ୍ଟ କରିବାର ସମ୍ଭାବନାକୁ ଖଣ୍ଡନ କରି କହିଛନ୍ତି ଯେ, ବାଙ୍କିପୁର ବିଧାନସଭା…

ଶ୍ରୀଲଙ୍କା ଟେଷ୍ଟ ପୂର୍ବରୁ BCCIର ବଡ଼ ଘୋଷଣା, ଟିମ ଇଣ୍ଡିଆକୁ ଆସିଲେ ଆଉ ୨ ଖେଳାଳି

ନୂଆଦିଲ୍ଲୀ,୪।୮: ଭାରତୀୟ କ୍ରିକେଟ ଦଳର ଶ୍ରୀଲଙ୍କା ଗସ୍ତ ୧୫ ଅଗଷ୍ଟରୁ ଆରମ୍ଭ ହେବାକୁ ଯାଉଛି। ଏହା ପୂର୍ବରୁ ଟିମ ଇଣ୍ଡିଆରେ ଲଗାତାର ପରିବର୍ତ୍ତନ ହେଉଛି। ଜସପ୍ରୀତ ବୁମ୍‌ରାଙ୍କ…

‘ବନ୍ଦ କରିଦେବି ଜନସୁରାଜ ପାର୍ଟି…,’ କାହିଁକି ଏମିତି କହିଲେ ପ୍ରଶାନ୍ତ କିଶୋର? ଜାଣନ୍ତୁ ଏହା ପଛର କାରଣ

ପାଟନା,୪।୮: ବାଙ୍କିପୁର ଉପନିର୍ବାଚନରେ ଏକ ବଡ଼ ବିଜୟ ପରେ, ଜନ ସୁରାଜ ପ୍ରତିଷ୍ଠାତା ଏବଂ ନବନିର୍ବାଚିତ ବିଧାୟକ ପ୍ରଶାନ୍ତ କିଶୋର ଏକ ସ୍ବତନ୍ତ୍ର ଆଲୋଚନାରେ ଅନେକ ଗୁରୁତ୍ୱପୂର୍ଣ୍ଣ…

E20 ପେଟ୍ରୋଲକୁ ନେଇ ଦିଲ୍ଲୀରେ ତେଜିଲା ରାଜନୀତି! ପିଏମ ଆବାସ ଅଭିମୁଖେ ଯାଉଥିବାବେଳେ କେଜ୍‌ରିୱାଲଙ୍କୁ…

ନୂଆଦିଲ୍ଲୀ,୪।୮: ଆମ ଆଦମୀ ପାର୍ଟି (AAP)ର ସଂଯୋଜକ ଅରବିନ୍ଦ କେଜ୍‌ରିୱାଲ ପ୍ରଧାନମନ୍ତ୍ରୀଙ୍କ ବାସଭବନ ଅଭିମୁଖେ ମାର୍ଚ୍ଚ ପାଇଁ ବାହାରିଛନ୍ତି। ତାଙ୍କ ସହ ଏଏପିର ନେତା ଓ କର୍ମୀମାନେ…

ହାତୀ ଦେଖିବାକୁ ଯାଇଥିଲେ ଯୁବକ; ଗୋଡ଼ାଇଲା ମାଈ ହାତୀ, ତାପରେ…

ପାଟଣା,୪।୮(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ରେଞ୍ଜର ପାଟଣା ସେକ୍ସନ ଅନ୍ତର୍ଗତ ରାମଚନ୍ଦ୍ରପୁର ନିକଟରେ ସୋମବାର ୧୯ଟିକିଆ ବଣୁଆ ହାତୀପଲ ଡେରା ପକାଇଥିଲେ । ଏହି…

୧୬ ଅଗଷ୍ଟ ସୁଦ୍ଧା ସାରିଦିଅନ୍ତୁ ଏହି କାମ, ନଚେତ୍ ମିଳିନପାରେ ଗ୍ୟାସ ସିଲିଣ୍ଡର

ନୂଆଦିଲ୍ଲୀ,୪।୮: ଏଲପିଜି ଗ୍ରାହକମାନେ ଅଗଷ୍ଟ ୧୫ ପୂର୍ବରୁ ସେମାନଙ୍କର ଇ-କେୱାଇସି କରିବା ବାଧ୍ୟତାମୂଳକ ରହିଛି । ସମୟ ମଧ୍ୟରେ ଇ-କେୱାଇସି ପୂରଣ ନକଲେ ଅଧିକ ମୂଲ୍ୟରେ ସିଲିଣ୍ଡର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri