Posted inଖେଳ

କୋହଲିଙ୍କୁ ଟେକିଦେଲେ ଅନୁଷ୍କା: ସ୍ବାମୀ କହିଲେ…

ବଲିଉଡ୍‌ ଅଭିନେତ୍ରୀ ଅନୁଷ୍କା ଶର୍ମା ଏବଂ ବିରାଟ କୋହଲିଙ୍କୁ ଇଣ୍ଡଷ୍ଟ୍ରୀର ସୁପର୍‌ହିଟ୍‌ ଯୋଡି ଭାବେ ବିବେଚନା କରାଯାଏ। ଉଭୟଙ୍କ ମଧ୍ୟରେ ସମ୍ପର୍କ ମଧ୍ୟ ବେଶ୍‌ ଦୃଢ। ଅନେକଥର ବିରୁଷ୍କାଙ୍କ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥାଏ। ନିକଟରେ ସେମିତି ଏକ ଭିଡିଓ ଭାଇରାଲ ହୋଇଛି। ଭିଡିଓରେ ଅନୁଷ୍କା ବିରାଟଙ୍କୁ ଟେକୁଥିବା ଦେଖାଯାଇଛି। ପ୍ରଥମେ ଅନୁଷ୍କା ବିରାଟଙ୍କ ପଛପଟୁ ଧରି କହୁଛନ୍ତି, ମୁଁ ଏହା କରିପାରିବି କି, ବିରାଟ କହୁଛନ୍ତି ହଁ, ଅନୁଷ୍ପା କହୁଛନ୍ତି ତୁମେ ନିଜେ ନିଜେ ଟେକି ହେବ ନାହିଁ ମୁଁ ନିଜେ କରି ଦେଖାଇବି। ପରେ ଅନୁଷ୍କା ପଛପଟୁ ବିରାଟଙ୍କୁ ଟେକି ଧରୁଛନ୍ତି। ଏହାର ଜବାବରେ ବିରାଟ କହୁଛନ୍ତି, ଓଃ ତେରି। ଏହାପରେ ଅନୁଷ୍କା ନିଜକୁ ଶକ୍ତିଶାଳୀ ବୋଲି କହୁଛନ୍ତି। ଏହି ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି। ଅନୁଷ୍କା ଗତ ଜାନୁୟାରୀରେ ଝିଅ ଭାମିକାକୁ ଜନ୍ମ ଦେବା ପରେ କାମକୁ ଫେରିଛନ୍ତି। ସେପଟେ ବିରାଟ ଆଇପିଏଲ୍‌ ପାଇଁ ବ୍ୟସ୍ତ ଅଛନ୍ତି।

 

View this post on Instagram

 

A post shared by AnushkaSharma1588 (@anushkasharma)


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ପଞ୍ଜାବରେ କବାଡ଼ି ବିଶ୍ୱକପ୍‌

ଚଣ୍ଡିଗଡ଼, ୧୩।୧୧ (ପି.ଟି.):୨୦୧୯ କବାଡ଼ି ବିଶ୍ୱକପ୍‌ ପଞ୍ଜାବରେ ଅନୁଷ୍ଠିତ ହେବ। ଡିସେମ୍ବର ୧ରୁ ୯ ତାରିଖ ପର୍ଯ୍ୟନ୍ତ ଏହା ଆୟୋଜିତ ହେବ। ସେହିଭଳି ଶିଖ୍‌ ଗୁରୁ...

ଟାଇସନ-ଜୋନ୍ସ ପ୍ରଦର୍ଶନୀ ବାଉଟ୍‌

ଲସ୍‌ଏଞ୍ଜେଲସ୍‌ ୩୧ା୧୦ (ଏପି): ବକ୍ସିଂ ରିଙ୍ଗ୍‌କୁ ଫେରିବେ ମାଇକ୍‌ ଟାଇସନ ଓ ରୟ ଜୋନ୍ସ ଜୁନିୟର। ଦୁଇ ବକ୍ସରଙ୍କ ମଧ୍ୟରେ ଏହା ଏକ ପ୍ରଦର୍ଶନୀ ମୁକାବିଲା...

ପଡ଼ୋଶୀ ଝିଅଙ୍କ ସହ ରାସ୍ତାରେ ଧରାପଡ଼ି ଯାଇଥିଲେ ଏହି ପ୍ରସିଦ୍ଧ ଖେଳାଳି

ଅଷ୍ଟ୍ରେଲିଆରେ ଚାଲିଥିବା ବକ୍ସିଂ ଡେ ଟେଷ୍ଟ ମ୍ୟାଚର କାମଚଳା ଅଧିନାୟକ ଆଜିଙ୍କ୍ୟ ରାହାଣେଙ୍କର ସବୁଆଡେ ପ୍ରଶଂସା କରାଯାଉଛି। ରାହାଣେଙ୍କର ଜବରଦସ୍ତ ବ୍ୟାଟିଂ ଯୋଗୁ ଭାରତୀୟ ଦଳ...

ଭାରତୀୟ ଟି୧୦ ଫ୍ରାଞ୍ଚାଇଜ୍‌ ମାଲିକ ବାସନ୍ଦ

ନୂଆଦିଲ୍ଲୀ,୩୦ା୪ (ପି.ଟି.)-ଭ୍ରଷ୍ଟାଚାର ଅଭିଯୋଗରେ ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ଆଇସିସି) ବୁଧବାର ଦୀପକ ଅଗ୍ରଓ୍ବାଲଙ୍କୁ ୨ବର୍ଷ ବାସନ୍ଦ କରିଛି। ଭାରତର ଏହି ବିଜ୍‌ନେସମ୍ୟାନ ଜଣକ ୨୦୧୮ରେ ୟୁଏଇରେ...

ଆଇସିସି ବିଶ୍ୱକପ ପ୍ରଥମ ସେମିଫାଇନାଲ: ଭାରତ-ନ୍ୟୁଜିଲାଣ୍ଡ ଟକ୍କର

ମାଞ୍ଚେଷ୍ଟର, ୯।୭: ଚଳିତ ଆଇସିସି ବିଶ୍ୱକପର ଲିଗ୍‌ ପର୍ଯ୍ୟାୟ ପରେ ଏବେ ଆସିଛି ଅସଲ ପରୀକ୍ଷାର ବେଳ। ସେମିଫାଇନାଲରେ ପ୍ରବେଶ କରିଛନ୍ତି କ୍ରିକେଟ ଜଗତର ୪...

ଆଖି ହରାଇବା ପରେ ସାମ୍‌ଙ୍କ ଅଲିମ୍ପିକ ଖେଳିବା ଲକ୍ଷ୍ୟ

ଲଣ୍ଡନ, ୨୬।୧୧- ହକିକୁ ପ୍ରତ୍ୟାବର୍ତ୍ତନ କରିବା ପାଇଁ ସବୁକିଛି କରିବାକୁ ପ୍ରସ୍ତୁତ ରହିଛି ବୋଲି ନିକଟରେ ବଲ୍‌ ବାଜି ବାମଆଖି ହରାଇଥିବା ଗ୍ରେଟ୍‌ ବ୍ରିଟେନ ଓ...

ଆଖିପିଛୁଳାରେ ଭାଙ୍ଗିଦେଲେ ଷ୍ଟମ୍ପ୍‌: ପ୍ରଶଂସକ ଆଶ୍ଚର୍ଯ୍ୟ

ପୁଣେ,୧୫।୪: ଆଇପିଏଲ ୨୦୨୨ରେ ଗୁରୁବାର ଖେଳାଯାଇଥିବା ଏକ ମ୍ୟାଚରେ ଗୁଜରାଟ ଟାଇଟାନ୍ସ ରାଜସ୍ଥାନ ରୟାଲ୍ସକୁ ୩୭ ରନରେ ପରାସ୍ତ କରିଛି। ଏହି ମ୍ୟାଚରେ ଗୁଜରାଟ ଟାଇଟାନ୍ସର...

ରୋହିତ ଏବେ ଫିଟ୍‌: ଏନ୍‌ସିଏ

ନୂଆଦିଲ୍ଲୀ,୧୧।୧୨: ଭାରତୀୟ କ୍ରିକେଟ ପ୍ରଶଂସକଙ୍କ ପାଇଁ ଖୁସି ଖବର। ଆଘାତ ଯୋଗୁ ଅଷ୍ଟ୍ରେଲିଆ ବିପକ୍ଷ ସିରିଜରୁ ବାହାର ହୋଇଥିବା ରୋହିତ ଶର୍ମା ଏବେ ଫିଟ୍‌ ବୋଲି...

Advertisement
Archives

Model This Week