ବିଜେଡି ଛାଡ଼ିବା ପରେ ଏମିତି କହିଲେ ଅନୁଭବ

ଭୁବନେଶ୍ୱର,୨ା୫: ଗୁରୁବାର ବିଜେଡି ଛାଡ଼ିଛନ୍ତି ଅନୁଭବ ପଟ୍ଟନାୟକ। ସେ ଆଜି ବିଜେଡି ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି। ଅନୁଭବ ଖଣ୍ଡପଡ଼ାରୁ ପ୍ରାର୍ଥୀ ହେବା ନେଇ ଟିକେଟ୍‌ ଆଶାୟୀ ଥିଲେ। ମାତ୍ର ଦଳର ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ସାବିତ୍ରୀ ପ୍ରଧାନଙ୍କୁ ପ୍ରାର୍ଥୀ କରିଥିବା ବେଳେ ଅନୁଭବ ନିରାଶ ହୋଇଛନ୍ତି। ସେ ତାଙ୍କର ଇସ୍ତଫା ପତ୍ର ଦଳର ସଭାପତିଙ୍କ ନିକଟକୁ ପଠାଇ ଦେଇଛନ୍ତି। ଏଥିରେ ସେ ଲେଖିଛନ୍ତି, ମୁଁ ଅତ୍ୟନ୍ତ ଦୁଃଖ ଓ ମର୍ମାହତ ସହିତ ଜଣାଇବାକୁ ଚାହୁଁଛି ଯେ, ମୋର ପରିବାର – ମୋର ପିତା ସ୍ବର୍ଗତ ଅରୁଣ ପଟ୍ଟନାୟକ, ୧୯୮୫ରୁ ମହାନ ଜନନାୟକ ବିଜୁ ପଟ୍ଟନାୟକଙ୍କ ନେତୃତ୍ୱରେ, ଏବଂ ମୋ ମା’ ଶ୍ରୀମତୀ ବିଜୟଲକ୍ଷ୍ମୀ ପଟ୍ଟନାୟକ, ତଥା ମୁଁ ବିଜୁ ଜନତା ଦଳର ଆରମ୍ଭରୁ ଦଳ ସହିତ ଜଡ଼ିତ ଅଛୁ । ଦୀର୍ଘ ୪୦ ବର୍ଷ ଧରି ଖଣ୍ଡପଡ଼ାରେ ଦଳର ସଙ୍ଗଠନକୁ ସୁଦୃଢ଼ କରିବା ପାଇଁ ଆମ ପରିବାର ସର୍ବଦା ଚେଷ୍ଟିତ ରହିଛୁ । ପ୍ରତି ନିର୍ବାଚନରେ ଦଳକୁ ଜିତାଇବା ପାଇଁ ଆମେ ଅହରହ କାର୍ଯ୍ୟ କରି ଆସିଛୁ । ୨୦୧୪ରୁ ୨୦୧୯ ପର୍ଯ୍ୟନ୍ତ ମୁଁ ବିଧାୟକ ଥିବା ସମୟରେ ଖଣ୍ଡପଡ଼ାର ସର୍ବାଙ୍ଗୀନ ଉନ୍ନତି କରିବା ସହିତ ବିଜୁ ଜନତା ଜଳକୁ ସୁଦୃଢ଼ କରିଛି ।

କିନ୍ତୁ ଏହିସବୁ ପ୍ରଚେଷ୍ଟା ପରେ ମଧ୍ୟ ୨୦୧୯ ସାଧାରଣ ନିର୍ବାଚନରେ, ଜଣେ ବହିରାଗତଙ୍କୁ ଆଣି ଖଣ୍ଡପଡ଼ାରେ ନିରୀହ ଜନସାଧାରଣଙ୍କ ଉପରେ ଲଦି ଦିଆଗଲା। ସେହି ବହିରାଗତ ବିଧାୟକ ହେଲା ପରେ କୌଣସି ମୁହୂର୍ତ୍ତରେ ମଧ୍ୟ ଲୋକମାନଙ୍କ ପାଖରେ ନ ଥିଲେ । ଏହି ଖବର ବିଜୁ ଜନତା ଦଳର ଶୀର୍ଷ ନେତୃତ୍ୱଙ୍କ ପାଖରେ ମଧ୍ୟ ଅଛି। ଯେତେବେଳେ ସେହି ଲୋକ ଦଳର ଶୀର୍ଷ ନେତୃତ୍ୱଙ୍କ ବିରୋଧରେ ଅପପ୍ରଚାର କଲେ, ଶୀର୍ଷ ନେତୃତ୍ୱଙ୍କ ନିର୍ଦ୍ଦେଶ କ୍ରମେ ମୁଁ ଦଳର ସ୍ବାର୍ଥ ଓ ସ୍ବାଭିମାନ ପାଇଁ ଟିଭି, ମିଡିଆ ଓ ସାମାଜିକ ଗଣମାଧ୍ୟରେ ମୋତେ ଦିଆଯାଇଥିବା ଦଳମତ ଅନୁସାରେ ପକ୍ଷ ରଖଥିଲି। ପ୍ରତ୍ୟେକ ସ୍ଥାନରେ ଶୀର୍ଷ ନେତୃତ୍ୱଙ୍କ ନିର୍ଦ୍ଦେଶ ଅନୁସାରେ ଯାହା ବିଜୁ ଜନତା ଦଳ ପାଇଁ ଆବଶ୍ୟକ, ମୁଁ ପାଳନ କରି ଆସିଛି।

ବିଧାୟକ ନ ଥାଇ ମଧ୍ୟ ବିଜୁ ଜନତା ଦଳର ସଙ୍ଗଠନକୁ ଦୃଢ଼ କରିବା ସହିତ, ଦଳର ମୁଖପାତ୍ର ଭାବରେ ଦଳୀୟ କାର୍ଯ୍ୟକ୍ରମରେ ମୁଁ ଅଂଶଗ୍ରହଣ କରିଛି। ବିଧାୟକଙ୍କ ଅନୁପସ୍ଥିତିରେ ମଧ୍ୟ ଦଳର ନିର୍ଦ୍ଦେଶ ଅନୁସାରେ ଖଣ୍ଡପଡ଼ାବାସୀଙ୍କ ସମସ୍ୟାକୁ ସମାଧାନ କରିବା ପାଇଁ ଉଦ୍ୟମ ଜାରି ରଖିଥିଲି I ଶୀର୍ଷ ନେତୃତ୍ୱଙ୍କ ନିର୍ଦେଶ ଅନୁସାରେ ଗୃହ ଟ୍ୟାଗି ଓ ଘରେ ଘରେ ଶଙ୍ଖ ଅଭିଯାନକୁ ସୂଚାରୁ ରୂପେ ଚଳାଇ ଆସିଛି।

ଏହା ସତ୍ତ୍ୱେ ୨୦୨୪ରେ ମଧ୍ୟ ମୋ ସହିତ ପୁଣି ଥରେ ଅନ୍ୟାୟ କରାଗଲା ଏବଂ ମତେ ଖଣ୍ଡପଡ଼ାରୁ ଦଳୀୟ ପ୍ରାର୍ଥୀ ଭାବେ ଲଢ଼ିବାରୁ ବଞ୍ଚିତ କରାଯାଇଛି। ବିଜୁ ଜନତା ଦଳର ଶୀର୍ଷ ନେତୃତ୍ୱ ସଦାସର୍ବଦା ମତେ ଅସ୍ତ୍ର କରି ନିଜର ସ୍ବାର୍ଥ ସାଧନ କରି ଆସିଛନ୍ତି । ବର୍ଷ ବର୍ଷ ଧରି ବିଜୁ ଜନତା ଦଳରେ ରହି ବିନା ସ୍ବାର୍ଥରେ ଦଳକୁ ସୁଦୃଢ଼ କଲା ପରେ ମଧ୍ୟ, ଦଳର ଏହି ପ୍ରକାର ପକ୍ଷପାତିତା ମୋ ଭଳି ଅନେକ ବିଜୁ ଜନତା ଦଳ ପ୍ରତି ଆସନ୍ତ ଥିବା କର୍ମୀମାନଙ୍କ ପ୍ରତି ଅନ୍ୟାୟ କରୁଛି। ଏହା ଆଗକୁ ଦଳକୁ ସୁଦୃଢ଼ କରିବା ପରିବର୍ତ୍ତେ ଦଳକୁ ଖଣ୍ଡପଡ଼ାରେ ଦୁର୍ବଳ କରିବା ହିଁ ଏକମାତ୍ର ସାର ।

ଖଣ୍ଡପଡ଼ା ମାଟିର ସନ୍ତାନ ଭାବରେ ଖଣ୍ଡପଡ଼ାର ବିକାଶ ମୋର ମୂଳ ଲକ୍ଷ୍ୟ। ମୋର କର୍ତ୍ତବ୍ୟନିଷ୍ଠା, ଆତ୍ମସମ୍ମାନ ଓ ଖଣ୍ଡପତା ବାସୀଙ୍କର ମୋ ପ୍ରତି ଥିବା ଭରସା ଓ ବିଶ୍ୱାସକୁ ବଜାୟ ରଖିବା ପାଇଁ, ମୁଁ ମୋ ସମର୍ଥକଙ୍କ ମତ ଅନୁସାରେ ବିଜୁ ଜନତା ଦଳର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ପ୍ରଦାନ କରୁଛି ବୋଲି ଲେଖିଛନ୍ତି। ଏହାକୁ ନେଇ ରାଜନୈତିକ ମହଲରେ ବେଶ୍‌ ଚର୍ଚ୍ଚା ଚାଲିଛି।


Enter your email to get our daily news in your inbox.

All Right Reserved By Dharitri.Com

ଉପକୂଳରେ ଘୂର୍ଣ୍ଣିବଳୟ, ଦୁଇଟି ଟ୍ରଫ୍‌: ଆସନ୍ତା ୫ ଦିନ ଯାଏ ଏସବୁ ଜିଲାରେ ପ୍ରବଳ ବର୍ଷା, ଓ୍ବାର୍ନିଂ ଜାରି କଲା…

ଭୁବନେଶ୍ୱର, ୨୧ା୭ (ବନ୍ଦନା ସେଠୀ)- ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗର ଓ ଏହା ସଂଲଗ୍ନ ଉତ୍ତର ଆନ୍ଧ୍ରପ୍ରଦେଶ ଉପକୂଳରେ ଏକ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି। ଏଥିସହ ଦୁଇଟି ଟ୍ରଫ୍‌…

ଦକ୍ଷିଣମୋଡ଼ ହେଲା ଦର୍ପଦଳନ, ଅଧାରେ ଅଟକିଲା ତାଳଧ୍ୱଜ: ନନ୍ଦିଘୋଷ… 

ପୁରୀ,୨୧ା୭(ଅଜିତ୍‌ କୁମାର ମହାନ୍ତି): ମହାପ୍ରଭୁ ଶ୍ରୀଜଗନ୍ନାଥ ବଡ଼ଭାଇ ବଳଭଦ୍ର ଏବଂ ଭଉଣୀ ସୁଭଦ୍ରାଙ୍କୁ ସାଙ୍ଗରେ ଧରି ରଥାରୂଢ଼ ହୋଇ ଆସି ଶ୍ରୀଗୁଣ୍ଡିଚା ମନ୍ଦିରରେ ଅବସ୍ଥାନ କରିଛନ୍ତି। ରଥଯାତ୍ରାର…

ଛାତ୍ରଙ୍କ ଉପରେ ଲାଠିଚାର୍ଜକୁ ନେଇ କ୍ଷୁବ୍ଧ ଅରିଜିତ, କହିଲେ– ‘ନିଜକୁ ଭଗବାନ ଭାବୁଛନ୍ତି କି?’

ନୂଆଦିଲ୍ଲୀ,୨୧।୭: ଦିଲ୍ଲୀରେ ୨୦ ଜୁଲାଇରେ କକରୋଚ୍ ଜନତା ପାର୍ଟି (CJP)ର ଆହ୍ୱାନରେ ଆୟୋଜିତ ସଂସଦ ମାର୍ଚ୍ଚ ସମୟରେ ଛାତ୍ର ଓ ପୋଲିସ ମଧ୍ୟରେ ଉତ୍ତେଜନା ସୃଷ୍ଟି ହୋଇଥିଲା।…

ଜୀବିତ ଥାଇ ବି ସରକାରୀ ରେକର୍ଡରେ ମୃତ! ଆଧାର ନିଷ୍କ୍ରିୟ; ଜିଲାପାଳଙ୍କ ଦ୍ୱାରସ୍ଥ ହେଲେ…

ମୋହନା,୨୧।୭(ମନ୍ମଥ ମିଶ୍ର): ଜୀବିତ ଥାଇ ବି ସରକାରୀ ରେକର୍ଡରେ ମୃତ! ଏଭଳି ଏକ ଆଶ୍ଚର୍ଯ୍ୟଜନକ ଘଟଣା ଗଜପତି ଜିଲା ଆର୍. ଉଦୟଗିରି ବ୍ଲକ ରଣାଲଇ ଗ୍ରାମରେ ଦେଖିବାକୁ…

ରାଜ୍ୟ ରାଜନୀତିରେ ଚହଳ: ଧର୍ମେନ୍ଦ୍ରଙ୍କ ଇସ୍ତଫା ଦାବି କଲେ ନବୀନ

ନୂଆଦିଲ୍ଲୀ/ ଭୁବନେଶ୍ୱର:୨୧।୭: ଓଡ଼ିଶା ତଥା ଜାତୀୟ ରାଜନୀତିରେ ଏକ ବଡ଼ ଧରଣର ହଟଚମଟ ସୃଷ୍ଟି ହୋଇଛି। ପୂର୍ବତନ ମୁଖ୍ୟମନ୍ତ୍ରୀ, ଓଡ଼ିଶା ବିଧାନସଭାର ବିରୋଧୀ ଦଳ ନେତା ନବୀନ…

ପୋଲିସ ଟେକିନେବାରୁ ରାଗିଗଲେ ରାହୁଲ, ଏମିତି କହିଲେ ରାଜନୀତିରେ ଚହଳ!

ନୂଆଦିଲ୍ଲୀ,୨୧।୭: ପ୍ରଧାନମନ୍ତ୍ରୀଙ୍କ ବାସଭବନ ଆଗରେ ମଙ୍ଗଳବାର ବିକ୍ଷୋଭ ପ୍ରଦର୍ଶନରେ ବସିଥିବା କଂଗ୍ରେସ ନେତା ରାହୁଲ ଗାନ୍ଧୀ, ପ୍ରିୟଙ୍କା ଗାନ୍ଧୀ, ସମାଜବାଦୀ ପାର୍ଟି (SP) ମୁଖିଆ ଅଖିଲେଶ ଯାଦବ…

ଅଧିନାୟଙ୍କ ବଡ଼ ଦାବି , ଜିମ୍ବାଓ୍ବେ ପାଖରେ ସିରିଜ୍‌ ଜିତିବାର ସୁଯୋଗ ରହିଛି

ହରାରେ,୨୧ା୭: ଆସନ୍ତା ଗୁରୁବାର ଭାରତ ଓ ଜିମ୍ବାଓ୍ବେ ମଧ୍ୟରେ ୩ ମ୍ୟାଚ୍‌ ବିଶିଷ୍ଟ ଟି୨୦ ସିରିଜ୍‌ର ପ୍ରଥମ ମ୍ୟାଚ୍‌ ଖେଳାଯିବ। ଜିମ୍ବାଓ୍ବେ ଅଧିନାୟକ ଶିକନ୍ଦର ରାଜାଙ୍କ ମତରେ…

ପୁଣି ଆନ୍ଦୋଳନ ଡାକରା ଦେଲା CJP! ଆଜି ରାତି ୮ଟାରେ ଦିଲ୍ଲୀରେ ହେବ…

ନୂଆଦିଲ୍ଲୀ,୨୧।୭: ନିଟ୍ (NEET) ପେପର ଲିକ୍, କୃଷକଙ୍କ ଆନ୍ଦୋଳନ ଏବଂ ପୋଲିସର ବଳପ୍ରୟୋଗ ବିରୋଧରେ ଦିଲ୍ଲୀରେ ରାଜନୈତିକ ସରଗରମ ବୃଦ୍ଧି ପାଇବାରେ ଲାଗିଛି। ଏହି କ୍ରମରେ କକରୋଚ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri