ବିରାଟ କୋହଲିଙ୍କ ଏହି କାମ ଦେଖି ଅନୁଷ୍କାଙ୍କ ଆଖିରେ ଆସିଯାଇଥିଲା ଲୁହ

ଲଣ୍ଡନ,୧୬।୬: ନ୍ୟୁଜିଲାଣ୍ଡ ବିପକ୍ଷ ବିଶ୍ୱ ଟେଷ୍ଟ ଚାମ୍ପିଅନସିପର ଫାଇନାଲ ପାଇଁ ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲି ଆଜିକାଲି ଇଂଲଣ୍ଡରେ ଅଛନ୍ତି। ଚାରି ମାସର ଯାତ୍ରା ସମୟରେ ବିରାଟ ତାଙ୍କ ସ୍ତ୍ରୀ ଅନୁଷ୍କା ଶର୍ମା ଏବଂ ଝିଅ ଭାମିକାଙ୍କ ସହ ଅଛନ୍ତି। ଭାମିକା ଚଳିତ ବର୍ଷ ଜାନୁୟାରୀ ୧୧ରେ ଜନ୍ମ ହୋଇଥିଲେ। ବିରାଟ ଏବଂ ଅନୁଷ୍କା ଭାରତର ପ୍ରସିଦ୍ଧ ଦମ୍ପତିମାନଙ୍କ ମଧ୍ୟରୁ ଅନ୍ୟତମ । କୋହଲି ଏବଂ ଅନୁଷ୍କା ୧୧ ଡିସେମ୍ବର ୨୦୧୭ରେ ଇଟାଲୀର ଏକ ବିଳାସପୂର୍ଣ୍ଣ ରିସର୍ଟରେ ବିବାହ କରିଥିଲେ। ପରେ ଏହି ବିବାହର ଅନେକ ଚିତ୍ର ଏବଂ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା। ଏପରି ଏକ ଭିଡିଓରେ କୋହଲି ଅନୁଷ୍କାଙ୍କ ପାଇଁ ଗୀତ ଗାଉଥିବାର ଦେଖାଯାଇଥିଲା। ଏହି ଗୀତ ଶୁଣିବା ପରେ ଅନୁଷ୍କା ଶର୍ମାଙ୍କ ଆଖି ଲୁହରେ ଭରି ଯାଇଥିଲା। କୋହଲି ଅନୁଷ୍କାଙ୍କ ପାଇଁ ‘ମେରେ ମେହବୁବ କୟାମତ ହୋଗି …’ ଗୀତ ଗାଇଥିଲେ। ଏହି ସମୟରେ ଅନୁଷ୍କା ଭାବପ୍ରବଣ ହୋିଯାଇଥିଲେ।
ଅନୁଷ୍କା ଶର୍ମା ଶାହରୁଖ ଖାନଙ୍କ ସହ ‘ରବ ନେ ବନା ଡି ଯୋଡି’ (୨୦୦୮)ରେ ଡେବ୍ୟୁ କରିଥିଲେ। ସେହି ବର୍ଷ କୋହଲି ମଧ୍ୟ ଭାରତ ପାଇଁ ଡେବ୍ୟୁ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରତ୍ୟେକ ଚରିତ୍ର ମୋତେ କିଛି ନା କିଛି ଶିକ୍ଷା ଦେଇଛି: ବିଦ୍ୟା

ମୁମ୍ବାଇ: ନିଜର ଦମଦାର ଅଭିନୟକୁ ନେଇ ଦର୍ଶକଙ୍କ ନିକଟରେ ଏକ ନିଆରା ପରିଚୟ ସୃଷ୍ଟି କରିଥିବା ଅଭିନେତ୍ରୀ ବିଦ୍ୟା ବଲାନ ଏବେ ନିଜ କ୍ୟାରିୟର ବିଷୟରେ...

ଜନ୍ମଦିନରେ ଶାସ୍ତ୍ରୀଙ୍କୁ କୋହଲିଙ୍କ ଶୁଭେଚ୍ଛା

ନୂଆଦିଲ୍ଲୀ,୨୭।୫: ଭାରତୀୟ କ୍ରିକେଟ କୋଚ୍‌ ରବି ଶାସ୍ତ୍ରୀ ବୁଧବାର ତାଙ୍କର ୫୮ତମ ଜନ୍ମ ଦିବସ ପାଳନ କରିଛନ୍ତି। ଏହି ଅବସରରେ ଅଧିନାୟକ କୋହଲି ତାଙ୍କୁ ଶୁଭେଚ୍ଛା...

ଫିଲ୍ମ ‘୮୩’: ପିତାଙ୍କ ଭୂମିକାରେ ନଜର ଆସିବେ ପ୍ରସିଦ୍ଧ କ୍ରିକେଟରଙ୍କ ପୁଅ

୧୯୮୩ରେ ଭାରତୀୟ କ୍ରିକେଟ ଟିମ୍‌ର ବିଶ୍ୱକପ ବିଜୟକୁ ନେଇ ତିଆରି ହୋଇଛି। ଫିଲ୍ମ ’୮୩’। ଏହି ଫିଲ୍ମରେ ରଣବୀର ଭାରତୀୟ କ୍ରିକେଟ ଟିମ୍‌ କ୍ୟାପଟେନ୍‌ କପିଲ...

ଡେଙ୍ଗୁରେ ଆକ୍ରାନ୍ତ ସୁଶାନ୍ତ

ମୁମ୍ବାଇ: ଖୁବ୍‌ କମ୍‌ ଦିନରେ ହିଁ ବଲିଉଡ୍‌ ହିରୋ ସୁଶାନ୍ତ ସିଂ ରାଜପୂତ ନିଜ ଅଭିନୟ ମାଧ୍ୟମରେ ଲୋକପ୍ରିୟତା ହାସଲ କରିପାରିଛନ୍ତି। ନିକଟରେ ତାଙ୍କ ଅଭିନୀତ...

ଗୋବିନ୍ଦାଙ୍କ ଗୀତରେ ଡ୍ୟାନ୍ସ କଲେ ବିଦେଶୀ ମହିଳା, ଭିଡିଓରେ ଷ୍ଟେପ୍‌ ଦେଖିଲେ…

ମୁମ୍ବାଇ: ବଲିଉଡ୍‌ ଫିଲ୍ମ ଏବଂ ହିନ୍ଦୀ ଗୀତର ପ୍ରଶଂସକ ସମଗ୍ର ବିଶ୍ୱରେ ରହିଛନ୍ତି। ହିନ୍ଦୀ ଫିଲ୍ମର ଅନେକ ଟ୍ରେଣ୍ଡ ଗୀତ ଲୋକଙ୍କୁ ଡ୍ୟାନ୍ସ କରିବାକୁ ବାଧ୍ୟ...

ରିଲିଜ୍‌ ହେଲା ‘ମର୍ଦାନୀ-୨’ର ଆକ୍ସନ ଟ୍ରେଲର୍‌

ମୁମ୍ବାଇ: ରାଣୀ ମୁଖାର୍ଜୀଙ୍କ ମଚ୍‌ ଆଓ୍ବେଟେଡ୍‌ ଫିଲ୍ମ ‘ମର୍ଦାନୀ-୨’ର ଆକ୍ସନ୍‌ ଟ୍ରେଲର୍‌ ରିଲିଜ୍‌ ହୋଇଛି। ଏଥିରେ ରାଣୀ ଜଣେ ବଳାତ୍କାରୀଙ୍କୁ ଖୋଜୁଥିବା ଦେଖାଯାଇଛି। ଯେଉଁ ବଳାତ୍କାରୀ...

ଚଳଚ୍ଚିତ୍ର ନିର୍ମାତା କରିମ ମୋରାନିଙ୍କୁ ଇଡିର ସମନ

ମୁମ୍ବାଇ,୨୪।୨: ମହାଠକ ସୁକେଶ ଚନ୍ଦ୍ରଶେଖରଙ୍କ ସହ ଜଡିତ ୨୦୦ କୋଟି ଟଙ୍କାର ଠକେଇ ମାମଲାରେ ଇଡି(ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ) ଚଳଚ୍ଚିତ୍ର ନିର୍ମାତା କରିମ ମୋରାନୀଙ୍କୁ ସମନ ପଠାଇଛି।...

‘ବିଳମ୍ବରେ ହେଉ ପଛେ ଫେରିଲେ’

ମୁମ୍ବାଇ,୧।୫: ଇଣ୍ଡିଆନ ପ୍ରିମିୟର ଲିଗ୍‌(ଆଇପିଏଲ୍‌) ୨୦୨୨ ଅଧାରୁ ଚେନ୍ନାଇ ସୁପର କିଙ୍ଗ୍ସ ଅଧିନାୟକତ୍ୱରୁ ଇସ୍ତଫା ଦେଇଛନ୍ତି ରବିନ୍ଦ୍ର ଜାଡେଜା। ତାଙ୍କ ସ୍ଥାନରେ ମହେନ୍ଦ୍ର ସିଂହ ଧୋନୀଙ୍କୁ...

Advertisement
Archives

Model This Week