ଆଉ ଜଣେ ତୀର୍ଥଯାତ୍ରୀ ମୃତ

କଣିହାଁ ୪।୧୦(ଡି.ଏନ.ଏ.): ଝାଡ଼ଖଣ୍ଡ ହଜାରିବାଗଠାରେ ତୀର୍ଥଯାତ୍ରୀ ବସ୍‌ ଦୁର୍ଘଟଣାରେ ମୃତକଙ୍କ ସଂଖ୍ୟା ବୃଦ୍ଧି ପାଇଛି। ରବିବାର ଦୁର୍ଘଟଣାପରେ ୪ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ସୋମବାର ଚିକିତ୍ସାଧୀନ ଅବସ୍ଥାରେ ଆଉ ଜଣଙ୍କର ପ୍ରାଣ ଯାଇଛି। ଫଳରେ ମୋଟ୍‌ ମୃତକଙ୍କ ସଂଖ୍ୟା ୫ରେ ପହଞ୍ଚିଛି। ସେମାନଙ୍କ ମଧ୍ୟରୁ ମୟୂରଭଞ୍ଜ ଜିଲାର ୨ ଜଣ ଥିବାବେଳେ ଅନୁଗୋଳ ଜିଲା କଣିହାଁ ଅଞ୍ଚଳର ୩ ଜଣ ରହିଛନ୍ତି। ମସୁଣିହତା ଗ୍ରାମର ମେନକା ପ୍ରଧାନ ଓ କଂସମୁଣ୍ଡା ଗ୍ରାମର ମନୁ ବେହେରାଙ୍କ ଦୁର୍ଘଟଣା ଦିନ ମୃତ୍ୟୁ ହୋଇଥିଲା। କଂସମୁଣ୍ଡାର ଗୁରୁତର ବିନୋଦ ସାହୁ ତାଳଚେର ଶତାବ୍ଦୀ ନେହେରୁ ହସ୍ପିଟାଲରେ ଚିକିତ୍ସାଧୀନ ଥିବାବେଳେ ସୋମବାର ତାଙ୍କର ମୃତ୍ୟୁ ହୋଇଛି। ଅପରପକ୍ଷରେ ମେନକା ଓ ମନୁଙ୍କ ମୃତଦେହ ଝାଡ଼ଖଣ୍ଡରୁ ଆସି କଣିହାଁରେ ପହଞ୍ଚିବା ପରେ ଜନପ୍ରତିନିଧି, ପ୍ରଶାସନ ଓ ଅଞ୍ଚଳବାସୀ ଉପସ୍ଥିତ ରହି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି।
ପ୍ରକାଶ ଯେ, ଦୁର୍ଘଟଣା ଖବର ମିଳିବା ପରେ ଅନୁଗୋଳ ଜିଲା ପ୍ରଶାସନ ପକ୍ଷରୁ ଏକ ଟିମ୍‌ ଝାଡ଼ଖଣ୍ଡ ଗସ୍ତ କରିଥିଲେ। ସୋମବାର ବାରିପଦାଠାରେ ଝାଡ଼ଖଣ୍ଡ ପ୍ରଶାସନ ୨ ମୃତଦେହ ଅନୁଗୋଳ ଜିଲାର ଉକ୍ତ ଟିମ୍‌କୁ ହସ୍ତାନ୍ତର କରିଥିଲେ। ଉକ୍ତ ଟିମ୍‌ର ସଦସ୍ୟ ଥିବା କଣିହାଁ ତହସିଲଦାର ପତିତପାବନ ଦେବତା ଏକ ସ୍ବତନ୍ତ୍ର ବସ୍‌ରେ ଅନ୍ୟ ତୀର୍ଥଯାତ୍ରୀ ଓ ଆମ୍ବୁଲାସରେ ୨ ମୃତଦେହ ଆଣି କଣିହାଁରେ ପହଞ୍ଚିଥିଲେ। ୨ ମୃତଦେହ କଂସମୁଣ୍ଡା ଓ ମସୁଣିହତା ଗ୍ରାମରେ ପହଞ୍ଚିବା ପରେ ଢେଙ୍କାନାଳ ଏମ୍‌ପି ମହେଶ ସାହୁ, ତାଳଚେର ବିଧାୟକ ବ୍ରଜକିଶୋର ପ୍ରଧାନ, ଭାଜପା ନେତା କାଳନ୍ଦୀ ସାମଲ, ଜିଲାପରିଷଦ ଉପସଭାପତି ରଶ୍ମିତା ସେଠୀ, ଜିଲାପରିଷଦ ସଦସ୍ୟ ରଞ୍ଜନ ସାହୁ, କଣିହାଁ ବ୍ଲକ ଅଧ୍ୟକ୍ଷ ରାମକୃଷ୍ଣ ପ୍ରଧାନଙ୍କ ସମେତ ବହୁ ଜନସାଧାରଣ ପହଞ୍ଚି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ।
ସୂଚନାଯୋଗ୍ୟ ଉକ୍ତ ତୀର୍ଥଯାତ୍ରୀ ବସ୍‌ରେ କଣିହାଁ ବ୍ଲକ ଅଞ୍ଚଳର ୧୨ଜଣ ଯାଇଥିଲେ। ସେଥିରୁ ମନୁ ବେହେରା, ବିନୋଦ ସାହୁ ଓ ମେନକା ପ୍ରଧାନଙ୍କ ମୃତ୍ୟୁ ହୋଇଥିବାବେଳେ ଅନ୍ୟ ୯ ଜଣ ହେଉଛନ୍ତି ବାସନ୍ତୀ ବେହେରା, ଲତା ସାହୁ, ରତ୍ନାକର ସାହୁ, ସଞ୍ଜୁ ପ୍ରଧାନ, ପ୍ରମିଳା ସାହୁ, ସୋମ୍ୟ ସାହୁ, ମସୁଣିହତା ଗ୍ରାମର ନକୁଳ ପ୍ରଧାନ, ବଡହାର ଗ୍ରାମର ନରୋତ୍ତମ ପ୍ରଧାନ ଏବଂ ଟୋଲବେଡା ଗ୍ରାମର ଅନ୍ତର୍ଯ୍ୟାମୀ ସାହୁ।


Enter your email to get our daily news in your inbox.

All Right Reserved By Dharitri.Com

ରାଜ୍ୟସ୍ତରୀୟ ଟାଏକୋଣ୍ଡୋରେ ସଫଳତା: ଛୁଟୁଛି ଶୁଭେଚ୍ଛାର ସୁଅ

ରାଇକିଆ,୩୦ା୧୨ (ପ୍ରଦୀପ ବେହେରା): କନ୍ଧମାଳ ଜିଲାର ବିଭିନ୍ନ ବିଦ୍ୟାଳୟର ଛାତ୍ରୀଛାତ୍ରମାନେ ରାଜ୍ୟସ୍ତରୀୟ ଟାଏକୋଣ୍ଡୋ କ୍ରୀଡ଼ାରେ ସଫଳତା ଅର୍ଜନ କରିଛନ୍ତି। ଭଦ୍ରକ ଠାରେ ଅନୁଷ୍ଠିତ ୩ଦିନିଆ ରାଜ୍ୟସ୍ତରୀୟ...

କଳାହାଣ୍ଡି ଉତ୍ସବ ଲାଗି ପ୍ରସ୍ତୁତି ବୈଠକକୁ ନେଇ ପ୍ରଶ୍ନବାଚୀ: ଅନୁପସ୍ଥିତ ରହିଲେ ଉପରିସ୍ଥ ଅଧିକାରୀ, ଜାନୁଆରୀ ୯ରେ…

ଥୁଆମୂଳ ରାମପୁର,୩୦।୧୨(ଦୁର୍ଗା କୀର୍ତ୍ତି): ଆସନ୍ତା ୨୮ତମ କଳାହାଣ୍ଡି ଉତ୍ସବ ’ଘୁମୁରା-୨୦୨୬’ ଅବସରରେ ମାହୁଲପାଟଣା ସ୍ଥିତ ଇନ୍ଦ୍ରାବତୀ ଜଳଭଣ୍ଡାରର କେନ୍ଦୁଗୁଡ଼ା ଘାଟଠାରେ ଆୟୋଜିତ ହେବାକୁ ଥିବା ପାରମ୍ପରିକ...

ଟିମ୍‌ ଇଣ୍ଡିଆକୁ ଫେରିପାରନ୍ତି ମହମ୍ମଦ ସାମି: ବିଶ୍ୱକପ୍ ପୂର୍ବରୁ ବଦଳିପାରେ ଚୟନକର୍ତ୍ତାଙ୍କ ନିଷ୍ପତି

ମୁମ୍ବାଇ,୩୦।୧୨: ଅଭିଜ୍ଞ ଦ୍ରୁତ ବୋଲର ମହମ୍ମଦ ସାମିଙ୍କୁ ନେଇ ବିସିସିଆଇ ଚୟନକର୍ତ୍ତା ଏକ ବଡ଼ ନିଷ୍ପତ୍ତି ନେବାକୁ ଯାଉଛନ୍ତି। ଫିଟ୍‌ନେସ୍‌ ଏବଂ ବୟସକୁ ନେଇ ଚାଲିଥିବା...

ରାସ୍ତାକଡ଼ରେ ପଡ଼ିଛି ନବଜାତ ଶିଶୁପୁତ୍ରର ମୃତଦେହ, କିଏ-କାହିଁକି ଫିଙ୍ଗି…

ରାୟଗଡ଼ା,୩୦।୧୨(ଆଶିଷ ରଞ୍ଜନ ପଣ୍ଡା)- ରାୟଗଡ଼ା ସହର ମହିଳା ମହାବିଦ୍ୟାଳୟ ପାର୍ଶ୍ୱ ଗଳିରେ ରିଙ୍ଗ ରୋଡକୁ ସଂଯୋଗ କରୁଥିବା ରାସ୍ତାକଡ଼ରେ ଏକ ନବଜାତ ଶିଶୁପୁତ୍ର ମୃତଦେହ ପଡ଼ିଥିବା...

ପ୍ରଭାକର ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟ ; ଦାରିଙ୍ଗିବାଡି ଭଲିବଲ ଟିମ୍ ବିଜୟୀ

ଦିଗପହଣ୍ଡି, ୩୦।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ମିନି ଷ୍ଟାଡିୟମରେ ସ୍ବର୍ଗତ ବି.ପ୍ରଭାକର ରେଡ୍ଡୀ ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟ ର ତୃତୀୟ ଦିବସ ମଙ୍ଗଳବାର...

ବର୍ଷର ଶେଷ ଦିନ ସଂହ ରାଶି ସହ ୫ରାଶିର ଫିଟିଯିବ ଭାଗ୍ୟ! ବାଜିବ ଲଟେରୀ

ଆସନ୍ତାକାଲି ହେଉଛି ୨୦୨୫ ବର୍ଷର ଶେଷ ୩୧ତମ ଦିନ ଏବଂ ବୁଧବାର। ବୁଧବାର ଦିନ ପ୍ରତିବନ୍ଧକ ଦୂରକାରୀ ଭଗବାନ ଗଣେଶ ଏବଂ ଜ୍ଞାନ ଏବଂ ବିବେକର...

ଭଲିବଲ ଟୁର୍ନାମେଣ୍ଟ: ସେମିଫାଇନାଲରେ ଦାରିଙ୍ଗିବାଡ଼ି

ଦିଗପହଣ୍ଡି,୩୦।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ମିନି ଷ୍ଟାଡିୟମରେ ସ୍ବର୍ଗତ ବି.ପ୍ରଭାକର ରେଡ୍ଡୀ ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟର ତୃତୀୟ ଦିବସ ମଙ୍ଗଳବାର କ୍ୱାର୍ଟର ଫାଇନାଲ...

ମୁଜାଗଡ଼ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ, ସାନକୋଦଣ୍ଡାକୁ ହରାଇ ବୋଇରାଣୀ ଚାମ୍ପିୟନ

ଭଞ୍ଜନଗର,୩୦।୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ ମୁଜାଗଡ଼ରେ ଆଜକୁ ଏକ ସପ୍ତାହ ଧରି ଚାଲିଥିବା ମୁଜାଗଡ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟର ଫାଇନାଲ ମ୍ୟାଚ୍ ମଙ୍ଗଳବାର ସାନକୋଦଣ୍ଡା ଓ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri