Posted inରାଜ୍ୟ

୮ ନୂତନ ପୁଞ୍ଜିନିବେଶ ପ୍ରକଳ୍ପକୁ ଅନୁମୋଦନ: ବିନିଯୋଗ ହେବ ୧୨୧୪ କୋଟି

ଭୁବନେଶ୍ୱର, ୧୩ା୩(ବ୍ୟୁରୋ): ଓଡିଶାରେ ବ୍ୟବସାୟ ଅନୁକୂଳ ବାତାବରଣ ଓ ସ୍ବଚ୍ଛ ବ୍ୟବସ୍ଥା ଯୋଗୁ ରାଜ୍ୟ ନୂତନ ପୁଞ୍ଜିନିବେଶ ପ୍ରସ୍ତାବ ଆକର୍ଷିତ କରିବାରେ ସମର୍ଥ ହୋଇଛି। ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ରାଜ୍ୟ ସିଙ୍ଗିଲ ଓ୍ବିଣ୍ଡୋ କମିଟି ବୈଠକରେ ୮ ନୂତନ ପୁଞ୍ଜିନିବେଶ ପ୍ରକଳ୍ପକୁ ନୀତିଗତ ଅନୁମୋଦନ ମିଳିଛି। ଅନୁମୋଦନ ଲାଭ କରିଥିବା ଉକ୍ତ ୮ ପ୍ରକଳ୍ପରେ ସମୁଦାୟ ୧୨୧୪ କୋଟି ଟଙ୍କା ବିନିଯୋଗ ହେବା ସହ ୨୪୨୭ ବ୍ୟକ୍ତିଙ୍କ ଲାଗି ପ୍ରତ୍ୟକ୍ଷ ନିଯୁକ୍ତି ସୃଷ୍ଟି ହେବ। ଡିଜିଟାଲ ମୋଡ୍‌ରେ ଅନୁଷ୍ଠିତ ଏହି ବୈଠକରେ ଶିଳ୍ପ ବିଭାଗ ପ୍ରମୁଖ ଶାସନ ସଚିବ ହେମନ୍ତ କୁମାର ଶର୍ମା ପ୍ରକଳ୍ପ ଗୁଡିକର ବୈଷୟିକ, ଆର୍ଥିକ ଏବଂ ଭିତ୍ତିଭୂମି ସମ୍ପର୍କିତ ବିଷୟ ଉପସ୍ଥାପନ କରିଛନ୍ତି। ପ୍ରକଳ୍ପଗୁଡ଼ିକର ନୀତିଗତ ଅନୁମୋଦନ ଦେଇ ସେଗୁଡିକର ଆଶୁ କ୍ଷେତ୍ରାନ୍ବୟନ ଉପରେ ମୁଖ୍ୟ ଶାସନ ସଚିବ ଗୁରୁତ୍ୱାରୋପ କରିଛନ୍ତି। ଏଥିପାଇଁ ସମସ୍ତ ସହଯୋଗ ଯୋଗାଇଦେବା ଲାଗି ବିଭାଗଗୁଡ଼ିକୁ ନିର୍ଦ୍ଦେଶ ଦେବା ସହ ଶିଳ୍ପ ପାଇଁ ଆବଶ୍ୟକ ପଡୁଥିବା ଜମି ଓ ଜଳର ସଠିକ ଆକଳନ ଏବଂ ଅଧିକ ନିଯୁକ୍ତିଭିତ୍ତିକ ଶିଳ୍ପଗୁଡିକୁ ଅଗ୍ରାଧିକାର ଦେବା ଉପରେ ମୁଖ୍ୟ ଶାସନ ସଚିବ ଗୁରୁତ୍ୱାରୋପ କରିଛନ୍ତି।

ଅନୁମୋଦନ ଲାଭ କରିଥିବା ପ୍ରକଳ୍ପ ମଧ୍ୟରେ ଏନର୍ଜି ମିନେରାଲସ୍‌ ପ୍ରାଇଭେଟ ଲିମିଟେଡ ୨୫୬ କୋଟି ଟଙ୍କା ବିନିଯୋଗରେ ଲୁହା ପଥର ବେନିଫିକେସନ ଓ ପେଲେଟ ପ୍ଲାଣ୍ଟ ପ୍ରକଳ୍ପ କରିବ ଏଥିରେ ୨୭୪ ଜଣ ନିଯୁକ୍ତି ସୁଯୋଗ ପାଇବେ। ସେହିପରି ଆଇ.ୟି.ସି ଲିମିଟେଡ ୫ ତାରକା ବିଶିଷ୍ଟ ହୋଟେଲ କରିବ ଏଥିରେ ୧୪୧.୧୪ କୋଟି ପୁଞ୍ଜି ବିନିଯୋଗ ହେବାକୁ ଥିବାବେଳେ ୧୨୦ ଜଣ ନିଯୁକ୍ତି ସୁଯୋଗ ପାଇବେ। ଫାଲକନ ରିଅଲ ଇଷ୍ଟେଟ ପ୍ରାଇଭେଟ ଲିମିଟେଡ ଏକ ୫ ତାରକା ବିଶିଷ୍ଟ ହୋଟେଲ କରିବାକୁ ଥିବାବେଳେ ଏଥିଲାଗି ୧୨୦.୨୬ କୋଟି ଟଙ୍କା ବିନିଯୋଗ ହେବ ଏବଂ ୯୦୦ଜଣଙ୍କୁ ନିଯୁକ୍ତି ସୁଯୋଗ ମିଳିବ। ସେହିପରି ବ୍ରିଟାନିକା ଇଣ୍ଡଷ୍ଟ୍ରିଜ ଲିମିଟେଡ ଖୋର୍ଦ୍ଧାରେ ଥିବା ବିସ୍କୁଟ ଓ କେକ୍‌ ପ୍ରକଳ୍ପର ସମ୍ପ୍ରସାରଣ ଲାଗି ୯୩.୬୦ କୋଟି ଖର୍ଚ୍ଚ କରିବ ଏହାଦ୍ୱାରା ୩୫୦ଜଣଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି ହୋଇପାରେ। ଇନ୍ଦାଲକ୍‌ ସ୍ବିରିଟ୍‌ ପ୍ରାଇଭେଟ ଲିମିଟେଡ ଶସ୍ୟ ଭିତ୍ତିକ ଡିଷ୍ଟିଲାରୀ ପ୍ଲାଣ୍ଟ କରିବାକୁ ଥିବାବେଳେ ଏଥିଲାଗି ୨୦୪.୬୦ କୋଟି ଟଙ୍କା ଖର୍ଚ୍ଚ କରିବ ଏବଂ ଏହାଦ୍ୱାରା ୧୮୫ ଜଣଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ। ମାସ୍‌ ସ୍ପିରିଟ୍‌ସ ପ୍ରାଇଭେଟ ଲିମିଟେଡ ମଧ୍ୟ ଏକ ଶସ୍ୟ ଭିତ୍ତିକ ଡିଷ୍ଟିଲାରୀ ଏବଂ ବଟଲିଂ କାରଖାନା ୨୦୪.୬୦ କୋଟି ଟଙ୍କା ବିନିଯୋଗରେ କରିବାକୁ ଥିବାବେଳେ ଏହାଦ୍ୱାରା ୧୮୫ଜଣଙ୍କୁ ନିଯୁକ୍ତି ମିଳିବ। ସର୍ବେଶ ରିଫାକ୍ଟୋରିଜ ପ୍ରାଇଭେଟ୍‌ ଲିମିଟେଡ୍‌ ସୁନ୍ଦରଗଡ଼ ଜିଲାସ୍ଥିତ ରିଫ୍ରାକ୍ଟୋରୀ କାରଖାନାର ସମ୍ପ୍ରସାରଣ ୧୨୩.୨୫ କୋଟି ଟଙ୍କା ବିନିଯୋଗରେ କରିବ। ଏହାଦ୍ୱାରା ୨୯୯ ଜଣଙ୍କ ଲାଗି ନିଯୁକ୍ତି ସୁଯୋଗ ସୃଷ୍ଟି ହେବ। ପୁରବ ପ୍ୟାକେଜିଂ ପ୍ରାଇଭେଟ ଲିମିଟେଡ୍‌ ପଲି ପ୍ରପେଲିନ୍‌ କାରଖାନା କରିବାକୁ ଥିବାବେଳେ ଏଥିଲାଗି ୬୦ କୋଟି ଟଙ୍କା ବିନିଯୋଗ କରିବ ଏବଂ ଏହାଦ୍ୱାରା ୬୦ଜଣଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ। ଏହି ବୈଠକରେ ବହୁ ବରିଷ୍ଠ ଅଧିକାରୀ ସାମିଲ ହୋଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବାପାଙ୍କ ଶୁଦ୍ଧିକ୍ରିୟାରେ ଯୋଗଦେବେ ଗ୍ୟାଙ୍ଗଷ୍ଟର ଧଳସାମନ୍ତ ଭ୍ରାତା

କଟକ,୨୫ା୪(କାର୍ତ୍ତିକ ସାହୁ): ଗ୍ୟାଙ୍ଗଷ୍ଟର ଧଳସାମନ୍ତ ଭ୍ରାତା ତାଙ୍କ ଦିବଙ୍ଗତ ବାପାଙ୍କ ଶୁଦ୍ଧିକ୍ରିୟାରେ ଯୋଗଦେବା ନିମନ୍ତେ ଅଦାଲତ ଅନୁମତି ଦେଇଛନ୍ତି। ଆସନ୍ତା ୨୯ ଓ ୩୦ ତାରିଖରେ...

ଗରା ଧରି ଜିଲାପାଳଙ୍କୁ ପାଣି ମାଗିଲେ ଜୁଆଙ୍ଗ ଆଦିବାସୀ

କେନ୍ଦୁଝର,୨୫ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): ସରକାର ଆଦିବାସୀ ଓ ଗରିବ ଲୋକଙ୍କ ପାଇଁ ମାଳମାଳ ଯୋଜନା କରି ଅନେକ କୋଟି ଖର୍ଚ୍ଚ କରୁଛନ୍ତି। ମାତ୍ର ଜିଲାର ପୁରାତନ...

ଶିମିଳିପାଳର ୩୧ ପଏଣ୍ଟରେ ଲାଗିଛି ନିଆଁ

ବାରିପଦା,୨୫ା୪(ନୀଳାଦ୍ରି ବିହାରୀ ଦଣ୍ଡପାଟ): ଶିମିଳିପାଳ ଅଭୟାରଣ୍ୟରେ ପ୍ରତିଦିନ ବନାଗ୍ନି ଦେଖିବାକୁ ମିଳୁଛି। ସବୁଜିମା ଭରା ବିସ୍ତୀର୍ଣ୍ଣ ଅଞ୍ଚଳରେ ନିଆଁ ମାଡ଼ି ଚାଲିଛି। କର୍ମଚାରୀମାନେ ଅକ୍ଳାନ୍ତ ପରିଶ୍ରମ...

ବାପାଙ୍କ ଶୁଦ୍ଧିକ୍ରିୟା ପାଇଁ ଗାଁକୁ ଯାଇଥିଲେ, ଘରେ ବୁଲିଲା କଳାକନା

ବାସୁଦେବପୁର,୨୫ା୪(ନାରାୟଣ ପ୍ରସାଦ ବାରିକ୍‌): ବାପାଙ୍କ ଶୁଦ୍ଧିକ୍ରିୟାକୁ ଯାଇଥିଲେ। ଏପଟେ ଘରେ କଳାକନା ବୁଲାଇ ଦେଲେ ଚୋର। ବାସୁଦେବପୁର ପୌରପାଳିକାର ବିଦ୍ୟୁତ୍‌ ମାର୍ଗରେ ବୁଧବାର ରାତିରେ ଏଭଳି...

ଓଡ଼ିଶାରେ ଭାଜପା ସରକାରକୁ ଆସିଲେ ଲୋକେ ରୋଜଗାର ପାଇଁ ବାହାର ରାଜ୍ୟକୁ ଯିବେ ନାହିଁ: ଅମିତ ଶାହା

ସୋନପୁର,୨୫।୪: କେନ୍ଦ୍ରମନ୍ତ୍ରୀ ଅମିତ ଶାହା ଗୁରୁବାର ଓଡ଼ିଶାରେ ଡବଲ ଇଞ୍ଜିନ ସରକାର ଗଢିବାକୁ ଲୋକ ମାନଙ୍କୁ ଆହ୍ୱାନ ଦେଇଛନ୍ତି। ନବୀନ ସରକାରକୁ ଓପାଡ଼ି ଏଠାରେ ଭାଜପା...

ପଦ୍ମ ଧରିବା ପରେ ପ୍ରବୋଧଙ୍କୁ ସ୍ବାଗତ କଲା ଭାଜପା, ମିଳିବ କି’ ଟିକେଟ

ଭୁବନେଶ୍ୱର,୨୫।୪: କଂଗ୍ରେସରୁ ଇସ୍ତଫା ପରେ ଭାଜପାର ସାମିଲ ହୋଇଛନ୍ତି ପୂର୍ବତନ ହକି ତାରକା ପ୍ରବୋଧ ତିର୍କୀ । ଏହି ଅବସରରେ ଭାଜପା ଶୀର୍ଷ ନେତୃତ୍ୱ ଫୁଳତୋଡା...

ଅଂଶୁଘାତ ରୋଗୀଙ୍କ ଚିକିତ୍ସା ପାଇଁ ଏମ୍ସରେ ସ୍ବତନ୍ତ୍ର ୟୁନିଟ୍‌

ଭୁବନେଶ୍ୱର,୨୫ା୪(ଅସମାପିକା ସାହୁ): ରାଜ୍ୟରେ ପ୍ରଚଣ୍ଡ ରୌଦ୍ରତାପ ଯୋଗୁ ଦିନକୁ ଦିନ ବୃଦ୍ଧି ଘଟୁଥିବା ଅଂଶୁଘାତ ରୋଗୀଙ୍କ ଚିକିତ୍ସା ନିମନ୍ତେ ଏମ୍ସ ଭୁବନେଶ୍ୱରରେ ଏକ ସ୍ବତନ୍ତ୍ର ହିଟ୍‌...

କାହିଁକି ଅମିତ ଶାହା ପଚାରିଲେ ‘୨୦ ଲୋକସଭା ସିଟ୍‌ ଜିତିବା କି ନାହିଁ’ ?

ସୋନପୁର,୨୫।୪: ଓଡ଼ିଶାରୁ ସର୍ବାଧିକ ଲୋକ ସଭା ଆସନ ବିଜୟ ଲକ୍ଷ୍ୟରେ କେନ୍ଦ୍ରମନ୍ତ୍ରୀ ଅମିତ ଶାହା ଗୁରୁବାର ସୋନପୁରରୁ ପ୍ରଚାର ଆରମ୍ଭ କରିଛନ୍ତି। ଜୟ ଜଗନ୍ନାଥ, ଜୟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri