ଆବେଦନର ୩୦ ଦିନ ମଧ୍ୟରେ ୫୦ ହଜାର ଟଙ୍କା କରୋନା ମୃତ୍ୟୁ ସହାୟତାକୁ ମଞ୍ଜୁରୀ…

ନୂଆଦିଲ୍ଲୀ,୪।୧୦: କରୋନା ମହାମାରୀ ଯୋଗୁ ମୃତ୍ୟୁ ଘଟିଥିବା ଲୋକଙ୍କ ପରିବାର ସଦସ୍ୟଙ୍କୁ ଆବେଦନ କରିବାର ୩୦ ଦିନ ମଧ୍ୟରେ ଅନୁକମ୍ପା ମୂଳକ ସହାୟତା ଯୋଗାଇ ଦେବାକୁ ସୁପ୍ରିମ୍‌କୋର୍ଟଙ୍କ ମଞ୍ଜୁରୀ ମିଳିଛି। କରୋନା ମହାମାରୀ ଯୋଗୁ ମୃତ୍ୟୁ ଘଟିଥିବା ଲୋକଙ୍କ ପରିବାର ସଦସ୍ୟଙ୍କୁ ଆବେଦନ କରିବାର ୩୦ ଦିନ ମଧ୍ୟରେ ଅନୁକମ୍ପା ମୂଳକ ସହାୟତା ଯୋଗାଇ ଦେବାକୁ ସୁପ୍ରିମ୍‌କୋର୍ଟଙ୍କ ମଞ୍ଜୁରୀ ମିଳିଛି। ସମ୍ପୃକ୍ତ ପରିବାରଙ୍କୁ ୫୦ ହଜାର ଟଙ୍କା ସହାୟତା ଯୋଗାଇ ଦିଆଯିବ।

ଏହି ଅନୁକମ୍ପାମୂଳକ କ୍ଷତି ପୂରଣ ଅନ୍ୟ କଲ୍ୟାଣ ଯୋଜନାଠାରୁ ଅଲଗା ରହିବ ବୋଲି ଶୀର୍ଷ କୋର୍ଟ କହିଛନ୍ତି। ଏହାକୁ ବିପର୍ଯ୍ୟୟ ପରିଚାଳନା ପାଣ୍ଠିରୁ ପ୍ରଦାନ କରାଯିବ।

୨୩ ସେପ୍ଟେମ୍ବରରେ ଏହି ମାମଲାର ବିଚାର କରୁଥିବା ବିଚାରପତି ଏମ୍‌.ଆର୍‌. ଶାହା ଏବଂ ଏ.ଏସ୍‌. ବୋପନ୍ନାଙ୍କ ନେତୃତ୍ୱରେ ଗଠିତ ଖଣ୍ଡପୀଠ ରାୟ ସଂରକ୍ଷିତ ରଖିଥିଲେ। ଏହା ପୂର୍ବରୁ ୩୦ ଜୁନ୍‌ରେ ସର୍ବୋଚ୍ଚ ନ୍ୟାୟାଳୟ ୫୦ ହଜାର କ୍ଷତିପୂରଣ ଦେବାକୁ କହିଥିଲେ। ପ୍ରାକୃତିକ ବିପର୍ଯ୍ୟୟରେ ପ୍ରଭାବିତଙ୍କୁ କ୍ଷତି ପୂରଣ ପ୍ରଦାନ କରିବା ସରକାରଙ୍କ କର୍ତ୍ତବ୍ୟ ବୋଲି କୋର୍ଟ କହିଥିଲେ।

ମୃତ୍ୟୁ ପ୍ରମାଣ ପତ୍ରରେ ମୃତ୍ୟୁର କାରଣ କରୋନା ଲେଖା ଯାଇ ନ ଥିବା କହି ରାଜ୍ୟ ସରକାର କ୍ଷତି ପୂରଣ ଦେବାକୁ ମନା କରି ପାରିବେ ନାହିଁ। ଦେଶର ବିଭିନ୍ନ ରାଜ୍ୟ ସରକାର ଶୀଘ୍ର ଏନେଇ ଜିଲାସ୍ତରୀୟ କମିଟି ଗଠନ ପାଇଁ ବିଜ୍ଞପ୍ତି ଜାରି କରିବା ଉପରେ କୋର୍ଟ ଗୁରୁତ୍ୱାରୋପ କରିଛନ୍ତି। ଯାହା ଦ୍ୱାରା ଲୋକେ ସହଜରେ ଆବେଦନ କରି ପାରିବେ। ସେହିପରି ମୃତ୍ୟୁ ପ୍ରମାଣପତ୍ରରେ ଆବଶ୍ୟକ ସୁଧାର ଲାଗି ଶୀର୍ଷ କୋର୍ଟ ନିିର୍ଦ୍ଦେଶ ଦେଇଛନ୍ତି। କରୋନାରେ ଆକ୍ରାନ୍ତ ହୋଇ ଘରେ ମୃତ୍ୟୁ ଘଟିଥିବା ଲୋକଙ୍କ ପରିବାରକୁ ମଧ୍ୟ ଏହି ଅନୁକମ୍ପା ମୂଳକ ସହାୟତା ପ୍ରଦାନ କରାଯିବ ବୋଲି କୋର୍ଟ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମହାରାଷ୍ଟ୍ରରେ ବଢୁଛି କୋଭିଡ୍‌ ସଂକ୍ରମଣ

ମୁମ୍ବାଇ, ୨୮ା୩: ମହାରାଷ୍ଟ୍ରରେ କୋଭିଡ୍‌ ସଂକ୍ରମଣ ବଢୁଥିବାରୁ ମୁମ୍ବାଇର କେତେକ ଘରୋଇ ହସ୍ପିଟାଲରେ ସ୍ବତନ୍ତ୍ର କୋଭିଡ୍‌ ଓ୍ବାର୍ଡ ଖୋଲାଯାଇଛି। ଏପରିକି ହସ୍ପିଟାଲରେ ମାସ୍କ ବ୍ୟବହାର ଏବଂ...

କରୋନାର ଚତୁର୍ଥ ଲହର ଜୁନ୍‌ ୨୨ରୁ ଆରମ୍ଭ !…

ନୂଆଦିଲ୍ଲୀ,୨୭।୨ : ଦେଶରେ କରୋନା ମହାମାରୀର ତୃତୀୟ ଲହର ବର୍ତ୍ତମାନ ସୁଦ୍ଧା ଶେଷ ହୋଇନାହିଁ। ତେବେ ବିଶେଷଜ୍ଞ ଏବେ ଚତୁର୍ଥ ଲହରର ପୂର୍ବାନୁମାନ କରିଛନ୍ତି। ଗବେଷକମାନେ...

ଗର୍ଭବତୀ ପୀଡ଼ିତାଙ୍କୁ ଜାଳିଦେଲେ

ଲକ୍ଷ୍ନୌ/ଜୟପୁର,୧୦।୧୦: ଉତ୍ତରପ୍ରଦେଶର ମୈନପୁରୀ ଜିଲାରେ ଜଣେ ଗର୍ଭବତୀ ଝିଅଙ୍କୁ ପୋଡ଼ି ମାରିଦିଆଯାଇଛି। ସେ ୩ ମାସ ପୂର୍ବରୁ ବଳାତ୍କାରର ଶିକାର ହୋଇ ଗର୍ଭବତୀ ହୋଇଥିଲେ। ପୋଲିସ...

ମହିଳାଙ୍କ ପ୍ରଜନନ ଅଧିକାରରେ ବୟସ ପ୍ରତିବନ୍ଧକ ମାମଲା : କେନ୍ଦ୍ରକୁ ସୁପ୍ରିମ୍‌କୋର୍ଟଙ୍କ ନୋଟିସ…

ନୂଆଦିଲ୍ଲୀ,୩୦।୧୦ : ଗର୍ଭଧାରଣ ପୂର୍ବରୁ ଏବଂ ପ୍ରସବ ପୂର୍ବରୁ ଡାଇଗ୍ନୋଷ୍ଟିକ ଜ୍ଞାନକୌଶଳ ଆଧାରରେ ପରୀକ୍ଷା କରିବା ପାଇଁ ମହିଳାଙ୍କ ପ୍ରଜନନ ଅଧିକାର ଉପରେ ୩୫ ବର୍ଷ...

ଭାଜପାକୁ ଟାର୍ଗେଟ କଲେ ସୁପ୍ରିୟା ସୁଲେ

ମୁମ୍ବାଇ,୩୦।୬: ଏନସିପି କାର୍ଯ୍ୟକାରୀ ଅଧ୍ୟକ୍ଷ ସୁପ୍ରିୟା ସୁଲେ ଶୁକ୍ରବାର କହିଛନ୍ତି ଯେ ତାଙ୍କ ପିତା ଶରଦ ପାୱାର ଏବଂ ଅଜିତ ପାୱାରଙ୍କ ସହ ଭାଜପା ବ୍ୟସ୍ତ...

ସମସ୍ତ ଅର୍ଦ୍ଧସୈନିକ ବଳଙ୍କ କାର୍ଯ୍ୟ ସମୀକ୍ଷା କରିବେ ସ୍ବରାଷ୍ଟ୍ର ମନ୍ତ୍ରୀ

ନୂଆଦିଲ୍ଲୀ,୧୭।୭: ଦେଶର ସମସ୍ତ ଅର୍ଦ୍ଧସୈନିକ ବଳଙ୍କ କାର୍ଯ୍ୟ ଏଣିକି ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ସମୀକ୍ଷା କରିବେ। ଏହା ଅନ୍ତର୍ଗତ ଆଇଟିବିପି, ବିଏସ୍‌ଏଫ୍‌, ଏସ୍‌ଏସ୍‌ବି, ଏନ୍‌ଏସ୍‌ଜି...

ଅନୁଚ୍ଛେଦ ୩୫୫ ଲାଗୁ ନେଇ କଂଗ୍ରେସ-ତୃଣମୂଳ ମୁହାଁମୁହିଁ…

କୋଲକାତା, ୨୮।୩ : ପଶ୍ଚିମବଙ୍ଗରେ ଅନୁଚ୍ଛେଦ ୩୫୫ ଲାଗୁ କରିବାକୁ ନେଇ ଏବେ କଂଗ୍ରେସ ଏବଂ ତୃଣମୂଳ କଂଗ୍ରେସ ମୁହାଁମୁହିଁ ହୋଇଛନ୍ତି। ରାଜ୍ୟ କଂଗ୍ରେସ କମିଟି...

୩ ବର୍ଷ ହେଲା ଦୁଇ ଝିଅଙ୍କୁ ବଳାତ୍କାର କରୁଥିଲେ

ପାଲଘର,୧୩।୩: ୨୦୧୯ରୁ ୩ ବର୍ଷ ଧରି ଦୁଇ ନାବାଳିକା ଝିଅଙ୍କୁ ବାରମ୍ବାର ବଳାତ୍କାର କରିବା ଅଭିଯୋଗରେ ୪୫ ବର୍ଷୀୟ ବ୍ୟକ୍ତିଙ୍କୁ ଗିରଫ କରାଯାଇଛି। ଏଭଳି ଘଟଣା...

Advertisement
Archives

Model This Week