ଅନୁଷ୍କାଙ୍କ ସ୍ମାଇଲ୍‌

ମୁମ୍ବାଇ: ଅଭିନେତ୍ରୀ ଅନୁଷ୍କା ଶର୍ମା କିଛିଦିନର ବ୍ୟବଧାନ ପରେ ପୁଣି ଇନ୍‌ଷ୍ଟାଗ୍ରାମକୁ ଫେରିଛନ୍ତି। ଏହି ଅଭିନେତ୍ରୀ ବର୍ତ୍ତମାନ ଲଣ୍ଡନରେ ଥାଇ ନବଜାତ ପୁତ୍ର ଅକାୟଙ୍କ ଯତ୍ନ ନେବାରେ ବ୍ୟସ୍ତ ଅଛନ୍ତି। ସେ ଗୁରୁବାର ନିଜର ଏକ ସୁନ୍ଦର ଫଟୋ ସୋସିଆଲ ମିଡିଆରେ ଶେୟାର କରିଛନ୍ତି। ଏକ ଫୋନ୍‌ ବ୍ରାଣ୍ଡର ବିଜ୍ଞାପନ ଥିବା ଫଟୋରେ ଅନୁଷ୍କାଙ୍କ ହାତରେ ସ୍ମାର୍ଟ ଫୋନ୍‌ ଥିବା ଦେଖିବାକୁ ମିଳିଛି। ସେ ଏକ ଛୋଟ ଧଳା ଶର୍ଟ ଏବଂ ନୀଳ ଜିନ୍ସ ପିନ୍ଧିଛନ୍ତି।

ସେ ଇନଷ୍ଟାଗ୍ରାମରେ ଫଟୋ ଶେୟାର କରି ଏଥିରେ କ୍ୟାପଶନ ଲେଖିଛନ୍ତି, ସକାଳର ସୂର୍ଯ୍ୟ ଏବଂ ମୋର #OnePlusOpenରେ କିଛି ପଢ଼ିବା ସମୟ – ଦିନଟି କିକ୍‌ଷ୍ଟାର୍ଟ କରିବାର କ’ଣ ଭଲ ଉପାୟ। ଅନୁଷ୍କାଙ୍କ ପ୍ରଶଂସକମାନେ ତାଙ୍କୁ ଆପ୍‌ରେ ଦେଖି ଖୁସି ହୋଇଥିଲେ। ଏପରିକି ଜଣେ ପ୍ରଶଂସକ ତାଙ୍କୁ ଆଇପିଏଲରେ ଆରସିବି ପାଇଁ ଖେଳୁଥିବା ସ୍ବାମୀ ବିରାଟ କୋହଲିଙ୍କ ନିକଟକୁ ଏସ୍‌ଏମ୍‌ଏସ୍‌ ପଠାଇବାକୁ କହିଥିଲେ। ଆଉ ଜଣେ ୟୁଜର କହିଛନ୍ତି, ଷ୍ଟାଡିୟମରେ ଆର୍‌ସିବିକୁ ଖୁସି କରିବା ପାଇଁ ତୁମକୁ ମନେ ପକାଉଛି।

ଆଇପିଏଲ ପାଇଁ ଭାରତ ଫେରିବା ପୂର୍ବରୁ ବିରାଟ ଏବଂ ଅନୁଷ୍କା ଦୁଇ ମାସ ଧରି ଲଣ୍ଡନରେ ରହିଥିଲେ। ଅନୁଷ୍କା ଏବେ ମଧ୍ୟ ଝିଅ ଭାମିକା ଏବଂ ପୁଅ ଅକାୟଙ୍କ ସହ ଲଣ୍ଡନରେ ଅଛନ୍ତି। ଖବର ଅନୁଯାୟୀ, ସେ ଖୁବ୍‌ଶୀଘ୍ର ଭାରତକୁ ଫେରି ଝିଅ ଭାମିକାଙ୍କ ନାମ ସ୍କୁଲରେ ଲେଖାଇବେ।

ଜାନୁଆାରୀ ୨୦୨୪ରେ ଭାମିକାଙ୍କୁ ୩ ବର୍ଷ ବୟସ ହୋଇଛି ଏବଂ ଶିକ୍ଷା ନିୟମ ଅନୁଯାୟୀ, ସେ ୨୦୨୧ରେ ଜନ୍ମ ହୋଇଥିବାରୁ ସେ ଯେକୌଣସି ବିଦ୍ୟାଳୟରେ ନର୍ସରୀରେ ନାମ ଲେଖାଇବେ। ଏପ୍ରିଲ ୨୦ରୁ ୩୦ ପର୍ଯ୍ୟନ୍ତ ବିଦ୍ୟାଳୟରେ ପାଠପଢ଼ା ଆରମ୍ଭ ହେବ ଏବଂ ପୁନର୍ବାର ଗ୍ରୀଷ୍ମ ଛୁଟି ପାଇଁ ବନ୍ଦ ହୋଇଯିବ। ଜୁନ୍‌ରେ ପୁନଃ ସ୍କୁଲ ଖୋଲିବ। ତେଣୁ ପ୍ରଶଂସକମାନେ ଅନୁଷ୍କାଙ୍କୁ ଶୀଘ୍ର ଭାରତ ଫେରିଯିବେ ବୋଲି ଆଶା କରିଛନ୍ତି।

ଅକାୟ ଫେବୃଆରୀରେ ଜନ୍ମଗ୍ରହଣ କରିଥିଲେ। ଅନୁଷ୍କା ଏବଂ ବିରାଟ ଏନେଇ ଘୋଷଣା କରିଥିଲେ। ମାତ୍ର ଏଥର ସେ ଗର୍ଭବତୀ ଥିବା କଥା କାହାକୁ କହି ନ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଜ୍ଞାନେଶଙ୍କୁ ବହିଷ୍କାର ଦାବିରେ ବିକ୍ଷୋଭ

ବରଗଡ଼,୨୮।୯(ପ୍ରେମାନନ୍ଦ ଖମାରୀ): ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କୁ ପଦବୀରୁ ବହିଷ୍କାର କରିବା ପାଇଁ କଂଗ୍ରେସ ଦାବି କରିଛି। ଏହି ଦାବିରେ ସୋମବାର ଜିଲା କଂଗ୍ରେସ କମିଟି…

ଭାଜପା ନେତାଙ୍କୁ ଆକ୍ରମଣ

ଆସିକା,୨୮।୯: ଗଞ୍ଜାମ ଜିଲା ହରିଡ଼ାପଦର ଭାଜପା ମଣ୍ଡଳ ସଭାପତିଙ୍କୁ ସୋମବାର ରାତିରେ ଆକ୍ରମଣ କରାଯାଇଛି। ମଣ୍ଡଳ ସଭାପତି ନିଜ ଗାଁ ଗୌଡ଼ଗୋଠ ଫେରୁଥିବା ବେଳେ କମାଶାସନ ନିକଟରେ…

କଙ୍କଡ଼ା ଧରୁଥିଲେ ମଦନ, ମାଡ଼ିବସିଲା କୁମ୍ଭୀର: ଆଉ ତା’ପରେ…

ରାଜନଗର, ୨୮।୯ (ଭାସ୍କର ରାଉତରାୟ): କଙ୍କଡ଼ା ଧରୁଥିବା ବେଳେ ଜଣେ ବୃଦ୍ଧଙ୍କୁ ମାଡ଼ି ବସିଲା ବିରାଟକାୟ କୁମ୍ଭୀର। କୁମ୍ଭୀର ଆକ୍ରମଣରେ ତାଙ୍କ ଡାହାଣ ଗୋଡ଼ ଗୁରୁତର ଭାବେ…

ଗୁଣି ସନ୍ଦେହରେ ଯୁବକଙ୍କୁ ପିଟିପିଟି ହତ୍ୟା ଘଟଣା: ୧୨ଜଣଙ୍କୁ ବାନ୍ଧିଲା ପୋଲିସ

ମୋହନା, ୨୮।୯(ମନ୍ମଥ ମିଶ୍ର):ଗୁଣି କରି ଲୋକଙ୍କୁ ମାରୁଥିବା ସନ୍ଦେହରେ ଜଣେ ଯୁବକଙ୍କୁ ପିଟିପିଟି ହତ୍ୟା କରିବା ପରେ ଜଙ୍ଗଲରେ ପୋଡ଼ିଦେବା ଅଭିଯୋଗ ହୋଇଛି। ଗଜପତି ଜିଲା ମୋହନା…

ଜଲାପୁଟ ଜଳଭଣ୍ଡାରର ୨ ଗେଟ୍‌ ଖୋଲିଲା

କୋରାପୁଟ,୨୮।୯(ଅମିତାଭ ବେହେରା): ୪ ଦିନ ଧରି ଲଗାଣ ବର୍ଷା ଯୋଗୁ କୋରାପୁଟ ଜିଲାର ଜଲାପୁଟ ଜଳଭଣ୍ଡାରର ଜଳସ୍ତର ବୃଦ୍ଧି ପାଇଛି। ଜଳସ୍ତର ବିପଦ ସଙ୍କେତ ନିକଟତର ହେବା…

ଲଜ୍‌ରୁ ମିଳିଲା ଦମ୍ପତିଙ୍କ ମୃତଦେହ

କୋରାପୁଟ,୨୮ା୯(ଅମିତାଭ ବେହେରା): କୋରାପୁଟ ସହରସ୍ଥିତ ଏକ ଲଜ୍‌ରୁ ଦମ୍ପତିଙ୍କ ମୃତଦେହ ଜବତ ହୋଇଛି। ମୃତକମାନେ ଦାମନଯୋଡ଼ି ସେକ୍ଟର-୩ ଅଞ୍ଚଳର ବିଜୟ ଡାକୁଆ ଓ ତାଙ୍କ ସ୍ତ୍ରୀ ବିଜୟଲକ୍ଷ୍ମୀ।…

ଶାହି ମସ୍‌ଜିଦ ଭଙ୍ଗାକୁ ନେଇ ଉତ୍ତେଜନା, ଗୁଜବ ପ୍ରଚାର କରୁଥିବା ୫ ଅଟକ

ଉଜ୍ଜୟିନୀ,୨୮ା୯: ମଧ୍ୟପ୍ରଦେଶର ଉଜ୍ଜୟିନୀରେ ରାସ୍ତା ପ୍ରଶସ୍ତୀକରଣ ପାଇଁ ଶାହି ମସ୍‌ଜିଦକୁ ଆଶିଂକ ଭାଙ୍ଗିବା ନିମନ୍ତେ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଚାଲିଥିବାବେଳେ ସୋମବାର ସକାଳେ ମୁସଲମାନ ସମ୍ପ୍ରଦାୟର ବହୁସଂଖ୍ୟାରେ…

ବନ୍ୟା ଦେଖି ଫେରୁଥିଲେ କୁଳମଣି, ବାଟରେ ଛକିଥିଲା ଯମ: ହଠାତ୍‌ ଘଟିଲା…

ବରଗଡ଼,୨୮।୯(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ଅଞ୍ଚଳରେ ବନ୍ୟା ପରିସ୍ଥିତି ଦେଖି ଫେରୁଥିବାବେଳେ ସୋମବାର ସଡ଼କ ଦୁର୍ଘଟଣାରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ଖଇରପାଲି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?