Posted inରାଜ୍ୟ

ଏପ୍ରିଲ ୧୭ରେ ବିଜୁ ଶ୍ରାଦ୍ଧ ଦିବସ

ଭୁବନେଶ୍ୱର,୧୪ା୪(ବ୍ୟୁରୋ): ଆସନ୍ତା ୧୭ ତାରିଖରେ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ପ୍ରବାଦପୁରୁଷ ବିଜୁ ପଟ୍ଟନାୟକଙ୍କ ତିରୋଧାନ ଦିବସ ପାଳିତ ହେବ। ବିଜୁବାବୁଙ୍କ ଶ୍ରାଦ୍ଧ ଦିବସ ରାଜ୍ୟସ୍ତରରେ ତଥା ନିର୍ବାଚନମଣ୍ଡଳୀସ୍ତରରେ କୋଭିଡ୍‌ ନିୟମ ଅନୁଯାୟୀ ପାଳନ କରିବାକୁ ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦଳୀୟ କର୍ମୀ ଓ ନେତାମାନଙ୍କୁ ଆହ୍ବାନ କରିଛନ୍ତି। ଏ ନେଇ ନବୀନ ପୁରୀ ଜିଲା ବ୍ୟତୀତ ସମସ୍ତ ରାଜ୍ୟ କର୍ମକର୍ତ୍ତା, ଏମ୍‌ପି, ବିଧାୟିକା, ବିଧାୟକ, ଜିଲା ସଭାପତି, ଜିଲା ପର୍ଯ୍ୟବେକ୍ଷକ, ଜିଲା ପରିଷଦ ଅଧ୍ୟକ୍ଷ, ଉପାଧ୍ୟକ୍ଷ, ପୌର ପରିଷଦ ଅଧ୍ୟକ୍ଷ, ଉପାଧ୍ୟକ୍ଷ, ବ୍ଲକ ସଭାପତି ଓ ନଗର ସଭାପତିଙ୍କୁ ମଙ୍ଗଳବାର ଚିଠି ଲେଖିଛନ୍ତି।
ନବୀନ ଚିଠିରେ ଉଲ୍ଲେଖ କରିଛନ୍ତି, ପ୍ରତିବର୍ଷ ବିଜୁ ଜନତା ଦଳ ବିଜୁବାବୁଙ୍କ ତିରୋଧାନ ଦିବସକୁ ନିରାଡ଼ମ୍ବର ଭାବେ ପାଳନ କରିଆସୁଛି। ବିଜୁ ପଟ୍ଟନାୟକ ଥିଲେ ସେବା, ତ୍ୟାଗ ଏବଂ ସ୍ବାଭିମାନର ପ୍ରତୀକ। ପ୍ରତ୍ୟେକ ଓଡ଼ିଆଙ୍କ ମୁହଁରେ ହସ ଫୁଟାଇବା, ଦାରିଦ୍ର୍ୟ ବିରୋଧରେ ନିରବିଚ୍ଛିନ୍ନ ସଂଗ୍ରାମ ସହିତ ଓଡ଼ିଶାର ସର୍ବାଙ୍ଗୀନ ବିକାଶ, ଶିଳ୍ପ ସମୃଦ୍ଧି, ଯୁବଶକ୍ତିର ସଦୁପଯୋଗ, ମହିଳା ସଶକ୍ତୀକରଣ, ଉତ୍କଳୀୟ ସ୍ବାଭିମାନ ରକ୍ଷା, ସାମାଜିକ ଏବଂ ଅର୍ଥନୈତିକ ପ୍ରଗତି ସହିତ ନିର୍ଭୀକତାର ସହ ନ୍ୟାଯ୍ୟ ଦାବି ହାସଲ ପାଇଁ ବିଜୁବାବୁ ନିରବଚ୍ଛିନ୍ନ ସଂଗ୍ରାମରତ ଥିଲେ। ବିଜୁବାବୁଙ୍କ ସେବା, ତ୍ୟାଗ ଓ କର୍ମମୟ ଜୀବନର ଅତୁଳନୀୟ ଆଲେଖ୍ୟ ବିନା ଆମ ଜାତିର ଇତିହାସ ଅସମ୍ପୂର୍ଣ୍ଣ ।
ଏବର୍ଷ ଏହି ମହତ୍‌ପୁରୁଷଙ୍କ ପବିତ୍ର ଶ୍ରାଦ୍ଧ ଦିବସକୁ ରାଜ୍ୟ ସରକାର ଏବଂ ପ୍ରତ୍ୟେକ ନିର୍ବାଚନମଣ୍ଡଳୀରେ କୋଭିଡ୍‌ କଟକଣା ସହ ପାଳନ କରିବାକୁ ନିଷ୍ପତ୍ତି ନିଆଯାଇଛି। ଏହି ଦିବସରେ ବିଜୁ ଜନତା ଦଳର ପ୍ରତ୍ୟେକ ସଦସ୍ୟ ବିଜୁବାବୁଙ୍କ ଅଭିଳଷିତ ଓଡ଼ିଶା ଗଠନ ନିମନ୍ତେ ଏକ ମନପ୍ରାଣ ହୋଇ କାର୍ଯ୍ୟ କରିବା ନିମନ୍ତେ ସଂକଳ୍ପବଦ୍ଧ ହେବାକୁ ମୁଖ୍ୟମନ୍ତ୍ରୀ ଆହ୍ବାନ ଦେଇଛନ୍ତି। ରାଜ୍ୟବାସୀଙ୍କ ପ୍ରତି ରହିଥିବା ସାମାଜିକ ପ୍ରତିବଦ୍ଧତାର ପରିପାଳନ ନିମନ୍ତେ ଓଡ଼ିଶା ମୋ ପରିବାର ତରଫରୁ ଜୀବନବିନ୍ଦୁ କାର୍ଯ୍ୟକ୍ରମ ଜରିଆରେ ରକ୍ତଦାନ ଶିବିର ପ୍ରତ୍ୟେକ ନିର୍ବାଚନମଣ୍ଡଳୀରେ ଆୟୋଜନ କରାଯିବା ସହିତ ପ୍ରତ୍ୟେକ ସ୍ଥାନରେ ଲୋକଙ୍କୁ ମାସ୍କର ବାଧ୍ୟତାମୂଳକ ବ୍ୟବହାର ଏବଂ କୋଭିଡ୍‌ ନିୟମ କଡ଼ାକଡ଼ି ଭାବେ ପାଳନ କରିବା ନିମନ୍ତେ ସଚେତନ କରାଯିବ।
ଆମ ରାଜ୍ୟ ଓ ଦେଶ ଏବେ କଷ୍ଟକର ସମୟ ଦେଇ ଗତିକରୁଛି। ବିଜୁବାବୁ ସବୁବେଳେ ଲୋକ ସେବାକୁ ସର୍ବାଧିକ ଗୁରୁତ୍ୱାରୋପ କରୁଥିଲେ। ଆମେ କୋଭିଡ୍‌ ସମୟରେ ଏହି ସେବା ମନୋଭାବକୁ ଆହୁରି ପରିବର୍ଦ୍ଧିତ କରିପାରିବା । ସମଗ୍ର ଓଡ଼ିଶାକୁ ଗୋଟିଏ ପରିବାର ଭାବେ ବିବେଚନା କରି ନିଜର ସାରା ଜୀବନ ଓଡ଼ିଶାବାସୀଙ୍କ କଲ୍ୟାଣ ଏବଂ ସଶକ୍ତୀକରଣ ନିମନ୍ତେ ଉତ୍ସର୍ଗ କରିଥିବା ବିଜୁବାବୁଙ୍କ ପ୍ରତି ଏହା ହିଁ ଆମର ଶ୍ରେଷ୍ଠ ଶ୍ରଦ୍ଧାଞ୍ଜଳି ହେବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ା


Enter your email to get our daily news in your inbox.

All Right Reserved By Dharitri.Com

ଭାରତର ଟୁରିଜମ୍‌ ଡେଷ୍ଟିନେଶନ ହେବ ଓଡ଼ିଶା

ଭୁବନେଶ୍ୱର,୧୦।୬:ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ସହଯୋଗରେ ବିକାଶ ଇକୋ ରିସର୍ଟସ୍‌ ଚିଲିକାର ବରକୁଳଠାରେ ରାଜ୍ୟର ପ୍ରଥମ ବିଳାସପୂର୍ଣ୍ଣ ହାଉସ୍‌ ବୋଟ୍‌ ‘ଗରୁଡ଼’ର ଶୁଭାରମ୍ଭ କରିଛି। ମୁଖ୍ୟମନ୍ତ୍ରୀ...

ଆଜି ରାଜ୍ୟବାସୀଙ୍କୁ ସମ୍ବୋଧନ କରିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୯।୪(ବ୍ୟୁରୋ): ରାଜ୍ୟରେ କରୋନା ସଂକ୍ରମଣ ଧୀରେ ଧୀରେ ବଢ଼ିବାରେ ଲାଗିଛି। ଏହାକୁ ଦୃଷ୍ଟିରେ ରଖି ଆଜି ଅପରାହ୍ନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟବାସୀଙ୍କୁ ସମ୍ବୋଧନ କରିବେ।...

ଆଜି କରୋନା ନେଲା ସର୍ବାଧିକ ମୁଣ୍ଡ: ଆଖି ବୁଜିଲେ ୬୫ ଆକ୍ରାନ୍ତ

ଭୁବନେଶ୍ୱର,୧୧।୭(ବ୍ୟୁରୋ): ରାଜ୍ୟରେ ଆଜି ସର୍ବାଧିକ ୬୫ଜଣ କରୋନା ଆକ୍ରାନ୍ତ ଆଖି ବୁଜିଛନ୍ତି। ସେମାନଙ୍କ ମଧ୍ୟରୁ ଖୋର୍ଦ୍ଧା ଜିଲାରୁ ୧୪ ଆକ୍ରାନ୍ତ ଥିବା ବେଳେ ପୁରୀ-କେନ୍ଦୁଝର-ବରଗଡ଼ରୁ ୬...

ଦିନେ ବଢ଼ୁଛି ଦିନେ କମୁଛି: ଆଜି ରାଜ୍ୟରେ ୨୯୬ ପଜିଟିଭ୍‌ ଚିହ୍ନଟ

ଭୁବନେଶ୍ୱର,୯।୧୧(ବ୍ୟୁରୋ): ରାଜ୍ୟରେ ମଙ୍ଗଳବାର ୨୯୬ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୫୮ ଜଣ ଛୁଆ ଅଛନ୍ତି। ଯେଉଁମାନଙ୍କ ବୟସ ୧୮ ବର୍ଷରୁ...

ବ୍ରଜରାଜନଗର ଉପନିର୍ବାଚନ: ଆଜି ପ୍ରାର୍ଥିପତ୍ର ଦାଖଲର ଶେଷ ଦିନ

ଝାରସୁଗୁଡା ଅଫିସ,୧୧।୫: ବ୍ରଜରାଜନଗର ଉପନିର୍ବାଚନ ପାଇଁ ରାଜନୀତି ସରଗରମ ରହିଛି। ତେବେ ବୁଧବାର ନାମାଙ୍କନପତ୍ର ଦାଖଲର ଶେଷ ଦିନ ରହିଛି। ଭାଜପା, ବିଜେଡି ଓ କଂଗ୍ରେସ...

ପରଲୋକରେ ବିପ୍ଳବୀ କବି ରବି ସିଂ

କଟକ ଅଫିସ,୨।୨: ବିପ୍ଳବୀ କବି ରବି ସିଂଙ୍କ ପରଲୋକ ଘଟିଛି। କଟକସ୍ଥିତ ଖପୁରିଆ ବାସଭବନରେ ରବିବାର ଭୋର ସମୟରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି।...

ସମ୍ଭାବ୍ୟ ବାତ୍ୟା ପାଇଁ ୧୫୦୦ଲୋକଙ୍କୁ ଆଶ୍ରୟସ୍ଥଳୀକୁ ସ୍ଥାନାନ୍ତର

ରାଜନଗର,୧୯।୫(ଡି.ଏନ୍‌.ଏ): ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଅମ୍ଫନ ମହାବାତ୍ୟା ଯୋଗୁ ରାଜନଗର ବ୍ଲକରେ ପ୍ରଶାସନ ପକ୍ଷରୁ ଜୋରଦାର ପ୍ରସ୍ତୁତି କରାଯାଇଛି। ଏଥିପାଇଁ ପ୍ରଶାସନ ବଙ୍ଗୋପସାଗର ତଟବର୍ତ୍ତୀ ପେଣ୍ଠ,...

ଘରେ ପଶି ଶାଶୁ ବୋହୂଙ୍କ ଗଳା କାଟିଦେଲେ

ବଲାଙ୍ଗୀର ଅଫିସ/ଗୁଡଭେଲା, ୩୧।୩ (ଡି.ଏନ୍‌.ଏ.): ବଲାଙ୍ଗୀର ଜିଲା ତୁଷୁରା ଥାନା ଅନ୍ତର୍ଗତ ନୂଆପଡ଼ା ଗାଁରେ ଗୁରୁବାର ଏକ ଅଭାବନୀୟ ଘଟଣା ଘଟିଛି । ଗାଁର ଶୁଭ୍ରାଂଶୁ...

Advertisement
Archives

Model This Week