ସୋସିଆଲ ମିଡିଆରେ କାମ ମାଗିଲେ ଅନୁପମ୍‌ ଖେରଙ୍କ ପୁଅ; ନିର୍ଦ୍ଦେଶକ ଦେଲେ ଏଭଳି ଜବାବ

ବମ୍ବେ: ସୋସିଆଲ ମିଡିଆରେ କାମ ମାଗିଲେ ବଲିଉଡ୍‌ ଅଭିନେତା ଅନୁପମ ଖେରଙ୍କ ପୁଅ ସିକନ୍ଦର। ଏହାକୁ ନେଇ ସେ ଏକ ପୋଷ୍ଟ କରିଛନ୍ତି ମଧ୍ୟ। ଇନ୍‌ଷ୍ଟାଗ୍ରାମରେ ନିଜର ଏକ ଫଟୋ ଶେୟାର କରି ସିକନ୍ଦର ଲେଖିଛନ୍ତି, କାମ ଖୋଜୁଛି, ହସି ବି ପାରେ। ପୋଷ୍ଟଟି ଏବେ ଭାଇରାଲ ହେଉଥିବା ବେଳେ ଫିଲ୍ମଜଗତ ସହ ଜଡ଼ିତ ଲୋକେ ଭିନ୍ନ ଭିନ୍ନ ପ୍ରତିକ୍ରିୟା ଦେଉଛନ୍ତି।

ସିକନ୍ଦରଙ୍କ ପୋଷ୍ଟରେ ନିର୍ଦ୍ଦେଶକ ଅପୂର୍ବ ଲଖିୟା ଲେଖିଛନ୍ତି, ଅମିତାଭ ବଚ୍ଚନଙ୍କ ପରେ ଯଦି କୌଣସି ବ୍ୟସ୍ତ ଅଭିନେତାଙ୍କୁ ଜାଣିଛି ତେବେ ସେ ଆପଣ। ସେହିଭଳି ଅଙ୍ଗଦ ବେଦୀ ହସି ହସି ଗଡ଼ିବାର ଇମୋଜି କମେଣ୍ଟ ଦେଇଛନ୍ତି।

୨୦୦୮ରେ ନିଜର ଅଭିନୟ ଜୀବନ ଆରମ୍ଭ କରିଥିଲେ ସିକନ୍ଦର। ଖେଲେ ହମ୍‌ ଜି ଜାନ୍‌ ସେ, ପ୍ଲେୟର୍ସ, ଔରଙ୍ଗଜେବ, ତେରେ ବିନ୍‌ ଲାଡେନ୍‌ ୨, ରୋମିୟୋ ଅକବର ବୋଲ୍ଟର, ଦ ଜୋୟା ଫାକ୍ଟର ଆଦି ଫିଲ୍ମରେ ସେ କାମ କରିଛନ୍ତି। ଆଗାମୀ ଦିନରେ ତାଙ୍କ ଅଭିନୀତ ଫିଲ୍ମ ‘ସୂର୍ଯ୍ୟବଂଶୀ’ ରିଲିଜ ହେବାକୁ ଯାଉଛି। ଏହାଛଡ଼ା ଓ୍ବେବ୍‌ସିରିଜ୍‌ରେ ମଧ୍ୟ ସେ କାମ କରିଛନ୍ତି। ହେଲେ ଏବେ ସେ କାମ ମାଗିବାକୁ ନେଇ ଚର୍ଚ୍ଚା ହେଉଛି। ଅନେକ ସେ ଫଟୋର କ୍ୟାପଶନରେ ମଜା କରି ଏଭଳି ଲେଖିଥିବା କହୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପୁଣି ବଡ଼ ପରଦାରେ ଦର୍ଶକଙ୍କୁ ହସାଇବେ ଅଜୟ

ମୁମ୍ବାଇ: ପ୍ରଯୋଜକ ଇନ୍ଦ୍ର କୁମାରଙ୍କ ସୁପରହିଟ୍‌ ଫିଲ୍ମ ‘ଟୋଟାଲ ଧମାଲ୍‌’ ବକ୍ସ ଅଫିସ୍‌ରେ ଧମାଲ ମଚାଇବା ପରେ ପୁଣି ବଡ଼ ପରଦାରେ ଦର୍ଶକଙ୍କୁ ହସାଇବାକୁ ଯାଉଛନ୍ତି...

ଅସୁସ୍ଥ ଅଛନ୍ତି ଦୀପିକା

ଅଭିନେତ୍ରୀ ଦୀପିକା ପାଦୁକୋନଙ୍କ ଶରୀର ଏବେ ଅସୁସ୍ଥ ଅଛି। ଏକଥା ସେ ନିଜେ ଖୁଲାସା କରିଛନ୍ତି। ନିକଟରେ ତାଙ୍କ ଘନିଷ୍ଠ ବନ୍ଧୁ ଉର୍ବଶୀ କେଶଓ୍ବାନୀଙ୍କ ବିବାହ...

ସଚିନ୍‌-ଜୁହିଙ୍କ ପ୍ରେମ ବିବାହ ରହିଥିଲା ଅସଫଳ

ମୁମ୍ବାଇ,୧୭।୧୨: ଛୋଟପରଦାର ଲୋକପ୍ରିୟ ଅଭିନେତା ସଚିନ୍‌ ଶ୍ରଫ୍‌ଙ୍କ ୪୧ ତମ ଜନ୍ମଦିନ ଗୁରୁବାର ପାଳିତ ହେଉଛି। ୧୯୭୯ ଡିସେମ୍ବର ୧୭ରେ ସେ ଜନ୍ମଗ୍ରହଣ କରିଥିଲେ। ଲଭ୍‌...

ଏସିଡ୍‌ ପୀଡିତାଙ୍କୁ ଭେଟିଲେ ଦୀପିକା

ବଲିଉଡ୍‌ ଅଭିନେତ୍ରୀ ଦୀପିକା ପାଦୁକୋନ ବହୁ ପ୍ରତିକ୍ଷୀତ ଫିଲ୍ମ ‘ଛପାକ’ର ପ୍ରମୋଶନରେ ବ୍ୟସ୍ତ ଅଛନ୍ତି। ଏହି ଅବସରରେ ସେ ଦିଲ୍ଲୀରେ ଏସିଡ୍‌ ପୀଡିତାଙ୍କୁ ଭେଟିଛନ୍ତି। ଦୀପିକାଙ୍କ...

କୋଭିଡ୍‌ ପାଇଁ ମାସେ ଘୁଞ୍ଚତ୍ଲା ଓସ୍କାର

କୋଭିଡ୍‌ ମହାମାରୀ କାରଣରୁ ଓସ୍କାର ଫିଲ୍ମୋତ୍ସବ-୨୦୨୨କୁ ଗୋଟିଏ ମାସ ଘୁଞ୍ଚାଇ ଦିଆଯାଇଛି। ଏକାଡେମୀ ଅଫ୍‌ ମୋଶନ ପ୍ରିକ୍‌ଚର ଆଟର୍‌ସ ଆଣ୍ଡ୍‌ ସାଇନ୍ସ (ଏଏମ୍‌ପିଏଏସ୍‌) ଏହି ନିଷ୍ପତ୍ତି...

ସଫଳ ଅଭିନେତ୍ରୀ ତାପସୀ

ମୁମ୍ବାଇ: ଗତ ବର୍ଷ ବଲିଉଡ୍‌ ନାୟିକା ତାପସୀ ପନ୍ନୁଙ୍କ ପାଖାପାଖି ୫ଟି ଫିଲ୍ମ ରିଜ୍‌ ହେବା ସହ ଏହା ବକ୍ସ ଅଫିସରେ ମଧ୍ୟ ସଫଳ ହୋଇଛି।...

ଓଟିଟି ନୁହେଁ ସିନେମା ହଲ୍‌ରେ ରିଲିଜ ହେବ ଅକ୍ଷୟ, ରଣବୀରଙ୍କ ଅଭିନୀତ ଫିଲ୍ମ

ମୁମ୍ବାଇ: କରୋନା ଭାଇରସ ସଂକ୍ରମଣକୁ ନେଇ ବଲିଉଡ୍‌ରେ ସବୁ ଯେମିତି ଏକ ପ୍ରକାର ବନ୍ଦ ହୋଇ ଯାଇଥିଲା କହିଲେ ଚଳେ। ହେଲେ ମହାରାଷ୍ଟ୍ର ସରକାରଙ୍କ ନିର୍ଦ୍ଦେଶ...

ଦ୍ୱିତୀୟ ସନ୍ତାନର ଫଟୋ ଶେୟାର କଲେ କରିନା, ବାପା-ଭାଇଙ୍କ ସହ ଖେଳୁଥିବା ଆସିଲେ ନଜର

ବଲିଉଡ୍‌ ଅଭିନେତ୍ରୀ କରିନା କପୁର ଏବଂ ଅଭିନେତା ସୈଫ ଅଲ୍ଲୀ ଖାନ ବର୍ତ୍ତମାନ ପରିବାର ସହ ସମୟ ବିତାଉଛନ୍ତି। ଦ୍ୱିତୀୟ ପୁତ୍ର ଜନ୍ମ ଦେବା ପରେ...

Seven Jackpot
Advertisement


Archives

Model This Week

Why Dharitri