ଗଭର୍ନିଂ ବଡି ସଭାପତି ନିଯୁକ୍ତି ବେଆଇନ

ଯାଜପୁର,୧୭ା୩(ହର୍ଷବର୍ଦ୍ଧନ ବେହେରା)ଯାଜପୁର ଜିଲାର ବ୍ୟାସନଗର ସ୍ବୟଂଶାସିତ ମହାବିଦ୍ୟାଳୟରେ ଗଭର୍ନିଂ ବଡି ସଭାପତି ନିଯୁକ୍ତି ପ୍ରକ୍ରିୟା ନିୟମରେ ବ୍ୟାପକ ଉଲ୍ଲଂଘନ କରାଯାଇଛି। ଏକା ସମୟରେ ଜଣେ ବ୍ୟକ୍ତି ଦୁଇଟି ପଦବୀ ଦାୟିତ୍ୱ ତୁଲାଇବାର ନିୟମ ନ ଥିବାବେଳେ ତାଙ୍କୁ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ସଭାପତି ନିଯୁକ୍ତି କରିବା ବେଆଇନ ବୋଲି ୧୭ା୮ା୨୦୨୧ରେ ଜନଶୁଣାଣି ପୋର୍ଟାଲରେ ଅଭିଯୋଗ ହୋଇଥିଲା। ହେଲେ ବିଡ଼ମ୍ବନା ଯେ, ଏହି ଅଭିଯୋଗର ପ୍ରାୟ ଅଢ଼େଇବର୍ଷ ଅତିକ୍ରାନ୍ତ ହେବାପରେ ୧୩ା୩ା୨୦୨୪ରେ ଭୁବନେଶ୍ୱର ଆଞ୍ଚଳିକ ଶିକ୍ଷା ନିର୍ଦ୍ଦେଶାଳୟ ପକ୍ଷରୁ ଆବଶ୍ୟକ ତଦନ୍ତ କରି ବିହିତ ପଦକ୍ଷେପ ନେବାକୁ ମହାବିଦ୍ୟାଳୟର ଅଧ୍ୟକ୍ଷଙ୍କୁ ନିର୍ଦ୍ଦେଶ ହୋଇଛି। ଏଥିରୁ ଉକ୍ତ ଅଭିଯୋଗକୁ ଉଚ୍ଚଶିକ୍ଷା ବିଭାଗର ସମ୍ପୃକ୍ତ ଅଧିକାରୀ ଜାଣିଶୁଣି ଚପେଇ ରଖିଥିଲେ କିମ୍ବା ତଦନ୍ତ କରିବାକୁ କୌଣସି ଆନ୍ତରିକତା ନ ଥିଲା ବୋଲି ମତପ୍ରକାଶ ପାଇଛି।
କଲେଜର ସର୍ବାଙ୍ଗୀନ ବିକାଶ ପାଇଁ ଗଭର୍ନିଂ ବଡି ଗଠନ କରିବାର ନିୟମ ରହିଛି। ଏଥିପାଇଁ ଶିକ୍ଷା ବିଭାଗ ପକ୍ଷରୁ କେତେକ ଗାଇଡ୍‌ଲାଇନ୍‌ ପ୍ରସ୍ତୁତ କରାଯାଇଛି। ଏହିକ୍ରମରେ ବ୍ୟାସନଗର ସ୍ବୟଂଶାସିତ ମହାବିଦ୍ୟାଳୟ ନିମନ୍ତେ ୧୬ା୬ା୨୦୨୧ରେ ନୂତନ ଗଭର୍ନିଂ ବଡି ଗଠନ ହୋଇଥିଲା। ଏଥିରେ ଅବସରପ୍ରାପ୍ତ ସରକାରୀ ଅଧିକାରୀ ପ୍ରଦୀପ କୁମାର ବିଶ୍ୱାଳଙ୍କୁ ସଭାପତି ଭାବେ ନିଯୁକ୍ତି ଦିଆଯାଇଥିଲା। ହେଲେ ଜନଶୁଣାଣି ପୋର୍ଟାଲରେ ମୁକୁନ୍ଦ ମହାରଣା କରିଥିବା ଅଭିଯୋଗ ଅନୁସାରେ, ଯାଜପୁର ଜିଲାପାଳ ଅବସରପ୍ରାପ୍ତ ସରକାରୀ ଅଧିକାରୀ ବିଶ୍ୱାଳଙ୍କ ନାମକୁ ସୁପାରିଶ କରିଥିଲେ। କିନ୍ତୁ ୨୬ା୨ା୨୦୨୧ରୁ ବିଶ୍ୱାଳ ଓଆର୍‌ଇଆର୍‌ଏ(ଓଡିଶା ରିୟଲ ଇଷ୍ଟେଟ ରେଗୁଲେଟୋରି ଅଥରିଟି) ତଥା ଓରେରାର ମେମ୍ବର ସେକ୍ରେଟାରି ଭାବେ କାର୍ଯ୍ୟ କରିଆସୁଥିଲେ। ଓରେରାର ସଭ୍ୟ ନିଯୁକ୍ତି ସଂକ୍ରାନ୍ତରେ ୨୦୧୯ ଜୁନ୍‌ ୩୦ରେ ପ୍ରକାଶ ପାଇଥିବା ସରକାରୀ ବିଜ୍ଞପ୍ତିର ୩ ନମ୍ବର ପଏଣ୍ଟ ଅନୁଯାୟୀ ମେମ୍ବର ସେକ୍ରେଟାରି ଅନ୍ୟ କୌଣସି କାର୍ଯ୍ୟାଳୟର ଦାୟିତ୍ୱ ନେଇପାରିବେନାହିଁ। କିନ୍ତୁ ବ୍ୟାସନଗର କଲେଜର ଗଭର୍ନିଂ ବଡି ସଭାପତି ନିଯୁକ୍ତିରେ ଏହାର ଉଲ୍ଲଂଘନ ହେବା ସରକାରଙ୍କ ନିୟମର ବିରୋଧ କରାଯାଇଛି। ଏହାବାଦ ଏହି ଗଭର୍ନିଂ ବଡିରେ ଅନୁସୂଚିତ ଜାତି କିମ୍ବା ଜନଜାତି, ସଂଖ୍ୟାଲଘୁ ସଂପ୍ରଦାୟ, ଛାତ୍ରୀଛାତ୍ରଙ୍କ ଅଭିଭାବକ ନ ହୋଇ କେତେକ ସଭ୍ୟ ଭାବେ ମନୋନୀତ ହୋଇଛନ୍ତି ବୋଲି ଜନଶୁଣାଣି ପୋର୍ଟାଲରେ ଅଭିଯୋଗ ହୋଇଥିଲା। ଏହିକ୍ରମରେ ଉକ୍ତ ଅଭିଯୋଗର ସତ୍ୟାସତ୍ୟର ସନ୍ଧାନ କରି ଗଭର୍ନିଂ ବଡିର ପୁନର୍ଗଠନ କରିବାକୁ ସେ ଅନୁରୋଧ କରିଥିଲେ। ହେଲେ ଉକ୍ତ ଅଭିଯୋଗକୁ ପ୍ରାୟ ଅଢେଇ ବର୍ଷ ନାଲି ଫିତା ତଳେ ଚାପି ରଖିବା ପରେ ବିଭାଗ ପକ୍ଷରୁ ଏବେ କେଉଁ କାରଣରୁ ତତ୍ପରତା ପ୍ରକାଶ କରାଯାଉଛି ତାହା ତଦନ୍ତସାପେକ୍ଷ ବୋଲି ମତପ୍ରକାଶ ପାଇଛି। ଭୁବନେଶ୍ୱର ଆଞ୍ଚଳିକ ଶିକ୍ଷା ନିର୍ଦ୍ଦେଶାଳୟର ନିର୍ଦ୍ଦେଶକ ୨୦୬୭/୧୩ା୩ା୨୦୨୪ରେ ୭ ଦିନ ମଧ୍ୟରେ ତଦନ୍ତ କରି ତଥ୍ୟମୂଳକ ରିପୋର୍ଟ ଦାଖଲ କରିବାକୁ ବ୍ୟାସନଗର ସ୍ବୟଂଶାସିତ ମହାବିଦ୍ୟାଳୟ ଅଧ୍ୟକ୍ଷଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦିବ୍ୟାଙ୍ଗ ନାବାଳକଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପାଣ୍ଠିରୁ ମିଳିଲା ସହାୟତା

ଗଞ୍ଜାମ,୪ା୧୦(ବିଦ୍ୟାଧର ସାହୁ): ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିଜସ୍ବ ପାଣ୍ଠିରୁ ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତର ଲକ୍ଷ୍ମୀପୁର ଗ୍ରାମର ଦିବ୍ୟାଙ୍ଗ ନାବାଳକ ଏନ ନୀଳାଞ୍ଚଳ…

ଆଦିତ୍ୟଙ୍କ ସହ ମୁମ୍ବାଇ ଛାଡ଼ିଲେ ୟାମି ଗୌତମ? କାହିଁକି ଏତେ ବଡ଼ ନିଷ୍ପତ୍ତି ନେଲେ ଏହି ଦମ୍ପତ୍ତି? ଜାଣନ୍ତୁ…

ମୁମ୍ବାଇ: ଆଦିତ୍ୟ ଧର ହେଉଛନ୍ତି ବଲିଉଡର ଜଣେ ପ୍ରତିଷ୍ଠିତ ନିର୍ଦ୍ଦେଶକ, ଯିଏ ‘ଉରି: ଦ ସର୍ଜିକାଲ ଷ୍ଟ୍ରାଇକ’ (Uri: The Surgical Strike) ଭଳି ଲୋକପ୍ରିୟ ଚଳଚ୍ଚିତ୍ର…

ଦୁର୍ଘଟଣାରେ ଆହତ ବ୍ୟକ୍ତିଙ୍କୁ ତୁରନ୍ତ ମେଡିକାଲରେ ପହଞ୍ଚାଇ ଚର୍ଚ୍ଚାରେ ୨ ହୋମ୍‌ଗାର୍ଡ, ସାହସିକତାକୁ ଚାରିଆଡୁ ପ୍ରଶଂସା

ମୋହନା,୪ା୧୦(ମନ୍ମଥ ମିଶ୍ର): ଗଜପତି ଜିଲା ଅଡ଼ବା ଥାନା ଅନ୍ତର୍ଗତ ଅନ୍ତରବା ଛକ ନିକଟରେ ପିକଅପ୍‌ ଓ ଦୁଇଟି ବାଇକ୍‌ ମଧ୍ୟରେ ଦୁର୍ଘଟଣା ଘଟି ୩ ଗୁରୁତର ଥିବାବେଳେ…

ପାକିସ୍ତାନ କ୍ରିକେଟକୁ ନେଇ ଆସିଲା ବଡ଼ ଖବର, ସୋଏବ ଅଖତର ଦେଲେ ଏମିତି ଉତ୍ତର ସମସ୍ତେ ଚକିତ

ଇସଲାମାବାଦ,୪।୧୦: ଶୋଏବ ଅଖତର କ’ଣ ପାକିସ୍ତାନ କ୍ରିକେଟ ଦଳର ମୁଖ୍ୟ ଚୟନକର୍ତ୍ତା (ଚିଫ ସିଲେକ୍ଟର) ହେବାକୁ ଯାଉଛନ୍ତି? ସାମ୍ପ୍ରତିକ ସମୟରେ ଇଣ୍ଟରନେଟରେ ଏହାକୁ ନେଇ ବ୍ୟାପକ ଚର୍ଚ୍ଚା…

ଅକ୍ଟୋବରରେ ଅଷ୍ଟ୍ରେଲିଆ ବିପକ୍ଷରେ ପ୍ରଥମ ଦିନିକିଆ ମ୍ୟାଚ ଖେଳିବ ଟିମ ଇଣ୍ଡିଆ; ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ସ୍ଥାନ ନେବେ ଏହି ଖେଳାଳି

ନୂଆଦିଲ୍ଲୀ,୪।୧୦: ଭାରତୀୟ କ୍ରିକେଟ ଦଳ ଅକ୍ଟୋବର ୬ରୁ ୱେଷ୍ଟଇଣ୍ଡିଜ ବିପକ୍ଷରେ ଏକ ଟି-୨୦ ସିରିଜ ଖେଳିବାକୁ ଯାଉଛି। ଏହି ସମୟରେ, ଅନ୍ୟ ଏକ ଭାରତୀୟ ଦଳ ଅଷ୍ଟ୍ରେଲିଆର…

ଟିଏମସି (TMC)କୁ ଲାଗିବ ଶକ୍ତ ଧକ୍କା, ଦଳ ଛାଡିଥିବା ନେତାଙ୍କୁ ଭାଜପା ଦେଲା ବଡ଼ ସୁଯୋଗ

ନୂଆଦିଲ୍ଲୀ,୪।୧୦: ଭାରତୀୟ ଜନତା ପାର୍ଟି(ଭାଜପା)ର କେନ୍ଦ୍ରୀୟ ନିର୍ବାଚନ କମିଟି ରବିବାର (ଅକ୍ଟୋବର ୪) ରାଜ୍ୟ ସଭା ନିର୍ବାଚନ ପାଇଁ ଦୁଇଜଣ ପ୍ରମୁଖ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି।…

ଭାଇରାଲ ହେଉଛି ସଞ୍ଜୟ ଦତ୍ତଙ୍କ ବୟାନ, ଭାରତରେ ଏବେ ପୂର୍ବଭଳି….

ମୁମ୍ବାଇ,୪।୧୦: ଅଭିନେତା ସଞ୍ଜୟ ଦତ୍ତଙ୍କୁ ଶେଖର ସୁମନଙ୍କ ଶୋ’ ‘ଶେଖର ଟୁନାଇଟ୍’ରେ ଦେଖିବାକୁ ମିଳିଛି । ଗାନ୍ଧୀ ଜୟନ୍ତୀ ସ୍ପେଶାଲ ଏପିସୋଡ୍‌ରେ ଯୋଗଦେଇ ସଞ୍ଜୟ ଦତ୍ତ ତାଙ୍କ…

ଛତୁ ତୋଳିବାକୁ ଯାଇ ଭାଲୁ ହାବୁଡ଼ରେ ପଡ଼ିଗଲେ ମହିଳା, ଆଉ ତା’ ପରେ…

ଆନନ୍ଦପୁର,୪ା୧୦(ସୁଶାନ୍ତ କୁମାର ସାହୁ): ଛତୁ ତୋଳିବାକୁ ଯାଇଥିବାବେଳେ ମହିଳା ଭାଲୁ ଆକ୍ରମଣରେ ଗୁରତର ଅବସ୍ଥାରେ ପ୍ରଥମେ ଆନନ୍ଦପୁର ମେଡିକାଲ ପରେ ଗୁରୁତର ଅବସ୍ଥାରେ କଟକ ସ୍ଥାନାନ୍ତର କରାଯାଇଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?