ଗଭର୍ନିଂ ବଡି ସଭାପତି ନିଯୁକ୍ତି ବେଆଇନ

ଯାଜପୁର,୧୭ା୩(ହର୍ଷବର୍ଦ୍ଧନ ବେହେରା)ଯାଜପୁର ଜିଲାର ବ୍ୟାସନଗର ସ୍ବୟଂଶାସିତ ମହାବିଦ୍ୟାଳୟରେ ଗଭର୍ନିଂ ବଡି ସଭାପତି ନିଯୁକ୍ତି ପ୍ରକ୍ରିୟା ନିୟମରେ ବ୍ୟାପକ ଉଲ୍ଲଂଘନ କରାଯାଇଛି। ଏକା ସମୟରେ ଜଣେ ବ୍ୟକ୍ତି ଦୁଇଟି ପଦବୀ ଦାୟିତ୍ୱ ତୁଲାଇବାର ନିୟମ ନ ଥିବାବେଳେ ତାଙ୍କୁ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ସଭାପତି ନିଯୁକ୍ତି କରିବା ବେଆଇନ ବୋଲି ୧୭ା୮ା୨୦୨୧ରେ ଜନଶୁଣାଣି ପୋର୍ଟାଲରେ ଅଭିଯୋଗ ହୋଇଥିଲା। ହେଲେ ବିଡ଼ମ୍ବନା ଯେ, ଏହି ଅଭିଯୋଗର ପ୍ରାୟ ଅଢ଼େଇବର୍ଷ ଅତିକ୍ରାନ୍ତ ହେବାପରେ ୧୩ା୩ା୨୦୨୪ରେ ଭୁବନେଶ୍ୱର ଆଞ୍ଚଳିକ ଶିକ୍ଷା ନିର୍ଦ୍ଦେଶାଳୟ ପକ୍ଷରୁ ଆବଶ୍ୟକ ତଦନ୍ତ କରି ବିହିତ ପଦକ୍ଷେପ ନେବାକୁ ମହାବିଦ୍ୟାଳୟର ଅଧ୍ୟକ୍ଷଙ୍କୁ ନିର୍ଦ୍ଦେଶ ହୋଇଛି। ଏଥିରୁ ଉକ୍ତ ଅଭିଯୋଗକୁ ଉଚ୍ଚଶିକ୍ଷା ବିଭାଗର ସମ୍ପୃକ୍ତ ଅଧିକାରୀ ଜାଣିଶୁଣି ଚପେଇ ରଖିଥିଲେ କିମ୍ବା ତଦନ୍ତ କରିବାକୁ କୌଣସି ଆନ୍ତରିକତା ନ ଥିଲା ବୋଲି ମତପ୍ରକାଶ ପାଇଛି।
କଲେଜର ସର୍ବାଙ୍ଗୀନ ବିକାଶ ପାଇଁ ଗଭର୍ନିଂ ବଡି ଗଠନ କରିବାର ନିୟମ ରହିଛି। ଏଥିପାଇଁ ଶିକ୍ଷା ବିଭାଗ ପକ୍ଷରୁ କେତେକ ଗାଇଡ୍‌ଲାଇନ୍‌ ପ୍ରସ୍ତୁତ କରାଯାଇଛି। ଏହିକ୍ରମରେ ବ୍ୟାସନଗର ସ୍ବୟଂଶାସିତ ମହାବିଦ୍ୟାଳୟ ନିମନ୍ତେ ୧୬ା୬ା୨୦୨୧ରେ ନୂତନ ଗଭର୍ନିଂ ବଡି ଗଠନ ହୋଇଥିଲା। ଏଥିରେ ଅବସରପ୍ରାପ୍ତ ସରକାରୀ ଅଧିକାରୀ ପ୍ରଦୀପ କୁମାର ବିଶ୍ୱାଳଙ୍କୁ ସଭାପତି ଭାବେ ନିଯୁକ୍ତି ଦିଆଯାଇଥିଲା। ହେଲେ ଜନଶୁଣାଣି ପୋର୍ଟାଲରେ ମୁକୁନ୍ଦ ମହାରଣା କରିଥିବା ଅଭିଯୋଗ ଅନୁସାରେ, ଯାଜପୁର ଜିଲାପାଳ ଅବସରପ୍ରାପ୍ତ ସରକାରୀ ଅଧିକାରୀ ବିଶ୍ୱାଳଙ୍କ ନାମକୁ ସୁପାରିଶ କରିଥିଲେ। କିନ୍ତୁ ୨୬ା୨ା୨୦୨୧ରୁ ବିଶ୍ୱାଳ ଓଆର୍‌ଇଆର୍‌ଏ(ଓଡିଶା ରିୟଲ ଇଷ୍ଟେଟ ରେଗୁଲେଟୋରି ଅଥରିଟି) ତଥା ଓରେରାର ମେମ୍ବର ସେକ୍ରେଟାରି ଭାବେ କାର୍ଯ୍ୟ କରିଆସୁଥିଲେ। ଓରେରାର ସଭ୍ୟ ନିଯୁକ୍ତି ସଂକ୍ରାନ୍ତରେ ୨୦୧୯ ଜୁନ୍‌ ୩୦ରେ ପ୍ରକାଶ ପାଇଥିବା ସରକାରୀ ବିଜ୍ଞପ୍ତିର ୩ ନମ୍ବର ପଏଣ୍ଟ ଅନୁଯାୟୀ ମେମ୍ବର ସେକ୍ରେଟାରି ଅନ୍ୟ କୌଣସି କାର୍ଯ୍ୟାଳୟର ଦାୟିତ୍ୱ ନେଇପାରିବେନାହିଁ। କିନ୍ତୁ ବ୍ୟାସନଗର କଲେଜର ଗଭର୍ନିଂ ବଡି ସଭାପତି ନିଯୁକ୍ତିରେ ଏହାର ଉଲ୍ଲଂଘନ ହେବା ସରକାରଙ୍କ ନିୟମର ବିରୋଧ କରାଯାଇଛି। ଏହାବାଦ ଏହି ଗଭର୍ନିଂ ବଡିରେ ଅନୁସୂଚିତ ଜାତି କିମ୍ବା ଜନଜାତି, ସଂଖ୍ୟାଲଘୁ ସଂପ୍ରଦାୟ, ଛାତ୍ରୀଛାତ୍ରଙ୍କ ଅଭିଭାବକ ନ ହୋଇ କେତେକ ସଭ୍ୟ ଭାବେ ମନୋନୀତ ହୋଇଛନ୍ତି ବୋଲି ଜନଶୁଣାଣି ପୋର୍ଟାଲରେ ଅଭିଯୋଗ ହୋଇଥିଲା। ଏହିକ୍ରମରେ ଉକ୍ତ ଅଭିଯୋଗର ସତ୍ୟାସତ୍ୟର ସନ୍ଧାନ କରି ଗଭର୍ନିଂ ବଡିର ପୁନର୍ଗଠନ କରିବାକୁ ସେ ଅନୁରୋଧ କରିଥିଲେ। ହେଲେ ଉକ୍ତ ଅଭିଯୋଗକୁ ପ୍ରାୟ ଅଢେଇ ବର୍ଷ ନାଲି ଫିତା ତଳେ ଚାପି ରଖିବା ପରେ ବିଭାଗ ପକ୍ଷରୁ ଏବେ କେଉଁ କାରଣରୁ ତତ୍ପରତା ପ୍ରକାଶ କରାଯାଉଛି ତାହା ତଦନ୍ତସାପେକ୍ଷ ବୋଲି ମତପ୍ରକାଶ ପାଇଛି। ଭୁବନେଶ୍ୱର ଆଞ୍ଚଳିକ ଶିକ୍ଷା ନିର୍ଦ୍ଦେଶାଳୟର ନିର୍ଦ୍ଦେଶକ ୨୦୬୭/୧୩ା୩ା୨୦୨୪ରେ ୭ ଦିନ ମଧ୍ୟରେ ତଦନ୍ତ କରି ତଥ୍ୟମୂଳକ ରିପୋର୍ଟ ଦାଖଲ କରିବାକୁ ବ୍ୟାସନଗର ସ୍ବୟଂଶାସିତ ମହାବିଦ୍ୟାଳୟ ଅଧ୍ୟକ୍ଷଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବାଲିଗୁଡ଼ା ଆସନ ପାଇଁ ବିଜେଡି ପ୍ରାର୍ଥୀ ଚକ୍ରମଣି କହଁର ଦାଖଲ କଲେ ପ୍ରାର୍ଥିପତ୍ର

ବାଲିଗୁଡା,୨୯।୪:(ସଞ୍ଜୟ କୁମାର ପାଣିଗ୍ରାହୀ): ପ୍ରବଳ ଖରା ସତ୍ତ୍ୱେ ହଜାର ହଜାର ସମର୍ଥକଙ୍କ ଗହଣରେ ଏକ ବିରାଟ ଶୋଭାଯାତ୍ରାରେ ଆସି କନ୍ଧମାଳ ଜିଲା ବାଲିଗୁଡା ବିଧାନସଭା ନିର୍ବାଚନ...

ନାମାଙ୍କନପତ୍ର ଦାଖଲ ବେଳେ ମୁହାଁମୁହିଁ ହେଲେ ଭାଜପା-ବିଜେଡି, ଶୁଭିଲା ଜୟ ଶ୍ରୀରାମ, ଜୟଜଗନ୍ନାଥ

ଭୁବନେଶ୍ୱର,୨୯।୪: ନାମାଙ୍କନପତ୍ର ଦାଖଲ ବେଳେ ମୁହାଁମୁହିଁ ହେଲେ ଭାଜପା ଓ ବିଜେଡି କର୍ମୀ। ଭାଜପା ଲୋକ ସଭା ପ୍ରାର୍ଥୀ ସମ୍ବିତ ପାତ୍ର ଓ ବିଜେଡିର ସତ୍ୟବାଦୀ...

ମେ’ ୩ରେ ରାୟଗଡ଼ା ଆସିବେ ରାହୁଲ

ଭୁବନେଶ୍ୱର,୨୯।୪: ମେ’ ୩ ତାରିଖରେ ରାୟଗଡ଼ା ଆସିବେ ରାହୁଲ ଗାନ୍ଧୀ। ଏ ନେଇ ସୂଚନା ଦେଇଛନ୍ତି ଭକ୍ତ ଦାସ। ପ୍ରିୟଙ୍କା ଗାନ୍ଧୀଙ୍କ ମଧ୍ୟ ନବରଙ୍ଗପୁର ଗସ୍ତ...

ପ୍ରଧାନ ଶିକ୍ଷକ ଦାୟିତ୍ୱରେ ଥିବା କନିଷ୍ଠ ଶିକ୍ଷକଙ୍କ ବରିଷ୍ଠ ଶିକ୍ଷୟିତ୍ରୀଙ୍କୁ ଦୁର୍ବ୍ୟବହାର

ପଟ୍ଟାଙ୍ଗି,୨୯।୪(ଶରତ ଧଳ): ଜଣେ କନିଷ୍ଠ ଶିକ୍ଷକ ପ୍ରଧାନ ଶିକ୍ଷକ ଦାୟିତ୍ୱରେ ରହି ବିଦ୍ୟାଳୟର ବରିଷ୍ଠ ଶିକ୍ଷୟିତ୍ରୀଙ୍କୁ ଦୁର୍ବ୍ୟବହାର କରୁଥିବା ନେଇ ପଟ୍ଟାଙ୍ଗି ଥାନାରେ ଏକ ଅଭିଯୋଗ...

ରାଜ୍ୟରେ ଅଂଶୁଘାତରେ ଆଉ ଜଣଙ୍କର ମୃତ୍ୟୁ

ଭୁବନେଶ୍ୱର,୨୯।୪: ରାଜ୍ୟରେ ଅଂଶୁଘାତରେ ଆଉ ଜଣଙ୍କର ମୃତ୍ୟୁ ଘଟିଛି। ମୃତ ବ୍ୟକ୍ତି ଜଣଙ୍କ ଢେଙ୍କନାଳ ଜିଲାର ବୋଲି ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି।...

ରାହୁଲଙ୍କ ଭାଷଣକୁ ନେଇ ଜୋର୍‌ ଧରିଲା ରାଜନୀତି

ଭୁବନେଶ୍ୱର, ୨୯।୪(ସୁନିତ୍‌ ମିଶ୍ର):୨୦୨୪ ନିର୍ବାଚନ ପାଇଁ ମେ’ ୧୩ରେ ଓଡ଼ିଶାରେ ପ୍ରଥମ ପର୍ଯ୍ୟାୟ ଭୋଟ୍‌ ଅନୁଷ୍ଠିତ ହେବ। ଏଥିଲାଗି ଭାଜପା ଏବଂ କଂଗ୍ରେସର କେନ୍ଦ୍ରୀୟ ନେତାମାନଙ୍କ...

ନାମାଙ୍କନପତ୍ର ଦାଖଲ କଲେ ଏମ୍‌ପି ପ୍ରାର୍ଥୀ

କେନ୍ଦୁଝର,୨୯ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): ସୋମବାର ନାମାଙ୍କନପତ୍ର ଦାଖଲର ପ୍ରଥମ ଦିନରେ ବିଜେଡି ପ୍ରାର୍ଥୀ ଧନୁର୍ଜୟ ସିଦ୍ଧୁ ପ୍ରଥମ ପ୍ରାର୍ଥୀ ଭାବେ ନାମାଙ୍କନପତ୍ର ଦାଖଲ କରିଛନ୍ତି। ଏନେଇ...

ଅପରାଜିତାଙ୍କ ବିରୋଧରେ ତେଜିଲା ବିଦ୍ରୋହର ସ୍ବର: ସ୍ବାଧୀନ ଭାବେ ଲଢିବାକୁ ଧମକ ଦେଲେ କାଳୁ

ଖୋର୍ଦ୍ଧା,୨୯।୪(ପ୍ରଭାତ ପାଣିଗ୍ରାହୀ):ଭାଜପା ଖୋର୍ଦ୍ଧାରୁ ପ୍ରଶାନ୍ତ ଜଗଦ୍ଦେବଙ୍କୁ ପ୍ରାର୍ଥୀ କରିବା ପରେ ଦଳରେ ବିଦ୍ରୋହର ସ୍ବର ଉଠିଛି। ରବିବାର ଖୋର୍ଦ୍ଧା ମଳିପଡ଼ାରେ କାଳୁଚରଣ ଖଣ୍ଡାୟତରାୟ ସ୍ବାଭିମାନ ସମାବେଶ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri