Odisha Elections 2024

ବିଜେଡି ଛାଡ଼ିବା ପରେ ଏମିତି କହିଲେ ଅନୁଭବ

ଭୁବନେଶ୍ୱର,୨ା୫: ଗୁରୁବାର ବିଜେଡି ଛାଡ଼ିଛନ୍ତି ଅନୁଭବ ପଟ୍ଟନାୟକ। ସେ ଆଜି ବିଜେଡି ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି। ଅନୁଭବ ଖଣ୍ଡପଡ଼ାରୁ ପ୍ରାର୍ଥୀ ହେବା ନେଇ ଟିକେଟ୍‌ ଆଶାୟୀ ଥିଲେ। ମାତ୍ର ଦଳର ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ସାବିତ୍ରୀ ପ୍ରଧାନଙ୍କୁ ପ୍ରାର୍ଥୀ କରିଥିବା ବେଳେ ଅନୁଭବ ନିରାଶ ହୋଇଛନ୍ତି। ସେ ତାଙ୍କର ଇସ୍ତଫା ପତ୍ର ଦଳର ସଭାପତିଙ୍କ ନିକଟକୁ ପଠାଇ ଦେଇଛନ୍ତି। ଏଥିରେ ସେ ଲେଖିଛନ୍ତି, ମୁଁ ଅତ୍ୟନ୍ତ ଦୁଃଖ ଓ ମର୍ମାହତ ସହିତ ଜଣାଇବାକୁ ଚାହୁଁଛି ଯେ, ମୋର ପରିବାର – ମୋର ପିତା ସ୍ବର୍ଗତ ଅରୁଣ ପଟ୍ଟନାୟକ, ୧୯୮୫ରୁ ମହାନ ଜନନାୟକ ବିଜୁ ପଟ୍ଟନାୟକଙ୍କ ନେତୃତ୍ୱରେ, ଏବଂ ମୋ ମା’ ଶ୍ରୀମତୀ ବିଜୟଲକ୍ଷ୍ମୀ ପଟ୍ଟନାୟକ, ତଥା ମୁଁ ବିଜୁ ଜନତା ଦଳର ଆରମ୍ଭରୁ ଦଳ ସହିତ ଜଡ଼ିତ ଅଛୁ । ଦୀର୍ଘ ୪୦ ବର୍ଷ ଧରି ଖଣ୍ଡପଡ଼ାରେ ଦଳର ସଙ୍ଗଠନକୁ ସୁଦୃଢ଼ କରିବା ପାଇଁ ଆମ ପରିବାର ସର୍ବଦା ଚେଷ୍ଟିତ ରହିଛୁ । ପ୍ରତି ନିର୍ବାଚନରେ ଦଳକୁ ଜିତାଇବା ପାଇଁ ଆମେ ଅହରହ କାର୍ଯ୍ୟ କରି ଆସିଛୁ । ୨୦୧୪ରୁ ୨୦୧୯ ପର୍ଯ୍ୟନ୍ତ ମୁଁ ବିଧାୟକ ଥିବା ସମୟରେ ଖଣ୍ଡପଡ଼ାର ସର୍ବାଙ୍ଗୀନ ଉନ୍ନତି କରିବା ସହିତ ବିଜୁ ଜନତା ଜଳକୁ ସୁଦୃଢ଼ କରିଛି ।

କିନ୍ତୁ ଏହିସବୁ ପ୍ରଚେଷ୍ଟା ପରେ ମଧ୍ୟ ୨୦୧୯ ସାଧାରଣ ନିର୍ବାଚନରେ, ଜଣେ ବହିରାଗତଙ୍କୁ ଆଣି ଖଣ୍ଡପଡ଼ାରେ ନିରୀହ ଜନସାଧାରଣଙ୍କ ଉପରେ ଲଦି ଦିଆଗଲା। ସେହି ବହିରାଗତ ବିଧାୟକ ହେଲା ପରେ କୌଣସି ମୁହୂର୍ତ୍ତରେ ମଧ୍ୟ ଲୋକମାନଙ୍କ ପାଖରେ ନ ଥିଲେ । ଏହି ଖବର ବିଜୁ ଜନତା ଦଳର ଶୀର୍ଷ ନେତୃତ୍ୱଙ୍କ ପାଖରେ ମଧ୍ୟ ଅଛି। ଯେତେବେଳେ ସେହି ଲୋକ ଦଳର ଶୀର୍ଷ ନେତୃତ୍ୱଙ୍କ ବିରୋଧରେ ଅପପ୍ରଚାର କଲେ, ଶୀର୍ଷ ନେତୃତ୍ୱଙ୍କ ନିର୍ଦ୍ଦେଶ କ୍ରମେ ମୁଁ ଦଳର ସ୍ବାର୍ଥ ଓ ସ୍ବାଭିମାନ ପାଇଁ ଟିଭି, ମିଡିଆ ଓ ସାମାଜିକ ଗଣମାଧ୍ୟରେ ମୋତେ ଦିଆଯାଇଥିବା ଦଳମତ ଅନୁସାରେ ପକ୍ଷ ରଖଥିଲି। ପ୍ରତ୍ୟେକ ସ୍ଥାନରେ ଶୀର୍ଷ ନେତୃତ୍ୱଙ୍କ ନିର୍ଦ୍ଦେଶ ଅନୁସାରେ ଯାହା ବିଜୁ ଜନତା ଦଳ ପାଇଁ ଆବଶ୍ୟକ, ମୁଁ ପାଳନ କରି ଆସିଛି।

ବିଧାୟକ ନ ଥାଇ ମଧ୍ୟ ବିଜୁ ଜନତା ଦଳର ସଙ୍ଗଠନକୁ ଦୃଢ଼ କରିବା ସହିତ, ଦଳର ମୁଖପାତ୍ର ଭାବରେ ଦଳୀୟ କାର୍ଯ୍ୟକ୍ରମରେ ମୁଁ ଅଂଶଗ୍ରହଣ କରିଛି। ବିଧାୟକଙ୍କ ଅନୁପସ୍ଥିତିରେ ମଧ୍ୟ ଦଳର ନିର୍ଦ୍ଦେଶ ଅନୁସାରେ ଖଣ୍ଡପଡ଼ାବାସୀଙ୍କ ସମସ୍ୟାକୁ ସମାଧାନ କରିବା ପାଇଁ ଉଦ୍ୟମ ଜାରି ରଖିଥିଲି I ଶୀର୍ଷ ନେତୃତ୍ୱଙ୍କ ନିର୍ଦେଶ ଅନୁସାରେ ଗୃହ ଟ୍ୟାଗି ଓ ଘରେ ଘରେ ଶଙ୍ଖ ଅଭିଯାନକୁ ସୂଚାରୁ ରୂପେ ଚଳାଇ ଆସିଛି।

ଏହା ସତ୍ତ୍ୱେ ୨୦୨୪ରେ ମଧ୍ୟ ମୋ ସହିତ ପୁଣି ଥରେ ଅନ୍ୟାୟ କରାଗଲା ଏବଂ ମତେ ଖଣ୍ଡପଡ଼ାରୁ ଦଳୀୟ ପ୍ରାର୍ଥୀ ଭାବେ ଲଢ଼ିବାରୁ ବଞ୍ଚିତ କରାଯାଇଛି। ବିଜୁ ଜନତା ଦଳର ଶୀର୍ଷ ନେତୃତ୍ୱ ସଦାସର୍ବଦା ମତେ ଅସ୍ତ୍ର କରି ନିଜର ସ୍ବାର୍ଥ ସାଧନ କରି ଆସିଛନ୍ତି । ବର୍ଷ ବର୍ଷ ଧରି ବିଜୁ ଜନତା ଦଳରେ ରହି ବିନା ସ୍ବାର୍ଥରେ ଦଳକୁ ସୁଦୃଢ଼ କଲା ପରେ ମଧ୍ୟ, ଦଳର ଏହି ପ୍ରକାର ପକ୍ଷପାତିତା ମୋ ଭଳି ଅନେକ ବିଜୁ ଜନତା ଦଳ ପ୍ରତି ଆସନ୍ତ ଥିବା କର୍ମୀମାନଙ୍କ ପ୍ରତି ଅନ୍ୟାୟ କରୁଛି। ଏହା ଆଗକୁ ଦଳକୁ ସୁଦୃଢ଼ କରିବା ପରିବର୍ତ୍ତେ ଦଳକୁ ଖଣ୍ଡପଡ଼ାରେ ଦୁର୍ବଳ କରିବା ହିଁ ଏକମାତ୍ର ସାର ।

ଖଣ୍ଡପଡ଼ା ମାଟିର ସନ୍ତାନ ଭାବରେ ଖଣ୍ଡପଡ଼ାର ବିକାଶ ମୋର ମୂଳ ଲକ୍ଷ୍ୟ। ମୋର କର୍ତ୍ତବ୍ୟନିଷ୍ଠା, ଆତ୍ମସମ୍ମାନ ଓ ଖଣ୍ଡପତା ବାସୀଙ୍କର ମୋ ପ୍ରତି ଥିବା ଭରସା ଓ ବିଶ୍ୱାସକୁ ବଜାୟ ରଖିବା ପାଇଁ, ମୁଁ ମୋ ସମର୍ଥକଙ୍କ ମତ ଅନୁସାରେ ବିଜୁ ଜନତା ଦଳର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ପ୍ରଦାନ କରୁଛି ବୋଲି ଲେଖିଛନ୍ତି। ଏହାକୁ ନେଇ ରାଜନୈତିକ ମହଲରେ ବେଶ୍‌ ଚର୍ଚ୍ଚା ଚାଲିଛି।


Enter your email to get our daily news in your inbox.

All Right Reserved By Dharitri.Com

ନବ ଦାସଙ୍କ ପୁଅଙ୍କୁ ୪ ଘଣ୍ଟା ଜେରା କଲା ଆୟକର ବିଭାଗ

ଭୁବନେଶ୍ୱର,୧୮।୫: ଦିବଙ୍ଗତ ମନ୍ତ୍ରୀ ନବ ଦାସଙ୍କ ପୁଅ ତଥା ଝାରସୁଗୁଡ଼ା ବିଧାୟିକା ପ୍ରାର୍ଥୀ ଦୀପାଳି ଦାସଙ୍କ ଭାଇ ବିଶାଳ ଦାସଙ୍କୁ ଆୟକର ବିଭାଗ ୪ ଘଣ୍ଟା...

ଦୋକାନ ଭିତରେ ପଶିଗଲା ବରଯାତ୍ରୀଙ୍କୁ ଧରି ଫେରୁଥିବା ଗାଡ଼ି

ଭବାନୀପାଟଣା,୧୮।୫(ଉତ୍ତମ କୁମାର ଦାଶ): ସଟର ଭାଙ୍ଗି ଦୋକାନ ଭିତରକୁ ପଶିଗଲା ସ୍କର୍ପିଓ। ଶୁକ୍ରବାର ବିଳମ୍ବିତ ରାତିରେ କଳାହାଣ୍ଡି ଜିଲା ଧର୍ମଗଡଠାରେ ଦ୍ରୁତ ଗତିରେ ବରଯାତ୍ରୀଙ୍କୁ ଧରି...

୨୦ରେ ଦ୍ୱିତୀୟ ପର୍ଯ୍ୟାୟ ମତଦାନ, ଆଜି ସରିବ ପ୍ରଚାର

ଭୁବନେଶ୍ୱର,୧୮।୫: ରାଜ୍ୟରେ ଦ୍ୱିତୀୟ ପର୍ଯ୍ୟାୟ ମତଦାନ ଆସନ୍ତା ୨୦ ତାରିଖରେ ଅନୁଷ୍ଠିତ ହେବ। ଏଥିପାଇଁ ଆଜି ସରିବ ପ୍ରଚାର। ଶେଷଦିନରେ ତିନି ପ୍ରମୁଖ ଦଳ ପ୍ରଚାରକୁ...

ହୋଟେଲ ରୁମ୍‌ରେ ପୋଲିସ କନ୍‌ଷ୍ଟେବଲଙ୍କୁ ହତ୍ୟା

ବଲାଙ୍ଗୀର,୧୮।୫(ବୀରେନ୍ଦ୍ର କୁମାର ଝାଙ୍କର): ବଲାଙ୍ଗୀର ସହର ରେଲୱେ ଷ୍ଟେଶନ୍‌ ନିକଟ ଏକ ହୋଟେଲ ରୁମ୍‌ରୁ ଜଣେ ବ୍ୟକ୍ତିଙ୍କ ହାତମୁହଁ ବନ୍ଧା ମୃତଦେହ ପୋଲିସ ଉଦ୍ଧାର କରରଯାଇଛି।...

ସଫା ସଫା କହିଦେଲେ ଶାହା, ଏଥର ଆମେ ଓଡ଼ିଶାରେ ଏତିକି ଆସନ ଜିତିବୁ

ଭୁବନେଶ୍ୱର,୧୮।୫: ଓଡ଼ିଶାରେ ଭାଜପା ୧୫ ଲୋକ ସଭା ଆସନ ଏବଂ ୭୫ଟି ବିଧାନସଭା ଆସନ ଜିତିବ ଭାଜପା। ଶୁକ୍ରବାର ପୁଣିଥରେ ଓଡ଼ିଶା ଗସ୍ତରେ ଆସି ଦମ୍ଭୋକ୍ତି...

ଏମ୍‌ବିକେ, ଆଶାକର୍ମୀଙ୍କୁ ଧମକ ଦେଉଛନ୍ତି ଭାଜପା ନେତା

ଭୁବନେଶ୍ୱର, ୧୮।୫ (ବନ୍ଦନା ସେଠୀ): ସମ୍ବଲପୁରରେ ଭାଜପା ନେତା ମହିଳାଙ୍କୁ ଡରାଇବା, ଖରାପ ଭାଷାରେ ଗାଳିଗୁଲଜ କରିବା ଓ ଧମକଚମକ ଦେଉଥିବା ଅଭିଯୋଗ ନେଇ ସିଇଓଙ୍କୁ...

ଆଜି ଆସିବେ ସଚିନ ପାଇଲଟ

ଭୁବନେଶ୍ୱର, ୧୮।୫(ଅସମାପିକା ସାହୁ): ଅଖିଳ ଭାରତ କଂଗ୍ରେସ କମିଟି (ଏଆଇସିସି)ର ସାଧାରଣ ସମ୍ପାଦକ ସଚିନ ପାଇଲଟ ନିର୍ବାଚନୀ ପ୍ରଚାର ପାଇଁ ଶନିବାର ଓଡ଼ିଶା ଆସୁଛନ୍ତି। ବାଲେଶ୍ୱରର...

‘୬ଷ୍ଠ ଥର ନବୀନ ମୁଖ୍ୟମନ୍ତ୍ରୀ ହେଲେ ଜମିଜମା ସମସ୍ୟାର ସମାଧାନ କରାଯିବ’

ଜଟଣୀ,୧୮ା୫(ରବୀନ୍ଦ୍ରନାଥ ମହାକୁଡ଼): ଓଡ଼ିଶାରେ ୬ଷ୍ଠ ଥର ପାଇଁ ନବୀନ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ହେଲେ ଜଟଣୀରେ ରହିଥିବା ଜମିଜମା ସମସ୍ୟାର ସମାଧାନ କରାଯିବ। ସମସ୍ତ ଏସ୍‌ଏଚ୍‌ଜି ମହିଳାଙ୍କୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri