ଅନୁଭବ-ବର୍ଷା ମାମଲାର ପୂର୍ଣ୍ଣଚ୍ଛେଦ

କଟକ,୨୩ା୯ (କାର୍ତ୍ତିକ ସାହୁ): କଟକ ପରିବାର ଅଦାଲତରେ ଚାଲିଥିବା ଅଭିନେତା ତଥା ଏମ୍‌ପି ଅନୁଭବ ମହାନ୍ତି ଏବଂ ତାଙ୍କ ସ୍ତ୍ରୀ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କ ମାମଲାରେ ପୂର୍ଣ୍ଣଚ୍ଛେଦ ପଡ଼ିଛି। ଅନୁଭବଙ୍କ ପକ୍ଷରୁ ରୁଜୁ ହୋଇଥିବା ବର୍ଷାଙ୍କଠାରୁ ଛାଡ଼ପତ୍ର ଏବଂ ବର୍ଷାଙ୍କ ପକ୍ଷରୁ ରୁଜୁ ଅନୁଭବଙ୍କ ସହ ପୁନଃମିଳନ ଓ ଅବସ୍ଥାପନ ଆବେଦନ ମାମଲାଦ୍ୱୟକୁ ପରିବାର ଅଦାଲତ ଶୁକ୍ରବାର ଖାରଜ କରିଦେଇଛନ୍ତି। ୨ଟିଯାକ ମାମଲାର ଶୁଣାଣି କରି ଉଭୟଙ୍କ ଆବେଦନ ପ୍ରସଙ୍ଗରେ କୋର୍ଟରେ ଏକାଧିକ ମାମଲା, ଜବାବ ଓ ପ୍ରତିଜବାବ ରହୁଥିବାରୁ ଅଦାଲତ ଉଭୟଙ୍କ ଆବେଦନକୁ ଖାରଜ କରିଥିଲେ। ବର୍ଷାଙ୍କ ପ୍ରସଙ୍ଗରେ କୋର୍ଟ ଦର୍ଶାଇଛନ୍ତି ଯେ, ବର୍ଷା ତାଙ୍କ ସ୍ବାମୀଙ୍କ ବିରୋଧରେ ଏକାଧିକ ମାମଲା ରୁଜୁ କରି ପୁଣି ତାଙ୍କ ସହ ଏକତ୍ର ରହିବାକୁ ଚାହୁଁଛନ୍ତି। ଏପରିସ୍ଥିତିରେ କୋର୍ଟ ଉଭୟଙ୍କ ଆବେଦନକୁ ଅଗ୍ରାହ୍ୟ କରିଥିବାରୁ କେହି କାହା ପାଖରେ ରହିପାରିବେ ନାହିଁ। ତେଣୁ ଦିଲ୍ଲୀର ପଟିଆଲା ହାଉସ୍‌ କୋର୍ଟରୁ ଆରମ୍ଭ କରି କଟକର ପରିବାର ଅଦାଲତ ଯାଏ ଏହା ମଧ୍ୟରେ ଅନେକ ଅଦାଲତି ଝମେଲାରେ ଅନୁଭବ ଓ ବର୍ଷା ନୟାନ୍ତ ହୋଇ ଶେଷରେ ଫଳ ଶୂନରେ ପହଞ୍ଚିବା ନେଇ ଚର୍ଚ୍ଚା ହେଉଛି।
କି, ଅନୁଭବଙ୍କ ପକ୍ଷରୁ ତାଙ୍କ ସ୍ତ୍ରୀ ବର୍ଷାଙ୍କୁ ଛାଡ଼ପତ୍ର ଦେବା ନିମନ୍ତେ ଦିଲ୍ଲୀର ପଟିଆଲା ହାଉସ୍‌ କୋର୍ଟରେ ପ୍ରଥମେ ଏକ ମାମଲା ରୁଜୁ କରାଯାଇଥିଲା। ତେବେ ବର୍ଷାଙ୍କ ଆବେଦନ ଅନୁସାରେ ସୁପ୍ରିମ୍‌କୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ଏହି ଛାଡ଼ପତ୍ର ମାମଲା ପଟିଆଲା କୋର୍ଟରୁ କଟକର ପାରିବାରିକ ଅଦାଲତକୁ ସ୍ଥାନାନ୍ତର ହୋଇଥିଲା। ୪୭ ପୃଷ୍ଠା ସମ୍ବଳିତ ଏହି ପିଟିଶନ୍‌ରେ ଅନୁଭବ ଦର୍ଶାଇଥିଲେ ଯେ, ୨୦୧୪ ମସିହାରେ ଉଭୟଙ୍କ ବିବାହ ହୋଇଥିଲେ ମଧ୍ୟ ବିଭିନ୍ନ ସମୟରେ ବର୍ଷା ଶାରୀରିକ ସମ୍ପର୍କ ରଖିବାକୁ ଅନିଚ୍ଛା ପ୍ରକାଶ କରୁଥିଲେ। ବର୍ଷା ଅନୁଭବଙ୍କୁ ତାଙ୍କ ବୈବାହିକ ଜୀବନରେ କେବେ ବି ଖୁସି ଦେଇନାହାନ୍ତି। ଓଲଟା ସେ ସର୍ବଦା ଅନୁଭବଙ୍କ ଉପରେ ପ୍ରାଧାନ୍ୟ ବିସ୍ତାର କରୁଥିଲେ। ପାରିବାରିକ ଜୀବନରେ ବର୍ଷା କେବେହେଲେ ତାଙ୍କୁ ସହଯୋଗ କରୁ ନ ଥିଲେ। ଦୁହିଁଙ୍କ ଭିତରେ ମତ ପାର୍ଥକ୍ୟ ଥିବା କାରଣରୁ ଉଭୟ ଦୀର୍ଘଦିନ ହେବ ଅଲଗା ରହୁଛନ୍ତି। ସେହିପରି ଅନୁଭବ ତଥା ତାଙ୍କ ପରିବାର ସଦସ୍ୟଙ୍କ ବିରୋଧରେ ମାମଲା ରୁଜୁ କରିବାକୁ ବର୍ଷା ଧମକ ଦେବା ସହ ମାନସିକ ନିର୍ଯାତନା ଦେଉଥିଲେ ବୋଲି ଅନୁଭବ ଆବେଦନରେ ଦର୍ଶାଇଥିଲେ। ଦୀର୍ଘଦିନର ତିକ୍ତତା ପରେ ସେ ବର୍ଷାଙ୍କ ସହ ସମ୍ପର୍କ ତୁଟାଇବାକୁ ସିଦ୍ଧାନ୍ତ ନେଇଛନ୍ତି। ତେଣୁ ସେ ଛାଡ଼ପତ୍ର ନିମନ୍ତେ ଅଦାଲତରେ ଆବେଦନ କରିଥିବା କୋର୍ଟଙ୍କୁ ଜଣାଇଥିଲେ। ବର୍ଷା ମଧ୍ୟ ଅନୁରୂପ ଭାବେ ଅନୁଭବଙ୍କ ବିରୋଧରେ କଟକ ଏସ୍‌ଡିଜେଏମ୍‌ ଅଦାଲତରେ ଏକ ମାମଲା ରୁଜୁ କରିଥିଲେ। ଏଥିରେ ସେ ପାରିବାରିକ ହିଂସାର ଶିକାର ହେଉଛନ୍ତି ବୋଲି ଦର୍ଶାଇଥିଲେ। ମହିଳା ହିଂସା ସୁରକ୍ଷା ଆଇନ-୨୦୦୫ ଅନୁସାରେ ତାଙ୍କୁ ସୁରକ୍ଷା ଯୋଗାଇଦେବାକୁ ସେ ପ୍ରାର୍ଥନା କରିଥିଲେ। ସେ ତାଙ୍କ ଆବେଦନରେ ଦର୍ଶାଇଥିଲେ ଯେ, ଅନୁଭବ ମଦ ପିଇ ତାଙ୍କୁ ମାର୍‌ପିଟ କରି ଉଭୟ ଶାରୀରିକ ଓ ମାନସିକ ଭାବେ ନିର୍ଯାତନା ଦେଇଆସୁଛନ୍ତି। ଏପରିସ୍ଥଳେ ସେ କ୍ଷତିପୂରଣ ବାବଦକୁ ଅନୁଭବଙ୍କ ନିକଟରୁ ୧୫ କୋଟି, ଘରଭଡ଼ା ମାସିକ ୨୦ ହଜାର ଓ ନିଜେ ଚଳିବାକୁ ମାସିକ ୫୦ ହଜାର ଦାବି କରିଥିଲେ। ଅନ୍ୟପକ୍ଷରେ ସେ କଟକ ପାରିବାରିକ ଅଦାଲତରେ ଅନୁଭବଙ୍କ ନିକଟରେ ରହିବାକୁ ଚାହଁୁଥିବା ଦର୍ଶାଇ ସେମାନଙ୍କ ବିବାହର ପୁନଃ ପ୍ରତିଷ୍ଠା ନିମନ୍ତେ ଆବେଦନ କରିଥିଲେ। କଟକ ପରିବାର ଅଦାଲତରେ ଗତ ଏକବର୍ଷରୁ ଊର୍ଦ୍ଧ୍ୱ ସମୟ ଧରି ଏହି ମାମଲାର ଶୁଣାଣି ଚାଲିିଥିଲା। ତେବେ ପରିବାର ଅଦାଲତ ରାୟ ବିରୋଧରେ ଆବଶ୍ୟକ ପଡ଼ିଲେ ସେ ହାଇକୋର୍ଟକୁ ଯିବେ ବୋଲି ଅନୁଭବଙ୍କ ଓକିଲ ଲଳିତେନ୍ଦୁ ମିଶ୍ର କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଡିଜିଟାଲ ଯୁଗରେ ମନ୍ଦିରରେ ବସିଛନ୍ତି କ୍ୟାସଲେସ ଭିକାରୀ, କ୍ୟୁଆର କୋଡ୍ ସ୍କାନ କରି ପେମେଣ୍ଟ….

ପାରଳାଖେମୁଣ୍ଡି,୧୫।୨(ଗିରିଧାରୀ ପରିଛା): ଡିଜିଟାଲ ଯୁଗରେ ବର୍ତ୍ତମାନ ଭିକାରୀମାନେ ମଧ୍ୟ କ୍ୟାସଲେସ ବିଧି ଆପଣାଇଲେଣି । ଏପରି କିଛି ଭିଡିଓ ସୋସିଆଲ ମିଡିଆରେ ବେଶ୍ ଭାଇରାଲ୍ ହୋଇଥାଏ ।…

ଲିଙ୍ଗରାଜ ମନ୍ଦିରରେ ଉଠିଲା ମହାଦୀପ: ନିର୍ଦ୍ଧାରିତ ସମୟ ପୂର୍ବରୁ ସମ୍ପନ୍ନ ହେଲା ନୀତିକାନ୍ତି

ଭୁବନେଶ୍ୱର,୧୫।୨: ପବିତ୍ର ମହାଶିବରାତ୍ରି ଅବସରରେ ଭୁବନେଶ୍ୱରର ପ୍ରସିଦ୍ଧ ଶ୍ରୀଲିଙ୍ଗରାଜ ମନ୍ଦିରରେ ମହାପ୍ରଭୁଙ୍କ ମହାଦୀପ ଉଠିଛି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଚଳିତ ବର୍ଷ ପ୍ରଶାସନ ଓ ସେବାୟତଙ୍କ…

ପାକିସ୍ତାନ ଅଧିନାୟକଙ୍କ ମାଷ୍ଟରଷ୍ଟ୍ରୋକ୍‌ରେ ଫସିଲା ଭାରତ: ଖାତା ଖୋଲିବା ପୂର୍ବରୁ ଅଭିଷେକ ଆଉଟ୍

କଲମ୍ବୋ,୧୫।୨: ଟି-୨୦ ବିଶ୍ୱକପ୍‌ର ଗୁରୁତ୍ୱପୂର୍ଣ୍ଣ ମ୍ୟାଚରେ ଭାରତକୁ ଝଟକା ଦେବାରେ ସଫଳ ହୋଇଛି ପାକିସ୍ତାନ । ପାକିସ୍ତାନ ଅଧିନାୟକ ସଲମାନ ଅଲି ଆଘାଙ୍କ ଏକ ଚତୁର ରଣନୀତି…

ଶିବ ସନ୍ଦେଶ ଅଭିଯାନ ରଥ ପରିଭ୍ରମଣ ଉଦଯାପିତ, ଆଧ୍ୟାତ୍ମିକ ଜ୍ଞାନ ସଂପର୍କରେ ଜନ ସମାଜକୁ…

ଭଞ୍ଜନଗର,୧୫।୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ରହ୍ମକୁମାରୀ ଇଶ୍ୱରୀୟ ବିଶ୍ଵବିଦ୍ୟାଳୟ ଶାଖା ପକ୍ଷରୁ ଗତ ୨ ତାରିଖରୁ ବାହାରିଥିବା ଶିବ ସନ୍ଦେଶ ଅଭିଯାନ ରଥ ପରିଭ୍ରମଣ କାର୍ଯ୍ୟକ୍ରମ…

ଏପ୍ରିଲରୁ ଲାଗୁ ହୋଇପାରେ ଭାରତ-ୟୁକେ ଚୁକ୍ତି, କଣ ଶସ୍ତା କଣ ମହଙ୍ଗା ହେବ ଜାଣନ୍ତୁ

ନୂଆଦିଲ୍ଲୀ,୧୫।୨: ଭାରତ ଏବଂ ୟୁକେ ମଧ୍ୟରେ ଜୁଲାଇ ୨୦୨୫ ରେ ସ୍ୱାକ୍ଷରିତ ହୋଇଥିବା ଭାରତ-ୟୁକେ ମୁକ୍ତ ବାଣିଜ୍ୟ ଚୁକ୍ତିନାମା ଏପ୍ରିଲ ୨୦୨୬ ରେ କାର୍ଯ୍ୟକାରୀ ହେବା ନେଇ…

ନୂଆ ଦାୟିତ୍ବ ଦେଲେ ନବୀନ, ଗଜପତି ଜିଲା ବିଜେଡି ମହିଳା ସଭାପତି ହେଲେ ସଂଯୁକ୍ତା ବେହେରା

ଗଜପତି,୧୫।୨(ଗିରିଧାରୀ ପରିଛା): ବିଜେଡି ସୁପ୍ରିମୋ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଜପତି ଜିଲା ମହିଳା ବିଜେଡି ସଭାପତି ଭାବେ ସଂଯୁକ୍ତା ବେହେରାଙ୍କୁ ମନୋୟନ କରିଛନ୍ତି ।…

କଣ୍ଠଶିଳ୍ପୀ ଗୀତା ପଟ୍ଟନାୟକଙ୍କ ପରଲୋକ, କଟକର ଏକ ଘରୋଇ ହସ୍ପିଟାଲ୍‌ରେ ଦେହାନ୍ତ

କଟକ,୧୫ା୨:  ଓଡ଼ିଶାର ସୁନାମଧନ୍ୟ କଣ୍ଠଶିଳ୍ପୀ ଗୀତା ପଟ୍ଟନାୟକଙ୍କ ପରଲୋକ । କଟକର ଏକ ଘରୋଇ ହସ୍ପିଟାଲ୍‌ରେ ଚିକିତ୍ସାଧୀନ ଅବସ୍ଥାରେ ଦେହାନ୍ତ ହୋଇଥିବା ସୂଚନା ରହିଛି । ଗତ…

ନକଲି ମାଓବାଦୀ ପୋଷ୍ଟର ମାମଲାରେ ଦୁଇ ଗିରଫ, ସ୍କାନରରେ ଅଛନ୍ତି….

ରାୟଗଡ଼ା,୧୫/୨(ଆଶିଷ ରଞ୍ଜନ ପଣ୍ଡା): ରାୟଗଡାରୁ ଦୁଇ ନକଲି ମାଓବାଦୀଙ୍କୁ ଗିରଫ କରିଛି ରାୟଗଡ଼ା ପୋଲିସ । ଏହି ଦୁଇଜଣଙ୍କ ମଧ୍ୟରୁ ଜଣେ ସାମ୍ବାଦିକ ଓ ଅନ୍ୟଜଣେ ବଳୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri