Posted inରାଜ୍ୟ

ଏଓଆର୍‌ ନିଯୁକ୍ତ, ଦିଲ୍ଲୀ ଗଲା ରାଜସ୍ବ ଟିମ୍‌

ଭୁବନେଶ୍ୱର, ୧୦ା୨(ବ୍ୟୁରୋ): ଆନ୍ଧ୍ରପ୍ରଦେଶ ସରକାର କୋଟିଆରେ ପଞ୍ଚାୟତ ନିର୍ବାଚନ କରାଇବା ପ୍ରସଙ୍ଗରେ ଓଡ଼ିଶା ସରକାର ସୁପ୍ରିମକୋର୍ଟରେ ରିଟ୍‌ ପିଟିଶନ କରିବାକୁ ପ୍ରସ୍ତୁତି ଚଳାଇଛନ୍ତି। ରାଜ୍ୟ ଆଇନ ବିଭାଗ ପକ୍ଷରୁ ଶିବଶଙ୍କର ମିଶ୍ରଙ୍କୁ ଆଡଭୋକେଟ୍‌ ଅନ୍‌ ରେକର୍ଡ (ଏଓଆର୍‌) ନିଯୁକ୍ତ କରାଯାଇଛି। ଇତିମଧ୍ୟରେ ତାଙ୍କୁ ଚିଠି ହୋଇଛି। ସେହିପରି କୋରାପୁଟ ଏଡିଏମ୍‌ଙ୍କ ନେତୃତ୍ୱରେ ରାଜସ୍ବ ବିଭାଗର ଏକ ଟିମ୍‌ ଦିଲ୍ଲୀ ଗସ୍ତ କରଛି। ସୁପ୍ରିମକୋର୍ଟରେ କିଭଳି ମାମଲା ଲଢ଼ାଯିବ ସେନେଇ ଏମାନେ ଆଲୋଚନା କରିବେ ବୋଲି ଜଣାପଡିଛି।
ଏହି ଘଟଣାକୁ ନେଇ ରାଜ୍ୟ ରାଜନୀତି ମଧ୍ୟ ଜୋର ଧରିଛି। ଭାଜପା ରାଜ୍ୟ ସଭାପତି ସମୀର ମହାନ୍ତି କହିଛନ୍ତି, ୧୯୩୬ ମସିହାରୁ କୋରାପୁଟ ଜିଲା ପଟ୍ଟାଙ୍ଗୀ ଅଞ୍ଚଳରେ କୋଟିଆ ପଞ୍ଚାୟତ ଓଡ଼ିଶା ଭୂଖଣ୍ଡରେ ରହିଛି। ହେଲେ ବର୍ତ୍ତମାନ ଆନ୍ଧ୍ର ସରକାର ସେଠାରେ ପଞ୍ଚାୟତ ନିର୍ବାଚନ କରିବାକୁ ମସୁଧା ଚଳାଇଛନ୍ତି। ଦୀର୍ଘଦିନ ଧରି ଦୁଇ ରାଜ୍ୟ ଭିତରେ ଏହି ବିବାଦ ଲାଗି ରହିଥିବା ବେଳେ ରାଜ୍ୟ ସରକାର କୋଟିଆରେ ସରକାରୀ ସୁବିଧା ପହଞ୍ଚାଇବାରେ ବିଫଳ ହୋଇଛନ୍ତି। ତେଣୁ ଏଭଳି ସମୟରେ ଓଡ଼ିଶା ସହ କୋଟିଆବାସୀଙ୍କ ଭାବାବେଗକୁ ସୁଦୃଢ଼ କରିବାକୁ ଏକ ପ୍ରତିନିଧିମଣ୍ଡଳୀ ବୁଧବାର କୋଟିଆ ଗସ୍ତ କରିବ ବୋଲି ସେ କହିଛନ୍ତି। ସେହିଭଳି ବିରୋଧୀ ଦଳ ନେତା ପ୍ରଦୀପ୍ତ ନାଏକ ଟୁଇଟ୍‌ ଯୋଗେ କହିଛନ୍ତି, ବୁଧବାର ସାରା ଦିନ କୋଟିଆ ଅଞ୍ଚଳବାସୀଙ୍କ ସହ କଟାଇବେ। ଲୋକଙ୍କ ସମସ୍ୟା କଥା ବୁଝିବେ ବୋଲି ସେ କହିଛନ୍ତି। ଏହାପରେ ସେଠାରେ ଭାଜପା ଟିମ୍‌ ଖବରଦାତା ସମ୍ମିଳନୀ କରିବେ ବୋଲି ସୂଚନା ଦେଇଛନ୍ତି।
କୋଟିଆରେ ଆନ୍ଧ୍ର ସରକାର ପଞ୍ଚାୟତ ନିର୍ବାଚନ ପ୍ରସ୍ତୁତି କରିବା ପରେ ରାଜ୍ୟ ପ୍ରଶାସନ ତତ୍ପରତା ଦେଖାଇଛି। ଗତ ସୋମବାର ଓଡ଼ିଶା ଗସ୍ତରେ ଆସିଥିବା ଆନ୍ଧ୍ର ବିଧାନସଭା କମିଟି ଏହି ଘଟଣାରେ ଉଭୟ ରାଜ୍ୟ ଆପୋସ ଆଲୋଚନା କରିବାର ଆବଶ୍ୟକତା ଥିବା କହିଯାଇଛନ୍ତି। ତେବେ ଏସବୁ ଭିତରେ କୋଟିଆ ପ୍ରସଙ୍ଗ କେଉଁଠି ପହଞ୍ଚୁଛି ତାକୁ ନେଇ ସାଧାରଣରେ ନାନା ପ୍ରକାର କଳ୍ପନାଜଳ୍ପନା ଆରମ୍ଭ ହୋଇଗଲାଣି।
କୋଟିଆ ପ୍ରସଙ୍ଗରେ ଗତ ସୋମବାର କଟକରେ ଆଡଭୋକେଟ ଜେନେରାଲଙ୍କ ସହ କୋରାପୁଟ ଏଡିଏମ୍‌ ଏବଂ ସରକାରୀ ଓକିଲ ମଧ୍ୟ ଆଲୋଚନା କରିଥିଲେ। ଏନେଇ ସରକାର ସୁପ୍ରିମକୋର୍ଟ ଯାଇପାରନ୍ତି ବୋଲି ଯାହା ଅନୁମାନ କରାଯାଉଥିଲା ତାହା ସତ ହୋଇଛି। ସୂଚନାଯୋଗ୍ୟ ଯେ, ଓଡ଼ିଶାର ୩ଟି ଗାଁରେ ଆନ୍ଧ୍ରପ୍ରଦେଶ ପଞ୍ଚାୟତ ନିର୍ବାଚନ ପାଇଁ ୩ ଗାଁରୁ ୧୫ଜଣ ପ୍ରାର୍ଥତ୍ପତ୍ର ଦାଖଲ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଅଷ୍ଟପ୍ରହର ନାମଯଜ୍ଞରେ ଗୁଳିମାଡ଼

ଘଣ୍ଟାପଡ଼ା/ଖୁଣ୍ଟିଗୋରା,୧୮।୪ (ପ୍ରଭାତ କୁମାର ସାହୁ/ମକରନ୍ଦ ସାହୁ)-ବୌଦ୍ଧ ଜିଲା କଣ୍ଟାମାଳ ଥାନା ଲମ୍ବସୱରୀ ଗ୍ରାମପଞ୍ଚାୟତର ପିପଲପାଲି ଗ୍ରାମରେ ରାମନବମୀ ପାଇଁ ଅଷ୍ଟପ୍ରହର ନାମଯଜ୍ଞ ଚାଲିଥିବାବେଳେ ବୁଧବାର ରାତି...

ଏଏପି ପରେ ଓଡ଼ିଶାରେ ପ୍ରାର୍ଥୀ ଘୋଷଣା କଲା ସିପିଆଇଏମ, ଭୁବନେଶ୍ୱର ଲୋକ ସଭା ଆସନରୁ ଲଢିବେ ଏହି ନେତା

ଭୁବନେଶ୍ୱର,୧୮।୪: ରାଜ୍ୟର ୩୭ଟି ବିଧାନସଭା ପାଇଁ ଆମ ଆଦମୀ ପାର୍ଟି ନିଜର ପ୍ରାର୍ଥୀ ଘୋଷଣା କରିଥିବା ବେଳେ ସିପିଆଇ(ଏମ ) ମଧ୍ୟ ଆଜି ଭୁବନେଶ୍ୱର ଲୋକ...

ନିର୍ବାଚନ ପୂର୍ବରୁ ଜବତ ହେଲା ଲକ୍ଷ ଲକ୍ଷ ଟଙ୍କା

ବରଗଡ଼,୧୮।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଟାଉନ ଥାନା ପୋଲିସ ସହର ଉପକଣ୍ଠ ହଲଦୀପାଲି ଛକରେ ଯାଞ୍ଚ ଚଲାଇ ଥିବାବେଳେ ବୁଧବାର ୧୦ଲକ୍ଷ ଟଙ୍କା ଜବତ କରିଛି ।...

ଉତ୍କଳ ଗ୍ରାମୀଣ ବ୍ୟାଙ୍କରୁ ଡକାୟତି

ବରପାଲି,୧୮।୪(ଚିତ୍ତରଞ୍ଜନ ସାହୁ): ବରଗଡ଼ ଜିଲା ବରପାଲିସ୍ଥିତ ଏକ ହୋଟେଲ ତଳ ମହଲାରେ ଥିବା ଉତ୍କଳ ଗ୍ରାମୀଣ ବ୍ୟାଙ୍କରୁ ଗୁରୁବାର ସଶସ୍ତ୍ର ଡକାୟତ ହୋଇଛି। ଡକାୟତମାନେ ବ୍ୟାଙ୍କରୁ...

ରାଲିରେ ଯାଇ ନିଲମ୍ବିତ ହୋଇଥିଲେ ଶିକ୍ଷୟିତ୍ରୀ: ଏବେ ସଭାକୁ ଯାଇ ଶିକ୍ଷକଙ୍କୁ ପଡ଼ିଲା ମହଙ୍ଗା

ବୌଦ୍ଧ/ଘଣ୍ଟାପଡ଼ା/ଖୁଣ୍ଟିଗୋରା,୧୮।୪ (ଅଜିତ କୁମାର ବାରିକ/ ପ୍ରଭାତ କୁମାର ସାହୁ/ ମକରନ୍ଦ ସାହୁ): ବୌଦ୍ଧ ଜିଲା କଣ୍ଟାମାଳ ନିର୍ବାଚନ ମଣ୍ଡଳୀରେ ଏକ ଦଳର ନିର୍ବାଚନୀ ସଭାରେ ଯୋଗ...

ଟ୍ୱିନ୍ ସିଟିରେ ମହିଳାଙ୍କ ସୁରକ୍ଷା ପାଇଁ ସ୍ୱତନ୍ତ୍ର ଟିମ୍ ଗଠନ କଲା କମିସନରେଟ ପୋଲିସ

ଭୁବନେଶ୍ୱର,୧୮।୪: ସର୍ବସାଧାରଣ ସ୍ଥାନରେ ମହିଳାଙ୍କ ସୁରକ୍ଷା ସୁନିଶ୍ଚିତ କରିବା ଦିଗରେ ଏକ ବଡ ପଦକ୍ଷେପ ନେଇଛି କମିଶନରେଟ୍ ପୋଲିସ୍। ମହିଳା ମାନଙ୍କ ସୁରକ୍ଷା ପାଇଁ ଏଣିକି...

ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି, ଏହୁ ସବୁ ଜିଲାକୁ ସତର୍କ ସୂଚନା ଜାରି

ଭୁବନେଶ୍ୱର,୧୮।୪: ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି ରହିଛି । ପାଣିପାଗ କେନ୍ଦ୍ରର ଆକଳନ ଅନୁଯାୟୀ ଗୁରୁବାର ଦିନ ଆଜି ଦିନ ୨ଟା ୩୦ ସୁଦ୍ଧା ଭୁବନେଶ୍ୱରରେ...

ସତ୍ୟବାଦୀରୁ ମନୋଜ ରଥଙ୍କୁ ପ୍ରାର୍ଥୀ କରିବା ପରେ ପ୍ରସାଦ ହରିଚନ୍ଦନ କହିଲେ…

ଭୁବନେଶ୍ୱର,୧୮।୪: ଆଜି କଂଗ୍ରେସ ଆଉ ୪ ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି। ମାହାଙ୍ଗାରୁ ଦେବେନ୍ଦ୍ର ସାହୁ, ସତ୍ୟବାଦୀରୁ ମନୋଜ ରଥ, ଭୁବନେଶ୍ୱର-ମଧ୍ୟରୁ ପ୍ରକାଶ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri