ଆଖିବୁଜିଲା ପୋଷା ହାତୀ ‘ଶୋଭା’

ବାରିପଦା ଅଫିସ, ୧୮ା୧୨: ବନ ବିଭାଗର ଖାମଖିଆଲି ଯୋଗୁ ମୟୂରଭଞ୍ଜ ଜିଲା ଶିମିଳିପାଳ ଅଭୟାରଣ୍ୟରେ ହାତୀ ମଡ଼କ ବଢ଼ିଚାଲିଛି। ନିୟମିତ ଭାବେ ହାତୀ ମୃତ୍ୟୁ ଘଟଣା ପରିବେଶବିତ୍‌ ତଥା ରାଜ୍ୟବାସୀଙ୍କୁ ବ୍ୟଥିତ କରିଛି। ଅଭୟାରଣ୍ୟର ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପ ଅଧୀନ ଜେନାବିଲ ରେଞ୍ଜ୍‌ରେ ଶନିବାର ପୁଣି ଏକ ମାଈହାତୀର ମୃତ୍ୟୁ ଘଟିଛି। ମୃତ ହାତୀ ହେଉଛି ରେଞ୍ଜ୍‌ କାର୍ଯ୍ୟାଳୟରେ ଥିବା କୁମକୀ(ପୋଷା) ହାତୀ ଶୋଭା। ତା’ର ବୟସ ପାଖାପାଖି ୫୪ ବର୍ଷ ହେବ। ଚିକିତ୍ସା ଅଭାବରୁ ହାତୀର ମୃତ୍ୟୁ ହୋଇଥିବା ବିଭାଗୀୟ କର୍ମଚାରୀମାନେ ନିଜ ନାମ ଗୋପନ ରଖି ପ୍ରକାଶ କରିଛନ୍ତି। ହାତୀଟି ଦୀର୍ଘଦିନ ଧରି ଅସୁସ୍ଥ ଥିଲା। ଔଷଧ ଅଭାବରୁ ତା’ର ମୃତ୍ୟୁ ହୋଇଥିବା ପ୍ରାକ୍ତନ ବନ୍ୟପ୍ରାଣୀ ସଂରକ୍ଷକ ଭାନୁମିତ୍ର ଆଚାର୍ଯ୍ୟ ପ୍ରକାଶ କରିଛନ୍ତି।
୨୦ ବର୍ଷ ପୂର୍ବେ ଶିମିଳିପାଳର ସୁରକ୍ଷା ପାଇଁ ତକତ୍ାଳୀନ କ୍ଷେତ୍ର ନିର୍ଦ୍ଦେଶକ ଦେବବ୍ରତ ସ୍ବାଇଁଙ୍କ ନେତୃତ୍ୱରେ ୩ଟି ହାତୀ(ଶୋଭା, ଭବାନୀ ଓ ମହିନ୍ଦ୍ରା) କର୍ନାଟକରୁ ଅଣାଯାଇଥିଲା। ଏମାନେ ମିଳିତ ଭାବେ ଶିମିଳିପାଳର ସୁରକ୍ଷା ଦାୟିତ୍ୱରେ ରହିଥିଲେ। ଭବାନୀ ଓ ଶୋଭା ଜେନାବିଲ ରେଞ୍ଜ୍‌ କାର୍ଯ୍ୟାଳୟରେ ରହି ଦାୟିତ୍ୱ ନିର୍ବାହ କରିଥିଲେ। ମାତ୍ର କିଛିଦିନ ହେଲା ଶୋଭା ଅସୁସ୍ଥ ହୋଇପଡ଼ିଥିଲା। ଏହାର ଚିକିତ୍ସା ମଧ୍ୟ ଜାରି ରହିଥିଲା। ଦୁଇ ଦିନ ଧରି ଔଷଧ ଶେଷ ହୋଇଯାଇଥିବାରୁ ତା’ର ମୃତ୍ୟୁ ହୋଇଥିବା ସନ୍ଦେହ କରାଯାଉଛି। ତେବେ ଶୋଭାର ମୃତ୍ୟୁ ସମ୍ପର୍କରେ ବନ ବିଭାଗର ଅଧିକାରୀମାନେ ପ୍ରକୃତ ତଥ୍ୟ ଦେବାକୁ ଅମଙ୍ଗ ହେଉଛନ୍ତି। ଏ ସଂକ୍ରାନ୍ତରେ ଆଞ୍ଚଳିକ କ୍ଷେତ୍ର ନିର୍ଦ୍ଦେଶକ(ଆରସିସିଏଫ୍‌) କିମ୍ବା ଉପନିର୍ଦ୍ଦେଶକ ସମ୍ରାଟ ଗୌଡ଼ାଙ୍କ ମୋବାଇଲ ଫୋନ୍‌ ସୁଇଚ୍‌ ଅପ୍‌ ଥିବାରୁ ମତାମତ ମିଳିପାରିନାହିଁ। ସୂଚନା ଅନୁଯାୟୀ, ଶୋଭା ଗର୍ଭରୁ ଲକ୍ଷ୍ମୀ ଜନ୍ମଗ୍ରହଣ କରି ଶିମିଳିପାଳ ଦାୟିତ୍ୱରେ ନ୍ୟସ୍ତ ଥିଲା। ଲକ୍ଷ୍ମୀ ଶରୀର ଅସୁସ୍ଥ ଥିବା ସମୟରେ ତତ୍କାଳୀନ କ୍ଷେତ୍ର ନିର୍ଦ୍ଦେଶକ ତାକୁ ସ୍ଥାନାନ୍ତର କରିବାକୁ ନିର୍ଦ୍ଦେଶ ଦେଇଥିଲେ। ତେବେ ୧୦୪ ଜ୍ୱର ଥିବା ଲକ୍ଷ୍ମୀକୁ ସ୍ଥାନାନ୍ତର କରିବାକୁ ମାହୁନ୍ତ ଓ ପ୍ରାଣୀ ଚିକିତ୍ସକ ବାରଣ କରିଥିଲେ। ମାତ୍ର ବିଭାଗୀୟ ନିର୍ଦ୍ଦେଶକୁ ପାଳନ କରିବାକୁ ଯାଇ ଲକ୍ଷ୍ମୀକୁ ଜେନାବିଲରୁ ନଅଁଣା ସାଉଥ୍‌କୁ ଅଣାଯାଇଥିଲା। ୫ କି.ମି. ଚାଲିବା ପରେ ଲକ୍ଷ୍ମୀ ମୃତ୍ୟୁବରଣ କରିଥିଲା। କିନ୍ତୁ ବିଭାଗୀୟ ଅଧିକାରୀମାନେ ନିଜ ଚାକିରି ବଞ୍ଚାଇବାକୁ ଯାଇ ସାପ କାମୁଡ଼ାରେ ତା’ର ମୃତ୍ୟୁ ହୋଇଥିବା ରିପୋର୍ଟ ଦେଇଥିଲେ। ବିଭାଗୀୟ ଅବହେଳା ପାଇଁ ପୂର୍ବରୁ ଲକ୍ଷ୍ମୀର ମୃତ୍ୟୁକୁ ଅପମୃତ୍ୟୁ ଦର୍ଶାଯାଇଥିଲା। ପରବର୍ତ୍ତୀ ସମୟରେ ବିଭାଗୀୟ ନିର୍ଦ୍ଦେଶକ୍ରମେ ଭବାନୀ ଗର୍ଭରୁ ଜାତ ରାଜକୁମାର ଓ ମହିନ୍ଦ୍ରାକୁ ଅନୁଗୋଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପ ସାତକୋଶିଆକୁ ସ୍ଥାନାନ୍ତର କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ବିପଦସଙ୍କୁଳ ଶ୍ରେଣୀଗୃହ, ମୁହଁ ମୋଡୁଛନ୍ତି ଛାତ୍ରୀଛାତ୍ର

ଭବାନୀପାଟଣା,୨୦ା୮(ଉତ୍ତମ କୁମାର ଦାଶ):ଓଡ଼ିଶା ମାନବାଧିକାର କମିଶନ (ଓଏଚ୍‌ଆର୍‌ସି) ଓ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ କ୍ରମେ ୨୦୧୪ରେ ରାଜ୍ୟର ସମସ୍ତ ଅସୁରକ୍ଷିତ ଓ ପରିତ୍ୟକ୍ତ ସ୍କୁଲ କୋଠା ଚିହ୍ନଟ…

ଘରେ ଶୋଇଥିଲେ ଟିକେଶ୍ୱର, କାମୁଡ଼ିଲା ସାପ: ରାତିଅଧରେ ଏମିତି କାମ କରିବାରୁ ଘଟିଲା…

ଦେବଗଡ,୨୦।୮(ଶଶାଙ୍କ ଶେଖର ଝାଙ୍କର): ସାପ କାମୁଡାରେ ଦେବଗଡ ଥାନା ତଥା ବାରକୋଟ ବ୍ଲକ କଂଟାପାଲି ଗ୍ରାମ ପଞ୍ଚାୟତର ଟୁସୁଳା ଗ୍ରାମର ଜଣେ ଯୁବକଙ୍କ ମୃତ୍ୟୁ ଘଟିଥିବା ଜଣାପଡିଛି…

ଜାତୀୟ ରାଜପଥରେ ପିକ୍‌ଅପ୍‌ ଭ୍ୟାନ୍‌ ଅଟକାଇ ଲୁଟ୍‌ ଘଟଣାର ପର୍ଦ୍ଦାଫାଶ: ଜେଲ ଗଲେ ୩ ଅଭିଯୁକ୍ତ,୪ ନାବାଳକ…

ଦିଗପହଣ୍ଡି,୧୯।୮(ଅଶେଷ ନାଥ ମିଶ୍ର): ପାଟପୁର ପୋଲିସ ଏକ ବଡ଼ଧରଣର ଡକାୟତି ଘଟଣାର ପର୍ଦ୍ଦାଫାସ କରିଛି। ବ୍ରହ୍ମପୁର-ରାୟଗଡ଼ା ୩୨୬ ନଂ ଜାତୀୟ ରାଜପଥର ମାର୍ଥାପୁର ନିକଟରେ ପିକ୍‌ଅପ୍‌ ଭ୍ୟାନ୍‌…

ଦେଶୀ ମଦ ଚୋରାଚାଲାଣ ବେଳେ ମାଡିବସିଲା ଅବକାରୀ ବିଭାଗ; ମହିଳାଙ୍କ ସମେତ ୩ ଗିରଫ, ମିଳିଲା…

ଦିଗପହଣ୍ଡି,୧୯।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପଦ୍ମପୁର ଗ୍ରାମ ନିକଟ ଦୁର୍ଗମ ଜଙ୍ଗଲରେ ବୁଧବାର ଦିଗପହଣ୍ଡି ଓ ଚିକିଟି ଅବକାରୀ ବିଭାଗ ପକ୍ଷରୁ ମିଳିତ…

ନିର୍ମାଣର ୫ମାସ ମଧ୍ୟରେ ରାସ୍ତାରୁ ଉଠି ଗଲାଣି ପିଚୁ, ଭିଜିଲାନ୍ସ ତଦନ୍ତ ପାଇଁ ଦାବି

କୋକସରା,୧୯।୮ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): ଦୀର୍ଘ ବର୍ଷରୁ ମରାମତି ଅଭାବ କାରଣରୁ କୋକସରା ବ୍ଲକ ବଡ଼କେନ୍ଦୁଗୁଡା ବଜାର ପଡିଆ ଛକ ବିଜୁ ଏକ୍ସପ୍ରେସୱେରୁ ବିଜମରା ଭାୟା ବୋବରିଆ…

ନିୟମ କଡ଼ାକଡ଼ି କଲେ ଉପଜିଲାପାଳ; ସାର୍ବଜନୀନ ସ୍ଥାନରେ ନିଶାଦ୍ରବ୍ୟ ସେବନ ମନା, ପାଳନ ନକଲେ….

ଗୁଣପୁର,୧୯।୮(ସୁଜାତା ପାଢ଼ୀ)- ସାର୍ବଜନୀନ ସ୍ଥାନରେ ନିଶାଦ୍ରବ୍ୟ ସେବନ ଉପରେ କଟକଣା ଜାରି କରାଯାଇଛି । ରାୟଗଡ଼ା ଜିଲା ଗୁଣପୁର ଉପଖଣ୍ଡର ବିଭିନ୍ନ ସାର୍ବଜନୀନ ସ୍ଥାନ, ସରକାରୀ କାର୍ଯ୍ୟାଳୟ…

କର୍କ ଆଣିବାକୁ ଯାଇଥିବା ବେଳେ ନାବାଳିକାଙ୍କୁ ବଳାତ୍କାର, ୨୦ ବର୍ଷ…

କଟକ,୧୯।୮(ପ୍ରଭୁକଲ୍ୟାଣ ପାଲ୍): ବ୍ୟାଡମିଣ୍ଟନ ଖେଳ ସମୟରେ ନାବାଳିକାଙ୍କୁ ବଳାତ୍କାର ମାମଲାରେ ଦୋଷୀଙ୍କୁ ସଜା ଶୁଣାଇଲେ କଟକ ସ୍ୱତନ୍ତ୍ର ପକ୍ସୋ ଅଦାଲତ । ଆସାମୀ ଜନ୍ମେଜୟ ମଲ୍ଲିକ ଓରଫ…

ଗାଁକୁ ରାସ୍ତା ନାହିଁ, ଯାଇପାରିଲାନି ଆମ୍ବୁଲାନ୍ସ, ଭାରରେ ବୁହାହେଲେ ମହିଳା

ପାତ୍ରପୁର,୧୯ା୮(ଉମାଚରଣ ନେପାକ): ପକ୍କା ରାସ୍ତା ନ ଥିବାରୁ ଦୁର୍ଗମ ଅଞ୍ଚଳର ଲୋକଙ୍କ ପାଇଁ ଜରୁରୀକାଳିନ ସ୍ବାସ୍ଥ୍ୟସେବା ସାତସପନ। ଏହାର ଏକ ଦୁଃଖଦ ଚିତ୍ର ପାତ୍ରପୁର ବ୍ଲକ ଆଙ୍କୁଲି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri