ଉଦ୍ୟମ ଦିଗରେ ଉଦାସୀନ

ବଇଣ୍ଡା,୧୨।୧୧ (ଡି.ଏନ.ଏ.):  ପାନୀୟ ସମସ୍ୟାର ସମାଧାନ ନିମନ୍ତେ ନିର୍ମାଣ ହେଲା ପାଣି ପ୍ରକଳ୍ପ। ବ୍ୟୟ ହେଲା ଦେଢ଼କୋଟି ଟଙ୍କା। ହେଲେ କାମ ଶେଷ ହେବାର ୩ ବର୍ଷ ପରେ ମଧ୍ୟ ୩ ଗାଁରେ ପହଞ୍ଚିନି ପାଣି। ଏପରି କି ଫିଲ୍‌ଟରଟିଏ ଲଗାଇ ୫ ହଜାର ଲୋକଙ୍କ ଶୋଷ ମେଣ୍ଟାଇବାକୁ ବିଭାଗୀୟ ଅଧିକାରୀଙ୍କ ଆଗ୍ରହ ନାହିଁ। ବାରମ୍ବାର ଦୃଷ୍ଟି ଆକର୍ଷଣ ପରେ ବି ସମାଧାନ ନିମନ୍ତେ ପ୍ରଶାସନ ଉଦ୍ୟମ କରିବା ପରିବର୍ତ୍ତେ ଉଦାସୀନ ମନୋଭାବ ପୋଷଣ କରୁଥିବା ଅଭିଯୋଗ କରିଛନ୍ତି ଅନୁଗୋଳ ଜିଲା କିଶୋରନଗର ବ୍ଲକର ହଣ୍ଡପା ପଞ୍ଚାୟତବାସୀ।
ପଞ୍ଚାୟତବାସୀଙ୍କ କହିବା ଅନୁଯାୟୀ, ହଣ୍ଡପା ପଞ୍ଚାୟତର ଚାକୁଣ୍ଡାମୁଣ୍ଡା, ଯୋଗୀପଥର ଓ ହଣ୍ଡପା ଗ୍ରାମବାସୀ ବର୍ଷସାରା ପାନୀୟ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ବିଶେଷକରି ଖରାଦିନେ ଜଳସ୍ତର ହ୍ରାସ ଯୋଗୁ ନଳକୂଅ ଓ ଖୋଲା କୂଅରୁ ଆବଶ୍ୟକ ପାଣି ବାହାରୁ ନାହିଁ। ତେଣୁ ଏଠାକାର ପ୍ରାୟ ୫ ହଜାର ଲୋକଙ୍କୁ ବିଶୁଦ୍ଧ ପାଇପ୍‌ ପାଣି ଯୋଗାଇ ଦେବା ପାଇଁ ରାଜ୍ୟ ସରକାର ବସୁଧା ଯୋଜନାରେ ଯୋଗୀପଥର ଡ୍ୟାମ୍‌ ନିକଟରେ ୧ କୋଟି ୫୬ ଲକ୍ଷ ଟଙ୍କା ବ୍ୟୟରେ ଏକ ପ୍ରକଳ୍ପ ନିର୍ମାଣ କରିଥିଲେ। ୨୦୧୬ ମସିହାରେ ଏହି କାମ ଆରମ୍ଭ ହୋଇ ୨୦୧୯ରେ ଶେଷ ହୋଇଥିଲା। ଗଁାରେ ପାଣି ପହଞ୍ଚାଇବା ପାଇଁ ପାଇପ୍‌ ମଧ୍ୟ ବିଛାଯାଇଥିଲା। ହେଲେ ପ୍ରକଳ୍ପର ପାଣିକୁ ଫିଲଟର କରିବା ପାଇଁ ଲାଗିଥିବା ମେଶିନ ଅତି ନିମ୍ନମାନର ଯୋଗୁ ଜଳ ଯୋଗାଣ ସମ୍ଭବ ହୋଇପାରିଲା ନାହିଁ। ଏପରି କି ୧ ମାସ କାର୍ଯ୍ୟକ୍ଷମ କରାଯାଇଥିଲେ ମଧ୍ୟ ଗୋଳିଆ ପାଣି ଯୋଗାଣ ହେଉଥିବାରୁ ବିରୋଧ ଦେଖାଦେଇଥିଲା। ତୁରନ୍ତ ଭଲ ଫିଲ୍‌ଟର ଲଗାଇ ସମସ୍ୟାର ସମାଧାନ କରିବା ପରିବର୍ତ୍ତେ ଜଳ ଯୋଗାଣ ପ୍ରକଳ୍ପକୁ ସେବେଠାରୁ ବନ୍ଦ ରଖାଯାଇଛି। ଫଳରେ ସରକାର ଖର୍ଚ୍ଚ କରିଥିବା ଦେଢ଼କୋଟି ଟଙ୍କାର କୌଣସି ସୁଫଳ ଗ୍ରାମବାସୀଙ୍କ ନିକଟରେ ପହଞ୍ଚିପାରୁ ନାହିଁ। ଏହି ପ୍ରକଳ୍ପ ଶୀଘ୍ର କାର୍ଯ୍ୟକାରୀ କରିବା ପାଇଁ ହଣ୍ଡପା ଗ୍ରାମବାସୀ ୨ ଜୁନ ୨୦୨୦ ଓ ୨୫ ମାର୍ଚ୍ଚ ୨୦୨୧ରେ ଆଠମଲ୍ଲିକ ବିଧାୟକ, କିଶୋରନଗର ଜଳ ଯୋଗାଣ ବିଭାଗ ଓ ଅନୁଗୋଳ ଜିଲାପାଳଙ୍କ ଠାରେ ଅଭିଯୋଗ କରିଥିଲେ। କିନ୍ତୁ ପ୍ରକଳ୍ପ କାର୍ଯ୍ୟକ୍ଷମ ଦିଗରେ ସେପରି ଉଦ୍ୟମ କରାଯାଇ ନାହିଁ। ଏହାକୁ ନେଇ ପଞ୍ଚାୟତରେ ଜନଅସନ୍ତୋଷ ତୀବ୍ର ହେଉଥିବାବେଳେ ଆଗାମୀ ଦିନରେ ବଡଧରଣର ଆନ୍ଦୋଳନ ପାଇଁ ସଜବାଜ ଚାଲିଥିବା ପଞ୍ଚାୟତବାସୀ ପ୍ରକାଶ କରିଛନ୍ତି। ଏ ନେଇ କିଶୋରନଗର ଜଳ ଯୋଗାଣ ବିଭାଗ କନିଷ୍ଠଯନ୍ତ୍ରୀ ମନୋରଞ୍ଜନ ପ୍ରଧାନ କହିଛନ୍ତି, ପ୍ରକଳ୍ପ କିଛି ମାସ ଚାଲିଥିଲା। ହେଲେ ଗୋଳିଆ ପାଣି ଆସିବାରୁ ବନ୍ଦ ରଖାଯାଇଛି। ଏ ଦିଗରେ ଖୁବ୍‌ଶୀଘ୍ର ପଦକ୍ଷେପ ନିଆଯିବ।

 

ପଞ୍ଚାୟତରେ ବଢ଼ୁଛି ଅସନ୍ତୋଷ
ସରକାରୀ ଅର୍ଥ ଖର୍ଚ୍ଚର କିଛି ମୂଲ୍ୟ ମିଳୁନାହିଁ। ବିଭାଗୀୟ ଅଧିକାରୀଙ୍କ ଅବହେଳା ଯୋଗୁ ଏଭଳି ସମସ୍ୟା ସୃଷ୍ଟି ହୋଇଛି। ପାଣି ପାଇଁ ଗ୍ରାମବାସୀ ବହୁ ଅସୁବିଧାର ସମ୍ମୁଖୀନ ହେଉଥିବା ବେଳେ ପ୍ରଶାସନର ନୀରବତା ଅସନ୍ତୋଷର କାରଣ ହୋଇଛି।
-ଭରତ ଚିରଗୁଣି, ପଞ୍ଚାୟତବାସୀ
ଆରମ୍ଭରୁ ତଦାରଖ କରାଗଲା ନାହିଁ
ରାଜ୍ୟ ରାଜକୋଷରୁ ଯେଉଁ ଉଦ୍ଦେଶ୍ୟରେ ଦେଢ଼କୋଟି ଟଙ୍କା ଖର୍ଚ୍ଚ କରାଗଲା ତାହାର କୌଣସି ସୁଫଳ ଦୃଶ୍ୟମାନ ହେଉନାହିଁ। ନିର୍ମାଣ ଆରମ୍ଭରୁ ବିଭାଗୀୟ ଅଧିକାରୀ ତଦାରଖ କଲେନାହିଁ। ଅଚଳ ଅବସ୍ଥାରେ ଥିବା ଏହି ନୂଆ ପ୍ରକଳ୍ପର ରକ୍ଷଣାବେକ୍ଷଣ ମଧ୍ୟ କରାଯାଉ ନାହିଁ।
-ରତନ ସାହୁ, ପଞ୍ଚାୟତବାସୀ
ଖୋଲା କୂଅ ଉପରେ ନିର୍ଭରଶୀଳ
ପାନୀୟ ପ୍ରକଳ୍ପକୁ କାର୍ଯ୍ୟକ୍ଷମ ପାଇଁ ଅନେକଥର ଅଭିଯୋଗ କରାଯାଇଛି। ହେଲେ ପ୍ରଶାସନର ଅବହେଳା ଯୋଗୁ ଲୋକଙ୍କୁ ବର୍ଷ ବର୍ଷ ଧରି ଖୋଲା କୂଅ ଉପରେ ନିର୍ଭର କରିବାକୁ ପଡ଼ୁଛି। ତୁରନ୍ତ ପଦକ୍ଷେପ ନିଆ ନ ଗଲେ ଆନ୍ଦୋଳନ କରାଯିବ।
-ସିପୁନ ପରିଡା, ପଞ୍ଚାୟତବାସୀ
ପ୍ରକଳ୍ପ ହସ୍ତାନ୍ତର କରିନି ଠିକାସଂସ୍ଥା
ଠିକାସଂସ୍ଥା ପଞ୍ଚାୟତକୁ ଏଯାଏ ପ୍ରକଳ୍ପ ହସ୍ତାନ୍ତର କରିନାହିଁ। ଏ ନେଇ ପଞ୍ଚାୟତ ପକ୍ଷରୁ ପୂର୍ବରୁ ବ୍ଲକ ପ୍ରଶାସନ ଠାରୁ ଆରମ୍ଭ କରି ଜିଲା ପ୍ରଶାସନକୁ ଅବଗତ କରାଯାଇଛି। ହେଲେ କୌଣସି ସୁଫଳ ମିଳୁନାହିଁ l ଲୋକଙ୍କ ସମସ୍ୟା ସମାଧାନ ପାଇଁ ପୁଣି ବିଭାଗକୁ ଅବଗତ କରାଯିବ।
-ରଶ୍ମିତା ପ୍ରଧାନ, ହଣ୍ଡପା ସରପଞ୍ଚ
ପ୍ରଶାସନ ପକ୍ଷରୁ ପଦକ୍ଷେପ ନିଆଯିବ
ସରକାରଙ୍କ ପକ୍ଷରୁ ନିର୍ମାଣ କରାଯାଇଥିବା ପ୍ରକଳ୍ପରୁ ଲୋକେ କିଭଳି ପାଣି ପାଇବେ ସେ ଦିଗରେ ପ୍ରଶାସନ ପଦକ୍ଷେପ ନେବ। ଏ ନେଇ ଜଳ ଯୋଗାଣ ବିଭାଗର ଅଧିକାରୀଙ୍କ ସହ ଆଲୋଚନା କରି ସମାଧାନ ନିମନ୍ତେ ଉଦ୍ୟମ କରାଯିବ।
-ତରଣୀ ସୁନା, ଉପଜିଲାପାଳ, ଆଠମଲ୍ଲିକ


Enter your email to get our daily news in your inbox.

All Right Reserved By Dharitri.Com

ପ୍ରବାସୀ ଶ୍ରମିକଙ୍କ ଉପରେ ନେତାଙ୍କ ଆଖି

କେନ୍ଦ୍ରାପଡ଼ା,୨୬ା୪ (ଜଗନ୍ନାଥ ଧଳ): ଦାଦନ ସମସ୍ୟାରେ ପୀଡିତ କେନ୍ଦ୍ରାପଡ଼ା ଜିଲାର ଶ୍ରମିକଙ୍କ ଉପରେ ଚଳିତ ସାଧାରଣ ନିର୍ବାଚନର ପ୍ରର୍ଥୀଙ୍କ ଆଖିପଡିଛି। ଏଥିପାଇଁ ପରିବାର ଓ ଦଳୀୟ...

ମାପଚୁପ ରିପୋର୍ଟ ଦାଖଲରେ ବିଳମ୍ବ

ଯାଜପୁର,୨୬ା୪(ହର୍ଷବର୍ଦ୍ଧନ ବେହେରା): ଶିଳ୍ପାୟନ ନାମରେ ଯାଜପୁର ଜିଲାରେ ଶିଳ୍ପସଂସ୍ଥାଙ୍କ ମନମାନି ବଢିବାରେ ଲାଗିଛି। କାରଖାନା ପ୍ରତିଷ୍ଠା ପାଇଁ ଶିଳ୍ପପତିମାନେ ଭୂଅର୍ଜନ ସକାଶେ ଇଡ୍‌କୋ ଜରିଆରେ ଦରଖାସ୍ତ...

ଜାରକା ବସ୍‌ଷ୍ଟାଣ୍ଡରେ ନାହିଁ ବିଶ୍ରାମାଗାର

କାଏମା,୨୬ା୪(ଶିବପ୍ରସାଦ ମହାନ୍ତି): ଜାରକା ବସ୍‌ଷ୍ଟାଣ୍ଡରେ ଯାତ୍ରୀ ବିଶ୍ରାମଗୋର ନିର୍ମାଣ ହୋଇ ପାରୁନାହିଁ। ଫଳରେ ଯାତ୍ରୀମାନେ ଖରାରେ ଆଉଟୁପାଉଟୁ ହେଉଛନ୍ତି। ବର୍ତ୍ତମାନ ଗ୍ରୀଷ୍ମ ପ୍ରବାହ ଯୋଗୁ ଘରଠୁ...

ଅସନ୍ତୁଷ୍ଟଙ୍କ ପାଇଁ ବଢୁଛି ଅଡୁଆ

ବୈଶିଙ୍ଗା,୨୬ା୪(ରତନ ଦାଶ):ସାଧାରଣ ନିର୍ବାଚନ ଯେତିକି ପାଖେଇ ଆସୁଛି ମୟୂରଭଞ୍ଜ ଜିଲା ବଡ଼ସାହି ବିଧାନସଭା ନିର୍ବାଚନ ମଣ୍ଡଳୀରେ ସବୁଦିନ କିଛି ନୂଆ କଥା ଦେଖିବାକୁ ମିଳୁଛି। ପ୍ରମୁଖ...

ମୋକିମ୍‌ଙ୍କୁ ଟାର୍ଗେଟ୍‌ କଲେ ପ୍ରକାଶ

କଟକ,୨୬ା୪(ଶିଳ୍ପା ପ୍ରିୟଦର୍ଶିନୀ):ଆପରାଧିକ ସାମ୍ରାଜ୍ୟକୁ ସୁରକ୍ଷା ଦେବା ପାଇଁ ମହିଳା କାର୍ଡ ଖେଳିବା ଲଜ୍ଜାଜନକ ବୋଲି କହି ମହମ୍ମଦ ମୋକିମଙ୍କୁ ଟାର୍ଗେଟ କରିଛନ୍ତି ବିଜେଡି ବିଧାୟକ ପ୍ରାର୍ଥୀ...

କନିଷ୍ଠ ଶିକ୍ଷକ ନିଯୁକ୍ତି ମାମଲା: ଏହି ଦିନ ରାୟ ଶୁଣାଇବେ ହାଇକୋର୍ଟ

କଟକ,୨୬ା୪(କାର୍ତ୍ତିକ ସାହୁ):ରାଜ୍ୟର ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ କନିଷ୍ଠ ଶିକ୍ଷକ ନିଯୁକ୍ତି ପ୍ରକ୍ରିୟାରେ ଅନିୟମିତତା ନେଇ ରୁଜୁ ହୋଇଥିବା ମାମଲାର ରାୟ ପ୍ରକାଶ କରି...

ଘରେ ପଶି ମା’- ଦେଢ଼ ବର୍ଷର ପୁଅଙ୍କୁ ବୀଭତ୍ସ ହତ୍ୟା

ସମ୍ବଲପୁର,୨୬ା୪: ସମ୍ବଲପୁର ଜିଲା ଗୋବିନ୍ଦପୁର ଥାନା ଦଲକିବାହାଲ ଗାଁରେ ଗୁରୁବାର ବିଳମ୍ବିତ ରାତିରେ ଏକ ଅଭାବନୀୟ କାଣ୍ଡ ଘଟିଛି। ଘରେ ପଶି ମା’-ପୁଅଙ୍କୁ ହତ୍ୟା କରିଛନ୍ତି...

ପୁଅଙ୍କ ଲଢ଼େଇ, ବାପାଙ୍କ ଚିନ୍ତା

ବଲାଙ୍ଗୀର,୨୬ା୪(ବୀରେନ୍ଦ୍ର କୁମାର ଝାଙ୍କର):୨୦୨୪ ନିର୍ବାଚନରେ ନିଜ ପୁଅକୁ ପ୍ରାର୍ଥୀ କରି ରାଜ୍ୟର ଅନେକ ବରିଷ୍ଠ ଏବଂ ସଫଳ ରାଜନେତା ଏବେ ଷ୍ଟାର ପ୍ରଚାରକ ପାଲଟିଛନ୍ତି। ବିଶେଷକରି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri