ତହସିଲ କାର୍ଯ୍ୟାଳୟରେ ଅସାମାଜିକ କାର୍ଯ୍ୟକଳାପ

ଢେଙ୍କାନାଳ,୧୨ା୧(ରତନ ନାୟାର): ଢେଙ୍କାନାଳ ସଦର ତହସିଲ କାର୍ଯ୍ୟାଳୟ କିଛିଦିନ ହେଲା ଖଣି ମାଫିଆଙ୍କ କବଳରେ ରହିଥିବା ସାଧାରଣରେ ଆଲୋଚନା ଜୋର୍‌ ଧରିଛି। ଅଧିକାଂଶ ସମୟରେ କାର୍ଯ୍ୟାଳୟ ବନ୍ଦ ହେବାର ଦୀର୍ଘ ସମୟ ପରେ ମଧ୍ୟ କାର୍ଯ୍ୟ ଆଳରେ କେତେଜଣ କର୍ମଚାରୀ ରାତି ୧୦ଟା ପର୍ଯ୍ୟନ୍ତ ଭିତରେ ରହୁଛନ୍ତି। ସେମାନେ ମୁଖ୍ୟ ଫାଟକ ବନ୍ଦ କରି ଭିତରେ ଖଣି ମାଫିଆଙ୍କ ସହ ଭୋଜିଭାତ ଓ ନିଶାଦ୍ରବ୍ୟର ଆସର ଜମାଉଥିବା ଚର୍ଚ୍ଚା ହେଉଛି। ଗତ ୯ ତାରିଖରେ ରାତି ୧୦ଟା ପର୍ଯ୍ୟନ୍ତ କାର୍ଯ୍ୟାଳୟ ପରିସର ରେକର୍ଡ ରୁମ୍‌ ଖୋଲାଥିଲା। ସେଠାରେ କେତେଜଣ କର୍ମଚାରୀ ଖଣି ମାଫିଆଙ୍କ ସହ ମିଶି ଭୋଜିଭାତ କରୁଥିଲେ। ଘଟଣାସ୍ଥଳରେ ମଦ ବୋତଲ ମଧ୍ୟ ରହିଥିବା ଦେଖାଯାଇଥିଲା। ଘଟଣା ଜଣାପଡିବା ପରେ ଏହା ସାଧାରଣରେ ଆଲୋଚନାର ବିଷୟ ହୋଇଛି। ସଦର ତହସିଲଦାର ନିର୍ବାଚନ ସଂକ୍ରାନ୍ତୀୟ ତାଲିମ ପାଇଁ ଭୁବନେଶ୍ୱରରେ ପ୍ରଶିକ୍ଷଣ ନେଉଛନ୍ତି। ତାଙ୍କ ଅନୁପସ୍ଥିତିରେ କେତେଜଣ କର୍ମଚାରୀ ଏପରି ଭୋଜିଭାତ କରୁଥିବା କୁହାଯାଉଛି। ଅଫିସ ସମୟରେ ବିଭିନ୍ନ କାର୍ଯ୍ୟ ପାଇଁ ଆସୁଥିବା ଲୋକମାନଙ୍କ କାମ ନାନା ବାହାନା ଦେଖାଯାଇ କରାଯାଉ ନ ଥିବା ବେଳେ କାହା ସ୍ବାର୍ଥରେ ଖଣି ଓ ପଥର ମାଫିଆଙ୍କ ସହ ରାତି ୧୦ଟା ଯାଏ ଆଲୋଚନା ଚାଲିଥିଲା ତାହା ତଦନ୍ତ ସାପେକ୍ଷ ବୋଲି ସାଧାରଣାରେ ଦାବି ହେଉଛି। ଏ ସଂକ୍ରାନ୍ତରେ ସଦର ତହସିଲଦାର ସୁଧାଂଶୁ ଶେଖର ସାଓ କହିଛନ୍ତି, ଘଟଣା ସମ୍ପର୍କରେ ଜାଣିବା ପରେ ସମସ୍ତଙ୍କୁ ତାଗିଦ୍‌ କରାଯାଇଛି। ଏଣିକି କାର୍ଯ୍ୟାଳୟ ବନ୍ଦ ହେବାପରେ କୌଣସି କର୍ମଚାରୀ କାର୍ଯ୍ୟାଳୟରେ ରହିବେ ନାହିଁ। ଅପରାହ୍ନ ସାଢେ ୫ଟାରେ କାର୍ଯ୍ୟାଳୟକୁ ବନ୍ଦ କରାଯିବ। ଯଦି କୌଣସି ଜରୁରୀ କାର୍ଯ୍ୟ ଥିବ, ତା’ହାଲେ ତହସିଲଦାରଙ୍କ ଉପସ୍ଥିତିରେ ସମ୍ପୃକ୍ତ ବିଭାଗ ଦାୟିତ୍ୱରେ ଥିବା କର୍ମଚାରୀଙ୍କୁ କେବଳ ଡକାଯିବ। ଏହି ଘଟଣାରେ ସମ୍ପୃକ୍ତ ଥିବା କର୍ମଚାରୀଙ୍କୁ କାରଣ ଦର୍ଶାଅ ନୋଟିସ କରାଯିବ ବୋଲି ତହସିଲଦାର ପ୍ରକାଶ କରିଛନ୍ତି।
ସୂଚନାଯୋଗ୍ୟ, ପ୍ରାୟ ୨/୩ବର୍ଷ ତଳେ ବିଳମ୍ବିତ ରାତି ପର୍ଯ୍ୟନ୍ତ ତହସିଲ ଅଫିସରେ କେତେଜଣ କର୍ମଚାରୀ ଓ ଜମି ମାଫିଆ ଉପସ୍ଥିତ ରହି ଜମିପଟ୍ଟାକୁ କମ୍ପ୍ୟୁଟରରେ ଟାମ୍ପରିଂ କରି ଜମି ହଡ଼ପ କରିଥିଲେ। ଏହି ଘଟଣା ନେଇ ଟାଉନ ଥାନାରେ ମାମଲା ରୁଜୁ ହୋଇଥିଲା। ଜଣେ ଅତିରିକ୍ତ ତହସିଲଦାରଙ୍କ ସମେତ ୨ କର୍ମଚାରୀ, ୨ ଜମି ମାଫିଆ ଗିରଫ ହୋଇଥିଲେ। ଅତିରିକ୍ତ ତହସିଲଦାର ମଧ୍ୟ କାର୍ଯ୍ୟରୁ ନିଲମ୍ବିତ ହୋଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ମିଳିଲାନି ଷ୍ଟ୍ରେଚର, ଦିବ୍ୟାଙ୍ଗ ଭାଇଙ୍କୁ ପିଠିରେ ବୋହି ୱାର୍ଡକୁ ନେଲେ ଭଉଣୀ, ଭିଡିଓ ଦେଖିଲେ ଥରିଉଠିବ….

ଭୋପାଳ,୪ା୧୦: ସରକାରୀ ହସ୍ପିଟାଲରେ ରୋଗୀଙ୍କୁ ମିଳୁଥିବା ସୁବିଧାକୁ ନେଇ ପୁଣି ପ୍ରଶ୍ନ ଉଠିଛି । ମଧ୍ୟପ୍ରଦେଶର ଗୁନା ଜିଲାରୁ ଏଭଳି ଏକ ଭିଡିଓ ସାମ୍ନାକୁ ଆସିଛି, ଯାହା…

ନୟାପଲ୍ଲୀ ବଳାତ୍କାର ମାମଲା: ମୁଖ୍ୟ ଅଭିଯୁକ୍ତଙ୍କ ୨ ସହଯୋଗୀଙ୍କୁ ଗିରଫ କଲା ପୋଲିସ

ଭୁବନେଶ୍ୱର,୪ା୧୦: ରାଜଧାନୀରେ ଚର୍ଚ୍ଚାର ବିଷୟ ପାଲଟିଥିବା ନୟାପଲ୍ଲୀ ବଳାତ୍କାର ମାମଲାରେ ପୋଲିସକୁ ମିଳିଛି ଆଉ ଏକ ବଡ଼ ସଫଳତା। ବଳାତ୍କାର ମାମଲାର ମୁଖ୍ୟ ଅଭିଯୁକ୍ତ ଶ୍ରୀଧର ପଣ୍ଡାର…

ଦିବ୍ୟାଙ୍ଗ ନାବାଳକଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପାଣ୍ଠିରୁ ମିଳିଲା ସହାୟତା

ଗଞ୍ଜାମ,୪ା୧୦(ବିଦ୍ୟାଧର ସାହୁ): ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିଜସ୍ବ ପାଣ୍ଠିରୁ ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତର ଲକ୍ଷ୍ମୀପୁର ଗ୍ରାମର ଦିବ୍ୟାଙ୍ଗ ନାବାଳକ ଏନ ନୀଳାଞ୍ଚଳ…

ଆଦିତ୍ୟଙ୍କ ସହ ମୁମ୍ବାଇ ଛାଡ଼ିଲେ ୟାମି ଗୌତମ? କାହିଁକି ଏତେ ବଡ଼ ନିଷ୍ପତ୍ତି ନେଲେ ଏହି ଦମ୍ପତ୍ତି? ଜାଣନ୍ତୁ…

ମୁମ୍ବାଇ: ଆଦିତ୍ୟ ଧର ହେଉଛନ୍ତି ବଲିଉଡର ଜଣେ ପ୍ରତିଷ୍ଠିତ ନିର୍ଦ୍ଦେଶକ, ଯିଏ ‘ଉରି: ଦ ସର୍ଜିକାଲ ଷ୍ଟ୍ରାଇକ’ (Uri: The Surgical Strike) ଭଳି ଲୋକପ୍ରିୟ ଚଳଚ୍ଚିତ୍ର…

ଦୁର୍ଘଟଣାରେ ଆହତ ବ୍ୟକ୍ତିଙ୍କୁ ତୁରନ୍ତ ମେଡିକାଲରେ ପହଞ୍ଚାଇ ଚର୍ଚ୍ଚାରେ ୨ ହୋମ୍‌ଗାର୍ଡ, ସାହସିକତାକୁ ଚାରିଆଡୁ ପ୍ରଶଂସା

ମୋହନା,୪ା୧୦(ମନ୍ମଥ ମିଶ୍ର): ଗଜପତି ଜିଲା ଅଡ଼ବା ଥାନା ଅନ୍ତର୍ଗତ ଅନ୍ତରବା ଛକ ନିକଟରେ ପିକଅପ୍‌ ଓ ଦୁଇଟି ବାଇକ୍‌ ମଧ୍ୟରେ ଦୁର୍ଘଟଣା ଘଟି ୩ ଗୁରୁତର ଥିବାବେଳେ…

ପାକିସ୍ତାନ କ୍ରିକେଟକୁ ନେଇ ଆସିଲା ବଡ଼ ଖବର, ସୋଏବ ଅଖତର ଦେଲେ ଏମିତି ଉତ୍ତର ସମସ୍ତେ ଚକିତ

ଇସଲାମାବାଦ,୪।୧୦: ଶୋଏବ ଅଖତର କ’ଣ ପାକିସ୍ତାନ କ୍ରିକେଟ ଦଳର ମୁଖ୍ୟ ଚୟନକର୍ତ୍ତା (ଚିଫ ସିଲେକ୍ଟର) ହେବାକୁ ଯାଉଛନ୍ତି? ସାମ୍ପ୍ରତିକ ସମୟରେ ଇଣ୍ଟରନେଟରେ ଏହାକୁ ନେଇ ବ୍ୟାପକ ଚର୍ଚ୍ଚା…

ଅକ୍ଟୋବରରେ ଅଷ୍ଟ୍ରେଲିଆ ବିପକ୍ଷରେ ପ୍ରଥମ ଦିନିକିଆ ମ୍ୟାଚ ଖେଳିବ ଟିମ ଇଣ୍ଡିଆ; ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ସ୍ଥାନ ନେବେ ଏହି ଖେଳାଳି

ନୂଆଦିଲ୍ଲୀ,୪।୧୦: ଭାରତୀୟ କ୍ରିକେଟ ଦଳ ଅକ୍ଟୋବର ୬ରୁ ୱେଷ୍ଟଇଣ୍ଡିଜ ବିପକ୍ଷରେ ଏକ ଟି-୨୦ ସିରିଜ ଖେଳିବାକୁ ଯାଉଛି। ଏହି ସମୟରେ, ଅନ୍ୟ ଏକ ଭାରତୀୟ ଦଳ ଅଷ୍ଟ୍ରେଲିଆର…

ଟିଏମସି (TMC)କୁ ଲାଗିବ ଶକ୍ତ ଧକ୍କା, ଦଳ ଛାଡିଥିବା ନେତାଙ୍କୁ ଭାଜପା ଦେଲା ବଡ଼ ସୁଯୋଗ

ନୂଆଦିଲ୍ଲୀ,୪।୧୦: ଭାରତୀୟ ଜନତା ପାର୍ଟି(ଭାଜପା)ର କେନ୍ଦ୍ରୀୟ ନିର୍ବାଚନ କମିଟି ରବିବାର (ଅକ୍ଟୋବର ୪) ରାଜ୍ୟ ସଭା ନିର୍ବାଚନ ପାଇଁ ଦୁଇଜଣ ପ୍ରମୁଖ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?