ପାୟଲଙ୍କ ରଙ୍ଗତୂଳୀ ସ୍ପର୍ଶରେ ତରଳିଗଲେ ଅନୁ

ବଲାଙ୍ଗୀର ଅଫିସ, ୨୦ା୪: ବଲାଙ୍ଗୀର ଜିଲା ଗସ୍ତର ଦ୍ୱିତୀୟ ଦିନରେ ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ ବୁଧବାର ସକାଳେ ବଲାଙ୍ଗୀର ବ୍ଲକ ଅନ୍ତର୍ଗତ ପଥରଚେପା ସ୍ଥିତ ପାର୍ବତୀ ଗିରି ବାଳ ନିକେତନ ଶିଶୁ ଯନତ୍ ଅନୁଷ୍ଠାନ ପରିଦର୍ଶନରେ ଯାଇଥିଲେ। ଉନ୍ନୟନ କମିଶନର ଗର୍ଗ ଅନ୍ତେବାସୀ ମାନଙ୍କ ସହ ସେମାନଙ୍କ ରହିବା, ଖାଇବା, ଯନତ୍, ପାଠପଢା ତଥା ସ୍ବାସ୍ଥ୍ୟ ସମ୍ପର୍କରେ ପଚାରି ବୁଝିଥିଲେ। ସେମାନକୁ ଭଲ ମଣିଷ ହେବାକୁ କହି ଉତ୍ସାହିତ କରିଥିଲେ। ଅନ୍ତେବାସୀମାନେ ରହୁଥିବା ବାଳକ ଓ ବାଳିକା ହଷ୍ଟେଲ ଓ ରୋଷେଇ ଶାଳା ପରିଦର୍ଶନ କରିବା ସହ ସେଠାରେ ଥିବା ସିଲେଇ ତାଲିମ କେନ୍ଦ୍ର ଓ ଯନତ୍ ପରବର୍ତ୍ତୀ କେନ୍ଦ୍ର ପରିଦର୍ଶନ କରି ଅନୁଷ୍ଠାନ ପରିଚାଳକଙ୍କ ସହ ଆଲୋଚନା କରିଥିଲେ। ପାର୍ବତୀ ଗିରି ବାଳ ନିକେତନରେ ରହୁଥିବା ଦିବ୍ୟାଙ୍ଗ ଅନ୍ତେବାସୀ ପାୟଲ ନାଗ ଏହି ଅବସରରେ ଉନ୍ନୟନ କମିଶନର ଅନୁଙ୍କ ଏକ ପେଣ୍ଟିଂକୁ ଉପହାର ଦେଇଥିଲେ। ନିଜର ପେଣ୍ଟିଂ ଦେଖି ଅନୁ ବିମୋହିତ ହୋଇଯାଇଥିଲେ। ପାୟଲ ନାଗଙ୍କ ହାତ କି ଗୋଡ ନାହିଁ। ଦାଦନ ଖଟିଯିବାବେଳେ ଛତିଶଗଡ ରାୟପୁରଠାରେ ଏକ ଭୟଙ୍କର ବିଦ୍ୟୁତ୍‌ ଦୁର୍ଘଟଣାରେ ସେ ତାଙ୍କର ଦୁଇ ହାତ ଏବଂ ଦୁଇ ଗୋଡ ହରାଇଥିଲେ। ହେଲେ ଏଭଳି ଏକ ଭୟଙ୍କର ଦୁର୍ଘଟଣା ପରେ ବି ସେ ହରାଇ ନାହାନ୍ତି ଜୀବନ ଜୀଇଁବାର ରାହା। ନିଜ ମୁଁହରେ ରଙ୍ଗତୂଳୀରେ ସେ ଅଙ୍କନ କରିଥିଲେ ଉନ୍ନୟନ କମିଶନର ଅନୁ ଗର୍ଗଙ୍କ ଏକ ଚିତ୍ର। ନିଜର ଚିତ୍ର ଏବଂ ପାୟଲଙ୍କ ଗୁଲିଗୁଲିଆ ମୁହଁ ଦେଖି ତରଳି ଯାଇଥିଲା ଉନ୍ନୟନ କମିଶନର ଅନୁଙ୍କ ନାରୀ ହୃଦୟ। କୁଣ୍ଡାଇ ପକାଇଥିଲେ ପାୟଲଙ୍କୁ। ଅଜାଡି ଦେଇଥିଲେ ସ୍ନେହ। ବେଶ କିଛି ସମୟ ଏକ ଭାବମୟ ପରିବେଶ ସୃଷ୍ଟି ହୋଇଥିଲା। ଉନ୍ନୟନ କମିଶନର ଗର୍ଗଙ୍କ ସହ ସମବାୟ ବିଭାଗର ପ୍ରମୁଖ ଶାସନ ସଚିବ ସଞ୍ଜୀବ ଚଡ୍ଡା ଏବଂ ଜିଲାପାଳ ଚଞ୍ଚଳ ରାଣା ମଧ୍ୟ ସେଠାରେ ଉପସ୍ଥିତ ଥିଲେ। ବଲାଙ୍ଗୀର ଜିଲା ମୁରିବାହାଲ ବ୍ଳକ୍‌ ଯମୁନାବାହାଲ ଗ୍ରାମର ପାୟଲ ନାଗ ୨୦୧୫ ମସିହାରେ ତାଙ୍କ ପିତାମାତାଙ୍କ ସହ ଦାଦନ ଖଟିବାକୁ ଯାଇଥିବାବେଳେ ଏକ ବିଦ୍ୟୁତ୍‌୍‌ ତାର ସଂସ୍ପର୍ଶରେ ଆସିଯାଇଥିଲେ। ଏବେ ପାୟଲ ନବମ ଶ୍ରେଣୀ ପରୀକ୍ଷା ଦେଇସାରିଛନ୍ତି। ଚଳିତବର୍ଷ ସେ ଦଶମ ଶ୍ରେଣୀରେ ପାଠ ପଢିବେ। ପ୍ରାୟ ୧ ବର୍ଷରୁ ଉର୍ଦ୍ଧ୍ୱ ହେବ ପାୟଲ ପଥରଚେପା ପାର୍ବତୀଗିରି ବାଳ ନିକେତନରେ ରହୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସ୍ତ୍ରୀ, ଶାଳୀଙ୍କୁ ଟାଙ୍ଗିଆରେ ହାଣି ହତ୍ୟା ମାମଲା: ଦୋଷୀଙ୍କୁ ଆଜୀବନ ଜେଲ୍‌ଦଣ୍ଡ

ଭୁବନେଶ୍ୱର,୨୭ା୪(ସତ୍ୟଜିତ୍‌ ରାଉତ): ସ୍ତ୍ରୀ ଏବଂ ଶାଳୀଙ୍କୁ ଟାଙ୍ଗିଆରେ ହାଣି ହତ୍ୟା କରିଥିବା ଅଭିଯୁକ୍ତଙ୍କୁ ଶନିବାର ଆଜୀବନ ଜେଲ୍‌ଦଣ୍ଡ ରାୟ ଶୁଣାଇଛନ୍ତି ଖୋର୍ଦ୍ଧା ଜିଲା ଦୌରା ଜଜ୍‌।...

ପୂର୍ବତନ ସମିତି ସଭ୍ୟଙ୍କ ଗଳାକାଟି ହତ୍ୟା, ମାଓବାଦୀଙ୍କ ହାତ ଥିବା ସନ୍ଦେହ

ମାଲକାନଗିରି,୨୭ା୪(ଦୁର୍ଯ୍ୟୋଧନ ପାତ୍ର): ଛତିଶଗଡ଼ରେ କଂଗ୍ରେସ ନେତା ତଥା ପୂର୍ବତନ ସମିତି ସଭ୍ୟଙ୍କୁ ଶନିବାର କେହି ଦୁର୍ବୃତ୍ତ ହତ୍ୟା କରିଛନ୍ତି। ଏଥିରେ ମାଓବାଦୀଙ୍କ ହାତ ଥିବା ସନ୍ଦେହ...

ବଜ୍ରପାତରେ ମା’-ପୁଅଙ୍କ ଜୀବନ ଗଲା

ଡେରାବିଶ,୨୭ା୪(ଅଜୟ ବେବର୍ତ୍ତା): କେନ୍ଦ୍ରାପଡ଼ା ଜିଲା ଡେରାବିଶ ବ୍ଲକ ଖମୋଳ ପଞ୍ଚାୟତ ଅନ୍ତର୍ଗତ ଜହ୍ନିମୂଳ ଗ୍ରାମରେ ଶନିବାର ସନ୍ଧ୍ୟାରେ ବଜ୍ରପାତରେ ମା’ ଓ ପୁଅଙ୍କ ମୃତ୍ୟୁ ଘଟିଛି।...

କୋରେଇ, ଖଣ୍ଡପଡ଼ା, ନୀଳଗିରି ଆସନ ଝୁଲାଇ ରଖିଲା ବିଜେଡି

ଭୁବନେଶ୍ୱର,୨୭।୪: ବିଧାନସଭା ନିର୍ବାଚନ ପାଇଁ ବିଜୁ ଜନତା ଦଳ(ବିଜେଡି) ପକ୍ଷରୁ ଶନିବାର ଆଉ ତିନି ଆସନ ପାଇଁ ପ୍ରାର୍ଥୀ ତାଲିକା ଘୋଷଣା କରାଯାଇଛି। ଏହାକୁ ମିଶାଇ...

କଟକ-ବାରବାଟୀରୁ ଲଢ଼ିବେ ମୋକିମ୍‌ଙ୍କ ଝିଅ ସୋଫିଆ, ନାଁ ସୁପାରିସ କଲା କଂଗ୍ରେସ

କଟକ,୨୭ା୪: କଟକ-ବାରବାଟୀ ବିଧାୟକ ମହମ୍ମଦ ମୋକିମ୍‌ଙ୍କ ଝିଅ ସୋଫିଆ ଫିର୍ଦ୍ଦୋସ ରାଜନୀତିକୁ ଓହ୍ଲାଇବା ନେଇ ଖୁବ୍‌ ଚର୍ଚ୍ଚା ହେଉଛି। ତେବେ ସୋଫିଆଙ୍କୁ ବିଧାୟିକା ପ୍ରାର୍ଥୀ କରିବା...

ପ୍ରମୁଖ ଦଳର ଟିକେଟ୍‌ ଘୋଷଣା ପରେ ଆତସବାଜିରେ କମ୍ପିଲା ନିରାକାରପୁର

ନିରାକାରପୁର,୨୭ା୪(ମାନସ ଚନ୍ଦ୍ର ପଟ୍ଟନାୟକ): ବହୁ ପ୍ରତୀକ୍ଷାର ଅନ୍ତ ଘଟିଛି। ଶନିବାର ଅପରାହ୍ନରେ ଖୋର୍ଦ୍ଧା ନିର୍ବାଚନ ମଣ୍ଡଳୀ ପାଇଁ ଭାଜପା ପ୍ରଶାନ୍ତ କୁମାର ଜଗଦେବଙ୍କୁ ପ୍ରାର୍ଥୀ କରିଥିବା...

ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କଲେ କାର୍ତ୍ତିକ ପାଣ୍ଡିଆନ

କୋକସରା,୨୭ା୪(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): ଶନିବାର ନିର୍ବାଚନୀ ପ୍ରଚାରରେ ଭି.କାର୍ତ୍ତିକ ପାଣ୍ଡିଆନ କଳାହାଣ୍ଡି ଗସ୍ତରେ ଆସିଥିଲେ। ପ୍ରଥମେ କଳାହାଣ୍ଡି ଜିଲା କୋକସରା ବ୍ଲକ ଦଣ୍ଡପାଟ ଅଞ୍ଚଳର ଗୋତମୁଣ୍ଡା...

ଖୋର୍ଦ୍ଧାରେ ପ୍ରଶାନ୍ତ-ରାଜେନ୍ଦ୍ର ଲଢ଼େଇ

ଖୋର୍ଦ୍ଧା,୨୭।୪: ସାଧାରଣ ନିର୍ବାଚନକୁ ନେଇ ପୂର୍ବତନ ବେଗୁନିଆ ବିଧାୟକ ତଥା ଚିଲିକାର ବର୍ତ୍ତମାନର ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କୁ ଖୋର୍ଦ୍ଧା ବିଧାନସଭା ଆସନରୁ ଟିକେଟ ଦେଇଛି ଭାଜପା।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri