ଆଖିବୁଜିଲା ପୋଷା ହାତୀ ‘ଶୋଭା’

ବାରିପଦା ଅଫିସ, ୧୮ା୧୨: ବନ ବିଭାଗର ଖାମଖିଆଲି ଯୋଗୁ ମୟୂରଭଞ୍ଜ ଜିଲା ଶିମିଳିପାଳ ଅଭୟାରଣ୍ୟରେ ହାତୀ ମଡ଼କ ବଢ଼ିଚାଲିଛି। ନିୟମିତ ଭାବେ ହାତୀ ମୃତ୍ୟୁ ଘଟଣା ପରିବେଶବିତ୍‌ ତଥା ରାଜ୍ୟବାସୀଙ୍କୁ ବ୍ୟଥିତ କରିଛି। ଅଭୟାରଣ୍ୟର ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପ ଅଧୀନ ଜେନାବିଲ ରେଞ୍ଜ୍‌ରେ ଶନିବାର ପୁଣି ଏକ ମାଈହାତୀର ମୃତ୍ୟୁ ଘଟିଛି। ମୃତ ହାତୀ ହେଉଛି ରେଞ୍ଜ୍‌ କାର୍ଯ୍ୟାଳୟରେ ଥିବା କୁମକୀ(ପୋଷା) ହାତୀ ଶୋଭା। ତା’ର ବୟସ ପାଖାପାଖି ୫୪ ବର୍ଷ ହେବ। ଚିକିତ୍ସା ଅଭାବରୁ ହାତୀର ମୃତ୍ୟୁ ହୋଇଥିବା ବିଭାଗୀୟ କର୍ମଚାରୀମାନେ ନିଜ ନାମ ଗୋପନ ରଖି ପ୍ରକାଶ କରିଛନ୍ତି। ହାତୀଟି ଦୀର୍ଘଦିନ ଧରି ଅସୁସ୍ଥ ଥିଲା। ଔଷଧ ଅଭାବରୁ ତା’ର ମୃତ୍ୟୁ ହୋଇଥିବା ପ୍ରାକ୍ତନ ବନ୍ୟପ୍ରାଣୀ ସଂରକ୍ଷକ ଭାନୁମିତ୍ର ଆଚାର୍ଯ୍ୟ ପ୍ରକାଶ କରିଛନ୍ତି।
୨୦ ବର୍ଷ ପୂର୍ବେ ଶିମିଳିପାଳର ସୁରକ୍ଷା ପାଇଁ ତକତ୍ାଳୀନ କ୍ଷେତ୍ର ନିର୍ଦ୍ଦେଶକ ଦେବବ୍ରତ ସ୍ବାଇଁଙ୍କ ନେତୃତ୍ୱରେ ୩ଟି ହାତୀ(ଶୋଭା, ଭବାନୀ ଓ ମହିନ୍ଦ୍ରା) କର୍ନାଟକରୁ ଅଣାଯାଇଥିଲା। ଏମାନେ ମିଳିତ ଭାବେ ଶିମିଳିପାଳର ସୁରକ୍ଷା ଦାୟିତ୍ୱରେ ରହିଥିଲେ। ଭବାନୀ ଓ ଶୋଭା ଜେନାବିଲ ରେଞ୍ଜ୍‌ କାର୍ଯ୍ୟାଳୟରେ ରହି ଦାୟିତ୍ୱ ନିର୍ବାହ କରିଥିଲେ। ମାତ୍ର କିଛିଦିନ ହେଲା ଶୋଭା ଅସୁସ୍ଥ ହୋଇପଡ଼ିଥିଲା। ଏହାର ଚିକିତ୍ସା ମଧ୍ୟ ଜାରି ରହିଥିଲା। ଦୁଇ ଦିନ ଧରି ଔଷଧ ଶେଷ ହୋଇଯାଇଥିବାରୁ ତା’ର ମୃତ୍ୟୁ ହୋଇଥିବା ସନ୍ଦେହ କରାଯାଉଛି। ତେବେ ଶୋଭାର ମୃତ୍ୟୁ ସମ୍ପର୍କରେ ବନ ବିଭାଗର ଅଧିକାରୀମାନେ ପ୍ରକୃତ ତଥ୍ୟ ଦେବାକୁ ଅମଙ୍ଗ ହେଉଛନ୍ତି। ଏ ସଂକ୍ରାନ୍ତରେ ଆଞ୍ଚଳିକ କ୍ଷେତ୍ର ନିର୍ଦ୍ଦେଶକ(ଆରସିସିଏଫ୍‌) କିମ୍ବା ଉପନିର୍ଦ୍ଦେଶକ ସମ୍ରାଟ ଗୌଡ଼ାଙ୍କ ମୋବାଇଲ ଫୋନ୍‌ ସୁଇଚ୍‌ ଅପ୍‌ ଥିବାରୁ ମତାମତ ମିଳିପାରିନାହିଁ। ସୂଚନା ଅନୁଯାୟୀ, ଶୋଭା ଗର୍ଭରୁ ଲକ୍ଷ୍ମୀ ଜନ୍ମଗ୍ରହଣ କରି ଶିମିଳିପାଳ ଦାୟିତ୍ୱରେ ନ୍ୟସ୍ତ ଥିଲା। ଲକ୍ଷ୍ମୀ ଶରୀର ଅସୁସ୍ଥ ଥିବା ସମୟରେ ତତ୍କାଳୀନ କ୍ଷେତ୍ର ନିର୍ଦ୍ଦେଶକ ତାକୁ ସ୍ଥାନାନ୍ତର କରିବାକୁ ନିର୍ଦ୍ଦେଶ ଦେଇଥିଲେ। ତେବେ ୧୦୪ ଜ୍ୱର ଥିବା ଲକ୍ଷ୍ମୀକୁ ସ୍ଥାନାନ୍ତର କରିବାକୁ ମାହୁନ୍ତ ଓ ପ୍ରାଣୀ ଚିକିତ୍ସକ ବାରଣ କରିଥିଲେ। ମାତ୍ର ବିଭାଗୀୟ ନିର୍ଦ୍ଦେଶକୁ ପାଳନ କରିବାକୁ ଯାଇ ଲକ୍ଷ୍ମୀକୁ ଜେନାବିଲରୁ ନଅଁଣା ସାଉଥ୍‌କୁ ଅଣାଯାଇଥିଲା। ୫ କି.ମି. ଚାଲିବା ପରେ ଲକ୍ଷ୍ମୀ ମୃତ୍ୟୁବରଣ କରିଥିଲା। କିନ୍ତୁ ବିଭାଗୀୟ ଅଧିକାରୀମାନେ ନିଜ ଚାକିରି ବଞ୍ଚାଇବାକୁ ଯାଇ ସାପ କାମୁଡ଼ାରେ ତା’ର ମୃତ୍ୟୁ ହୋଇଥିବା ରିପୋର୍ଟ ଦେଇଥିଲେ। ବିଭାଗୀୟ ଅବହେଳା ପାଇଁ ପୂର୍ବରୁ ଲକ୍ଷ୍ମୀର ମୃତ୍ୟୁକୁ ଅପମୃତ୍ୟୁ ଦର୍ଶାଯାଇଥିଲା। ପରବର୍ତ୍ତୀ ସମୟରେ ବିଭାଗୀୟ ନିର୍ଦ୍ଦେଶକ୍ରମେ ଭବାନୀ ଗର୍ଭରୁ ଜାତ ରାଜକୁମାର ଓ ମହିନ୍ଦ୍ରାକୁ ଅନୁଗୋଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପ ସାତକୋଶିଆକୁ ସ୍ଥାନାନ୍ତର କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ବଜ୍ରପାତରେ ମା’-ପୁଅଙ୍କ ଜୀବନ ଗଲା

ଡେରାବିଶ,୨୭ା୪(ଅଜୟ ବେବର୍ତ୍ତା): କେନ୍ଦ୍ରାପଡ଼ା ଜିଲା ଡେରାବିଶ ବ୍ଲକ ଖମୋଳ ପଞ୍ଚାୟତ ଅନ୍ତର୍ଗତ ଜହ୍ନିମୂଳ ଗ୍ରାମରେ ଶନିବାର ସନ୍ଧ୍ୟାରେ ବଜ୍ରପାତରେ ମା’ ଓ ପୁଅଙ୍କ ମୃତ୍ୟୁ ଘଟିଛି।...

କୋରେଇ, ଖଣ୍ଡପଡ଼ା, ନୀଳଗିରି ଆସନ ଝୁଲାଇ ରଖିଲା ବିଜେଡି

ଭୁବନେଶ୍ୱର,୨୭।୪: ବିଧାନସଭା ନିର୍ବାଚନ ପାଇଁ ବିଜୁ ଜନତା ଦଳ(ବିଜେଡି) ପକ୍ଷରୁ ଶନିବାର ଆଉ ତିନି ଆସନ ପାଇଁ ପ୍ରାର୍ଥୀ ତାଲିକା ଘୋଷଣା କରାଯାଇଛି। ଏହାକୁ ମିଶାଇ...

କଟକ-ବାରବାଟୀରୁ ଲଢ଼ିବେ ମୋକିମ୍‌ଙ୍କ ଝିଅ ସୋଫିଆ, ନାଁ ସୁପାରିସ କଲା କଂଗ୍ରେସ

କଟକ,୨୭ା୪: କଟକ-ବାରବାଟୀ ବିଧାୟକ ମହମ୍ମଦ ମୋକିମ୍‌ଙ୍କ ଝିଅ ସୋଫିଆ ଫିର୍ଦ୍ଦୋସ ରାଜନୀତିକୁ ଓହ୍ଲାଇବା ନେଇ ଖୁବ୍‌ ଚର୍ଚ୍ଚା ହେଉଛି। ତେବେ ସୋଫିଆଙ୍କୁ ବିଧାୟିକା ପ୍ରାର୍ଥୀ କରିବା...

ପ୍ରମୁଖ ଦଳର ଟିକେଟ୍‌ ଘୋଷଣା ପରେ ଆତସବାଜିରେ କମ୍ପିଲା ନିରାକାରପୁର

ନିରାକାରପୁର,୨୭ା୪(ମାନସ ଚନ୍ଦ୍ର ପଟ୍ଟନାୟକ): ବହୁ ପ୍ରତୀକ୍ଷାର ଅନ୍ତ ଘଟିଛି। ଶନିବାର ଅପରାହ୍ନରେ ଖୋର୍ଦ୍ଧା ନିର୍ବାଚନ ମଣ୍ଡଳୀ ପାଇଁ ଭାଜପା ପ୍ରଶାନ୍ତ କୁମାର ଜଗଦେବଙ୍କୁ ପ୍ରାର୍ଥୀ କରିଥିବା...

ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କଲେ କାର୍ତ୍ତିକ ପାଣ୍ଡିଆନ

କୋକସରା,୨୭ା୪(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): ଶନିବାର ନିର୍ବାଚନୀ ପ୍ରଚାରରେ ଭି.କାର୍ତ୍ତିକ ପାଣ୍ଡିଆନ କଳାହାଣ୍ଡି ଗସ୍ତରେ ଆସିଥିଲେ। ପ୍ରଥମେ କଳାହାଣ୍ଡି ଜିଲା କୋକସରା ବ୍ଲକ ଦଣ୍ଡପାଟ ଅଞ୍ଚଳର ଗୋତମୁଣ୍ଡା...

ଖୋର୍ଦ୍ଧାରେ ପ୍ରଶାନ୍ତ-ରାଜେନ୍ଦ୍ର ଲଢ଼େଇ

ଖୋର୍ଦ୍ଧା,୨୭।୪: ସାଧାରଣ ନିର୍ବାଚନକୁ ନେଇ ପୂର୍ବତନ ବେଗୁନିଆ ବିଧାୟକ ତଥା ଚିଲିକାର ବର୍ତ୍ତମାନର ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କୁ ଖୋର୍ଦ୍ଧା ବିଧାନସଭା ଆସନରୁ ଟିକେଟ ଦେଇଛି ଭାଜପା।...

ଗୌତମବୁଦ୍ଧଙ୍କୁ ଟିକେଟ୍‌, ଅନନ୍ତ ଦାସଙ୍କ ପୁଅ ନିରାଶ

ଭୋଗରାଇ,୨୭।୪: ୩ଟି ଆସନରେ ବିଧାନସଭା ପ୍ରାର୍ଥୀ ତାଲିକା ଘୋଷଣା କରିଛି ବିଜେଡି। ଏଥିରେ ଗୌତମବୁଦ୍ଧ ଦାସଙ୍କୁ ଟିକେଟ୍‌ ମିଳିଛି। ଗୌତମଙ୍କୁ ଭୋଗରାଇ ଆସନରୁ ଟିକେଟ୍‌ ମିଳିଛି।...

ତେଲକୋଇରୁ ଫକୀରମୋହନ, ଚମ୍ପୁଆରୁ ଲଢ଼ିବେ ମୁରଲୀ

କେନ୍ଦୁଝର,୨୭ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): ଦୀର୍ଘଦିନ ଧରି ଘୋଷଣା ହୋଇ ପାରୁ ନ ଥିବା ଚମ୍ପୁଆ ଏବଂ ତେଲକୋଇ ନିର୍ବାଚନ ମଣ୍ଡଳୀ ପାଇଁ ଭାଜପା ଶନିବାର ତା’ର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri