ନିର୍ଦ୍ଦେଶକଙ୍କୁ ଅଭିଶାପ ଦେଇଥିଲେ ଅନୁପମ

ବଲିଉଡ ଅଭିନେତା ଅନୁପମ ଖେର ଆଜି ୬୭ ବର୍ଷରେ ପଦାର୍ପଣ କରିଛନ୍ତି। ମାର୍ଚ୍ଚ ୭, ୧୯୫୫ରେ ଜନ୍ମ ହୋଇଥିବା ଅନୁପମ ତାଙ୍କ କ୍ୟାରିୟରରେ ୫୦୦ରୁ ଅଧିକ ଫିଲ୍ମରେ ଅଭିନୟ କରିଛନ୍ତି। ସେ ଏବେବି ଫିଲ୍ମ ଜଗତରେ ସକ୍ରିୟ ଅଛନ୍ତି। ଖୁବ ଶୀଘ୍ର ଅନୁପମଙ୍କୁ କଶ୍ମୀର ଫାଇଲ୍ସରେ ଦେଖିବାକୁ ମିଳିବ। ବିବେକ ଅଗ୍ନିହୋତ୍ରୀଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମ ମାର୍ଚ୍ଚ ୧୧ରେ ମୁକ୍ତିଲାଭ କରିବ। ଆଜି ଅନୁପମ ଯେଉଁ ଖ୍ୟାତି ପାଇଛନ୍ତି, ଏଥିପାଇଁ ତାଙ୍କୁ ବହୁତ ସଂଘର୍ଷ କରିବାକୁ ପଡିଥିଲା।
ଅନୁପମ ଖେର ମଧ୍ୟ ଆନ୍ତର୍ଜାତୀୟ ସ୍ତରରେ ନିଜର ପରିଚୟ ସୃଷ୍ଟି କରିଛନ୍ତି। ତାଙ୍କୁ ପ୍ରଥମେ ମହେଶ ଭଟ୍ଟଙ୍କ ଫିଲ୍ମ ସାରାଂଶରେ ଦେଖିବାକୁ ମିଳିଥିଲା। ଏହି ଫିଲ୍ମଟି ସୁପରହିଟ ହୋଇଥିଲା। ଏହାର ବିଶେଷ କଥା ହେଲା ସେ ଏହି ଫିଲ୍ମରେ ଜଣେ ବୃଦ୍ଧ ପିତାଙ୍କ ଭୂମିକାରେ ଅଭିନୟ କରିଥିଲେ ଏବଂ ସେହି ସମୟରେ ତାଙ୍କୁ ୨୮ ବର୍ଷ ହୋଇଥିଲା ।
ଅନୁପମ ତାଙ୍କ ସଂଘର୍ଷ ବିଷୟରେ ଏକ ସାକ୍ଷାତକାରରେ କହିଥିଲେ – ମୁଁ ଏନଏସଡିରୁ ପଢିବା ପରେ ଜଣେ କଳାକାର ହେବାକୁ ମୁମ୍ବାଇ ଆସିଥିଲି। ସେତେବେଳେ ମୋ ପକେଟରେ ୩୭ ଟଙ୍କା ଥିଲା। ସେହି ଦିନ ମୁଁ ରେଳ ଷ୍ଟେଶନର ପ୍ଲାଟଫର୍ମରେ ଶୋଇଥିଲି । ଅନୁପମଙ୍କୁ ସାରାଂଶ ଫିଲ୍ମ ଅଫର୍‌ ମିଳିଥିଲା କିନ୍ତୁ ପରେ ମହେଶ ଭଟ୍ଟ ତାଙ୍କୁ ଫିଲ୍ମରୁ ବାହାର କରି ସଞ୍ଜୀବ କୁମାରଙ୍କୁ କାଷ୍ଟ କରିଥିଲେ। ଅନୁପମ ସାରାଂଶରୁ ବାହାର ହେବା ପରେ ତାଙ୍କର ହୃଦୟ ଭାଙ୍ଗିଗଲା ଏବଂ ମୁମ୍ବାଇ ଛାଡିବା ନିଷ୍ପତ୍ତି ନେଲେ। ବହୁ ବର୍ଷ ଧରି ସଂଘର୍ଷ କରୁଥିବା ଅନୁପମ ମୁମ୍ବାଇ ଛାଡିବା ପୂର୍ବରୁ ମହେଶ ଭଟ୍ଟଙ୍କ ଘରକୁ ଯାଇ ଗାଳି କରି ଯିବା ପାଇଁ ନିଷ୍ପତ୍ତି ନେଇଥିଲେ। ସେଠାରେ ସେ ମହେଶଙ୍କୁ କହିଥିଲେ, ତୁମେ ସତ୍ୟ ଉପରେ ଏକ ଫିଲ୍ମ ତିଆରି କରୁଛ, ତୁମ ଜୀବନରେ କୌଣସି ସତ୍ୟତା ନାହିଁ। ମୁଁ ଜଣେ ବ୍ରାହ୍ମଣ, ମୁଁ ତୁମକୁ ଅଭିଶାପ ଦେଉଛି। ଏହା ଦେଖି ମହେଶ ଭଟ୍ଟ ଆଶ୍ଚର୍ଯ୍ୟ ହୋଇ ଅନୁପମଙ୍କୁ ମୁମ୍ବାଇ ଛାଡିବାରୁ ଅଟକାଇଲେ।
ଏହାପରେ ଏହି ଫିଲ୍ମରେ ସେ ଅଭିନୟ କରିଥିଲେ। ‘କର୍ମା’, ‘ତେଜାବ’, ‘ରାମ ଲଖନ’, ‘ଦିଲ’, ‘ସୌଦାଗର’, ‘୧୯୪୨ ଏ ଲଭ୍‌ ଷ୍ଟୋରୀ’ ଏବଂ ‘ହମ ଆପକେ ହେ କୌନ’ ଭଳି ସଫଳ ଫିଲ୍ମରେ ଅଭିନୟ କରି ଦର୍ଶକଙ୍କ ହୃଦୟ ଜିତିଥିଲେ ଅନୁପମ।
ଅନୁପମ ଖେରଙ୍କ ମୋଟ ସମ୍ପତ୍ତି ୪୦୦ କୋଟିରୁ ଅଧିକ ଅଟେ। ଫିଲ୍ମ ବ୍ୟତୀତ ସେ ବିଜ୍ଞାପନ ଏବଂ ଟିଭି ଶୋ’ ମାଧ୍ୟମରେ ମଧ୍ୟ କୋଟି ଟଙ୍କା ରୋଜଗାର କରନ୍ତି। ଏହା ବ୍ୟତୀତ ଅନୁପମ ଖେରଙ୍କ ନ୍ୟୁୟର୍କ ସିଟିରେ ଏକ ବିଳାସପୂର୍ଣ୍ଣ ଘର ଅଛି। ଯାହାର ଫଟୋସେ ଇନଷ୍ଟାଗ୍ରାମରେ ଶେୟାର କରନ୍ତି। ଏହା ବ୍ୟତୀତ ତାଙ୍କର ଏକ ମର୍ସିଡିଜ ବେଞ୍ଜ ଏସ୍‌ ୩୫୦କାର୍‌ ଅଛି।


Enter your email to get our daily news in your inbox.

All Right Reserved By Dharitri.Com

ସିଦ୍ଧାର୍ଥଙ୍କୁ ବିବାହ ଲାଗି ହଁ କହିଲେ ଅଦିତି, ସରିଲା ନିର୍ବନ୍ଧ

ବମ୍ବେ: ବିବାହ ହୋଇନି, ସରିଛି ନିର୍ବନ୍ଧ। ଲୁଚାଛପାରେ ବଲିଉଡ୍‌ ଅଭିନେତ୍ରୀ ଅଦିତି ରାଓ ହୈଦରୀ ଏବଂ ସିଦ୍ଧାର୍ଥ କର୍ନାଟକର ଏକ ମନ୍ଦିରରେ ବିବାହ କରିନେଇଛନ୍ତି ବୋଲି...

ମନର ଯନ୍ତ୍ରଣା ବଖାଣିଲେ କରିନା

ଆଜିକାଲି କରୀନା କପୁର ଫିଲ୍ମ ‘କ୍ରୁ’କୁ ନେଇ ବେଶ୍‌ ଚର୍ଚ୍ଚାରେ ଅଛନ୍ତି। ଏହି ଫିଲ୍ମରେ ତାଙ୍କ ସହ ତବୁ ଏବଂ କ୍ରିତି ସାନନ ମଧ୍ୟ ମୁଖ୍ୟ...

ମାତ୍ର ଦେଢ ବର୍ଷ ବୟସରେ ୨୫୦ କୋଟି ଟଙ୍କାର ମାଲିକାଣୀ ହେବେ ଏହି ଷ୍ଟାରକିଡ୍‌

ବଲିଉଡର ପାଓ୍ବାରଫୁଲ୍‌ କପଲ୍‌ ରଣବୀର କପୁର ଏବଂ ଆଲିଆ ଭଟ୍ଟ ମୁମ୍ବାଇର ବାନ୍ଦ୍ରାଠାରେ ନୂଆ ଘର ପ୍ରସ୍ତୁତ କରୁଛନ୍ତି। ଏହି ଦମ୍ପତି ଶୀଘ୍ର ନିଜ ନୂଆ...

ଭାଜପାରେ ମିଶିଲେ ସିଦ୍ଧାନ୍ତ ମହାପାତ୍ର

ନୂଆଦିଲ୍ଲୀ/ଭୁବନେଶ୍ୱର,୨୮ା୩: ଭାଜପାରେ ଗୁରୁବାର ଯୋଗ ଦେଇଛନ୍ତି ଅଭିନେତା ତଥା ବିଜେଡିର ପୂର୍ବତନ ଏମ୍‌ପି ସିଦ୍ଧାନ୍ତ ମହାପାତ୍ର। ଦିଲ୍ଲୀ ମୁଖ୍ୟ କାର୍ଯ୍ୟାଳୟରେ ଯୋଗଦେଇ ସେ ଭାଜପାରେ ସାମିଲ...

ମୁନାୱାର ଫାରୁକିଙ୍କୁ ଅଟକ ରଖିଲା ପୋଲିସ

ମୁମ୍ବାଇ: ‘ବିଗ୍‌ ବସ’ ୧୭ ବିଜେତା ତଥା ଷ୍ଟାଣ୍ଡଅପ ହାସ୍ୟ ଅଭିନେତା ମୁନାୱାର ଫାରୁକି ପୁଣି ଥରେ ଅସୁବିଧାରେ ପଡ଼ିଛନ୍ତି । ବାସ୍ତବରେ ମୁନାୱାର ଫାରୁକିଙ୍କୁ...

ବିଦେଶି ବୟଫ୍ରେଣ୍ଡଙ୍କୁ ବିବାହ କଲେ ତାପସି? ଅନୁରାଗ କାଶ୍ୟପ ଅତିଥି!

ମୁମ୍ବାଇ: ଲଙ୍ଗ ଟାଇମ ବୟଫ୍ରେଣ୍ଡ ମୈଥିୟାସ ବୋଙ୍କ ସହ ବଲିଉଡ ଅଭିନେତ୍ରୀ ତାପସି ପନ୍ନୁଙ୍କ ବିବାହ ଖବର ଏବେ ହେଡଲାଇନରେ ରହିଛି। ଗତ ଦଶ ବର୍ଷ...

୫୧ ବର୍ଷ ବୟସରେ ଦ୍ୱିତୀୟ ଥର ପାଇଁ ମା’ ହେଲେ ଏହି ଅଭିନେତ୍ରୀ

ଓ୍ବାଶିଂଟନ: ହଲିଉଡର ପ୍ରସିଦ୍ଧ ଅଭିନେତ୍ରୀ କ୍ୟାମେରନ ଡିଆଜଙ୍କ ଘରେ ପୁଣିଥରେ ଖୁସିର ମୁହୂର୍ତ୍ତ ଆସିଛି। ଅଭିନେତ୍ରୀଙ୍କ ଘରେ କୁଆଁ କୁଆଁ ଡାକ ଶୁଭିଛି। ହଁ, କାମେରନ...

ହୋଲି ପୂର୍ବରୁ ‘ମମ ଟୁ ବି’ ୟାମି ଗୌତମ ପାଳିଲେ ରଙ୍ଗର ପର୍ବ

ମୁମ୍ବାଇ: ଚଳିତ ବର୍ଷ ରଙ୍ଗର ପର୍ବ ହୋଲି ୨୫ ମାର୍ଚ୍ଚକୁ ଅଧିକାଂଶ ସ୍ଥାନରେ ପାଳନ କରାଯାଉଛି। ଏହାକୁ ନେଇ ସାଧାରଣ ଜନତାଙ୍କଠାରୁ ଆରମ୍ଭ କରି ବଲିଉଡ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri