ପୁରୀ-ରଙ୍ଗପଡ଼ା ନର୍ଥ-ପୁରୀ ବିଶେଷ ଟ୍ରେନ୍‌ ସେବା ଜୁଲାଇ ୨୫ ପର୍ଯ୍ୟନ୍ତ ବୃଦ୍ଧି

ଭୁବନେଶ୍ୱର,୧୫ା୬(ବ୍ୟୁରୋ): ଯାତ୍ରୀଙ୍କ ସୁବିଧା ପାଇଁ ୦୫୮୭୦-୦୫୮୬୯ ରଙ୍ଗପଡ଼ା ନର୍ଥ-ପୁରୀ-ରଙ୍ଗପଡ଼ା ନର୍ଥ (ଆସାମ) ବିଶେଷ ଟ୍ରେନ୍‌ ସେବାକୁ ରଙ୍ଗପଡ଼ା ନର୍ଥଠାରୁ ଜୁଲାଇ ୨୫ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ଏଥିସହ ପୁରୀଠାରୁ ଏହାର ସେବାକୁ ଜୁଲାଇ ୨୭ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ପୂର୍ବରୁ ରଙ୍ଗପଡ଼ା ନର୍ଥ ଠାରୁ ଜୁଲାଇ ୧୩ ଓ ପୁରୀଠାରୁ ଜୁଲାଇ ୧୫ ପର୍ଯ୍ୟନ୍ତ ଏହି ବିଶେଷ ଟ୍ରେନ ସେବା ରହିଥିଲା। ଏନେଇ ପୂର୍ବତଟ ରେଳ କର୍ତ୍ତୃପକ୍ଷଙ୍କ ପକ୍ଷରୁ ମଙ୍ଗଳବାର ସୂଚନା ଦିଆଯାଇଛି। ତେବେ ଏହି ଟ୍ରେନ ପାଇଁ ସ୍ଥିରୀକୃତ ଷ୍ଟେଶନ ଏବଂ ସମୟ ସାରଣୀରେ କୌଣସି ପରିବର୍ତ୍ତନ କରାଯାଇ ନାହିଁ। ଅନ୍ୟପକ୍ଷରେ ଟ୍ରେନଗୁଡ଼ିକର ଉନ୍ନତ ଗତି ଏବଂ ଯାତ୍ରୀ ଓ ଟ୍ରେନ ନିରାପତ୍ତା ପାଇଁ ସମ୍ପୃକ୍ତ କେତେକ ରେଳ ସେକ୍ସନ ମଧ୍ୟରେ ଜରୁରି ଟ୍ରାକ୍‌ ରକ୍ଷଣାବେକ୍ଷଣ କାର୍ଯ୍ୟ ହେବାର ଯୋଜନା ରହିଛି। ତେଣୁ ଉଭୟ ପାର୍ଶ୍ୱରୁ ଜୁନ ୧୮ ଓ ୧୯ରେ ୬ଟି ଟ୍ରେନ୍‌କୁ ବାତିଲ୍‌ କରିବାକୁ ନିଷ୍ପତ୍ତି ନିଆଯାଇଛି। ଉକ୍ତ ଟ୍ରେନ୍‌ଗୁଡ଼ିକ ହେଲା ୧୮୩୦୧/୧୮୩୦୨ ସମ୍ବଲପୁର-ରାୟଗଡ଼ା-ସମ୍ବଲପୁର ଇଣ୍ଟରସିଟି ଏକ୍ସପ୍ରେସ୍‌ ,୧୮୩୦୩/୧୮୩୦୪ ସମ୍ବଲପୁର-ପୁରୀ-ସମ୍ବଲପୁର ଇଣ୍ଟରସିଟି ଏକ୍ସପ୍ରେସ୍‌, ୨୨୮୨୦/୨୨୮୧୯ ବିଶାଖାପଟନମ୍‌-ଭୁବନେଶ୍ୱର-ବିଶାଖାପଟନମ୍‌ ଇଣ୍ଟରସିଟି ଏକ୍ସପ୍ରେସ୍‌, ୧୮୫୩୨/୧୮୫୩୧ ବିଶାଖାପଟନମ୍‌-ପଲାସା-ବିଶାଖାପଟନମ୍‌ ଏକ୍ସପ୍ରେସ୍‌, ୦୮୫୪୬/୦୮୫୪୫ ବିଶାଖାପଟନମ୍‌-କୋରାପୁଟ-ବିଶାଖାପଟନମ୍‌ ପାସେଞ୍ଜର ସ୍ପେଶାଲ ଏବଂ ୧୮୪୧୭/୧୮୪୧୮ ପୁରୀ-ଗୁଣୁପୁର-ପୁରୀ ଏକ୍ସପ୍ରେସ୍‌।


Enter your email to get our daily news in your inbox.

All Right Reserved By Dharitri.Com

ବିଜ୍ଞାପନ ପ୍ରଦାନ ନେଇ ମନ୍ତ୍ରୀ ରଖିଲେ ତଥ୍ୟ

ଭୁବନେଶ୍ୱର,୧୯ା୭(ବ୍ୟୁରୋ) : ୨୦୧୯ ସାଧାରଣ ନିର୍ବାଚନ ପୂର୍ବରୁ(ବିଶେଷ କରି ୬ ମାସ ପୂର୍ବରୁ) ରାଜ୍ୟ ସରକାରଙ୍କ ପକ୍ଷରୁ ବିଭିନ୍ନ ଗଣମାଧ୍ୟମ ସଂସ୍ଥାକୁ ବିଜ୍ଞାପନ ବାବଦରେ ଅର୍ଥ...

ରାସ୍ତା ମଝିରେ ପ୍ରକୃତିଙ୍କୁ ମାଡ଼ ମାରିଲେ ବାବୁସାନଙ୍କ ସ୍ତ୍ରୀ: ଭାଇରାଲ ହେଲା ଭିଡ଼ିଓ

ଭୁବନେଶ୍ୱର,୨୩।୭(ବ୍ୟୁରୋ): ଓଲିଉଡ୍‌ ଅଭିନେତା ବାବୁସାନ ମହାନ୍ତି ଏବଂ ଅଭିନେତ୍ରୀ ପ୍ରକୃତି ମିଶ୍ରଙ୍କ ଏକ ଭିଡ଼ିଓ ଭାଇରାଲ ହେଉଛି। ଯାହାକୁ ନେଇ ବର୍ତ୍ତମାନ ସବୁଆଡେ ଚର୍ଚ୍ଚା ହେଉଛି।...

ଜିଲା ମୁଖ୍ୟ ଡାକ୍ତରଖାନାକୁ ଆରମ୍ଭ ହେଲା ନିଃଶୁଳ୍କ ବସ୍‌ ସେବା

ବରଗଡ ଅଫିସ,୨୬।୧: ବରଗଡ ସହର ମଧ୍ୟରେ ରହିଥିବା ପୁରୁଣା ଜିଲା ମୁଖ୍ୟ ଡାକ୍ତରଖାନାରୁ ଭଟଲି ବ୍ଲକ ଟୁକୁର୍ଲା(ଖେଦାପାଲି)ସ୍ଥିତ ନୂତନ ଜିଲା ମୁଖ୍ୟ ଡାକ୍ତରଖାନାକୁ ରବିବାରରୁ ନିଃଶୁଳ୍କ...

ପୋଖରୀରେ ବୁଡ଼ି ମହିଳାଙ୍କ ମୃତ୍ୟୁ

ବୋଲଗଡ଼,୨୭ା୬(ଡି.ଏନ.ଏ.): ବୋଲଗଡ଼ ଥାନା ଅନ୍ତର୍ଗତ ଡାବରଧୁଆ ଗ୍ରାମସ୍ଥିତ ଏକ ପୋଖରୀରେ ବୁଡ଼ି ଜଣେ ମହିଳାଙ୍କ ବୁଧବାର ଅପରାହ୍ନରେ ମୃତ୍ୟୁ ଘଟିଛି। ମୃତ ମହିଳା ହେଉଛନ୍ତି ଉକ୍ତ...

ହୃଷୀଙ୍କ ଯୋଗଦାନ କଂଗ୍ରେସକୁ ସୁଦୃଢ କରିବ: ନିରଞ୍ଜନ

ପାଟଣା,୨୪।୮(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ରାଜନଗର କଲ୍ୟାଣ ମଣ୍ଡପରେ ଗୁରୁବାର ପାଟଣା ନିର୍ବାଚନ ମଣ୍ଡଳସ୍ତରୀୟ ମହାମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି। ମିଶ୍ରଣ...

ରାଜସ୍ବ ମାନ୍ୟତା ଅପେକ୍ଷାରେ ୩୩୫୨ ପଡ଼ାଗ୍ରାମ

ଭୁବନେଶ୍ୱର,୨ା୧୨(ବ୍ୟୁରୋ): ପଡ଼ାଗ୍ରାମକୁ ରାଜସ୍ବ ଗ୍ରାମ କରାଯାଉ ନ ଥିବାରୁ ଗୁରୁବାର ପ୍ରଶ୍ନକାଳରେ ଉଭୟ ଶାସକ ଓ ବିରୋଧୀ ଦଳର ସଦସ୍ୟମାନେ ଉଦ୍‌ବେଗ ପ୍ରକାଶ କରିଥିଲେ। ସେମାନେ...

ପରୀ ହତ୍ୟା ମାମଲା: ରାଜ୍ୟ ସରକାରଙ୍କୁ ନୋଟିସ୍‌ କଲେ ସୁପ୍ରିମକୋର୍ଟ

ଭୁବନେଶ୍ୱର, ୧୩।୧(ବ୍ୟୁରୋ): ନୟାଗଡ଼ ଜିଲା ଯଦୁପୁର ଗ୍ରାମର ବହୁ ଚର୍ଚ୍ଚିତ ଶିଶୁକନ୍ୟା ପରୀ ହତ୍ୟା ମାମଲା ନୂଆମୋଡ ନେଇଛି। ଝିଅ ମୃତ୍ୟୁର ନ୍ୟାୟ ପାଇବାକୁ ପରୀଙ୍କ...

ସତ୍ୟପାଠ ଦାଖଲ କରିବେ ପଞ୍ଚାୟତ ପ୍ରାର୍ଥୀ, ସାର୍ବଜନୀନ ହେବ…

ଭୁବନେଶ୍ୱର,୩୧।୧୨(ବ୍ୟୁରୋ): ପ୍ରଥମ ଥର ଲାଗି ପଞ୍ଚାୟତ ନିର୍ବାଚନରେ ପ୍ରାର୍ଥୀ ସତ୍ୟପାଠ ଦାଖଲ କରିବେ। ଏଥିସହ ପ୍ରାର୍ଥୀ ଦାଖଲ କରିଥିବା ସତ୍ୟପାଠ ସାର୍ବଜନୀନ ମଧ୍ୟ କରାଯିବ। ଏନେଇ...

Advertisement
Archives

Model This Week