ପାୟଲଙ୍କ ରଙ୍ଗତୂଳୀ ସ୍ପର୍ଶରେ ତରଳିଗଲେ ଅନୁ

ବଲାଙ୍ଗୀର ଅଫିସ, ୨୦ା୪: ବଲାଙ୍ଗୀର ଜିଲା ଗସ୍ତର ଦ୍ୱିତୀୟ ଦିନରେ ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ ବୁଧବାର ସକାଳେ ବଲାଙ୍ଗୀର ବ୍ଲକ ଅନ୍ତର୍ଗତ ପଥରଚେପା ସ୍ଥିତ ପାର୍ବତୀ ଗିରି ବାଳ ନିକେତନ ଶିଶୁ ଯନତ୍ ଅନୁଷ୍ଠାନ ପରିଦର୍ଶନରେ ଯାଇଥିଲେ। ଉନ୍ନୟନ କମିଶନର ଗର୍ଗ ଅନ୍ତେବାସୀ ମାନଙ୍କ ସହ ସେମାନଙ୍କ ରହିବା, ଖାଇବା, ଯନତ୍, ପାଠପଢା ତଥା ସ୍ବାସ୍ଥ୍ୟ ସମ୍ପର୍କରେ ପଚାରି ବୁଝିଥିଲେ। ସେମାନକୁ ଭଲ ମଣିଷ ହେବାକୁ କହି ଉତ୍ସାହିତ କରିଥିଲେ। ଅନ୍ତେବାସୀମାନେ ରହୁଥିବା ବାଳକ ଓ ବାଳିକା ହଷ୍ଟେଲ ଓ ରୋଷେଇ ଶାଳା ପରିଦର୍ଶନ କରିବା ସହ ସେଠାରେ ଥିବା ସିଲେଇ ତାଲିମ କେନ୍ଦ୍ର ଓ ଯନତ୍ ପରବର୍ତ୍ତୀ କେନ୍ଦ୍ର ପରିଦର୍ଶନ କରି ଅନୁଷ୍ଠାନ ପରିଚାଳକଙ୍କ ସହ ଆଲୋଚନା କରିଥିଲେ। ପାର୍ବତୀ ଗିରି ବାଳ ନିକେତନରେ ରହୁଥିବା ଦିବ୍ୟାଙ୍ଗ ଅନ୍ତେବାସୀ ପାୟଲ ନାଗ ଏହି ଅବସରରେ ଉନ୍ନୟନ କମିଶନର ଅନୁଙ୍କ ଏକ ପେଣ୍ଟିଂକୁ ଉପହାର ଦେଇଥିଲେ। ନିଜର ପେଣ୍ଟିଂ ଦେଖି ଅନୁ ବିମୋହିତ ହୋଇଯାଇଥିଲେ। ପାୟଲ ନାଗଙ୍କ ହାତ କି ଗୋଡ ନାହିଁ। ଦାଦନ ଖଟିଯିବାବେଳେ ଛତିଶଗଡ ରାୟପୁରଠାରେ ଏକ ଭୟଙ୍କର ବିଦ୍ୟୁତ୍‌ ଦୁର୍ଘଟଣାରେ ସେ ତାଙ୍କର ଦୁଇ ହାତ ଏବଂ ଦୁଇ ଗୋଡ ହରାଇଥିଲେ। ହେଲେ ଏଭଳି ଏକ ଭୟଙ୍କର ଦୁର୍ଘଟଣା ପରେ ବି ସେ ହରାଇ ନାହାନ୍ତି ଜୀବନ ଜୀଇଁବାର ରାହା। ନିଜ ମୁଁହରେ ରଙ୍ଗତୂଳୀରେ ସେ ଅଙ୍କନ କରିଥିଲେ ଉନ୍ନୟନ କମିଶନର ଅନୁ ଗର୍ଗଙ୍କ ଏକ ଚିତ୍ର। ନିଜର ଚିତ୍ର ଏବଂ ପାୟଲଙ୍କ ଗୁଲିଗୁଲିଆ ମୁହଁ ଦେଖି ତରଳି ଯାଇଥିଲା ଉନ୍ନୟନ କମିଶନର ଅନୁଙ୍କ ନାରୀ ହୃଦୟ। କୁଣ୍ଡାଇ ପକାଇଥିଲେ ପାୟଲଙ୍କୁ। ଅଜାଡି ଦେଇଥିଲେ ସ୍ନେହ। ବେଶ କିଛି ସମୟ ଏକ ଭାବମୟ ପରିବେଶ ସୃଷ୍ଟି ହୋଇଥିଲା। ଉନ୍ନୟନ କମିଶନର ଗର୍ଗଙ୍କ ସହ ସମବାୟ ବିଭାଗର ପ୍ରମୁଖ ଶାସନ ସଚିବ ସଞ୍ଜୀବ ଚଡ୍ଡା ଏବଂ ଜିଲାପାଳ ଚଞ୍ଚଳ ରାଣା ମଧ୍ୟ ସେଠାରେ ଉପସ୍ଥିତ ଥିଲେ। ବଲାଙ୍ଗୀର ଜିଲା ମୁରିବାହାଲ ବ୍ଳକ୍‌ ଯମୁନାବାହାଲ ଗ୍ରାମର ପାୟଲ ନାଗ ୨୦୧୫ ମସିହାରେ ତାଙ୍କ ପିତାମାତାଙ୍କ ସହ ଦାଦନ ଖଟିବାକୁ ଯାଇଥିବାବେଳେ ଏକ ବିଦ୍ୟୁତ୍‌୍‌ ତାର ସଂସ୍ପର୍ଶରେ ଆସିଯାଇଥିଲେ। ଏବେ ପାୟଲ ନବମ ଶ୍ରେଣୀ ପରୀକ୍ଷା ଦେଇସାରିଛନ୍ତି। ଚଳିତବର୍ଷ ସେ ଦଶମ ଶ୍ରେଣୀରେ ପାଠ ପଢିବେ। ପ୍ରାୟ ୧ ବର୍ଷରୁ ଉର୍ଦ୍ଧ୍ୱ ହେବ ପାୟଲ ପଥରଚେପା ପାର୍ବତୀଗିରି ବାଳ ନିକେତନରେ ରହୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଯୁଦ୍ଧକାଳୀନ ଭିତ୍ତିରେ ଆରମ୍ଭ କରାଯିବ କାମ: ଛତ୍ରପୁର ବିଧାୟକ ଦେଲେ କଡ଼ା ନିର୍ଦ୍ଦେଶ

ଛତ୍ରପୁର,୧୭।୮(ଦିଲ୍ଲୀପ ସାମଲ): ଆର୍ଯ୍ୟପଲ୍ଲୀ ପ୍ରଭାବିତ ଅଞ୍ଚଳରେ ସମୁଦ୍ର କୂଳ ସୁରକ୍ଷା ଓ କ୍ଷୟ ରୋକିବା ଦାବିରେ ଚାଲିଥିବା ଆନ୍ଦୋଳନ ମଧ୍ୟରେ ସୋମବାର ସନ୍ଧ୍ୟାରେ ଗଞ୍ଜାମ ଜିଲାପାଳଙ୍କ ସମ୍ମିଳନୀ…

ଶୋଇଥିଲେ ୭ ବର୍ଷର ଶିଶୁ, କାମୁଡ଼ିଲା ସାପ: ଆଉ ତା’ପରେ…

ନର୍ଲା,୧୭।୮(ସନ୍ତୋଷ ପାତ୍ର)-କଳାହାଣ୍ଡି ଜିଲା ନର୍ଲା ଥାନା ଅନ୍ତର୍ଗତ କମର୍ଦ୍ଧା ପଞ୍ଚାୟତ ଉଲିଗୁଞ୍ଜେର ଗାଁରୁ ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ଏଠାରେ ସାପ କାମୁଡାରେ ଜଣେ ୭…

ଘାଟିରେ ଡାଳିମ୍ବ ବୋଝେଇ ମିନିଟ୍ରକ ଦୁର୍ଘଟଣାଗ୍ରସ୍ତ: ବୁଲାଣିରେ ଘଟିଲା…

ଦାରିଙ୍ଗବାଡି, ୧୭।୮(ଅରୁଣ ସାହୁ): କନ୍ଧମାଳ-ଗଞ୍ଜାମ ଜିଲା ସିମା ଗାଜଲବାଡି ଘାଟିରେ ଏକ ଡାଳିମ୍ବ ବୋଝେଇ ମିନିଟ୍ରକ ଦୁର୍ଘଟଣାଗ୍ରସ୍ତ ହୋଇଛି। ତେବେ ଏହି ଦୁର୍ଘଟଣାରେ କାହାର କିଛି କ୍ଷତି…

କେନାଲ ପାର ହୋଇ ମୃତଦେହ ଦାହ ପ୍ରସଙ୍ଗ, ଗାଁରେ ପହଞ୍ଚିଲା କଂଗ୍ରେସ ଟିମ୍‌

ଗଞ୍ଜାମ,୧୭ା୮(ବିଦ୍ୟାଧର ସାହୁ): ଗଞ୍ଜାମ ଜିଲା ଛତ୍ରପୁର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ହୁମା ପଞ୍ଚାୟତ ବାଉଁଶିଆପଡା ଗ୍ରାମ ଶ୍ମଶାନକୁ ରାସ୍ତା ନ ଥିବାରୁ ଲୋକେ ମୃତଦେହ ଦାହ ପାଇଁ…

ଭାରତ-ଆମେରିକା ମଧ୍ୟରେ ବଡ଼ ଡିଲ୍‌: ଟେନ୍‌ସନ୍‌ରେ ଚାଇନା

ନୂଆଦିଲ୍ଲୀ,୧୭।୮:ଇରାନ ସହିତ ସଂଘର୍ଷ ମଧ୍ୟରେ ଭାରତ ପୁଣି ଥରେ ଦୁଇଟି MQ-9 ସି ଗାର୍ଡିଆନ ଡ୍ରୋନ ଲିଜ କରିବା ପାଇଁ ଆମେରିକା ସହିତ ଏକ ଚୁକ୍ତି ସ୍ବାକ୍ଷର…

ଦୁର୍ଘଟଣାରେ ଚାଲିଗଲା ଯୁବକଙ୍କ ଜୀବନ, କ୍ଷତିପୂରଣ ଦାବିରେ ତେଜିଲା ଆନ୍ଦୋଳନ

ପୁରୁଷୋତ୍ତମପୁର,୧୭ା୮(ସବିତା ମିଶ୍ର): ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ବ୍ରହ୍ମପୁର-ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ବାଇଧର ମନ୍ଦିର ନିକଟରେ ସୋମବାର ସନ୍ଧ୍ୟାରେ ଏକ ଡାଲାଗାଡି ଧକ୍କାରେ ଯୁବକଙ୍କ ମୃତ୍ୟୁ ଘଟିଛି। ସେ…

ଇତିହାସ ରଚିଲେ ରବୀନ୍ଦ୍ର ଜାଡେଜା, ଏପରି କରିବାରେ ହେଲେ ଦ୍ୱିତୀୟ ଭାରତୀୟ

ନୂଆଦିଲ୍ଲୀ, ୧୭।୮: ଶ୍ରୀଲଙ୍କା ବିପକ୍ଷରେ ଗଲ୍‌ରେ ଖେଳାଯାଉଥିବା ପ୍ରଥମ ଟେଷ୍ଟ ମ୍ୟାଚରେ ଭାରତୀୟ ସ୍ପିନ ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା ନିଜ ନାମରେ ଏକ ବଡ଼ ରେକର୍ଡ କରିଛନ୍ତି।…

ଭାରତୀୟ ମଜଦୁର ସଂଘର ଦେଶ ବ୍ୟାପୀ ପ୍ରତିବାଦ

ଛତ୍ରପୁର,୧୭।୮(ଦିଲ୍ଲୀପ ସାମଲ/ଦ୍ୱାରକା ପଟ୍ଟନାୟକ): ରାଞ୍ଚିଠାରେ ହୋଇଥିବା ୧୬୧ତମ କେନ୍ଦ୍ରୀୟ କାର୍ଯ୍ୟ ସମିତିର ନିଷ୍ପତ୍ତି କ୍ରମେ ଭାରତୀୟ ମଜଦୁର ସଂଘ(ବିଏମ୍‌ଏସ) ପକ୍ଷରୁ ସୋମବାର ସ୍ଥାନୀୟ ଜିଲାପାଳ କାର୍ଯ୍ୟାଳୟ ସମ୍ମୁଖରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri