ଭୁବନେଶ୍ୱର, ୧୦ା୨(ବ୍ୟୁରୋ): ଆନ୍ଧ୍ରପ୍ରଦେଶ ସରକାର କୋଟିଆରେ ପଞ୍ଚାୟତ ନିର୍ବାଚନ କରାଇବା ପ୍ରସଙ୍ଗରେ ଓଡ଼ିଶା ସରକାର ସୁପ୍ରିମକୋର୍ଟରେ ରିଟ୍ ପିଟିଶନ କରିବାକୁ ପ୍ରସ୍ତୁତି ଚଳାଇଛନ୍ତି। ରାଜ୍ୟ ଆଇନ ବିଭାଗ ପକ୍ଷରୁ ଶିବଶଙ୍କର ମିଶ୍ରଙ୍କୁ ଆଡଭୋକେଟ୍ ଅନ୍ ରେକର୍ଡ (ଏଓଆର୍) ନିଯୁକ୍ତ କରାଯାଇଛି। ଇତିମଧ୍ୟରେ ତାଙ୍କୁ ଚିଠି ହୋଇଛି। ସେହିପରି କୋରାପୁଟ ଏଡିଏମ୍ଙ୍କ ନେତୃତ୍ୱରେ ରାଜସ୍ବ ବିଭାଗର ଏକ ଟିମ୍ ଦିଲ୍ଲୀ ଗସ୍ତ କରଛି। ସୁପ୍ରିମକୋର୍ଟରେ କିଭଳି ମାମଲା ଲଢ଼ାଯିବ ସେନେଇ ଏମାନେ ଆଲୋଚନା କରିବେ ବୋଲି ଜଣାପଡିଛି।
ଏହି ଘଟଣାକୁ ନେଇ ରାଜ୍ୟ ରାଜନୀତି ମଧ୍ୟ ଜୋର ଧରିଛି। ଭାଜପା ରାଜ୍ୟ ସଭାପତି ସମୀର ମହାନ୍ତି କହିଛନ୍ତି, ୧୯୩୬ ମସିହାରୁ କୋରାପୁଟ ଜିଲା ପଟ୍ଟାଙ୍ଗୀ ଅଞ୍ଚଳରେ କୋଟିଆ ପଞ୍ଚାୟତ ଓଡ଼ିଶା ଭୂଖଣ୍ଡରେ ରହିଛି। ହେଲେ ବର୍ତ୍ତମାନ ଆନ୍ଧ୍ର ସରକାର ସେଠାରେ ପଞ୍ଚାୟତ ନିର୍ବାଚନ କରିବାକୁ ମସୁଧା ଚଳାଇଛନ୍ତି। ଦୀର୍ଘଦିନ ଧରି ଦୁଇ ରାଜ୍ୟ ଭିତରେ ଏହି ବିବାଦ ଲାଗି ରହିଥିବା ବେଳେ ରାଜ୍ୟ ସରକାର କୋଟିଆରେ ସରକାରୀ ସୁବିଧା ପହଞ୍ଚାଇବାରେ ବିଫଳ ହୋଇଛନ୍ତି। ତେଣୁ ଏଭଳି ସମୟରେ ଓଡ଼ିଶା ସହ କୋଟିଆବାସୀଙ୍କ ଭାବାବେଗକୁ ସୁଦୃଢ଼ କରିବାକୁ ଏକ ପ୍ରତିନିଧିମଣ୍ଡଳୀ ବୁଧବାର କୋଟିଆ ଗସ୍ତ କରିବ ବୋଲି ସେ କହିଛନ୍ତି। ସେହିଭଳି ବିରୋଧୀ ଦଳ ନେତା ପ୍ରଦୀପ୍ତ ନାଏକ ଟୁଇଟ୍ ଯୋଗେ କହିଛନ୍ତି, ବୁଧବାର ସାରା ଦିନ କୋଟିଆ ଅଞ୍ଚଳବାସୀଙ୍କ ସହ କଟାଇବେ। ଲୋକଙ୍କ ସମସ୍ୟା କଥା ବୁଝିବେ ବୋଲି ସେ କହିଛନ୍ତି। ଏହାପରେ ସେଠାରେ ଭାଜପା ଟିମ୍ ଖବରଦାତା ସମ୍ମିଳନୀ କରିବେ ବୋଲି ସୂଚନା ଦେଇଛନ୍ତି।
କୋଟିଆରେ ଆନ୍ଧ୍ର ସରକାର ପଞ୍ଚାୟତ ନିର୍ବାଚନ ପ୍ରସ୍ତୁତି କରିବା ପରେ ରାଜ୍ୟ ପ୍ରଶାସନ ତତ୍ପରତା ଦେଖାଇଛି। ଗତ ସୋମବାର ଓଡ଼ିଶା ଗସ୍ତରେ ଆସିଥିବା ଆନ୍ଧ୍ର ବିଧାନସଭା କମିଟି ଏହି ଘଟଣାରେ ଉଭୟ ରାଜ୍ୟ ଆପୋସ ଆଲୋଚନା କରିବାର ଆବଶ୍ୟକତା ଥିବା କହିଯାଇଛନ୍ତି। ତେବେ ଏସବୁ ଭିତରେ କୋଟିଆ ପ୍ରସଙ୍ଗ କେଉଁଠି ପହଞ୍ଚୁଛି ତାକୁ ନେଇ ସାଧାରଣରେ ନାନା ପ୍ରକାର କଳ୍ପନାଜଳ୍ପନା ଆରମ୍ଭ ହୋଇଗଲାଣି।
କୋଟିଆ ପ୍ରସଙ୍ଗରେ ଗତ ସୋମବାର କଟକରେ ଆଡଭୋକେଟ ଜେନେରାଲଙ୍କ ସହ କୋରାପୁଟ ଏଡିଏମ୍ ଏବଂ ସରକାରୀ ଓକିଲ ମଧ୍ୟ ଆଲୋଚନା କରିଥିଲେ। ଏନେଇ ସରକାର ସୁପ୍ରିମକୋର୍ଟ ଯାଇପାରନ୍ତି ବୋଲି ଯାହା ଅନୁମାନ କରାଯାଉଥିଲା ତାହା ସତ ହୋଇଛି। ସୂଚନାଯୋଗ୍ୟ ଯେ, ଓଡ଼ିଶାର ୩ଟି ଗାଁରେ ଆନ୍ଧ୍ରପ୍ରଦେଶ ପଞ୍ଚାୟତ ନିର୍ବାଚନ ପାଇଁ ୩ ଗାଁରୁ ୧୫ଜଣ ପ୍ରାର୍ଥତ୍ପତ୍ର ଦାଖଲ କରିଥିଲେ।
ବାଲୁଙ୍କେଶ୍ୱର ହାଇସ୍କୁଲ ସହକାରୀ ଶିକ୍ଷକଙ୍କୁ ମରଣାନ୍ତକ ଆକ୍ରମଣ
ଖଲ୍ଲିକୋଟ, ୮/୯/୨୦୨୬ (ପ୍ରଶାନ୍ତ କୁମାର ମିଶ୍ର): ଖଲ୍ଲିକୋଟ ଏନ୍ଏସି ଅନ୍ତର୍ଗତ ବାଲୁଙ୍କେଶ୍ୱର ହାଇସ୍କୁଲର ଜଣେ ସହକାରୀ ଶିକ୍ଷକଙ୍କୁ ସ୍କୁଲ ଗେଟ୍ ନିକଟରେ ମଙ୍ଗଳବାର ମରଣାନ୍ତକ ଆକ୍ରମଣ କରାଯାଇଛି।…
ଭ୍ରମରପୁର ସ୍କୁଲରେ ଶିକ୍ଷକ ବଦଳି ବାତିଲ ଦାବିରେ ଜେନ୍ ଆଲଫାଙ୍କ ଆନ୍ଦୋଳନ, ସ୍କୁଲ ସମ୍ମୁଖରେ ଉତ୍ତେଜନା
ଦିଗପହଣ୍ଡି,୮|୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଭ୍ରମରପୁର ଗ୍ରାମ ପ୍ରକଳ୍ପ ପ୍ରାଥମିକ ବିଦ୍ୟାଳୟ ଶିକ୍ଷକ ଭାଗବତ ପ୍ରସାଦ ନାୟକଙ୍କୁ ଚୌଧୁରୀ ଟିକରପଡ଼ା ଗ୍ରାମ ବିଦ୍ୟାଳୟକୁ…
ବାଘ ଛାଲ ଡିଲ୍ ବେଳେ ମାଡ଼ି ବସିଲା ଗୁଜରାଟ ଟିମ୍
ଜୟପୁର,୮।୯: ଗୁଜରାଟର ସ୍ବତନ୍ତ୍ର ଡିଆର୍ଆଇ ଟିମ୍କୁ ଓଡ଼ିଶାରେ ଏକ ବଡ଼ ସଫଳତା ମିଳିଛି। ଡିଆର୍ଆଇ ଟିମ୍ ଜୟପୁରରେ ଚଢ଼ାଉ କରି ଏକ କଲରା ପତରିଆ ବାଘ ଛାଲ…
ଏମଆରଏଫ୍ ୟୁନିଟ୍ରେ ପଶିଲା ୫ ଫୁଟର ଅଜଗର, ପରେ….
କୁଆଁରମୁଣ୍ଡା, ୮।୯ (ମହେନ୍ଦ୍ର କୁମାର ସାହୁ): ମଙ୍ଗଳବାର ମଧ୍ୟାହ୍ନରେ କୁଆଁରମୁଣ୍ଡା ବ୍ଲକ ଏମଆରଏଫ୍ ୟୁନିଟ୍ ଭିତରକୁ ଏକ ଅଜଗର ସାପ ପଶିଯାଇଥିଲା। ସାପଟିକୁ ଦେଖି କର୍ମଚାରୀମାନେ ଭୟଭୀତ…
ଯୁବ IAS କସ୍ତୁରୀ ଶାହାଙ୍କୁ ଭବାନୀପାଟଣା ଉପଜିଲାପାଳ ଦାୟିତ୍ୱ, ଛୁଟିଲା ଶୁଭେଚ୍ଛା…
ଭବାନୀପାଟଣା,୮।୯(ଉତ୍ତମ କୁମାର ଦାଶ): ଟ୍ରେନିଂ ଶେଷ ପରେ ୯ ଯୁବ IASଙ୍କୁ ଉପଜିଲାପାଳ ଭାବେ ନିଯୁକ୍ତି ମିଳିଛି। ଏନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇଛି।…
ରାଜଧାନୀରେ ମହିଳାଙ୍କୁ ବଳାତ୍କାର
ଭୁବନେଶ୍ୱର,୮।୯: ରାଜଧାନୀ ଭୁବନେଶ୍ୱର ଭରତପୁର ଥାନା ଅଞ୍ଚଳରୁ ଏକ ଲଜ୍ଜା ଜନକ ଘଟଣା ସାମ୍ନାକୁ ଆସିଛି। ଘରେ ପଶି ଜଣେ ମହିଳାଙ୍କୁ ବଳାତ୍କାର କରାଯାଇଥିବା ଅଭିଯୋଗ ହୋଇଛି।…
ନିଲମ୍ବିତ ହେଲେ ପୂର୍ବତନ ବିଧାୟକଙ୍କ ସ୍ବାମୀ, ଜାଣନ୍ତୁ କାରଣ…
ଭୁବନେଶ୍ୱର,୮।୯: ପୂର୍ବତନ ବିଧାୟକ ସ୍ନେହାଙ୍ଗିନୀ ଛୁରିଆଙ୍କ ସ୍ବାମୀ ଦୁର୍ଗା ଛୁରିଆଙ୍କୁ କାର୍ଯ୍ୟରୁ ନିଲମ୍ବିତ କରାଯାଇଛି। ରାଜନୈତିକ କାର୍ଯ୍ୟକଳାପରେ ସମ୍ପୃକ୍ତି ଥିବା ଅଭିଯୋଗରେ ଓଡ଼ିଶା ସହକାରୀ ସମିତି ରେଜିଷ୍ଟ୍ରାରଙ୍କ…
୯ ଯୁବ IASଙ୍କୁ ମିଳିଲା ନୂଆ ଦାୟିତ୍ୱ: ଏହି ସବୁ ସ୍ଥାନରେ ଉପଜିଲାପାଳ ଭାବେ ହେଲେ ନିଯୁକ୍ତ
ଭୁବନେଶ୍ୱର, ୮।୯: ଟ୍ରେନିଂ ଶେଷ ପରେ ୯ ଯୁବ IASଙ୍କୁ ଉପଜିଲାପାଳ ନିଯୁକ୍ତି। ଏନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇଛି। IAS ଅନିମେଶ ପ୍ରଧାନଙ୍କୁ…
Archives

