ସୁନ୍ଦରଗଡ଼ ଜିଲାରେ ବନ୍ଦ ପାଳନ: ରାସ୍ତା ଅବରୋଧ

ସୁନ୍ଦରଗଡ଼/ରାଜଗାଙ୍ଗପୁର/କୁତ୍ରା/ବଡ଼ଗଁା/ଲହୁଣୀପଡ଼ା,୨୦।୪(ଡି.ଏନ୍‌.ଏ.): ହନୁମାନ ଜୟନ୍ତୀ ଶୋଭାଯାତ୍ରା ସମୟରେ ସମ୍ବଲପୁରରେ ଘଟିଥିବା ହିଂସା ଘଟଣାର ପ୍ରତିବାଦରେ ବୁଧବାର ବିଶ୍ବହିନ୍ଦୁ ପରିଷଦ ଓ ବଜରଙ୍ଗ ଦଳ ପକ୍ଷରୁ ୧୨ଘଣ୍ଟିଆ ବନ୍ଦ ଡାକରା ପ୍ରଭାବ ସୁନ୍ଦରଗଡ଼ରେ ଦେଖିବାକୁ ମିଳିଥିଲା। ସୁନ୍ଦରଗଡ଼ଠାରେ ବଜରଙ୍ଗ ଦଳ କାର୍ଯ୍ୟକର୍ତ୍ତାମାନେ ୧୦ନଂ. ରାଜ୍ୟ ରାଜପଥ ବିଜୁ ଏକ୍ସପ୍ରେସ ଓ୍ବେର ରାଣୀବଗିଚା ଛକ,କିରେଇ ଛକ ଏବଂ ସରକାରୀ କଲେଜ ବାଇପାସ ଛକ ଠାରେ ଚକାଜାମ କରି ରାସ୍ତାରୋକୋ କରିଥିଲେ। ଫଳରେ ରାସ୍ତା ଉପରେ ଶହଶହ ସଂଖ୍ୟାରେ ଯାନବାହନ ଅଟକି ରହିଥିଲା। ଆନ୍ଦୋଳନ ଡାକରା ଯୋଗୁ ଘରୋଇ ଓ ସରକାରୀ ବସସେବା ବନ୍ଦ ରହିଥିଲା। ସେହିପରି ସହରରେ ସମସ୍ତ ଦୋକାନ ବଜାର ବ୍ୟବସାୟିକ ପ୍ରତିଷ୍ଠାନ, ପେଟ୍ରୋଲ ପମ୍ପ ଆଦି ବନ୍ଦ ରହିଥିଲା। କାଁଭା କେତେକ ଅତ୍ୟାବଶ୍ୟକ ଦୋକାନ ଖୋଲା ରହିଥିବାବେଳେ ସକାଳୁ ଡେଲିମାର୍କେଟ ପରିବା ମାର୍କେଟ ଠାରେ ବନ୍ଦଡାକରା ସମ୍ପର୍କରେ ଅଜଣା ଥିବା କିଛି ଚାଷୀ ଆସି ଯାଇଥିବାରୁ ବଜରଙ୍ଗ ଦଳ କର୍ମୀମାନେ ତାଙ୍କୁ ଶୀଘ୍ର ପରିବା ବିକ୍ରିକରି ବନ୍ଦ କରିବାକୁ କହିଥିଲେ। ସେଥିପାଇଁ କିଛି ଘଣ୍ଟା ପରିବା ମାର୍କେଟ ଖୋଲା ରହିଥିଲା। ସକାଳୁ କୋର୍ଟ ଖୋଲା ରହିଥିବା ଦେଖିବାକୁ ମିଳିଥିଲାବେଳେ ପୋଷ୍ଟ ଅଫିସ, ସରକାରୀ ମହାବିଦ୍ୟାଳୟ ଓ ଅନ୍ୟାନ୍ୟ ଅଫିସଗୁଡିକୁ ବଜରଙ୍ଗ ଦଳ କର୍ମୀମାନେ ପିକେଟିଂ କରି ବନ୍ଦ କରିଥିଲେ। କୌଣସି ପ୍ରକାର ଅପ୍ରିତିକର ପରିସ୍ଥିତିକୁ ଏଡାଇବା ପାଇଁ ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା। ବନ୍ଦ ଶାନ୍ତି ପୂର୍ଣ୍ଣ ଥିଲା। ବିଶ୍ବ ହିନ୍ଦୁ ପରିଷଦ ଓ ବଜରଙ୍ଗ ଦଳର କିଶୋର ପଟେଲ, ଗଣେଶ ନାଏକ, ବୈଜୁ ସିଂ, ଜନାର୍ଦ୍ଦନ ପାଣିଗ୍ରାହୀ ପ୍ରମୁଖ ଏହି ବନ୍ଦ ପାଳନର ନେତୃତ୍ୱ ନେଇଥିଲେ। ସହରର ବିଭିନ୍ନ ଛକରେ ପୋଲିସ ମୁତୟନ ରହିଥିଲେ। ସେହିପରି ଜିଲାର ରାଜଗାଙ୍ଗପୁର,ବଡଗାଁ, ସବଡେଗା, ହେମଗିର, ଲହୁଣୀପଡା, ଅନ୍ୟାନ୍ୟ ସ୍ଥାନରେ ମଧ ବନ୍ଦର ପ୍ରଭାବ ଦେଖବାକୁ ମିଳିଥିଲା। ରାଜଗାଙ୍ଗପୁର ସହରର ବିଭିନ୍ନ ଦୋକାନ ବଜାର, ଯାନବାହନ ଇତ୍ୟାଦି ବନ୍ଦ ରହିଥିଲା। ରାଜଗାଙ୍ଗପୁର ବିଶ୍ୱହିନ୍ଦୁ ପରିଷଦ ସଭାପତି ରାଜେଶ ଶର୍ମା ତଥା ବଜରଙ୍ଗ ଦଳର ସନ୍ଦିପ ଦାସ, ଜିତେନ୍ଦ୍ର ଶର୍ମା, ରାଜୁ ବାଗ ପ୍ରମୁଖଙ୍କ ନେତୃତ୍ୱରେ କର୍ମୀମାନେ ବନ୍ଦ କରାଇଥିଲେ। ରାଣୀବନ୍ଧଠାରେ ଜାତୀୟ ରାଜପଥ ନଂ.୧୦ରେ ମଧ୍ୟ ଯାନବାହନ ଚଳାଚଳ ବନ୍ଦ ରହିଥିଲା। ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ ରାଜଗାଙ୍ଗପୁର ଏସ୍‌ଡିପିଓ ଅଭିଷେକ ପାଣିଗ୍ରାହୀଙ୍କ ତତ୍ତ୍ୱାବଧାନ ତଥା ରାଜଗାଙ୍ଗପୁର ଥାନାଧିକାରୀ ବିଭତ୍ସ ପ୍ରଧାନଙ୍କ ନେତୃତ୍ୱରେ ପୋଲିସ ଟିମ୍‌ ପାଟ୍ରୋଲିଂ କରିଥିଲେ। ବଡ଼ଗାଁରେ ସକାଳେ ବ୍ଲକ ଅଫିସ ସମ୍ମୁଖରେ ରାସ୍ତା ଅବରୋଧ କରାଯାଇଥିଲା। ବିଶ୍ବ ହିନ୍ଦୁ ପରିଷଦର ବଡ଼ଗାଁ ପ୍ରଖଣ୍ଡ ପ୍ରଭାରୀ ରାଜେଶ ଦାସ, ବଜରଙ୍ଗ ଦଳର ଜିଲା ସହ ସଂଯୋଜକ ଆଲୋକ ସାହୁଙ୍କ ସହିତ ଯୋଗିନ୍ଦ୍ର ନାଗ, ଗୋପୀ ଲେହେରି, ସହିଲ ଲେହେରି, ରୋସନ ପୃଷେଟ, ଅଜୟ ବାଗ, ସୁଶାସନ ଗର୍ଡିଆ, ରାଜେଶ ଦେହୁରୀ, ହରେକୃଷ୍ଣ ହସ୍ତୀ, ସଚିନ ପ୍ରଧାନ, ଆନନ୍ଦ ଖଡିଆ, ଓକିଲ ସୁଧୀର ପଟେଲ, ରବି ନାରାୟଣ ଗହିର ପ୍ରମୁଖ ଯୁବକମାନେ ଆନ୍ଦୋଳନରେ ସାମିଲ ହୋଇଥିଲେ। ରାସ୍ତା ଅବରୋଧ ଯୋଗୁ ରାଜପଥରେ ବହୁ ସଂଖ୍ୟକ ଟ୍ରକ ଅଟକି ରହିଥିଲା। ଅଟକିଥିବା ଗାଡ଼ିର ଡ୍ରାଇଭର ଓ ଲୋକଙ୍କୁ ବଜରଙ୍ଗ ଦଳର କର୍ମୀମାନେ ଖାଦ୍ୟ ପାନୀୟ ଯୋଗାଇ ଦେଇଥିଲେ। କୁତ୍ରାରେ ବଜରଙ୍ଗଦଳର କର୍ମକର୍ତ୍ତାମାନେ ବିଜୁ ଏକ୍ସପ୍ରେସ ୱେ କୁତ୍ରା ଓ ରାଞ୍ଚିରୋଡ ଠାରେ ଚକାଜାମ କରି ରାସ୍ତାରୋକୋ କରିଥିଲେ। ସେହିଭଳି ଭାବରେ ସମସ୍ତ ଦୋକାନ ବଜାର ସରକାରୀ ଅନୁଷ୍ଠାନ ବନ୍ଦ କରିବା ସହିତ ବୁଧବାର ସାପ୍ତାହିକ ହାଟ ପାଳିଥିବାରୁ ହାଟ ବସିବା ପାଇଁ ବଜରଙ୍ଗଦଳ କର୍ମୀମାନେ ବାରଣ କରିବାରୁ ଲୋକେ ରାସ୍ତା କଡରେ ଆଣିଥିବା ପନିପରିବା ଦୋକାନ ଖୋଲିଥିଲେ। କୌଣସି ପ୍ରକାର ଅପ୍ରିତିକର ପରିସ୍ଥିତିକୁ ଏଡାଇବା ପାଇଁ ଘଟଣା ସ୍ଥଳରେ କୁତ୍ରା ପୋଲିସ ଉପସ୍ଥିତ ରହି ସ୍ଥିତିଉପରେ ନଜର ରଖିଥିଲା।
ବାରକୋଟରୁ ରାଜାମୁଣ୍ଡା ଦେଇ ରାଉରକେଲା ଯାଇଥିବା ୧୪୩ ନମ୍ବର ଜାତୀୟ ରାଜପଥ ଏବଂ ରାଜାମୁଣ୍ଡାରୁ ରେଙ୍ଗାଳବେଡା ଯାଇଥିବା ୨୧୫ ନମ୍ବର ଜାତୀୟ ରାଜପଥ ଓ ଲହୁଣୀପଡାରୁ ଭାୟା ବରସୁଆଁ ଟେନ୍‌ସା ପୂର୍ତ୍ତ ବିଭାଗ ରାସ୍ତା ଏହା ସହିତ କଲେଇପୋଷ ବାହାଡାପୋଷକୁ ସଂଯୋଗ କରୁଥିବା ୧୦ (କ) ରାଜ୍ୟ ରାଜପଥରେ ଗାଡ଼ିମୋଟର ଚଳାଚଳ ସମ୍ପୂର୍ଣ୍ଣ ଠପ ହୋଇ ଯାଇଥିଲା। ଲହୁଣୀପଡା ଅଞ୍ଚଳର ଦୋକାନ ବଜାର ଓ ଯାନବାହାନ ଚଳାଚଳ ସ୍ବତଃପ୍ରବୃତ୍ତ ଭାବେ ବନ୍ଦ ରହିଥିଲା। ସରକାରୀ କାର୍ଯ୍ୟାଳୟ ଓ ବ୍ୟାଙ୍କଗୁଡିକୁ ବିଶ୍ବହିନ୍ଦୁ ପରିଷଦ ଓ ବଜରଙ୍ଗ ଦଳର କର୍ମୀମାନେ ପହଞ୍ଚତ୍ ପିକେଟିଂ କରି ବନ୍ଦ କରିଦେଇଥିଲେ। ମଧ୍ୟାହ୍ନ ପ୍ରାୟ ୧୧ଟାରେ ବାଇପାସ ଛକରେ ପୋଲିସ ପହଞ୍ଚତ୍ ଆନ୍ଦୋଳନକାରୀଙ୍କ ସହିତ ଆଲୋଚନା କରିବା ପରେ ରାସ୍ତାରୋକୋ ପ୍ରତ୍ୟାହାର ହୋଇଥିଲା। କିନ୍ତୁ ସା ପର୍ଯ୍ୟନ୍ତ ଦୋକାନ ବଜାର ବନ୍ଦ ରହିଥିଲା। ଚୁଡାମଣି ମାହାନ୍ତ, ଗୁଡୁ ଚୌଧୁରୀ, ହୃଦାନନ୍ଦ ମାହାନ୍ତ, ହେମନ୍ତ ଓରାମ, ଜୟନ୍ତୀ ମାହାନ୍ତ, ସେବତୀ ନାଏକ, ଦୀପକ କୁମାର ମାହାନ୍ତ, ଭରତ କୁମାର ମାହାନ୍ତ, ପ୍ରମୋଦ ସା, କାହ୍ନୁ ଦଳ ବେହେରା, ଦେବକାନ୍ତ ମାହାନ୍ତ, ବିଜୁ ପଣ୍ଡିତ, ଉପେନ୍ଦ୍ର ବେହେରା, ମହେଶ୍ବର ମାହାନ୍ତ, ରାଜେଶ ଦାସ ପ୍ରମୁଖଙ୍କ ସମେତ ବହୁ ସଂଖ୍ୟାରେ କର୍ମକର୍ତ୍ତା ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ତୁର୍କୀରୁ ନଭପ୍ରୀତ୍‌ ସିଂଙ୍କୁ ଫେରାଇ ଆଣିଲା ଭାରତ, ଜାଣନ୍ତୁ ନଭପ୍ରୀତ୍‌ କିଏ…

ନୂଆଦିଲ୍ଲୀ,୩ା୧୦: ଅନ୍ତର୍ଜାତୀୟ ନିଶା କାରବାରର କିଙ୍ଗ୍‌ପିନ୍‌ ନଭପ୍ରୀତ୍‌ ସିଂଙ୍କୁ ତୁର୍କୀରୁ ବାହାର କରାଇ ଭାରତ ତାଙ୍କୁ ଫେରାଇଆଣିଥିବା ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ୍‌ ଶାହା ଶନିବାର ଘୋଷଣା କରିଛନ୍ତି।…

ବିଦ୍ୟୁତ୍‌ କାର୍ଯ୍ୟାଳୟରେ ପଡ଼ିଲା ତାଲା

କାଟପାଡ଼,୩ା୧୦(କେ.ରାଜଶେଖର ରାଓ): କୋରାପୁଟ ଜିଲା କୋଟପାଡ଼ ସଡ଼ରଙ୍ଗା ପଞ୍ଚାୟତ ବେଲଗଁା ଅଞ୍ଚଳରେ ୧ ମାସରୁ ଊର୍ଦ୍ଧ୍ୱ ହେବ ଟ୍ରାନ୍ସଫର୍ମର ପୋଡ଼ିଯାଇଥିବାରୁ ଉପଭୋକ୍ତାମାନେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ରାତି…

ବଣୁଆ ହାତୀ ହେଲା ଲୋକଙ୍କ ସାଥୀ, ୬ ମାସ ହେଲା ଘରଘର ବୁଲି ଖାଉଛି ଖାଦ୍ୟ

ଜମନକିରା,୩।୧୦(ରବୀନ୍ଦ୍ର ପ୍ରସାଦ ଦାନୀ): ଜଙ୍ଗଲର ବଣୁଆ ଦନ୍ତା ଏବେ ଗାଁ ଲୋକଙ୍କ ଆପଣାର ପାଲଟିଛି। ଗତ ୬ ମାସରୁ ଅଧିକ ସମୟ ଧରି ସମ୍ବଲପୁର ଜିଲା ଜମନକିରା…

ଦୁର୍ଗା ପୂଜା ପୂର୍ବରୁ କେନ୍ଦୁଝର ପୋଲିସର ବ୍ୟାପକ ସୁରକ୍ଷା ଯାଞ୍ଚ: ଆନନ୍ଦପୁର ଉପଖଣ୍ଡରେ…

ହାଟଡିହୀ,୩।୧୦(ଶୁଭକାନ୍ତ ନାୟକ): ଆସନ୍ତା ଦୁର୍ଗା ପୂଜା ପାର୍ବଣ ସମୟରେ ଅପରାଧ ନିୟନ୍ତ୍ରଣ ଓ ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ କେନ୍ଦୁଝର ଏସ୍‌ପି ନୀତିନ କୁଶଲକର ଦାଗୁଡୁଙ୍କ ସ୍ୱତନ୍ତ୍ର ନିର୍ଦ୍ଦେଶ…

ଖେଳାଳି ଚୟନରେ ଅନିୟମିତତା ଅଭିଯୋଗ, ସୁବର୍ଣ୍ଣପୁରରେ ଜୋର ଧରିଲା ଚର୍ଚ୍ଚା…

ଅମରପାଲି,୩।୧୦(ପୀତାମ୍ବର ସାହୁ): ଜିଲାସ୍ତରୀୟ ଦୌଡ଼କୁଦ ପ୍ରତିଯୋଗିତାରେ ଭାଗ ନ ନେଇ ଜଣେ ଖେଳାଳି ରାଜ୍ୟସ୍ତରୀୟ ପ୍ରତିଯୋଗିତା ପାଇଁ ମନୋନୀତ ହୋଇଥିବା ଅଭିଯୋଗ । ଏହାକୁ ନେଇ ସୁବର୍ଣ୍ଣପୁର…

ଦୁର୍ଘଟଣାରେ ଆହତଙ୍କୁ ବୋହି ମେଡିକାଲ ନେଲେ ଦୁଇ ହୋମଗାର୍ଡ, ସାହସିକତା ପାଇଁ ଗଜପତି ଏସ୍‌ପିଙ୍କ ପ୍ରଶଂସା

ମୋହନା,୩ା୧୦(ମନ୍ମଥ ମିଶ୍ର): ଗଜପତି ଜିଲା ଅଡବା ଥାନା ଅନ୍ତର୍ଗତ ଅନ୍ତରବା ଛକ ନିକଟରେ ଶନିବାର ସନ୍ଧ୍ୟା ପ୍ରାୟ ୫ଟା ସମୟରେ ଏକ ସଡ଼କ ଦୁର୍ଘଟଣା ଘଟିଛି। ମହିନ୍ଦ୍ରା…

ଶିକ୍ଷକଙ୍କ ବୃତ୍ତିଗତ ଦକ୍ଷତା ବୃଦ୍ଧି ଉପରେ ମନ୍ଥନ

ଦିଗପହଣ୍ଡି,୩ା୧୦(ଅଶେଷ ନାଥ ମିଶ୍ର): ଶିକ୍ଷୟିତ୍ରୀ ଓ ଶିକ୍ଷକମାନଙ୍କର ନିରନ୍ତର ବୃତ୍ତିଗତ ଦକ୍ଷତା ବିକାଶ ଲକ୍ଷ୍ୟରେ ଦିଗପହଣ୍ଡି ନୂଆସାହି ପ୍ରାଥମିକ ବିଦ୍ୟାଳୟ ପରିସରରେ ମାସିକ କ୍ଲଷ୍ଟର ସ୍ତରୀୟ ସହଭାଗିତା…

କରଞ୍ଜିଆରୁ ଫେରୁଥିଲେ ଏସ୍‌ପି, ଡ୍ୟୁଟିରୁ ଗାଏବ୍ ଥିଲେ ସାହାରପଡ଼ା ଫାଣ୍ଡି ଅଧିକାରୀ: ତୁରନ୍ତ ସସପେଣ୍ଡ୍…

ପାଟଣା,୩ା୧୦(ବୀର କିଶୋର ଦାଶ): କାର୍ଯ୍ୟରେ ଅବହେଳା, ଜିଲା ଆରକ୍ଷୀ ଅଧୀକ୍ଷକ (ଏସ୍‌ପି)ଙ୍କ ନିର୍ଦ୍ଦେଶ ଅବମାନନା ଏବଂ ଶୃଙ୍ଖଳାହୀନ ଆଚରଣ ଅଭିଯୋଗରେ କେନ୍ଦୁଝର ଜିଲା ପାଟଣା ଥାନା ଅନ୍ତର୍ଗତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?