ମାଲକାନଗିରିରେ ଅଜଣା ରୋଗରେ ଆଉ ଜଣଙ୍କର ଜୀବନଗଲା

ମାଲକାନଗିରି,୨୨ା୯(ଡି.ଏନ୍‌.ଏ.): ମାଲକାନଗିରି ଜିଲା ମାଥିଲି ବ୍ଲକ ସାଲିମି ପଞ୍ଚାୟତ ଅନ୍ତର୍ଗତ ହଳଦୀକୁଣ୍ଡ ଗ୍ରାମରେ ବୁଧବାର ରାତିରେ ଆଉ ଜଣେ ଯୁବକଙ୍କ ଅଜଣା ରୋଗରେ ମୃତ୍ୟୁ ଘଟିଛି। ମୃତ ଯୁବକଙ୍କ ନାମ ଲକ୍ଷ୍ମା ମାଡକାମୀ(୨୨)। ଲକ୍ଷ୍ମା ଗତ ୧୩ ତାରିଖରେ ମାଲକାନଗିରି ସଦରମହକୁମା ମୁଖ୍ୟ ଚିକିତ୍ସାଳୟରେ ଗୁରୁତର ଅବସ୍ଥାରେ ଭର୍ତ୍ତି ହୋଇ ଚିକିତ୍ସାଧୀନ ଥିଲେ। ୫ ଦିନ ଚିକିତ୍ସା ପରେ ତାଙ୍କୁ ୧୭ ତାରିଖରେ ଡାକ୍ତରଖାନାରୁ ଡିସ୍‌ଚାର୍ଜ କରାଯାଇଥିଲା। ତାଙ୍କ ସହ ହଳଦୀକୁଣ୍ଡ ଗ୍ରାମର ୧୩ ରୋଗୀଙ୍କୁ ମଧ୍ୟ ଉକ୍ତ ଦିନ ଡିସ୍‌ଚାର୍ଜ କରାଯାଇଥିଲା। ଲକ୍ଷ୍ମା ଗତକାଲି ରାତିରେ ପୁନର୍ବାର ଭୀଷଣ ପେଟ ଯନ୍ତ୍ରଣା ଅନୁଭବ କରିବା ସହ ମୃତ୍ୟୁବରଣ କରିଥିଲେ।

ପ୍ରକାଶ ଥାଉକି, ମାଥିଲି ବ୍ଲକ ସାଲିମି ପଞ୍ଚାୟତର ହଳଦୀକୁଣ୍ଡ ଗ୍ରାମରେ ପୂର୍ବରୁ ଅଜଣା ରୋଗରେ ୯ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଗ୍ରାମର ୧୩ ଜଣଙ୍କର ମୃତ୍ୟୁ ହୋଇଥିଲା। ମାଲକାନଗିରି ସଦର ମହକୁମା ଓ ମାଥିଲି ସ୍ବାସ୍ଥ୍ୟ କେନ୍ଦ୍ରର ଡାକ୍ତରମାନେ ଉକ୍ତ ଗ୍ରାମକୁ ଯାଇ ରୋଗୀଙ୍କ ଚିକିତ୍ସା କରିବା ସହ ରକ୍ତ ନମୁନା ଏବଂ ପାନୀୟ ଜଳ ସଂଗ୍ରହ କରି ପରୀକ୍ଷାଗାରକୁ ପଠାଇଥିଲେ। କିନ୍ତୁ ବର୍ତ୍ତମାନ ସୁଦ୍ଧା ଏହି ରୋଗର ପ୍ରକୃତ କାରଣ ଜଣାପଡ଼ିନାହିଁ। ଶୁକ୍ରବାର ଆମ୍‌ ଆଦମୀ ପାର୍ଟି ପକ୍ଷରୁ ମାଥିଲି ବ୍ଲକ ଘେରାଉ କରା ଯିବା ସହ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ମାଥିଲି ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କ ଜରିଆରେ ଏକ ଦାବିପତ୍ର ପ୍ରଦାନ କରାଯିବ ବୋଲି ଆମ୍‌ ଆଦମୀ ପାର୍ଟିର ସଭାପତି କେ. ଦେଶିରାଜୁ ଆଚାରୀ ଏକ ପ୍ରେସ୍‌ ବିବୃତ୍ତିରେ ଜଣାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଜୟପୁରରେ ହେଲା ଜାତୀୟ ପତାକା ଅର୍ଦ୍ଧନମିତ

ଜୟପୁର, ୧୫।୫(ନି.ପ୍ର.)-ଜୟପୁର ଟ୍ରାଫିକ ଛକ ନିକଟରେ ଥିବା ଜାତୀୟ ପତାକା ଶନିବାର ଅର୍ଦ୍ଧନମିତ ହୋଇଛି। ଆବୁଧାବିର ଶାସକ ତଥା ୟୁନାଇଟେଡ୍‌ ଆରବ ଏମିରେଟ୍ସର ସଭାପତି ଶେଖ୍‌...

ଦକ୍ଷତା ବିକାଶ ପ୍ରଶିକ୍ଷଣ ଆଳରେ ୬୨ ଲକ୍ଷ ଠକେଇ

ଭୁବନେଶ୍ୱର,୧୯ା୬(ବ୍ୟୁରୋ): ଦକ୍ଷତା ବିକାଶ ପ୍ରଶିକ୍ଷଣ ଆଳରେ ୧୫ ଏନ୍‌ଜିଓଠାରୁ ୬୨ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ଠକେଇ। ଏହି ଘଟଣାରେ କ୍ରାଇମବ୍ରାଞ୍ଚର ଅର୍ଥନୈତିକ ଅପରାଧ ଶାଖା (ଇଓଡବ୍ଲ୍ୟୁ)...

ଆଜିଠୁ ଦୋକାନ ଉପରେ କଟକଣା

ପୁରୀ ଅଫିସ,୨୧ା୩: କରୋନା ଭାଇରସକୁ ନେଇ ଏବେ ସବୁଠି ଆଲୋଚନା। ଏହି ପ୍ରାଣଘାତୀ ଭାଇରସ୍‌କୁ କିପରି ମୁକାବିଲା କରାଯାଇପାରିବ ସେ ନେଇ ରାଜ୍ୟ ସରକାର ବିଭିନ୍ନ...

ଶ୍ରୀମନ୍ଦିର ଫଟୋ ଭାଇରାଲ ଘଟଣା: ପୋଲିସର ତତ୍ପରତା

ପୁରୀ ଅଫିସ୍‌, ୨୩।୧୨: ଶ୍ରୀମନ୍ଦିର ଓ ଗୁଣ୍ଡିଚା ମନ୍ଦିର ଫଟୋ ଭାଇରାଲ ନେଇ ଗଣମାଧ୍ୟମରେ ଖବର ପ୍ରକାଶ ପରେ ପୋଲିସ ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି।...

ସରୁନି ପାଇପ୍‌ ବିଛା, ଜଳଯୋଗାଣ ନେଇ ଅନିଶ୍ଚିତତା

ବାଲେଶ୍ୱର ଅଫିସ, ୧୬।୧୨(ମାନସ ବିଶ୍ୱାଳ)-ବାଲେଶ୍ୱର ସହରକୁ ୨୦୧୫ରୁ ଅମୃତ ଯୋଜନାରେ ସାମିଲ କରାଯାଇ ପାଇପ୍‌ ବିଛା କାର୍ଯ୍ୟ ଚାଲିଛି। ୨୦୨୦ ମାର୍ଚ୍ଚ ସୁଦ୍ଧା ଏହି କାମ...

୬ଷ୍ଠ ରାଉଣ୍ଡରେ ବି ପ୍ରଦୀପଙ୍କୁ ପଛରେ ପକାଇଲେ ବର୍ଷା

ବରଗଡ଼ ଅଫିସ,୮ା୧୨: ବରଗଡ଼ ଜିଲା ପଦ୍ମପୁର ଉପନିର୍ବାଚନର ଭୋଟ୍‌ ଗଣତି ଗୁରୁବାର ସକାଳୁ ଆରମ୍ଭ ହୋଇଛି। ପୂର୍ବ ୫ଟି ରାଉଣ୍ଡରେ ବିଜେଡି ପ୍ରାର୍ଥିନୀ ବର୍ଷା ସିଂ...

ଶପିଂମଲ୍‌ରେ ମାସ୍କ ବାଧ୍ୟତାମୂଳକ

ଭୁବନେଶ୍ୱର,୧୧ା୭(ବ୍ୟୁରୋ): ରାଜ୍ୟରେ ଦ୍ରୁତଗତିରେ କରୋନା ସଂକ୍ରମଣ ବଢ଼ିଚାଲିଛି। ଏହି କିଛିଦିନ ହେବ ରାଜ୍ୟରେ ୫୦୦ ଉପରେ କରୋନା ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି। ଏଥିରୁ କେବଳ ୫୦...

ଛେଳି ଚୋରିକୁ ନେଇ କଳି

ପାରଳାଖେମୁଣ୍ଡି,୭ା୩: ଛେଳି ଚୋରିକୁ ନେଇ କଳି ହୋଇଛି। ଘଟଣାକୁ ନେଇ ଆନ୍ଧ୍ର ଓ ଓଡ଼ିଶା ପୋଲିସ ମୁହାଁମୁହିଁ ହୋଇଛନ୍ତି। ଗଜପତି ଜିଲା ରାୟଗଡ଼ ବ୍ଲକ ଅନ୍ତର୍ଗତ...

Advertisement
Archives

Model This Week