ଉତ୍ତର ଲୋଡ଼ା

ଆକାର ପଟେଲ

ପ୍ରଥମ ଥର ପାଇଁ ଭାରତର ଅନେକ ଅଞ୍ଚଳରେ ତେଲ ଦର ୧୦୦ ଟଙ୍କା ଟପିଯାଇଛି। ସମାନ୍ତରାଳ ଭାବେ ସରକାର ଏବେ ସଂଗ୍ରହ କରୁଥିବା ମୋଟ ରାଜସ୍ବର ୩୩% ଅର୍ଥାତ୍‌ ତିନି ଭାଗରୁ ଭାଗେ ପାଉଛନ୍ତି ତେଲ ଉପରେ ଲାଗୁ କରାଯାଇଥିବା ଟିକସରୁ। ଭାରତୀୟ ଗ୍ରାହକମାନେ ବ୍ୟବହାର କରୁଥିବା ପେଟ୍ରୋଲ ଏବଂ ଡିଜେଲ ଉପରେ ସର୍ବାଧିକ ହାରରେ ଟିକସ ଦେଉଛନ୍ତି। ଭାରତ ପରେ ଅଧିକ ଟିକସ ଆଦାୟ କରୁଥିବା ତାଲିକାରେ ରହିଛନ୍ତି ସବୁ ୟୁରୋପୀୟ ଦେଶ, ଆମେରିକା ଏବଂ ଜାପାନ। ଅବଶ୍ୟ ଏହି ଦେଶଗୁଡ଼ିକରେ ଗ୍ରାହକମାନେ ଆମଠାରୁ ଭଲରେ ରହିଛନ୍ତି। ବାସ୍ତବତା ହେଉଛି,ଏଠାରେ ସରକାର ଗ୍ରାହକମାନଙ୍କୁ ଅଧିକ କ୍ଷତି ନ ପହଞ୍ଚାଇ ଟିକସ ଆଦାୟ କରୁଛନ୍ତି।
ଭାରତରେ ଅଧିକାଂଶ ଗ୍ରାହକ ଗରିବ। ତେଲ ଉପରେ ଲାଗୁ କରାଯାଇଥିବା ଟିକସ ସମାନ ଭାବେ ଆମକୁ ପ୍ରଭାବିତ କରିବା ସହ ଗରିବମାନଙ୍କର ଭୟଙ୍କର କ୍ଷତି କରୁଛି। ଅଟୋରିକ୍ସା ମାଲିକ ଏବଂ ଉବର ଚାଳକ ତେଲ ଲାଗି ଯେତିକି ଟିକସ ଦେଉଛନ୍ତି କର୍ପୋରେଟ ଏକ୍‌ଜିକ୍ୟୁଟିଭ ଏବଂ ପ୍ରତିଷ୍ଠିତ ଶିଳ୍ପପତିମାନେ ମଧ୍ୟ ସେତିକି ଟିକସ ପ୍ରଦାନ କରୁଛନ୍ତି। ଏହା ଠିକ୍‌ ନୁହେଁ। ବିଶେଷ କରି ଯେଉଁମାନେ ଅଧିକ ଟିକସ ଦେବାକୁ ସକ୍ଷମ ସେମାନଙ୍କ ଉପରେ ଟିକସ ଲଗାଇବା ଉଚିତ। ଏହା ଆୟକର ଭଳି ପ୍ରତ୍ୟକ୍ଷ ଟିକସ ମାଧ୍ୟମରେ ହେବା ଦରକାର। କିନ୍ତୁ ବିଭିନ୍ନ କାରଣରୁ ଭାରତରେ ଏହା ହୋଇପାରିନାହିଁ। ରିଟର୍ନ ଦାଖଲ କରୁଥିବା ବ୍ୟକ୍ତିମାନଙ୍କ ଆଧାର ବଢିଥିଲେ ବି ପ୍ରତ୍ୟକ୍ଷ ଟିକସ ବାବଦରେ ମିଳୁଥିବା ଟଙ୍କା ସେହି ଅନୁପାତରେ ବୃଦ୍ଧି ପାଇନାହିଁ। ସାମଗ୍ରୀ ଓ ସେବା ଟିକସ ( ଜିଏସ୍‌ଟି)ରେ ଯାହା ଘଟିଲା ତାହା ତେଲ ଟିକସ ବଢିବାର ଅନ୍ୟ ଏକ କାରଣ। ଗୁଡିଏ ଟିକସ ରିପ୍ଲେସ କରି ଏକକ ମାର୍କେଟ ମାଧ୍ୟମରେ ଅର୍ଥ ବ୍ୟବସ୍ଥାକୁ ଆଗକୁ ବଢାଇବାର ଲକ୍ଷ୍ୟ ଥିଲେ ବି ସେତିକି ରାଜସ୍ବ ସଂଗ୍ରହ ହୋଇପାରିଲା ନାହିଁ। ବଜାର ବି ବୃଦ୍ଧି ଘଟିନାହିଁ। ବାସ୍ତବରେ ଗତ ୩୬ ମାସରେ ଭାରତୀୟ ଅର୍ଥବ୍ୟବସ୍ଥା ପୂରା ଧିମା ହୋଇଯାଇଛି। ୨୦୧୮ ଜାନୁୟାରୀ ତ୍ରୈମାସିକର ପ୍ରାୟ ୮% ଅଭିବୃଦ୍ଧିରୁ ଖସି ୨୦୨୦ ଜାନୁୟାରୀ ତ୍ରୈମାସିକରେ ପାଖାପାଖି ୩%ରେ ପହଞ୍ଚିଛି। ଏଣୁ ସ୍ବଳ୍ପ ଅବଧିରେ ଅଭିବୃଦ୍ଧି ଆଶା କରିବା ଭଲ ନୁହେଁ। ସରକାର ସବୁ ଦିଗକୁ ଲକ୍ଷ୍ୟ କରି ତୁରନ୍ତ ବାଟ କରିବା ଉଚିତ, ଯେଉଁଥିରେ ନିଜସ୍ବ ପାଣ୍ଠି ଯୋଗାଡ କରିପାରିବେ। ଏଣୁୁ ତେଲ ମାଧ୍ୟମରେ ଏହା ହାସଲ କରିବା ସବୁଠୁ ସହଜ ବାଟ ବୋଲି ମନେକରିଛନ୍ତି।
ମୋଦି କ୍ଷମତାକୁ ଆସିବା ପୂର୍ବରୁ ପେଟ୍ରୋଲ ଏବଂ ଡିଜେଲ ଡିରେଗୁଲେଟେଡ୍‌ ବା ଅନିୟନ୍ତ୍ରିତ ରହିଥିଲା। ସେତେବେଳେ ବିଶ୍ୱରେ ଅଶୋଧିତ ତୈଳର ମୂଲ୍ୟ ବଢୁଥିତ୍ବାବେଳେ ବି ଭାରତ ତା’ଗ୍ରାହକମାନଙ୍କୁ ସବସିଡି ଦେବା ଜାରି ରଖିଥିଲା। ମୁଖ୍ୟତଃ ରାଷ୍ଟ୍ରାୟତ୍ତ ତୈଳ କାରବାରକୁ କ୍ଷତିରେ ରଖି ଏହା କରାଯାଇଥିଲା। ଅଶୋଧିତ୍ତ ତେଲ ଦର ଯାହା ଥାଉନା କାହିଁକି ଗ୍ରାହକମାନଙ୍କ ସ୍ବାର୍ଥ ରକ୍ଷା କରାଯାଇଥିଲା। କିନ୍ତୁ ଏବେ ଠିକ ବିପରୀତ ହୋଇଛି। ଅଶୋଧିତ ତେଲ ଦର ଯାହା ହେଉନା କାହିଁକି ସରକାରଙ୍କ ସ୍ବାର୍ଥ ସୁରକ୍ଷିତ ରହିଛି। ଯଦି ଅଶୋଧିତ ତେଲ ଦର କମେ ସରକାର ଅଧିକ ଲାଭ ପାଆନ୍ତି ଏବଂ ପେଟ୍ରୋଲ ଓ ଡିଜେଲର ଖୁଚୁରା ମୂଲ୍ୟ କମାନ୍ତି ନାହିଁ। ଯଦି ଦର ବଢେ, ସରକାର ଦର ବଢାନ୍ତି। ଜାଣିବା ଦରକାର ଯେ, ସେତେବେଳେ ଡିରେଗୁଲେଶନର ଏହା ଉଦ୍ଦେଶ୍ୟ ନ ଥିଲା। ପ୍ରଧାନମନ୍ତ୍ରୀ କହନ୍ତି, ତେଲ ଦର ବୃଦ୍ଧି ତାଙ୍କର ଦୋଷ ନୁହେଁ। ପୂର୍ବ ସରକାରଗୁଡ଼ିକ ଅଶୋଧିତ୍ତ ତେଲ ଆମଦାନୀ ଉପରେ ନିର୍ଭର କରିବା ଯୋଗୁ ଏଭଳି ପରିସ୍ଥିତି ଉପୁଜିଛି ବୋଲି ସେମାନଙ୍କୁ ଦୋଷ ଦେଇଛନ୍ତି। କିନ୍ତୁ ଏବକାର ଆବଶ୍ୟକତା ହେଉଛି ବିକଳ୍ପ ଶକ୍ତି ଉତ୍ସ। ଅଟୋମୋବାଇଲରେ ପେଟ୍ରୋଲ ଓ ଡିଜେଲ ବ୍ୟବହାର କ୍ଷେତ୍ରରେ ଏଯାବତ୍‌ ଏହା ସମାନ ସ୍ତରକୁ ଆସିପାରିନାହିଁ। ପେଟୋଲ ଏବଂ ଡିଜେଲ ଭାରି ଶକ୍ତି ସମ୍ପନ୍ନ। ପ୍ରାୟ ୫୦କିଲୋ ଇନ୍ଧନରେ ଗୋଟିଏ କାର ୭୦୦ କି.ମି. ଯାଇପାରିବ। ଗୋଟିଏ ଇଲେକ୍ଟ୍ରିକ କାର ଏତିକି ବାଟ ଯିବା ଲାଗି ଅତିକମ୍‌ରେ ୪୫ କିଲୋଓ୍ବାଟ୍‌ ଆଓ୍ବାରର ଲିଥିୟମ ଆଇଅନ ବ୍ୟାଟେରି ପ୍ୟାକ୍‌ ଦରକାର ପଡେ। ଏହି ବ୍ୟାଟେରିର ମୂଲ୍ୟ ୫୦୦୦ ଆମେରିକୀୟ ଡଲାର, ଯାହା ପାଖାପାଖି ୪ ଲକ୍ଷ ଟଙ୍କା ହେବ। ଏବାବଦରେ ଅନ୍ୟ ସବୁ ମୂଲ୍ୟ ଏବଂ ଗାଡିର ସର୍ବନିମ୍ନ ମୂଲ୍ୟକୁ ଏକାଠି କଲେ ଗୋଟିଏ ପେଟ୍ରୋଲ ଏବଂ ଡିଜେଲ କାରର ଏବକାର ମୂଲ୍ୟ ୧୦ ଲକ୍ଷ ଟଙ୍କା ପାଖାପାଖି ରହିବ। ଏହା ଭାରତରେ କାର କିଣିବାକୁ ଚାହଁୁଥିବା ଲୋକମାନଙ୍କ ମଧ୍ୟରୁ ତିନି ଚତୁର୍ଥାଂଶ କିମ୍ବା ଏହାଠାରୁ ଅଧିକଙ୍କର ବେଜଟ ବାହାରେ ରହୁଛି। ସମାୟାନୁସାରେ ଅଧିକରୁ ଅଧିକ ଦେଶ ଇଲେକ୍ଟ୍ରି ଗାଡିକୁ ଆପଣାଇଲେ ବ୍ୟାଟେରି ମୂଲ୍ୟ କମିବ। କିନ୍ତୁ ଏହା ଆଜି ହୋଇଯିବ, ଏମିତି ଭାବିବା ଭୁଲ। ଏହା ଅତୀତରେ ହୋଇପାରିଥାଆନ୍ତା ଭାବିବା ବି ଏକବାର ଭୁଲ। ଶେଷ କଥା ହେଉଛି ଭିତ୍ତିଭୂମିର ଆବଶ୍ୟକତା। ଇଲେକ୍ଟ୍ରି କାରର ଲିଥିୟମ ବ୍ୟାଟେରି ଚାର୍ଜ କରିବାକୁ ୧୦ ଘଣ୍ଟା ଲାଗିବ ଓ ଏଥିପାଇଁ ବିଦ୍ୟୁତ ଉପଲବ୍ଧ ହେବା ଭଳି ଗ୍ୟାରେଜ ଦରକାର। ଆମେରିକା, ୟୁରୋପୀୟ ଦେଶ ଏବଂ ଚାଇନାରେ ଡାଇରେକ୍ଟ କରେଣ୍ଟ ଫାଷ୍ଟ ଚାର୍ଜର ନେଟଓ୍ବର୍କ ସବୁଆଡେ ରହିଛି। ଏହା ପ୍ରାୟ ଅଧ ଘଣ୍ଟାରେ ବ୍ୟାଟେରିକୁ ଚାର୍ଜ କରିବାକୁ ସକ୍ଷମ। ଭାରତରେ ଏଭଳି ନେଟଓ୍ବର୍କ ନାହିଁ। କାରଣ, ସରକାର ଏହା ନିର୍ମାଣ କରିନାହାନ୍ତି। ସବୁ କାର ଯଦି ଭାରତରେ ଇଲେକ୍ଟ୍ରିକ କାର ପାଲଟିଯାଏ, ତେବେ ସେଗୁଡ଼ିକୁ କେଉଁଠି ଚାର୍ଜ କରାଯିବ, ସେ କଥା ପ୍ରଧାନମନ୍ତ୍ରୀ କହିଲେ ନାହିଁ। ବାସ୍ତବତା ହେଉଛି, ନେହେରୁ କିମ୍ବା ଇନ୍ଦିରା ଅବା ବାଜପେୟୀ ଯାହା କରିଥାଆନ୍ତୁ ନା କାହିଁକି, ଏବେ କିନ୍ତୁ ଆମେ ପେଟ୍ରୋଲ ଏବଂ ଡିଜେଲ ଉପରେ ହିଁ ନିର୍ଭର କରିବା। ତେବେ ସରକାର ଆମଠାରୁ ଏଭଳି ଅତ୍ୟଧିକ ଟିକସ ଆଦାୟ କରିବା ଉଚିତ କି? ଏହି ପ୍ରଶ୍ନର ଉତ୍ତର ଲୋଡ଼ା। ଉତ୍ତର କେବଳ ମୋଦି ଦେଇପାରିବେ, ନେହେରୁ ନୁହନ୍ତି।

Email: aakar.patel@gmail.com


Enter your email to get our daily news in your inbox.

All Right Reserved By Dharitri.Com

ତାମିଲନାଡୁର ରାଜତାରକା

ଭାରତସାରା ଚର୍ଚ୍ଚା ହେଉଛି ଯେ ଦୁଇବର୍ଷ ତଳେ ରାଜନୈତିକ ଦଳ ତାମିଲାଗା ଭେଟ୍ରି କାଜାଗମ୍‌ (ଟିଭିକେ) ଗଢ଼ି ଅଭିନେତାରୁ ରାଜନେତା ପାଲଟିଥିବା ଚନ୍ଦ୍ରଶେଖରନ୍‌ ଯୋଶେଫ୍‌ ବିଜୟ ଗ୍ରୀନ୍‌…

ନିର୍ବାଚନ ପ୍ରକ୍ରିୟାରେ ଭୋଟର

”ଆଜିକାଲି ଜଣେ ଗୃହହୀନ ବ୍ୟକ୍ତିଙ୍କ ବାସସ୍ଥାନର ଆବଶ୍ୟକତା ପୂରଣ କରିବାକୁ ହେଲେ ବିଏଲ୍‌ଓ (ବୁଥ ସ୍ତରୀୟ ଅଧିକାରୀ) ରାତିରେ ଯାଇ ସେହି ବ୍ୟକ୍ତି ପ୍ରକୃତରେ ତାଙ୍କ ପ୍ରଦତ୍ତ…

ଆମ ବ୍ୟବସ୍ଥା ଓ ସାଧାରଣ ଜନତା

କେନ୍ଦୁଝରର ଜିତୁ ମୁଣ୍ଡା ଏବେ ସାରା ଭାରତ ଓ ବିଶ୍ୱରେ ଚର୍ଚ୍ଚିତ ହୋଇଛନ୍ତି। ନିଜ ମୃତ ଭଉଣୀଙ୍କ ନାମରେ ବ୍ୟାଙ୍କରେ ଥିବା ଟଙ୍କାକୁ ଉଠେଇବାକୁ ଯାଇ ବାରମ୍ବାର…

ପିଇବା ପାଣିର ବଜାରୀକରଣ

ବିଗତ ସତୁରି ଅଶୀ ଦଶକର କଥା। ବିନା ଦ୍ୱନ୍ଦ୍ୱରେ କୂଅ ଓ ନଳକୂଅରୁ ସିଧା ସଳଖ ଆମେ ପାଣି ପିଇ ଦେଉଥିଲୁ। ଏ କଥା ଏବେ ଭାବିଲା…

ଯୁକ୍ତିଯୁକ୍ତ ଦୃଷ୍ଟିକୋଣ

ଭାରତର ସଦ୍ୟତମ ବାବୁ ଅଦଳବଦଳ ପ୍ରକୃତରେ ବଦଳି କିମ୍ବା ନିଯୁକ୍ତି ବିଷୟକୁ ନୁହେଁ, ବରଂ ନୂଆଦିଲ୍ଲୀର ଶାସକୀୟ ଦୃଷ୍ଟିକୋଣର ଏକ ଗଭୀର ପରିବର୍ତ୍ତନକୁ ସୂଚିତ କରୁଛି। ସୂତ୍ରରୁ…

ଏଇ ଭାରତରେ

ମହାରାଷ୍ଟ୍ର ବିଦର୍ଭ ଏକ ମରୁଡ଼ିପ୍ରବଣ ଅଞ୍ଚଳ। ବର୍ଷାଦିନ ପରେ ଏଠାରୁ ଭାରଓ୍ବାଡ ଯାଯାବର ସମ୍ପ୍ରଦାୟର ଲୋକେ ଗୃହପାଳିତ ପଶୁଙ୍କୁ ନେଇ ଅନ୍ୟ ଚାରଣଭୂମି ଅଞ୍ଚଳକୁ ଚାଲିଯାଆନ୍ତି। ସେମାନେ…

ପ୍ରକୃତିର ସ୍ବରୂପ

ପତଞ୍ଜଳି ଯୋଗ ଦର୍ଶନର ଦ୍ୱିତୀୟ ପାଦ ସୂତ୍ର ସଂଖ୍ୟା-୧୮ରେ କୁହାଯାଇଛି, ”ପ୍ରକାଶ କ୍ରିୟା ସ୍ଥିତି ଶୀଳଂ ଭୂତେନ୍ଦ୍ରିୟାତ୍ମକଂ ଭେଗାପବର୍ଗାଥଂ ଦୃଶ୍ୟମ“। ଏହାର ଅର୍ଥ ହେଲା ପ୍ରକାଶ, କ୍ରିୟା…

ସବୁଜ ସାଧକ କାଳିନ୍ଦୀ ଚରଣ

ଜନ୍ମ ଆମର ମଣିଷ କୁଳରେ ନାହିଁ ଇଜ୍ଜତ୍‌ ମାନ, ଆମ ଝିଅବୋହୂ ସବୁରି ଶାଳୀ ହେ ଆମେ ଶଳା ସଇତାନ“। କବିତାରେ ସର୍ବହରା ମଣିଷର ଏହି ଇସ୍ତାହାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri